ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ବିପ୍ର ଆଚାର୍ଯ୍ୟ
ଗୋପାଳ ଚନ୍ଦ୍ର ପ୍ରହରାଜ
ସଦାନନ୍ଦ ତ୍ରିପାଠୀ
ମୃଣାଳ
କୁନ୍ତଳା କୁମାରୀ ସାବତ
ଦିଲ୍ଲୀପ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମନ୍ଦାରଗଡ଼ର ମମତାମୟୀ
 |- ରାଜେନ୍ଦ୍ର ପ୍ରସାଦ ଦାଶ
 
 
ତା: ଜାନୁଆରୀ ୪, ୨୦୧୬  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଅଧ୍ୟାପକ ସୁମନ୍ତ ମହାନ୍ତି ମନ୍ଦାରଗଡ଼ର ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ରଙ୍କ ବାଟଘର ତକ୍ତପୋଷ ଉପରେ ନିଘୋଡ଼ ନିଦରୁ ଉଠିପଡ଼ିଲା। କ’ଣ ଗୋତେ ବିକଟାଳ ରଡ଼ି ଶୁଣିଥିବାପରି ଲାଗିଲା। ଆରପଟ ଖଟରେ ଶ୍ରୀଚନ୍ଦନ ମଧ୍ୟ ବସିପଡ଼ିଲା ପରି ତାକୁ ଦିଶିଗଲା। ଘନ ଘନ ବିଜୁଳି। ଘଡ଼ଘଡ଼ି। ସାଇଁ ସାଇଁ ପବନ ! କିଟି କିଟି ଅନ୍ଧାର। ସକାଳୁ ପ୍ରାୟ ଦୁଇଶ କିଲୋମିଟର ଆସିଚି। ପ୍ରତାପପୁର କଲେଜ୍‌ର ମୁଖ୍ୟ ଅତିଥି। ଖାଲି କଥା ଦେଇଥିଲା ବୋଲି ସେ ସକାଳୁ ଭୁବନେଶ୍ୱର ଛାଡ଼ିଥିଲା, ଯଦିଓ ଜାଣିଥିଲା ଯେକୌଣସି ମୁହୂର୍ତ୍ତରେ ଝଡ଼ଟା ଆସିଯିବ। ପ୍ରତାପପୁର ଆଉ ସତର କିଲୋମିଟର ଅଛି, ଗାଡ଼ିଟା ବିଗିଡ଼ିଗଲା। ସେ ଓ ଡ୍ରାଇଭର୍‌ ବର୍ଷା ଭିତରେ ଗାଡ଼ିଟା ଠେଲି ଠେଲି ଅଧକିଲୋମିଟର ନେଲା ପରେ ଅଟକିବାକୁ ବାଧ୍ୟ ହେଲେ। ରାସ୍ତାଟା କଟିଯାଇଥିଲା। ହାତେ ଗହୀର ଦିହାତ ଚଉଡ଼ାରେ ଘୁ ଘୁ ହୋଇ ପାଣିସୁଅ ଛୁଟୁଥିଲା। ତିନ୍ତିବୁଡ଼ି ସାହାଯ୍ୟ ସନ୍ଧାନରେ ଦେଢ଼ କିଲୋମିଟର ଚାଲି ମନ୍ଦାରଗଡ଼ର ଶ୍ରୀଚନ୍ଦନ ଦୁଆରେ ଛିଡ଼ା ହୋଇଥିଲା।

ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ର। ତ୍ରିପଣ୍ଡ କଳା। ଠିଆ ଠିଆ ଟାଆଁସା ବାଳ, ଚିତାବାଘ ଆଖିପରି ସ୍ଥିର, ଗଭୀର ଜଳନ୍ତା ଦିଇଟା ଆଖି। ବାଘୁଆ ନିଶ ମେଦବର୍ଜିତ ସୁଗଠିତ ସୁଠାମ ବୃଷସ୍କନ୍ଧ ଶାଳପ୍ରାଂସ ଭୁଜ ପୁରୁଷର୍ଷଭ। କଣ୍ଠସ୍ୱର ବଜ୍ର ନିର୍ଘୋଷ। ମିତବାକ୍‌। ପଦେ ଦିପଦ କଥାରେ ଏମନ୍ତ ପାଗରେ ସୁମନ୍ତର ଘରୁ ଗୋଡ଼ କାଢିବାର ହେତୁ, ରାସ୍ତାର କଦର୍ଥନା ଓ ଏବର ଅସହାୟତା ବୁଝି ଦିଇଟା ମଜ୍‌ବୁତ୍‌ ମୋଟା ତାକ୍‌ଡ଼ା ତିନିଜଣ ଭେଣ୍ଡା ଓ ଗୋଟେ ଟର୍ଚ୍ଚ ଯୋଗାଡ଼ କରି ଗାଡ଼ିଟାକୁ ଉଦ୍ଧାର କରି ବାହାର ଅଗଣାରେ ପହଞ୍ଚାଇଥିଲେ। ରାତି ନଅଟା। ଜଣକୁ ପ୍ରତାପପୁର ପଠେଇ ଦେଇଛି। ଆଜି ଆଉ କି ସଭା ? ଆପଣ ବରଂ ରାତିଟା ଏଇଠି ରହନ୍ତୁ।

ସୁମନ୍ତ ଅଗତ୍ୟା ରାଜି ହୋଇଥିଲା। ରାତିରେ ରୁଟି କୁକୁଡ଼ା । ତକ୍ତପୋଷ ଉପରେ ମୋଟା ନଡ଼ିଆକତା ଗଦି। ତା ଉପରେ ମଖମଲି ତୋଷକ। ସୁମନ୍ତକୁ ଖଣ୍ଡେ ହଳଦିଆ ଦୋସୂତି ଘୋଡ଼ିହେବା ବଢ଼େଇ ଦଉ ଦଉ ଶ୍ରୀଚନ୍ଦନ କହିଲେ,
ରାତିବିକାଳି କାଳେ ଡରିବେ। ଅନୁମତି ହେଲେ ମୁଁ ସେପଟେ ଖଟଟାରେ ଶୋଇବି।
ସୁମନ୍ତ ଆଶର୍ଯ୍ୟ । କି ଅଦ୍ଭୁତ ଲୋକ। ବଳେପଶା ଅତିଥିର ଅନୁମତି ଲୋଡ଼ୁଛନ୍ତି ! କହିଲା ,
ମୋର ଡରଭୟ ନାହିଁ ଆଜ୍ଞା
ଭୂତପ୍ରେତ ?
ହସି ଉଠିଥିଲା ସୁମନ୍ତ।
ଭୂତପ୍ରେତ ଯଦିବା କେବେ ଥିଲେ ଆଉ ନାହାଁନ୍ତି। ସବୁଗୁରା ମଣିଷ ହୋଇଯାଇଚନ୍ତି । ନହେଲେ ଏତେ ହାଉଯାଉ ହୁଅନ୍ତେ କିମିତି ?
ଆପଣଙ୍କ କଥାକୁ ତାରିଫ୍‌ କଲେବି ମତେ କହିବାକୁ ହଉଛି ଯେ, ଭୂତ ସତରେ ଅଛନ୍ତି। ଆଜି ହୁଏତ ଆପଣ ଜାଣିବେ।
ଜାଣିବି ନା ଦେଖିବି ? ସେମାନେ କ’ଣ ଏଇଘରେ ଚଳପ୍ରଚଳ ହଉଚନ୍ତି ? ଶ୍ରୀଚନ୍ଦନଙ୍କ ଆଖି ଦି’ଟା ଆହୁରି ଜଳି ଉଠିଲା,
ମତେ ବା ଏ ଘରର ଲୋକଙ୍କୁ ପହଳରେ ବି ଭୂତ କହିବା ଶୋଭା ପାଇଲା ନାହିଁ ମହାଶୟ। ଛାଡ଼ନ୍ତୁ ଆପଣ ନୂଆ ଲୋକ। ଏ ଘର ନୁହେଁ। ଏଇ ଗାଁରେ। ସବୁଦିନେ ନୁହେଁ। ବର୍ଷରେ ଥରେ। ଦଶବର୍ଷ ହେଲା। ଶ୍ରାବଣ ଅମାବାସ୍ୟା ରାତିରେ। ସୁମନ୍ତ ଅନୁତପ୍ତ ହେଲେ ବି ଭୂତ ସ୍ୱୀକାର କରିବାକୁ ନାରାଜ। ପଚାରିଲା,
କେଉଁ ବିଦେହୀ ଆତ୍ମା।
ମନେ ହେଉଛି ଆପଣ ପ୍ରେତତ୍ତ୍ୱରେ ଅବଗ୍ରାହୀ। ତଥାପି ଏପରି ପ୍ରଗଳ୍ଭ କାହିଁକି ? କେବଳ ମୁଁ ନୁହେଁ। ଏ ଖଣ୍ଡମଣ୍ଡଳରେ ସମସ୍ତେ ଜଣନ୍ତି। ଆମ ସାନ ସାଆନ୍ତାଣୀ । ଏପରି ମମତାମୟୀ କମ୍‌ ଥିବେ। ଦୁର୍ଘଟଣାରେ ଦଶବର୍ଷ ତଳେ କାଳ ହୋଇଗଲା , ଶ୍ରାବଣ ଅମାବାସ୍ୟା ଉପରଓଳି। ସେଇ ରାତିରେ ସେ ଆଉ ଗୋଟିଏ ପ୍ରାଣି ଦେହରେ ଆବିର୍ଭୂତା ହେଲେ। ସେଇ ଆରମ୍ଭ । ୟା ଭିତରେ ନାନା ଗୁଣିଗାରେଡ଼ି, ମନ୍ତ୍ର ଯନ୍ତ୍ର,ଶାନ୍ତି-ସ୍ୱସ୍ଥ୍ୟୟନ।, ପୁଜା-ଅର୍ଚ୍ଚନା, ଯାଗଯଜ୍ଞ କରାଯାଇଛି। ଏଇଟା ଦଶମ ବର୍ଷ। ଅନେକଙ୍କର ବିଶ୍ୱାସ ଯେ, ଦଶବର୍ଷରେ ପ୍ରେତଯୋନିରୁ ମୁକ୍ତି ସମ୍ଭବ। ଆଉ ହୁଏତ ତାଙ୍କର ଆବିର୍ଭାବ ହେବନାହିଁ। ତଥାପି ମହାଶୟ, ହନୁମାନ ଚାଳିଶା ଆବୃତ୍ତି କରୁଛି। ଅନୁରୋଧ , ଆବୃତ୍ତିର ଅନୁସରଣ କରିବା ହେବେ।

ଶ୍ରୀଚନ୍ଦନ ହନୁମାନ ଚାଳିଶା ଗାଇଲେ। ତାଙ୍କ ପଛେ ପଛେ ସୁମନ୍ତ। “ ଭୂତ ପିଚାଶ ନିକଟ ନେହିଁ ଆୱେ, ମହାବୀର ଜବ ନାମ ଶୁନାୟେ ।” ପଦଟି ଆଉଡେଇଲା ବେଳେ ସୁମନ୍ତ ଏକ ପରମ ନିଶ୍ଚିନ୍ତତା ଅନୁଭବ କଲା। ପରେ ପରେ କ୍ଳାନ୍ତ ଅବସନ୍ନ ସୁମନ୍ତ ପ୍ରାୟ ସାଙ୍ଗେ ସାଙ୍ଗେ ଶୋଇପଡ଼ିଲା ।

ଶବ୍ଦଟା ଶୁଣି ଉଠିପଡ଼ି ସୁମନ୍ତ ଟର୍ଚ୍ଚଟା ଟିପିଦେଲା ବେଳକୁ ଶ୍ରୀଚନ୍ଦନ କହିଲେ ;
ଅଧ୍ୟାପକ ମହାଶୟ, ଆଜି ଶ୍ରାବଣ ଅମାବାସ୍ୟା ମନେ ଅଛି ? ଆମର ସବୁ ପ୍ରଚେଷ୍ଟା ବ୍ୟର୍ଥ ହୋଇଛି। ସାଆନ୍ତାଣୀ ପ୍ରେତ ଯୋନିରେ ହିଁ ଅଛନ୍ତି ।
ଶ୍ରୀଚନ୍ଦନ ମହାଶୟ, ଆପଣତ ଏଇ ମାତ୍ର ଉଠିଲେ। ଜାଣିଲେ କିପରି ?
ସୁମନ୍ତବାବୁ, ଆପଣ କାହିଁକି ଉଠିପଡ଼ିଲେ ?
କ’ଣ ଗୋଟେ ବିକଟାଳ ଶବ୍ଦ ଶୁଣିଲାପରି ଲାଗିଲା।
ବିକଟାଳ ! ମତେ ତ ବିକଳ କ୍ରନ୍ଦନ ପରି ଶୁଭିଲା। ଶୁଭେ। ଆଉ ଟିକକ ପରେ ଶୁଣିବେ। ବିରାମହୀନ ଆକୁଳ କ୍ରନ୍ଦନ। ନାନା ସ୍ୱରଗ୍ରାମରେ। ସମୁଦ୍ରର ପାଣି ଗୋଟିଏ ଆବର୍ତ୍ତରେ ରସାତଳଗାମୀ ହେଲେ ବା ପୃଥିବୀର ସବୁ ପବନ ଗୋଟିଏ ରନ୍ଧ୍ରରୁ ବିନିର୍ଗତ ହେଲେ କିପରି ଶୁଭନ୍ତା ସୁମନ୍ତ ବାବୁ ?
ବୁଝିପାରିଲେ ନାଇଁ ଆଜ୍ଞା।
ସୁମନ୍ତ ସତରେ ବୁଝିପାରୁ ନଥିଲା। ଭାବୁଥିଲା – କି କଳ୍ପନାରେ ବାବା ! କି ଭାଷା ! କିନ୍ତୁ ତା’ ପାଇଁ ଅସଲ ପ୍ରହେଳିକା ସେଇ ମମତାମୟୀଟି। ଦୁର୍ଘଟଣାରେ ମଲେ। କି ଦୁର୍ଘଟଣା ? ପ୍ରେତ କାହିଁକି ହେଲେ ? ପୁଣି କୋଉ ପ୍ରାଣୀଟିକୀ ଆଦରିଚନ୍ତି ? ସେଇ ନିର୍ଦ୍ଦିଷ୍ଟ ପ୍ରାଣିଟି କ’ଣ ଦଶବର୍ଷ ହେଲା ବଞ୍ଚିଚି ? ତା ପ୍ରଶ୍ନ ଶୁଣିଲାପରି ଶ୍ରୀଚନ୍ଦନ କହି ଚାଲିଲେ ,

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜେନ୍ଦ୍ର ପ୍ରସାଦ ଦାଶ
ଜଣେ ପ୍ରତ୍ନତତ୍ତ୍ୱବିଦ୍‌ ଓ ଅଧ୍ୟାପକଭାବେ ପ୍ରତିଷ୍ଠାଲାଭ କରିଥିବା ରାଜେନ୍ଦ୍ର ପ୍ରସାଦ ଦାସ(୧୯୩୦-୨୦୦୬) ଜଣେ ଲେଖକଭାବେ ମଧ୍ୟ ପରିଚିତ ଥିଲେ। ତାଙ୍କର ଲେଖାଗୁଡ଼ିକର ସ୍ୱତନ୍ତ୍ରତା ହେଉଛି ତାଙ୍କର ଲେଖକଭାବେ ପରିଚୟ। ତାଙ୍କର ପ୍ରକାଶିତ ସଙ୍କଳନ ମଧ୍ୟରେ ‘ଆଜି କାଲି ପଅରଦିନ” - ଉପନ୍ୟାସ ଏବଂ ‘ଚାହିଁଲେ ଆକାଶ” - ଗଳ୍ପ ସଙ୍କଳନ ଆଦି। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପାଇଥିଲେ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤