ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗନ୍ତାୟତ ଶିବପ୍ରସାଦ
ସହଦେବ ସାହୁ
କନକଲତା ସାହୁ
ଅମରେଶ ବିଶ୍ବାଳ
ସନତ୍‌ ରାୟ
ଫନି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମିଛକଥା
 |- ଗୋବିନ୍ଦ ତ୍ରିପାଠୀ
 
 
ତା: ମାର୍ଚ୍ଚ୍ ୨୯, ୨୦୧୧  
 

ବଡ଼ ବଡ଼ ପଣ୍ଡିତମାନେ କହିଯାଇଛନ୍ତି ନ ମିଥ୍ୟାତ୍‌……. ପରମ୍‌୤ ବଡ ପଣ୍ଡିତଙ୍କର ବଡ଼ କଥା, ଅତଏବ ମାନିବାକୁ ପଡ଼ିବ୤ କିନ୍ତୁ ଧରି ବାନ୍ଧି ଢିଙ୍କି ଗିଳେଇଲେ ତ ଆଉ ଢିଙ୍କି ଗିଳି ହେବ ନାହିଁ୤ ଯେବେ ବା କେହି ଡର ଭୟରେ ବା ବାହାପିଆ ପଣରେ କହେ ଯେ, ମୁଁ ଗିଳିଚି, ତା’ହେଲେ ଆମେ କହିବୁ – ସେ ଗୋଟାଏ ନିଆଁଗିଳା, ଅସତିଆ୤ ମିଛକୁ ବାଦ୍‌ଦେଲେ ସଂସାର ଅସମ୍ଭବ୤ କାରଣ ମିଛରେ ଏକା ମିଠା୤ ସତ, ଖାଣ୍ଟି ସତ ଗ୍ରୀଷ୍ମ ଦିନରେ ମରୁଭୂମିର ନିରାଟ ଖରାପରି ଶୁଖିଲା, ହତାଶିଆ୤ ପଦେ ଅଧେ ମିଛ ସେହି ମରୁଭୂମିରେ ଟୋପାଏ ପାଣି ଭଳି୤

ବଡ଼ ବଡ଼ ପଣ୍ଡିତମାନେ କହିଯାଇଛନ୍ତି ନ ମିଥ୍ୟାତ୍‌……. ପରମ୍‌୤ ବଡ ପଣ୍ଡିତଙ୍କର ବଡ଼ କଥା, ଅତଏବ ମାନିବାକୁ ପଡ଼ିବ୤ କିନ୍ତୁ ଧରି ବାନ୍ଧି ଢିଙ୍କି ଗିଳେଇଲେ ତ ଆଉ ଢିଙ୍କି ଗିଳି ହେବ ନାହିଁ୤ ଯେବେ ବା କେହି ଡର ଭୟରେ ବା ବାହାପିଆ ପଣରେ କହେ ଯେ, ମୁଁ ଗିଳିଚି, ତା’ହେଲେ ଆମେ କହିବୁ – ସେ ଗୋଟାଏ ନିଆଁଗିଳା, ଅସତିଆ୤ ମିଛକୁ ବାଦ୍‌ଦେଲେ ସଂସାର ଅସମ୍ଭବ୤ କାରଣ ମିଛରେ ଏକା ମିଠା୤ ସତ, ଖାଣ୍ଟି ସତ ଗ୍ରୀଷ୍ମ ଦିନରେ ମରୁଭୂମିର ନିରାଟ ଖରାପରି ଶୁଖିଲା, ହତାଶିଆ୤ ପଦେ ଅଧେ ମିଛ ସେହି ମରୁଭୂମିରେ ଟୋପାଏ ପାଣି ଭଳି୤
ଏଇ ଖଣ୍ଡିଆ ଦଦରା ସଂସାରଟା ଦିନେ ଅମାପ ମାପ ପାଣି ଭିତରୁ ବାହାରି ମୁଣ୍ଡ ଟେକିଲା୤ ସେହି ଦିନଠାରୁ ଆଜିଯାଏ ମିଛଟା ହିଁ ବଳବତ୍ତର ହୋଇ ଆସନ ପାତି ବସିଛି୤ ଆମର ସତିଆ ଆର୍ଯ୍ୟ ଋଷିମାନେ ଲେଖିଗଲେ- ଆଦିମକାଳରେ ଚାରିଆଡ଼େ ଥିଲା ଖାଲି ପାଣି; ମହାପ୍ରଭୁ ଗୋଟିଏ ବଡ଼ ପତ୍ରରେ ଢଳ ଢଳ ହୋଇ ସେହି ପାଣି ଉପରେ ଭାସୁଥିଲେ୤ ଦିନେ ଇଚ୍ଛା ହେଲା ଖେଳିବେ୤ ସେହି ହେତୁରୁ, ସେ ଏ ସଂସାରଟାକୁ ଗଢ଼ି ପକାଇଲେ୤ ଆମେ ପାଠ ଶାଠ ପଢ଼ିବୁ, ଆମେ ଏଇଲାଗେ ବୁଝୁଚୁ, ଏ କଥାଗୁଡ଼ାକୁ କଞ୍ଚା ମିଛ୤ ବାଇବେଲ କହିଲେ ପ୍ରାୟ ଏକା କଥା୤ ପ୍ରଥମରେ ଖାଲି ଥିଲା ପାଣି, ଚାରିଆଡ଼େ ଅନ୍ଧାର୤ ସେଇ ଅନ୍ଧାର ଭିତରେ ଭଗବାନ୍ ବସିଥିଲେ୤ ବସି ବସି ଚିଡ଼ା ଲାଗିଲା ବୋଧହୁଏ, ଭାବିଲେ ଗୋଟେ କିଛି କରାଯାଉ୤ ତାପରେ ଚିଂବିଙ୍ଗ୍‌ ଫାଟ୍‌୤ ଭଗବାନ୍‌ କହିଲେ- ଆଲୁଅ ହୋଇଯାଉ, ଆଲୁଅ ହୋଇଗଲା୤ ପବନ ବହି ଆସୁ, ପବନ ବହିଆସିଲା୤ ଆମେ ଯେ ସବୁ ବିଜ୍ଞାନ ପଢ଼ିଚୁ, ସେଥିରୁ ବୁଝିଚୁ ଏ ସବୁ ମିଛ୤ ତେବେ ଆମେ ଦେଖିଲୁ, ଆମ ଧର୍ମର ଯେ ମୂଳକଥା, ସେଇଟା ଗୋଟାଏ ମିଛ ହାଉଆ ଉପରେ ତିଆରି ହୋଇଛି୤ ଲୋକେ କହନ୍ତି, ସତ୍ୟ ଯୁଗରେ ଯେଉଁମାନେ ଥିଲେ- ସେମାନେ କୁଆଡ଼େ ଆଦୌ ମିଛ କହୁ ନ’ଥିଲେ୤ ମିଛଟା କୁଆଡ଼େ ଏଇ କଳିଯୁଗର ସ୍ବପାର୍ଜିତ ସମ୍ପତ୍ତି୤ ଏଉଟା ବି ଅସତ୤ ରାମଚନ୍ଦ୍ର କୁଆଡ଼େ ଭାରି ସତ୍ୟପରାୟଣ୤ ଅଗ୍ନିପରୀକ୍ଷା କରି ସେ ଦେଖିଲେ ସୀତା ସତୀ୤ ରାଜ୍ୟରୁ ଅଇଲେ; କିଏ କଣ ପଦେ କହିଦେଲା ତ ସେ ସୀତାଙ୍କୁ ଅସତୀ ବୋଲି ବଣରେ ଛାଡ଼ିଦେଇ ଆସିଲେ୤ ଏଉଟା କୋଉ ସତ କଥାରେ ଯାଏ ? ଶ୍ରୀକୃଷ୍ଣ କୁଆଡ଼େ ମହାପ୍ରଭୁ ନିଜେ୤ ଏତେ ବଡ଼ ମହାଭାରତ ଯୁଦ୍ଧରେ ଜୀଅନ୍ତା ଅଶ୍ବତ୍‌ଥାମାଟାକୁ ମରିଗଲାଣି ବୋଲି ହୁରି କରିଦେଲେ୤ କେତେ ବା ଲେଖିବି ? ଏ ତ କମଳଯାକର ବାଳ- ଗୋଟି ଗୋଟି କରି ଗଣିବାକୁ ବେଳ କାଇଁ ?

ଅସଲ କଥାଟା କ’ଣ କି, ମିଛ କଥା କହିବାରେ ହିଁ ମନୁଷ୍ୟର ବାହାଦୁରୀ୤ ଗଲି ଅଇଲି, ଯାହା ଦେଖିଥିଲି ତା କହିଲି- ସେତ ସମସ୍ତେ କହିବେ୤ ପାଠପଢ଼ି ମୁଣ୍ଡରେ ଗୁଡ଼ାଏ ଥଲଥଲିଆ ମାଲ ବହି, ତୁମେ ଆଉ ଅଧିକାଟା କଲ କଣ ? ଏଇ ମିଛ କହିବାରେ ହିଁ ପାଠର ପାରୀକ୍ଷା୤ ବୁଦ୍ଧିର ଚିହ୍ନଟା ମିଛ କଥାଟାକୁ ସଜେଇ ବୁଝେଇ ଯେତେ ସତ ଭଳି ଥୋଇ ପାରିବ ତୁମର ବାହାଦୂରୀ ସେତିକି୤ ଆମର ଏ ଆର୍ଯ୍ୟଭୂମି ଭାରତବର୍ଷରେ ବଡ଼ ମିଛୁଆ ହେଲେ ବାଲ୍ଲୀକୀ ଋଷି୤ ତାଙ୍କ ପିଛାପିଛା ଧରି ଦୌଡ଼ିଲେ ବ୍ୟାସକବି୤ ତା’ପରେ ଯେତେକ ଆସିଛନ୍ତି, କାଳିଦାସ, ଭବଭୂତି, ଭାରବୀ, ଶ୍ରୀହର୍ଷ- ଏ ସମସ୍ତେ ତାଙ୍କ ପଛରେ ଉଣିଶ-ବିଶ୍‌ ହୋଇ ଦୌଡ଼ିଛନ୍ତି୤ କଥା ହେଲା- ଏତେ ବଡ଼ ବଡ଼ ଋଷି ପଣ୍ଠିତ ଗୁଡ଼ାକ ହୋଇ ମିଛ କହିବା ପାଇଁ ଏତେ ଧାଁ ଧପଡ଼ କିଆଁ ? କଥାଟା କଣ କି, ମନୁଷ୍ୟର ବୁଦ୍ଧିଟା ମଜାମଜି ହୋଇ ଯେତିକି ଦାଉ ଦାଉ କରି ଉଠେ, ତା’ର କଳ୍ପନା ସେତିକି ସେତିକି ନାଚିକୁଦି ହୁଏ୤ ମନୁଷ୍ୟ ଜୀବନରେ ଯାହା କିଛି ସୁନ୍ଦର, ଯାହା କିଛି ମଧୁର, ସମସ୍ତେ ଏହି କଳ୍ପନା ଉପରେ ଭରା ହୋଇ ରହନ୍ତି୤ ପଇସା ରୋଜଗାର କରିବାରେ ସୁଖ ନ ଥାଏ୤ ପଇସା ରୋଜଗାର କଲେ ମୁଁ କଣ କଣ କରିବି, ତାହାର କଳ୍ପନା ରୋଜଗାର କରିସାରି ସେହି କଳ୍ପନାର ପୂରଣ, ଏଇଥିରେ ହିଁ ଆମୋଦ, ଏଥିରେ ହିଁ ଆନନ୍ଦ୤ ପ୍ରିୟାର ଓଠ ଚୁମ୍ବନ କରିବାରେ ଯେତିକି ଆନନ୍ଦ ନ’ଥାଏ, ପ୍ରିୟାଠାରୁ ଦୂରରେ ରହି ତା’ର ଓଠ ଚୁମ୍ବନ କରିବାର କଳ୍ପନାରେ ହିଁ ବେଶୀ ସୁଖ୤ ମୋର ତ ଯେପରି ମନେହୁଏ, କାର୍ଯ୍ୟ କରି ଫଳ ପାଇବାରେ କିଛି ମାତ୍ର ସୁଖ ନାହିଁ୤ ପ୍ରକୃତ ସୁଖ କାର୍ଯ୍ୟ କରିବା ଆଗରୁ ସେ ସମ୍ବନ୍ଧରେ ଯାହା କଳ୍ପନା ଜଳ୍ପନା କରାଯାଇଥାଏ, ତହିଁରେ୤ ତା’ମାନେ କାର୍ଯ୍ୟର ଫଳ ଆମ୍ଭେମାନେ କାର୍ଯ୍ୟ କରିବା ଆଗରୁ ପାଇଯାଇଥାଉ୤ ଚାଷୀ ବାପୁଡ଼ା ଯେତେବେଳେ ବିଲକୁ ହଳ ନିଏ, ସେତେବେଳେ କେତେପ୍ରକାର କଳ୍ପନା ନ କରେ ? ତା’ ବିଲରେ ଏମିତି ଧାନ ହେବ, ସେ ତା’କୁ କେତେ ପିସାରେ ବିକିବ, ସେ ପଇସା ପାଇଲେ କେତେ କଣ କରିବ, ଏଇସବୁ କଳ୍ପନାରେ ସେ ଜୀବନର କେତେ ବିଧା ଗୋଇଠା, କେତେ ଛି-ଛାକର ପିଠିକି ପକାଇ ନ ଦିଏ୤ ଯେତେବେଳେ ଧାନ ମୁଠାକ ଅମଳ କରି ଘରକୁ ନିଏ୤ ସେତେବେଳେ ତା ମୁଣ୍ଡରେ ଯେପରି ପର୍ବତ ମାଡ଼ିଆସେ୤ ମାଲ ତ ଏତିକି ମହାଜନକୁ ଶୁଝିବି କେତେ, ଖଜଣା ଦେବି କେବେ, ହାତ ଉଧାରି ଶୁଝିବି କେତେ, ଆଉ ଖାଇବି କଣ ? ଫସଲ ପାଇ ତା’ର ସୁଖ ନାହିଁ୤ ଯାହା କିଛି ସୁଖ ମାରିନେଇଥାଏ ସେ ଫସଲ ପାଇବା ଆଗରୁ, କିନ୍ତୁ ତା’ର ସେ ସୁଖ ମିଛ୤ ଖାଲି କଳ୍ପନାର କୁହୁକ, କେଳାର କାଉଁରୀ ଅନ୍ଧାର୤ କିନ୍ତୁ ଏଇ ମିଛଟା ଅର୍ଥାତ୍‌ କଳ୍ପନାର ଏଇ ଖେଳଟା ତା ଜୀବନର ଏକମାତ୍ର ଭରସା୤ ଏଇ ମିଛଟାକୁ ବାଦ୍‌ ଦିଅ, ତାକୁ କହ ଯେ, ବାପା ! ତୁ ବର୍ଷ ସାରା ମାଟି ସାଙ୍ଗରେ ମାଟି ହୋଇ ମିଶିବୁ୤ ଯାହା ପାଇବୁ ସବୁ ଯିବ ପରର କୋଠି ପୁରେଇବାକୁ୤ ତୋ ପେଟରେ ଆଜି ଯେଉଁ ଓଦାକନା, ସେଦିନ ମଧ୍ୟ ସେଇ ଓଦାକନା୤ ଏଇଟା ହେଲା ନିରାଟ ସତ୤ ଏଇ ନିରାଟ ସତଟା ତମେ ଯଦି କହ, ତାହାହେଲେ ଚାଷୀ ମୁଣ୍ଡରେ ହାତଦେଇ ଘର କଣରେ ବସିବ୤ କହିବ – ଯା ହୋ, ଏମିତି ମରିବି ସେମିତି ମରିବି, କାମ କରିବି କାହିଁକି ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋବିନ୍ଦ ତ୍ରିପାଠୀ
ଗୋବିନ୍ଦ ତ୍ରିପାଠୀ(୧୮୯୯-୧୯୬୨) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ବ୤ କେତୋଟି ଉପନ୍ୟାସ ଏବଂ ନାଟକ ଲେଖିଥିଲେ ସୁଦ୍ଧା ବିଭିନ୍ନ ବିଷୟ ଉପରେ ତାଙ୍କ ଦ୍ବାରା ଲିଖିତ ପ୍ରବନ୍ଧଗୁଡ଼ିକ ପାଇଁ ସେ ପ୍ରତିଷ୍ଠା ଲାଭ କରିଥିଲେ୤ ତାଙ୍କ ପ୍ରବନ୍ଧଗୁଡ଼ିକରେ ଓଡ଼ିଆ ଏବଂ ଓଡ଼ିଶାର ସ୍ବାଭିମାନର ଚିତ୍ର ବେଶ୍‌ ବଳିଷ୍ଠ ରୁପରେ ପର୍ଯ୍ୟବେଶିତ୤ ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକରେ ଜୀବନ ଓ ସାହିତ୍ୟ ସମେତ ଜାତୀୟତାର ଭାବନା ପ୍ରତିଫଳିତ ହୋଇଥିଲା୤ ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଇତିହାସରେ ଏକ ଅଭିନବ ରୀତି ପ୍ରବର୍ତ୍ତନ କରି ନିଜପାଇଁ... [ କ୍ରମେ ସବିଶେଷ ]
ଗୋବିନ୍ଦ ତ୍ରିପାଠୀଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. Ramesh Nayak |  ମାର୍ଚ୍ଚ୍ ୩୦, ୨୦୧୧ - ୧:୩୩ ପୂର୍ବାହ୍ନ

    Gobind Tripathy Mohasaya, Apanak Udyam Atti Prasansneya. Khyama Kareby Mu Odiyary Type Kariparuni.Bhagban Karantu Appanka Avilash Purno Hyu.Mu Jane Absar Prapt Jyantri. Mo ro Sabu Chari Pely America o canada re Ruhanti,Mu Brahampur Re.

  • ୨. manoranjan rout |  ମେ ୯, ୨୦୧୧ - ୭:୫୮ ପୂର୍ବାହ୍ନ

    sir bahuta bhala lagila

  • ୩. ଭବାନି ପ୍ରସାଦ ପତି |  ମେ ୨୩, ୨୦୧୧ - ୩:୩୨ ପୂର୍ବାହ୍ନ

    ଭବିଷ୍ୟତ ର ସୁନେଲି କଳ୍ପନା ହି ମଣିଷକୁ ପ୍ରେରିତ କରେ ବର୍ତମାନ ର ପରିସ୍ଥିତି କୁ ସାମ୍ନା କରିବା କୁ । କିନ୍ତୁ ନିରାଟ ସତ, କଥା ଭବିଷ୍ୟତର କଳ୍ପନା ଭବିଷ୍ୟତ ଅପେକ୍ଷା ବେଶି ମଧୁର ହୋଇ୍ଥାଏ ।

  • ୪. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୧୬, ୨୦୧୧ - ୪:୫୩ ପୂର୍ବାହ୍ନ

    ଋଷି ମୁନୀ ମାନଙ୍କୁ ଏମିତି ଗାଳି ଦେବା ଭଲା ଲାଗିଲା ନାହିଁ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤