ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଫନି ମହାନ୍ତି
ଗୋଦାବରୀଶ ମହାପାତ୍ର
ଦିଲ୍ଲୀପ ଦାସ
ଗୋଦାବରିଶ ମିଶ୍ର
କିଶୋରୀକିଙ୍କର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମଶାଣିର ଫୁଲ
 |- ସଚ୍ଚି ରାଉତରାୟ
 
 
ତା: ସେପ୍ଟେମ୍ବର୍ ୧୫, ୨୦୧୨  
 

ଜଗୁ ଗୁଣାଟାକୁ ନାକରୁ ଛିଣ୍ଡାଇ ଆଣିବାକୁ ହାତ ବଢ଼ାଇଲା୤ ସେ ଦେଖିପାରିଲା ଛୋଟ ବୋହୂଟିର ଫିକା ମୁହଁଟି ଜହ୍ନ ଆଲୁଅରେ ଗୋଟିଏ ଦରମଉଳା କଇଁଫୁଲ ପରି ଦେଖାଯାଉଚି୤ ତା’ ମୁହଁ ଚାରିପଟେ ଘେରି ରହିଚି ଗୋଟାଏ କଳା କଳା କୁଞ୍ଚକୁଞ୍ଚିଆ ବାଳର ଜଙ୍ଗଲ୤ ଠିକ୍‌ ଯେମିତି ଆକାଶର ଚାନ୍ଦ ପଛଆଡ଼େ ଜମି ରହିଚି କଳାମେଘର ବହଳିଆ ଛାଇ୤
ବୋହୂଟିର ମୁହଁ ଉପରେ ପହଁରି ପହଁରି ଖେଳୁଛି ମଉଳା ଫୁଲର ଲାବଣ୍ୟ୤ ତା’ର ଅଲରା ସଲରା ବାଳଗୁଡ଼ିକ ଉପରେ ଜହ୍ନ ଆଲୁଅ ନହଡ଼ି ଭାଙ୍ଗି ଭାଙ୍ଗି ଲୋଟିଯାଉଚି୤
ଜଗୁ ହାତ ଫେରାଇ ଆଣିଲା୤ ତା’ପରେ ସେ ଅନାଇଲା ଆକାଶରେ ଫିକା ଜହ୍ନଟା ଆଡ଼କୁ୤
ଜଗୁ ଇମିତି ଅନେକ ମୁର୍ଦ୍ଦାର ପୋଡ଼ିଚି; କିନ୍ତୁ କେବେ ହେଲେ ଦିନେ ସେ ମନ ଭିତରେ ଇମିତି ଝଡ଼ି ଅନଭବ କରିନାଇଁ୤ ଏହି ଛୋଟ ସୁନ୍ଦର ମୁହଁଟିକୁ ଅସୁନ୍ଦର କରି ସୁନାର ଗୁଣାଟାକୁ କାଢ଼ି ଆଣିବାକୁ ତା’ର ହାତ ଚଳିଲା ନାଇଁ୤ ବୋହୂଟିର ନାକଟି ଉପରେ ସେ ଗୁଣାଟା ତା’ଆଖିରେ ଭାରି ଚମତ୍କାର ଦେଖାଯାଉଥିଲା୤ ସେ ଏହି ନାରୀଟି ସମ୍ବନ୍ଧରେ କେତେ କ’ଣ ମନ ଭିତରେ ଭାବିଯାଉଥିଲା୤

ଏହି ସମୟରେ ଜଗୁର ମନେପଡ଼ିଲା, ଆଉ କିଛି ଦିନ ଯାଇଥିଲେ ବୋହୂଟି ହୁଏତ ହୋଇଥାନ୍ତା ଗୋଟିଏ ମାଆ୤ ଆଉ ହୁଏତ କେତେ କ’ଣ ସେ ହୋଇପାରିଥାଆନ୍ତା, କିନ୍ତୁ କିଛି ସେ ହୋଇପାରିଲା ନାହିଁ୤ କାହାର ଦୋଷ ? ଛପିଛପିକା ଜହ୍ନ ଆଲୁଅର ଅସରନ୍ତି ସମୁଦ୍ର ମଝିରେ ନିଶୂନ ମଶାଣିପଦାର ଲଙ୍ଗଳା ବୁକୁ ପରେ ଶୋଇଥିଲା ଗୋଟିଏ ଦରଫୁଟିଲା ନାରୀ, ଏକୁଟିଆ !! ବାସ୍ତବିକ ବଡ଼ ଏକୁଟିଆ ସେ୤ ମଡ଼ାବୁହା ଗାଉଁଲି ମନ ନିଜ ଭାଷାରେ ଭାବୁଥିଲା- ବାସ୍ତବିକ ଭାରି ଏକୁଟିଆ ସେ, ଖାଲି ଆଜି ନୁହେଁ, ଜୀବନସାରା ଧରି ସେ ଇମିତି ଏକାକିନୀ୤ ଏଇ ନିଛାଟିଆ ଦିହଘଷିଆ, ଏକଘରକିଆ ଜୀବନକୁ ବଦଳାଇ ଟିକିଏ ଅନ୍ୟ ପ୍ରକାର କରି ବଞ୍ଚିବାର ସ୍ବାଦ ଅନୁଭବ କରିବାକୁ ଯାଇ ସେ ଆଜି ହୁଏତ ହୋଇଛି ମଶାଣିର ମଡ଼ା ! ବୋହୂଟିର ପାଉଁଶିଆ ମୁହଁ ଭିତରେ ସେ ଦେଖିପାରିଲା ଅନେକ ବଞ୍ଚିବାର କ୍ଷୁଧା୤

ଜଗୁକୁ ଡେରି କରୁଥିବା ଦେଖି ସଙ୍ଗୀ ମାଲଭାଇମାନେ ବିରକ୍ତ ହେଲେ୤ ଧମକ ଦେଇ କହିଲେ, ‘ତୁ ଇମିତି ଡେରି କଲେ ଆମେ ମୁର୍ଦ୍ଦାର ଫୁର୍ଦ୍ଦାର ଛାଡ଼ି ପଳାଇଯିବୁ୤ ପୁଲିସ୍‌ ଆସିବ ତ କିଏ ଦାୟୀ ହେବ ? ନେ – ତୋ ଗୁଣାଟା ବାହାର କରି ନେ, ନୋହିଲେ ଆମେ ନିଆଁ ଲଗାଇ ଦେବୁ୤ ଗୁଣାଟା ନେବୁ ବୋଲି ତ ମରିଯାଉଥିଲୁ, ଇଲାଗେ ଇମିତି ହାତ ଚଳୁନାଇଁ କିଆଁ ?’
ଜଗୁ ତିଆଡ଼ିର ସ୍ବପ୍ନ ଭାଙ୍ଗିଗଲା୤ ସେ ବଡ଼ ଲଜ୍ଜିତ ବୋଧକଲା୤ ତଥାପି ଭିତର ଦୁର୍ବଳତାକୁ ଚାପି ରଖିବା ପାଇଁ ସେ ବାହାରେ ପ୍ରକାଶ କଲା –
‘ଛି ! ଛି ! ଏ ମୁର୍ଦ୍ଦାର ଗୁଣାଟାକୁ ମୁଁ ଘରେ ଭର୍ତ୍ତି କରିବି ? ସେ ଯେ ପାପଗର୍ଭ… ୤’
ସଙ୍ଗୀମାନେ ପଚାରିଲେ, ‘ତୁ ତେବେ ନବୁ ନାହିଁ ? ଆମେ ନିଆଁ ଲଗାଉଛୁଁ ?’
ଜଗୁ ତିଆଡ଼ି ଅନ୍ୟମନସ୍କ ଭାବରେ ଜବାବ ଦେଲା- ‘ହଁ ହଁ, ନିଆଁ ଲଗାଇ ଦିଅ୤ ଭଲକରି ନିଆଁ ଲଗାଅ୤ ସବୁ ଯିମିତି ଜଳିପୋଡ଼ି ପାଉଁଶ ହୋଇଯିବ୤’
ହୁତୁହୁତୁ ହୋଇ ନିଆଁ ଜଳିଉଠିଲା୤ ନିଆଁର ଲକ୍‌ ଲକ୍‌ ଜିଭ ନିମିଷକେ ସବୁ ଚାଟି ନେବା ପାଇଁ ବସିଥିଲା୤ ବୋହୂଟିର ଗୋରା ମାଉଁସିଆ ଦିହଟା ନିଆଁରେ ସିଝି କଳାକାଠ ପଡ଼ିଗଲା, ତା’ପରେ ଫୋଟକା ହୋଇ ସେଥିରୁ ପରସ୍ତକୁ ପରସ୍ତ ଚୋପା ଛାଡ଼ିଗଲା୤

ଜଗୁ ତିଆଡ଼ି ନିସ୍ତବ୍ଧ ହୋଇ ସେଇ ପୋଡ଼ିଯାଇଥିବା ଦିହଟା ଆଡ଼କୁ ଚାହିଁଥିଲା୤
ଦୂର କୋଚିଲାବୁଦା ଉପରେ ପେଚା, ଶାଗୁଣା ଆଉ ଭୂଇଁ କୁକୁଡ଼ାମାନଙ୍କର ହାଟ ବସିଥିଲା୤ ଅନେକ ଦୂରରୁ ଧାନବିଲ ଆରପାରିରୁ ଏଇ ସମୟରେ ଭାସିଆସିଲା ଗୋଟିଏ ଅଣ୍ଡିରା ବିଲୁଆର କାନଫଟା ଭୋକିଲା ରଡ଼ି୤
ଅସନା-ଅନ୍ଧାର-ହାଡ଼, ପାଉଁଶ, ଅଙ୍ଗାର୤ ଜୁଇ ଭିତରୁ କିମିତି ଗୋଟାଏ ପଚା ପୋଡ଼ା ଗନ୍ଧ ପବନରେ ଭାସିଆସି ଚାରିଆଡ଼େ ବିଞ୍ଚି ହୋଇଗଲା୤
ସଙ୍ଗୀ ଭାଇମାନେ ଜଗୁକୁ ଉଦ୍ଦେଶ୍ୟ କରି କହିଲେ- ‘ତୁ ସେଇ ଦୋଚାରୁଣୀଟାର ଅଳଙ୍କାରଗୁଡ଼ାକ ତୋର ପିଲାଛୁଆ ଘରେ ଭର୍ତ୍ତି ନ କରି ଭାରି ଭଲ କରିଚୁ ଭାଇ ! ବଡ଼ ଅମଙ୍ଗଳ ହୋଇଥା’ନ୍ତା ତୋର୤ ଦେଖୁନୁ କେମିତି କଲବଲ ହୋଇ ମଲା ? ନିଜ ପେଟର ପିଲାଟାକୁ ଯେ ମାରିବାକୁ ଯାଉଥିଲା, ନିଜେ ସେ ମରନ୍ତା ନାଇଁ ? ଧର୍ମ କ’ଣ ନାଇଁ ?’
ସେଇ ଜଳନ୍ତା ପାଉଁଶ ଭିତରେ ଆଖି ବୁଲାଉ ବୁଲାଉ ବିରକ୍ତ ହୋଇ ଜଗୁ କହିଲା- ‘ଥାଉ, ଥାଉ, ଅନ୍ୟକୁ ବିଚାର କରନାଇଁ୤ ମଣିଷ କ’ଣ ମଣିଷକୁ ଠିକ୍‌ ବୁଝିପାରେ ?’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଚ୍ଚି ରାଉତରାୟ
ସଚ୍ଚିଦାନନ୍ଦ ରାଉତରାୟ ପୁରୀ ଜିଲ୍ଲା ଅର୍ନ୍ତଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ୤ ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତିତ୍ବ ଅବର୍ଣ୍ଣନୀୟ୤ ସେ ପଲ୍ଲୀର ସାଧାରଣ ଜୀବନକୁ କେନ୍ଦ୍ର କରି ରଚନା କରିଥିବା କବିତାଗୁଡିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ଭାବେ ସ୍ବୀକୃତ୤ ପାଥେୟ, ପଲ୍ଲୀଶ୍ରୀ, ପାଣ୍ଡୁଲିପି, ଅଭିଯାନ ପ୍ରଭୃତି ତାଙ୍କର ଉତ୍କୃଷ୍ଟ କବିତା ପୁସ୍ତକ୤ ତାଙ୍କର ବାଜି ରାଉତ କବିତା ସଙ୍କଳନ ବିଶେଷଭାବେ ଚର୍ଚ୍ଚିତ୤ ମଶାଣିର ଫୁଲ ଓ... [ କ୍ରମେ ସବିଶେଷ ]
ସଚ୍ଚି ରାଉତରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ରବିନ୍ଦ୍ର ନାଥ ନାୟକ |  ସେପ୍ଟେମ୍ବର୍ ୨୧, ୨୦୧୨ - ୧:୦୬ ଅପରାହ୍ନ

    ଭଲ ହେଇଛି!!
    ମୁ୍ଁ ଭାବୁଛି ଏହାର ଶେଷ ଆଉ କଣ ହେଇପାରିଥାନ୍ତା ?

  • ୨. kailash ch dehury, bbsr |  ମେ ୧୫, ୨୦୧୪ - ୩:୩୭ ପୂର୍ବାହ୍ନ

    masanira phula is an excellent story in odia literatureb ,,i think

  • ୩. Ajit panda, Bbsr |  ଜୁଲାଇ ୨୨, ୨୦୧୫ - ୭:୫୨ ପୂର୍ବାହ୍ନ

    I read Masani ra fulla .very clear writings

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤