ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
ସୁଶାନ୍ତ ଦାଶ
ବିପ୍ର ଆଚାର୍ଯ୍ୟ
ନୀଳମଣି ବିଦ୍ୟାରତ୍ନ
ଶାରଦା ପ୍ରସାଦ ମିଶ୍ର
ଅମରେନ୍ଦ୍ର ଖଟୁଆ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଣିକରୁ ମାରିୟମ୍‌
 |- ସନତ୍‌ ରାୟ
 
 
ତା: ସେପ୍ଟେମ୍ବର୍ ୨୭, ୨୦୧୨  
 

ଅଠାନବେ ମସିହାର
କେଉଁ ଏକ ପଉଷ କାଳର ଭିଜା ଶୀତୁଆ ସଞ୍ଜରେ
ଭେଟିଥିଲି ତାକୁ,
ଇବ୍‌ ନଈ ଆରପାରି ବନ୍ଧପାଲି ଗାଁ ମୁଣ୍ଡ
ଶାଳବଣ ଉହାଡ଼ରେ ବାଣ୍ଟି ଚାଲିଥିଲା
ଦନା ଦନା ହାଣ୍ଡିଆ, ମହୁଲି୤

ଆଠହାତି କସ୍ତା ଖଣ୍ଡିକରେ
ଦେହ ତାର ଅଧା ଅନାବୃତ୍ତ
କଙ୍ଗାରୁ ଶାବକ ପରି
କାଖତଳେ ଲଟ୍‌କି ରହିଥିଲା ତା’ ବର୍ଷକର ଛୁଆ
ଜୁଳୁଜୁଳୁ ରହିଥିଲା ଚାହିଁ୤

ପଚାରି ବୁଝିଲି-
ନାଁ ତାର ମାରିୟମ୍‌ ଲାକ୍ରା,
ପାଞ୍ଚଟି ସନ୍ତାନ ତାର
ବନ୍ଦ ହେବାପରେ ସିମେଣ୍ଟ କାରଖାନା
ସ୍ବାମୀ ତା’ର ହେଇଚି ବେକାର
ମଦରନ୍ଧା ବେଉସାରେ
ଦୁଃଖ କଷ୍ଟେ ଚଳାଏ ସଂସାର୤

ଆଜି ତାର କଚ୍ଚେବାର
ସୁନ୍ଦରଗଡ଼ରୁ କେଉଁ ବାବୁ ଆସି
ସାତଦିନ ହେଲା ଦେଇଯାଇଛନ୍ତି ଟଙ୍କା ଦି’ହଜାର
ଯୋଗାଇ ଦେବାକୁ ମଦ
ଯାହାର ବା ଯେତେ ପ୍ରୟୋଜନ,
ପରଦିନ ସକାଳୁ ଯେ ଭୋଟ୍‌ ଗ୍ରହଣ୤

ବୁଝିହେଲା ନାହିଁ,
ଇଏ ମାରିୟମ୍‌ ଲାକ୍ରା, ନା ମାଣିକ ଗୌଡ଼ୁଣୀ୤
ବିଚରା ଦହିବାଲୀ କ’ଣ ବା
ବୁଝିଥିଲା ଗଜପତିର ଫିକର
କଳା ଧଳା ଘୋଡ଼ା ଚଢ଼ି
ଯାଉଥିବା ଦୁଇ ଅଶୁଆର ସତରେ କାଳିଆ ବଳିଆ
ନା ସୁନାମୁଦି ଆଣିଥିବା
କପଟୀ ରାଜାର ବଶମ୍ବଦ ପାଇକ ?

ଜଗନ୍ନାଥଙ୍କ ଦ୍ବାହି ଦେଇ
କ୍ଷତାକ୍ତ ଓ ରଣନିବୃତ୍ତ ପାଇକ କୁଳକୁ
ପରାସ୍ତ ପୁରୁଷୋତ୍ତମ
କେଉଁ ସ୍ବାର୍ଥରେ ବା କରୁଥିଲେ
କାଞ୍ଚି ଅଭିଯାନ, ବୁଝିଥିଲା କି ମାଣିକ ?
ନା ଏବେ ବି ବୁଝିପାରୁଚି ମାରିୟମ୍‌ ?

ବାସ୍‌ ଗୋଟେ ରତ୍ନମୁଦିରେ କି ନୋଟ୍‌ ବିଡ଼ାକରେ
ଏମାନେ ତ ଚିର ପ୍ରତାରିତା,
କ୍ଷମତା ଓ ବିଳାସର ସହଜପ୍ରାପ୍ତି ପାଇଁ
ଶାସକ ତ ଲୋଡ଼ୁଥାଏ
ମାଣିକ ଓ ମାରିୟମ୍‌ର ଦୈନ୍ୟ, ସରଳତା୤

ତେବେ କାହାକୁ କହିବା ଇତିହାସ ?
ବଦଳିଯାଇଚି କି ଆକାଶର ରଙ୍ଗ ?
ସ୍ଥିର ହେଲାଣି କି ଏଯାଏଁ ଟଳମଳ ସୂର୍ଯ୍ୟ ?
କେବଳ ଦହିର ନାଁ ହେଉଚି ମଦ୍ୟ,
ମାଣିକପାଟଣାର ନାଁ ହେଇପାରେ
ମାରିୟମ୍‌ ପାଲି,
କାଞ୍ଚି ଅଭିଯାନର ନାଁ ବଦଳି
ହେଇଚି ନିର୍ବାଚନ୤

ନା ମାଣିକର ଭାଗ୍ୟ ବଦଳିଚି
ନା ମାରିୟମ୍‌ର ଜୀବନ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସନତ୍‌ ରାୟ
ସନତ୍‌ ରାୟ
ସାମ୍ପ୍ରତିକ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ପ୍ରଗତିଶୀଳ କବି ଭାବରେ ସନତ୍‌ ରାୟ(୧୯୫୫-୨୦୧୦) ଏକ ସ୍ବତନ୍ତ୍ର ନାମ୤ ତାଙ୍କର ପ୍ରତ୍ୟେକ କବିତା କେବଳ ହୃଦୟକୁ ସ୍ପନ୍ଦିତ କରେନାହିଁ, ମସ୍ତିଷ୍କକୁ ଆନ୍ଦୋଳିତ କରି ଦେବାର ସାମର୍ଥ୍ୟ ମଧ୍ୟ ରଖେ୤ ଇସ୍ପାତ ସହର ରାଉରକେଲାରେ ଅଧ୍ୟାପନା ବୃତ୍ତିରେ କାର୍ଯ୍ୟ କରୁଥିଲାବେଳେ ଅସମୟରେ ତାଙ୍କର ମୃତ୍ୟୁ ହୋଇଥିଲା୤ ଶ୍ରୀ ରାୟ ଗଳ୍ପ ଓ ପ୍ରବନ୍ଧ ସହିତ ବିଭିନ୍ନ ସାହିତ୍ୟ ଆଲୋଚନାମୂଳକ ରଚନା ଲେଖିଥିଲେ ସୁଦ୍ଧା ଜଣେ କବି ଭାବେ ଅଧିକ ପ୍ରତିଷ୍ଠା ଲାଭ କରିଥିଲେ୤ ତାଙ୍କର ଜୀବଦ୍ଦଶା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ମାନସୀ |  ସେପ୍ଟେମ୍ବର୍ ୨୮, ୨୦୧୨ - ୭:୩୩ ଅପରାହ୍ନ

    badhia lagila.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )