ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଗୋଦାବରିଶ ମିଶ୍ର
ସୁଶାନ୍ତ ଦାଶ
କାଳିନ୍ଦି ଚରଣ ପାଣିଗ୍ରାହୀ
ଡକ୍ଟର ମାୟାଧର ମାନସିଂହ
ବିଜୟ ମିଶ୍ର
ଆଶିଷ କୁମାର କର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାତୃଭୂମି
 |- ସ୍ବଭାବ କବି ଗଙ୍ଗାଧର ମେହେର
 
 
ତା: ଅକ୍ଟୋବର୍ ୨୯, ୨୦୧୧  
 

ତହୁଁ ବଡ଼ ହୋଇ ଯାଇଥାଏ ଯେବେ
କେହି କେବେ ଦେଶାନ୍ତର,
ସ୍ବର୍ଗରୁ ଅଧିକ ବୋଲି ବୁଝେ ତେବେ
ଯେଉଁ ଦେଶେ ତାର ଘର୤
ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ
ଜନକ ଜଗତପତି,
ସହୋଦର ଜ୍ଞାନ କରେ ଅବନୀର
ମାନବ-ସମାଜ ପ୍ରତି୤
ତେବେ ସେ ଜାଣଇ ଯେ କରଇ ଯେତେ
ଲୋକଙ୍କର ଉପକାର,
ବିଶ୍ବପତିଙ୍କର ବିଶ୍ବଗୃହେ ଅଟେ
ସେ ତେତେ ଯୋଗ୍ୟେ କୁମାର୤
ଏହିରୂପେ ଗ୍ରାମ- କଥା, ରାଜ୍ୟକଥା,
ଦେଶକଥା, ବିଶ୍ବକଥା
ମାନବ-ଜୀବନେ ପ୍ରତୀତ ହେବାର
ଦର୍ଶିତ ହୁଏ ସର୍ବଥା୤
ମାତୃଭୂମି ମାତୃ- ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି- ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସ୍ବଭାବ କବି ଗଙ୍ଗାଧର ମେହେର
ସ୍ବଭାବ କବି ଗଙ୍ଗାଧର ମେହେର
ଏକାଧାରରେ ସ୍ବାଭାବ କବି ଏବଂ ପ୍ରକୃତି କବି ଭାବେ ପରିଚିତ ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟରେ ଏକ ପ୍ରତିଷ୍ଠିତ ସ୍ରଷ୍ଟା୤ ତାଙ୍କ ଦ୍ବାରା ରଚିତ ତପସ୍ବିନୀ, ପ୍ରଣୟ ବଲ୍ଲରୀ ଓ ଅର୍ଘ୍ୟଥାଳୀ ଆଦି କାବ୍ୟ କବିଙ୍କର ଗୋଟିଏ ଗୋଟିଏ କାଳଜୟୀ ସୃଷ୍ଟି୤ ବିଶେଷ କରି ପୌରାଣିକ ବିଷୟ ଏବଂ ପ୍ରକୃତିର ଶୋଭାରାଜି ଉପରେ କବିଙ୍କ ରଚନା ବେଶ୍ ହୃଦୟସ୍ପର୍ଶୀ୤ ଗୌରବ-ମଣ୍ଡିତ ପ୍ରାଚୀନ ସାହିତ୍ୟର ପରମ୍ପରା ସଂରକ୍ଷଣ ସହ ଉନ୍ନତ ଭାଷା ଓ ଭାବର ଉପାଦାନରେ ନବୀନ ସାହିତ୍ୟର ସୃଷ୍ଟି ମେହେର-ସାହିତ୍ୟର ବୈଷିଷ୍ଟ୍ୟ ଅଟେ୤
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. Akhileswar Patel |  ନଭେମ୍ବର୍ ୧, ୨୦୧୧ - ୧୧:୧୭ ପୂର୍ବାହ୍ନ

    My deepest regards and appreciation to his literary works

  • ୨. ମାନସ ରଞନ ବିଶ୍ବାଳ |  ନଭେମ୍ବର୍ ୩, ୨୦୧୧ - ୧:୨୨ ପୂର୍ବାହ୍ନ

    ଏହି ସଙ୍ଗୀତ ପଢି ବହୁତ ଖୁସି ଲାଗିଲା. ଧନ୍ୟବାଦ୍୤

  • ୩. ବିଭୁତି ଭୁଶଣ |  ନଭେମ୍ବର୍ ୧୫, ୨୦୧୧ - ୪:୪୧ ପୂର୍ବାହ୍ନ

    Thank You

  • ୪. ଦଶରଥ ମେହେର୍ |  ନଭେମ୍ବର୍ ୧୫, ୨୦୧୧ - ୭:୦୧ ପୂର୍ବାହ୍ନ

    ବହୁତ୍ ଖୁସି ଲାଗିଲା ଏହି କବିତା ପଢି….. ଧନ୍ୟବାଦ୍

  • ୫. ରାକେଶରଞ୍ଜନ ସାମନ୍ତରାୟ |  ଡିସେମ୍ବର୍ ୬, ୨୦୧୧ - ୩:୫୫ ପୂର୍ବାହ୍ନ

    ବହୁତ ଭଲ ଲାଗିଲା……..ପଢିକି ଖୁସି ହେଲି…..ଏମିତି ନୂଆ ନୂଆ ଲେଖା ପଢିବାକୁ ଭଲ ଲାଗେ…..ଧନ୍ୟବାଦ୍…..

  • ୬. ସଙ୍ଘମିତ୍ରା ରଥ ଶତପଥୀ |  ଡିସେମ୍ବର୍ ୬, ୨୦୧୧ - ୧୧:୫୦ ପୂର୍ବାହ୍ନ

    ବହୁତ ଦିନର ଭୁଲି ଯାଇଥିବା “ମାତୃଭୁମି” କବିତା ଆଜି ମୋ ମନରେ ଅତୀତ ର ସ୍ମୃତି ଜାଗ୍ରତ କରିଦେଲା….

  • ୭. muralidhar kabi |  ଡିସେମ୍ବର୍ ୧୫, ୨୦୧୧ - ୧୦:୩୧ ପୂର୍ବାହ୍ନ

    prakutare matrubhumikabita padhila pare pathakanka purba
    sruti nische jagrata karuthiba
    dhanyabad

  • ୮. dilipkumar acharya |  ଡିସେମ୍ବର୍ ୩୦, ୨୦୧୧ - ୧:୩୭ ପୂର୍ବାହ୍ନ

    ବହୁତ ଭଲ.

  • ୯. ସଶିକାନ୍ତ ସାହୁ |  ଜାନୁଆରୀ ୧୭, ୨୦୧୨ - ୬:୨୮ ପୂର୍ବାହ୍ନ

    ମୁଁ ଯେତେବେଳେ ପ୍ରାଥମିକ ବା ଉଚ୍ଚ ବିଦ୍ୟାଳୟରେ ପଢୁଥିଲି ଏଇକବିତାକୁ ପଢିଥିଲି୤ ଅତୀତର ସ୍ମୁତିକୁ ମନେ ପକେଇଦେଲା
    ଏବେ ତାଙ୍କର ତପସ୍ବିନୀ କାବ୍ୟ ଆମ ଯୁକ୍ତ ତିନି ପ୍ରଥମ ବର୍ଷ
    କଳା ରେ ଆମେ ପଢୁଛୁ୤ ତାଙ୍କର ଲେଖାରେ ପ୍ରକୃତି ବର୍ଣ୍ଣନା ଦେଖିବାକୁ ମିଳେ୤

  • ୧୦. ଜନ୍ମେଜୟ ସେଠୀ |  ଜାନୁଆରୀ ୨୧, ୨୦୧୨ - ୬:୫୧ ପୂର୍ବାହ୍ନ

    ବହୁତ ସୁନ୍ଦର କବିତା ଟିଏ ପଢି ବହୁତ ଭଲ ଲଗିଲା୤

  • ୧୧. Trilochan Das, cuttack |  ଡିସେମ୍ବର୍ ୨୧, ୨୦୧୨ - ୧୨:୪୬ ପୂର୍ବାହ୍ନ

    ବହୁତ ଦିନର ଭୁଲି ଯାଇଥିବା “ମାତୃଭୁମି” କବିତା ଆଜି ମୋ ମନରେ ଅତୀତ ର ସ୍ମୃତି ଜାଗ୍ରତ କରିଦେଲା….

  • ୧୨. SAROJA KANTA SAHU, BHUBANESWARA |  ଡିସେମ୍ବର୍ ୩୧, ୨୦୧୨ - ୪:୨୨ ପୂର୍ବାହ୍ନ

    MOTE BAHUTA BHALA LAGILA

  • ୧୩. ତସିଲ କୁମାର ସାହୁ, ରେଙ୍ଗାଲି, ସମ୍ବଲପୁର (ଓଡିଶା) |  ଜୁନ୍ ୨୦, ୨୦୧୩ - ୮:୪୬ ପୂର୍ବାହ୍ନ

    ଜଗତର ନାଥ ଜଗନ୍ନାଥଙ୍କ ପୂଣ୍ୟଭୂମି ଓଡିଶାର ବରପୁତ୍ର ସ୍ବଭାବ କବି ଗଙ୍ଗାଧର ଏହି କବିତାରେ ଜଗତପତିଙ୍କ ପରିକଳ୍ପନାକୁ ସାକାର କରିବା ଉଦ୍ଦେଶ୍ୟରେ ବିଶ୍ବ ଭାତୃତ୍ବ ବନ୍ଧନରେ ବାନ୍ଧିଦେଇ ସମଗ୍ର ମାନବ ଜାତିକୁ ଏକ ପରିବାର ଓ ସକଳ ବିଶ୍ବକୁ ମାତୃଭୁମି ଘୋଷଣା କରିଛନ୍ତି ଏହା ବିଶ୍ବପତିଙ୍କ ସନ୍ଦେଶ ୤

  • ୧୪. ମନୋଜ କୁମାର କିଷାନ, ରେଙ୍ଗାଲି . ସମ୍ବଲପୁର , ଓଡିଶା |  ଜୁନ୍ ୨୧, ୨୦୧୩ - ୯:୧୧ ପୂର୍ବାହ୍ନ

    ଏହି ଶାଇଟ୍ ଟି ମତେ ବହୁତ ଭଲ ଲାଗିଲା ।

  • ୧୫. ସଚିଦାନନ୍ଦ ପାତ୍ର, ନୟାଗଡ |  ସେପ୍ଟେମ୍ବର୍ ୨, ୨୦୧୪ - ୧:୪୧ ପୂର୍ବାହ୍ନ

    ମନକୁ ଛୁଇନ୍ ଗଲା

  • ୧୬. ଶିଶିର କୁମାର ବାରିକ, ଭବାନୀପଟଣ|, ଓଡିଶା |  ଜୁନ୍ ୨୬, ୨୦୧୫ - ୯:୩୫ ଅପରାହ୍ନ

    ଏହି ଏହି ଶାଇଟ୍ ଟି ମତେ ବହୁତ ଭଲ ଲାଗିଲା, ଏହି ପରି ଆଉ ସହିତ୍ୟ ଉପରେ ପରିବେସିତ ଭଲ ଶାଇଟ୍ ଖୋଲିଲେ ମୁ ଖୁସି ହେବି ଓ ଏ ଓଡିଶା ବାସୀ ଖୁସି ହେବେ |

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )