ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଜୟନ୍ତ ମହାପାତ୍ର
କାମାକ୍ଷୀ ପ୍ରସାଦ ଦାଶ
ରମେଶ ଚନ୍ଦ୍ର ଦାସ
ବିଷ୍ଣୁପ୍ରିୟା ମହାପାତ୍ର
ରଜତ କୁମାର ମିଶ୍ର
ବିରଜା ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମନ୍ଦାରଗଡ଼ର ମମତାମୟୀ
 |- ରାଜେନ୍ଦ୍ର ପ୍ରସାଦ ଦାଶ
 
 
ତା: ଜାନୁଆରୀ ୪, ୨୦୧୬  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ସାନ ସାଆନ୍ତାଣୀ ପଚିଶ ବର୍ଷରେ ବିଧବା ହେଲେ। ସତୀ ହେବାକୁ ଚାହୁଁଥିଲେ। ଦଶବର୍ଷର ଏକାମାତ୍ର ପୁଅଟି ପାଇଁ ବଞ୍ଚିଲେ। ପୁଅ ଯୋଗ୍ୟ ହୋଇ ବିଦେଶ ଗଲେ। ସେଠାରେ ଘର ସଂସାର କରି ରହିଲେ। ସାଆନ୍ତାଣୀ ଆରମ୍ଭରୁ ଦିଅରକୁ ବହୁତ ସ୍ନେହ କରୁଥିଲେ। ପୁଅ ନ ଫେରିବାରେ ଆହୁରି ବେଶୀ ସ୍ନେହ କଲେ। କ’ଣ କିମିତି ହେଇଗଲା ! ସାଆନ୍ତାଣୀ ଗର୍ଭବତୀ ହେଇଗଲେ। ଗୋଟେ କାହାକୁ ଡକେଇ ଗର୍ଭନଷ୍ଟ କରାଇବାରେ ପ୍ରଚୁର ରକ୍ତଶ୍ରାବ ହେଲା। ମରିଗଲେ। ଆମେ ସବୁ କୁଳକୁଟୁମ୍ବ ଲାଜରୁ ଚୁପ୍‌ଚାପ୍‌ ଶବସତ୍କାର କରିଦେଲୁ। ସେଇ ରାତିରେ ସାରସଟିଏ ମଶାଣିର ଓସ୍ତଗଛରେ ବସି ବିଳାପ କରିବାରେ ଲାଗିଲା। ବାସ୍‌ ଖାଲି ରାତିଟା। ସକାଳୁ ନଥିଲା। ପ୍ରତିବର୍ଷ ଶ୍ରାବଣ ଅମାବାସ୍ୟାରେ ଏପରି ଘଟିଲା। ସାରସ ଡାକ ଶୁଣିଛନ୍ତି ଆଜ୍ଞା ? ତୁରୀପରି ! ତୁର୍‌ ତୁର୍‌ ତୁର୍‌ ତୁରର୍‌ । ସାଆନ୍ତାଣି-ସାରସଟା କିନ୍ତୁ ମଣିଷ ପରି ବାହୁନେ। ଅବଶ୍ୟ ଭୟଙ୍କର ବଡ଼ପାଟିରେ ।
କ’ଣ ସେଇ ଏକା ସାରସ ?
ନାଇଁ ଆଜ୍ଞା । ପ୍ରତିବର୍ଷ ଗୋଟିଏ ନୂଆ ସାରସ ବୋଧହୁଏ । ଦି ତିନିବର୍ଷ ଆମେ ବାଣୁଆ ଲଗେଇଲୁ। ଚାରି ଚାରିଟା ସାରସ ମରାହେଲେଣି। ସାରସ ଦେଖିଛନ୍ତି ଆଜ୍ଞା ? ମଣିଷ ଉଞ୍ଚା ବିରାଟ ପକ୍ଷୀ । ଲମ୍ବା ଲମ୍ବା ନାଲିଗୋଡ଼। ମୁଣ୍ଡ ଓ ପାଖକୁ ଲାଗିଥିବା ବେକ ବି ନାଲି। ନାଲି ପଗଡ଼ି ପିନ୍ଧିଥିବା ମଣିଷ ଯେମମିତି ! ଆଶ୍ଚର୍ଯ୍ୟ କଥା କ’ଣ କହିବି ଆଜ୍ଞା, ଆମେ ଯଉଗୁରାଙ୍କୁ ମରେଇଲୁଣି ସବୁଗୁଡ଼ାଙ୍କ ଥଣ୍ଟ ବକଟେ ବକଟେ। ବେକମୁଣ୍ଡ ମିଶାମିଶି। ଢିମାଢିମା ଗୋଲ ଆଖି। ପେଚାପରି ମୁହଁ, ଅବିକଳ ମଣିଷ ପରି । ଦେଖିଲେ ଡର ମାଡ଼େ।

ସୁମନ୍ତ ମନରେ ନାନା ପ୍ରଶ୍ନ। ସାରସମାନେ ଯୋଡ଼ିବାନ୍ଧି ରହନ୍ତି। ଜଳା ଭୂମିରେ ବସା ବାନ୍ଧନ୍ତି । ଭୁଲ ବୁଝିଛନ୍ତି ଶ୍ରୀଚନ୍ଦନ। ଆଉ କି ଚଢ଼େଇ ହେଇଥିବ। ଅମାବାସ୍ୟା ଦିନ ଚଢ଼େଇଦଳ ଏଇ ବାଟଦେଇ ଉଡ଼ିଯାଉଥିବେ। ଗୋଟିଏ ଦଳଛଡ଼ା ହେଇ ଅଟକି ଯାଇଥିବ। କହିଲା।
ଆଉ କୋଉ ଚଢେଇ ହେଇଥିବ ଆଜ୍ଞା। ସାରସ ଗଛରେ ରହେନା। ଏକୁଟିଆ ବି ନୁହେଁ।
ସୁମନ୍ତ ବାବୁ ! ସାରସ ଚିହ୍ନିବାରେ ଆମର ଭୁଲ୍‌ ହେବ? ଆମ ପାଟରେ ଭେଳା ଭେଳା ସାରସ ଆଜ୍ଞା। ଅନ୍ୟ ଚଢ଼େଇ ନୁହେଁ, ସାଆନ୍ତାଣୀ ଗୋଟେ ବେଯୋଡ଼ ସାରସ ବାଛି ବିଜେ ହୋଇ ପଡ଼ୁଛନ୍ତି। ଭାରି ଭଲ ଗାଉଥିଲେ ସିଏ। କେତେଥର ମୁଁ ନିଜେ ଦୂରରୁ ଶୁଣିଛି, ଗୋପାଳକୃଷ୍ଣଙ୍କ ‘‘ସାର ସଜ ସାରସ ଲପନାରେ ’’। ଦିଅରର ନାଆଁ ମଧ୍ୟ ସାରଙ୍ଗ। ଯୋଉଥିରେ ହେଉ, ସାଆନ୍ତାଣୀ ଜାଣିଶୁଣି ଏଇ ଚଢ଼େଇଟିକୁ ବାଛିଛନ୍ତି।

ସୁମନ୍ତ କହିବାକୁ ବାହାରୁଥିଲା ଯେ, ‘ ସାରସ ଲପନା’ ର ସାରସାଟା ଚଢେଇ ନୁହଁ , ଫୁଲ। ପଦ୍ମଫୁଲ। ମାତ୍ର ତା’ର ମନେ ପଡ଼ିଗଲା, ସାରସ ଓ ସାରଙ୍ଗ ଉଭୟ ଶବ୍ଦ ପଦ୍ମ ଓ ରାଜହଂସ ପାଇଁ ମଧ୍ୟ ପ୍ରଯୁଜ୍ୟ। ଠିକ୍‌ ସେତିକିବେଳକୁ ତାକୁ ଲାଗିଲା, ଚାରିଆଡ଼େ ଗୋତେ ଅଦ୍ଭୁତ ସ୍ତବ୍‌ଧତା ଛାଇଯାଉଛି। ମେଘ, ପବନ, ବିଜୁଳି ସବୁ ଯେମିତି ହଠାତ୍‌ ବନ୍ଦ ହେଇଯାଇଚି। ସେଇ ନିମିଷକର ଅଖଣ୍ଡ ନିରନ୍ଧ୍ର ସ୍ତବ୍‌ଧତାକୁ ଚୂର୍‌ମାର କରି ଗୋଟେ କ୍ରମବର୍ଦ୍ଧିଷ୍ଣୂ ବିଳାପ ଧ୍ୱନି ଦିଗବିଦିଗ ବ୍ୟାପିଗଲା- ଆଁ ଆଁ ଆ ଆ ।

ହଠାତ୍‌ ଆଉ ଗୋଟେ ଶବ୍ଦ। ଗୁଳି। ଶ୍ରୀଚନ୍ଦନ ଖଟରୁ ଡେଇଁପଡ଼ି ଦଉଡ଼ିଲେ। ପଛେ ପଛେ ସୁମନ୍ତ। ଆଗରେ ବିରାଟ ଓସ୍ତଗଛ। ଚଢ଼େଇ ଡେଣାର ଫଡ଼ଫଡ଼ ସାଙ୍ଗକୁ ଗୋଟିଏ ମଣିଷର ଗଁ ଗଁ ଶବ୍ଦ। ସୁମନ୍ତ ଟର୍ଚ୍ଚଟା ଜାଳିଲା। ସବୁ ଶବ୍ଦ ବନ୍ଦ ହୋଇଗଲା। ଓସ୍ତମୂଳେ ଗୋଟେ ବିରାଟ ଚଢ଼େଇ । ତା ତଳେ ମଣିଷଟିଏ। ମଣିଷଟିଏ ଚିତ୍‌ହୋଇ ପଡ଼ିଛି। ତା ମୁହଁ ଉପରେ ଚଢ଼େଇ ମୁହଁ। ଦେହ ଉପରେ ଚଢ଼େଇ ଦେହ। ଗୋଡ଼ ଉପରେ ଚଢ଼େଇର ଗୋଡ଼। ଚଢ଼େଇ ଡେଣା ଦି’ଟା ତେର୍ଚ୍ଛେଇ ଯାଇ ମଣିଷଟାକୁ ଆବୋରି ପକେଇଚି। ଉଭୟ ରକ୍ତ ଜୁଡ଼ୁବୁଡ଼ୁ। ଖଣ୍ଡେ ଦୂରରେ ଗୋଟେ ଶକ୍ତିଶାଳୀ ରାଇଫଲ୍‌ । ସୁମନ୍ତ ଅନୁମାନ କଲା ଯେ, ଲୋକଟା ଚଢ଼େଇ ମାରିବାକୁ ରାଇଫଲ୍‌ ଫୁଟେଇଚି। ଚଢ଼େଇଟା ଖସି ପଡ଼ିଚି ଠିକ୍‌ ତା’ରି ଉପରେ । ଚଢ଼େଇ ମରିଚି ଗୁଳିରେ। ଲୋକଟା ମରିଚି ଗଛ ଶିଅରେ ମୁଣ୍ଡ ପିଟିହେଇ। ଶ୍ରୀଚନ୍ଦନ ଆଗେଇଯାଇ ଚଢ଼େଇ ଡେଣାଟା ଆଡ଼େଇଦେଇ ଚିତ୍କାର କରିଉଠିଲେ ସାରଙ୍ଗ !

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜେନ୍ଦ୍ର ପ୍ରସାଦ ଦାଶ
ଜଣେ ପ୍ରତ୍ନତତ୍ତ୍ୱବିଦ୍‌ ଓ ଅଧ୍ୟାପକଭାବେ ପ୍ରତିଷ୍ଠାଲାଭ କରିଥିବା ରାଜେନ୍ଦ୍ର ପ୍ରସାଦ ଦାସ(୧୯୩୦-୨୦୦୬) ଜଣେ ଲେଖକଭାବେ ମଧ୍ୟ ପରିଚିତ ଥିଲେ। ତାଙ୍କର ଲେଖାଗୁଡ଼ିକର ସ୍ୱତନ୍ତ୍ରତା ହେଉଛି ତାଙ୍କର ଲେଖକଭାବେ ପରିଚୟ। ତାଙ୍କର ପ୍ରକାଶିତ ସଙ୍କଳନ ମଧ୍ୟରେ ‘ଆଜି କାଲି ପଅରଦିନ” - ଉପନ୍ୟାସ ଏବଂ ‘ଚାହିଁଲେ ଆକାଶ” - ଗଳ୍ପ ସଙ୍କଳନ ଆଦି। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପାଇଥିଲେ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤