ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ସୁଶାନ୍ତ ଦାଶ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ବିଜୟ ମିଶ୍ର
ସହଦେବ ସାହୁ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମହାନଗରୀର ରାତ୍ରି
 |- ସୁରେନ୍ଦ୍ର ମହାନ୍ତି
 
 
ତା: ମେ ୨୬, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଗଙ୍ଗା ଜେଟୀରେ ଗୋଟିଏ ଷ୍ଟୀମର୍‌ରେ ଅଶାନ୍ତି ଚିତ୍କାର ଶୁଭୁଛି୤
ଚୌରଙ୍ଗୀର ଜନବିହୀନ ରାସ୍ତା ବିଜୁଳିବତୀର ନିର୍ଜନ ଆଲୋକରେ ଦିଶୁଛି ପ୍ରେତପୁରୀ ପରି ଅଶରୀରୀ ଓ ରହସ୍ୟାବୃତ୤
ଚୌରଙ୍ଗୀ-ବଣିଆ ସଂସ୍କୃତିର ମକ୍କାମଦିନା !
ଟ୍ରାମ୍‌ରାସ୍ତାର ସେପାଖେ ଦଳ ଦଳ ହୋଇ ଶରଣାର୍ଥୀ ଶୋଇଛନ୍ତି ମାଟିରେ- ତଳେ ମହାନଗରୀର ଧୂଳି, ଉପରେ ରାତିର ନିଶୀଥ ଆକାଶ୤ କୋଉଠି କୋଉଠି ବିଡ଼ିରୁ ଏ ପର୍ଯ୍ୟନ୍ତ ନିଆଁ ନିଭି ନାହିଁ, ରାସ୍ତା କଡ଼ ଚୁଲୀରେ ରଡ଼ନିଆଁ ଧପ୍‌ଧପ୍‌କରୁଚି୤

ଆକାଶରେ ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ନିଃସଙ୍ଗ ଚନ୍ଦ୍ର ମାତାଲ ପରି ଢଳିଢଳି ଚାଲିଛି ଆକାଶର ରାଜପଥରେ୤ ପାଖରେ ଗୋଟିଏ ବିଲାତୀ ହୋଟେଲ୍‌ରୁ ନାଚର ଆଡ୍ଡା କେତେବେଳୁ ଭାଙ୍ଗିଲାଣି୤ ଜଣେ ଜଣେ ବିଲାତୀ ପୋଷାକ-ପିନ୍ଧା ସାହେବ ପାଞ୍ଚ ଦଶ ମିନିଟ୍‌ଅନ୍ତରରେ ହୋଟେଲ ଭିତରୁ ବାହାରି ଆସୁଛନ୍ତି ହୁଇସିଲ ମାରି ମାରି୤

ଚୌରଙ୍ଗୀ ପେଭ୍‌ମେଣ୍ଟ୤
‘ସଲାମ ସାହେବ ୤’ ‘ସଲାମ୍‌’
‘ଛୋକ୍‌ରୀ ମାଙ୍ଗ୍‌ତେ ହେଁ ?’
‘ନନ୍‌ସେନ୍‌ସ ! କ’ଣ କହୁଛ ?- କଡ଼ା ଗଳାରେ ପଚାରିଲି୤ ମାତ୍ର ତା’ର ଏହାହିଁ ବ୍ୟବସାୟ୤ ଲୋକଟା ଟିକିଏ ଶଙ୍କି ଯାଇଁ କହିଲା, ‘ବେଶୀ ଦୂର ନୁହେଁ, ଏଇ ପାର୍କ ଷ୍ଟ୍ରୀଟ୍ ମୋଡ଼ରେ ସାହେବ !’

ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅନେକ ଗଳ୍ପ ମଧ୍ୟରୁ ମହାନଗରୀରେ ରାତ୍ରି ଏକ ପ୍ରସିଦ୍ଧ ଗଳ୍ପ୤ ୧୯୪୯ ମସିହାରେ ଲିଖିତ ଏହି ଗଳ୍ପର ସ୍ଥାନ କାଳ ପାତ୍ରରେ ଆଜି ମଧ୍ୟ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ୤
ଆଗକୁ ଆଗକୁ ଚାଲିଲା୤ ଘୃଣା ଓ ଲଜ୍ଜାରେ ମୋର ଦେହ ଥରିଗଲା୤ ସେ ଲୋକଟିକୁ ଯଦି କୁକୁର ପରି ଗୁଳି କରି ମାରି ପାରନ୍ତି ! କି ନୀଚ, କି କଦର୍ଯ୍ୟ ! ଅଥଚ ଏ ଦଲାଲୀ ସଭ୍ୟତାର ସେ ତ ଜଣେ ପ୍ରତିନିଧି ! ରାଷ୍ଟ୍ର ଓ ବ୍ୟକ୍ତି ମଧ୍ୟରେ ଦଲାଲୀ କରି ଯଦି ନେତାର ସମ୍ମାନ ମିଳେ, ନ୍ୟାୟବିଚାର ଓ ବ୍ୟକ୍ତି ମଧ୍ୟରେ ଦଲାଲୀ କରି ଯଦି ଓକିଲର ପ୍ରତିଷ୍ଠା ମିଳେ, ଭଗବାନ ଓ ବ୍ୟକ୍ତି ମଧ୍ୟରେ ଦଲାଲୀ କରି ଯଦି ମହାପୁରୁଷ ଓ ମହାତ୍ମାର ପଦବୀ ମିଳେ, ତା’ହେଲେ କେଉଁ ହତଭାଗିନୀର ମାଂସ ଓ କେଉଁ କାମୁକର ଜାନ୍ତବ କ୍ଷୁଧା ଭିତରେ ଦଲାଲୀ କଲେ, ତାହା ନିନ୍ଦନୀୟ ହେବ କାହିଁକି ? ବିଚିତ୍ର ଏହି ଦଲାଲୀ ସଭ୍ୟତା ଓ ବଣିଆ ସଂସ୍କୃତି ! ଶେଷକୁ କେଉଁଦିନ ଏ ଦେଶର ଆତ୍ମାକୁ ନେଇ ଯେ ଏମାନେ ବିକ୍ରୀ କରିଦେବେ, ତା’ର ଠିକଣା ନାହିଁ ! ଦଲାଲୀ ପରସେଣ୍ଟଜ୍ ଟା ତ ମିଳିବ- କ୍ଷତି କ’ଣ ?

ଜଣେ କିଏ ଗୋଟିଏ ଖୁମ୍ବର ଉଢ଼ାଳ ଛାଇରେ ଠିଆ ହୋଇଥିଲା୤ ମୋତେ ଦେଖି ଶିକାରୀ ପରି ଝାମ୍ପ ଦେଇ ମୋ ଆଗରେ ଆସି ଠିଆ ହୋଇଗଲା୤
ସେହି ଏକା ବିଜ୍ଞାପନ; ‘ବେଶୀ ଦୂର ନୁହେଁ ବାବୁ, ଏଇ ପାର୍କଷ୍ଟ୍ରୀଟ୍ ମୋଡ଼ ଉପରେ !’

ପଛକୁ ଫେରି ଚାହିଁଲି, ସେ ପ୍ରଥମ ଲୋକଟା ଜଣେ ସାହେବୀ-ପୋଷାକ ପରିହିତ ବିଳାସୀଙ୍କୁ ଧରି ଗୋଟାଏ ଟାକ୍ସିରେ ଉଠୁଛି !… ଆଗକୁ ଆଗକୁ ଅନାସକ୍ତ ଭାବରେ ଚାଲିଲି; ଯେମିତି କିଛି କଥା ଶୁଣିନାହିଁ ! ସେ ଲୋକଟା ମୋ ପଛରେ କେଇ ପାହୁଣ୍ଡ ଆସି ପୁଣି ଫେରିଗଲା୤ ଗୋଟିଏ ଘୋଡ଼ାଗାଡ଼ିବାଲା, ରାସ୍ତା ଉପରେ ବଗି ଛୁଟାଇ ନେଉ ନେଉ ଦିଲ୍‌ଦାରିଆ କଣ୍ଠରେ ଡାକିଲା … ‘ଆଇୟେ ସା’ବ୍‌, ବଡ଼ାବଜାର ! ବଡ଼ାବଜାର ସା’ବ୍‌୤’

ପୁଣି ଆଉ ଜଣେ୤ ସେଇ ଏକ କଥା… ‘ଏଇ ପାର୍କଷ୍ଟ୍ରୀଟ୍‌ ମୋଡ଼ ଉପରେ !’ ସେ ଲୋକଟା ଆଡ଼େ ଥରେ ଚାହିଁଲି !- ପାର୍କଷ୍ଟ୍ରୀଟ୍‌ ମୋଡ଼ର କଥା, ସେ ବିଷଦ ଭାବରେ ବର୍ଣ୍ଣନା କରିବାକୁ ଲାଗିଲା୤
ପଚାରିଲି… ‘ଏହା କ’ଣ ରୋଜଗାର ?’
ସେ ଲୋକଟା ନିର୍ବିକାର ଭାବରେ ଜବାବ ଦେଲା…
‘ହଁ ବାବୁ, ପରସେଣ୍ଟଜ୍‌ ଆଉ ବକ୍‌ଶିଶ୍‌ରୁ ରୋଜଗାର ମନ୍ଦ ହୁଏ ନାହିଁ !’
ତା’ପରେ ଚାଲିଲା ପାର୍କଷ୍ଟ୍ରୀଟ୍‌ ମୋଡ଼ର ଲୋଭନୀୟ ବିଜ୍ଞାପନ !

ପାର୍କଷ୍ଟ୍ରୀଟ୍‌ ମୋଡ଼ ନୁହେଁ, ତାର ଆହୁରି ଆଗକୁ୤
ମାର୍ଚ୍ଚ ମାସର ରାତି ! ତଳର ମାଟି ଉପରୁ ଗୋଟାଏ ଗରମ ବାଷ୍ପ ବାହାରୁଛି୤ ସର୍ବଂସହା ଧରଣୀର ମର୍ମଭେଦୀ ଦୀର୍ଘଶ୍ବାସ ! ନିଶ୍ବାସ ରୁନ୍ଧି ହୋଇ ଆସିଲା ପରି ଲାଗୁଛି୤ ରାସ୍ତାର ଡାହାଣ ପାଖରେ ଶିମିଳି ଗଛଗୁଡ଼ାକରେ ଧରିଛି ଅସୁମାରି ଫୁଲ, ପାରାଭାଡ଼ି ପରି ଉଞ୍ଚା କୋଠାଗୁଡ଼ାକରେ କେତେ ହଜାର ହଜାର ପରିବାର ଅବିକା ହୁଏତ ନିଦ୍ରା ଅଚେତନ ହୋଇ ପଡ଼ିବେଣି.. ସ୍ବାମୀ, ସ୍ତ୍ରୀ, ଭାଇ, ଭଉଣୀ, ବାପ, ଝିଅ, ସମସ୍ତେ !

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁରେନ୍ଦ୍ର ମହାନ୍ତି
ସୁରେନ୍ଦ୍ର ମହାନ୍ତି
ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସମାଲୋଚକ ସହିତ ଜଣେ ରାଜନେତା ଭାବେ ସୁରେନ୍ଦ୍ର ମହାନ୍ତି(୧୯୨୨-୧୯୯୦) ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ୤ ୧୯୪୪ରୁ ୧୯୮୮ ମସିହା ପର୍ଯ୍ୟନ୍ତ ସେ ଲେଖିଥିବା ଅନେକ ଗଳ୍ପ, ନାଟକ, ଉପନ୍ୟାସ ଓ ଆଲୋଚନା ଗ୍ରନ୍ଥ ମଧ୍ୟରେ ମହାନଗରୀରେ ରାତ୍ରି, ମରାଳର ମୃତ୍ୟୁ, ବାପୁ, କୃଷ୍ଣାବେଣୀରେ ସନ୍ଧ୍ୟା, ନୀଳାଦ୍ରୀ ବିଜୟ ଆଦି ପାଠକମାନଙ୍କ ଦ୍ବାରା ବହୁଳଭାବେ ଆଦୃତ୤ ଏହା ବ୍ୟତୀତ ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ ପଥ ଓ ପୃଥିବୀ ମଧ୍ୟ ବହୁଳ ପ୍ରସାରିତ ପୁସ୍ତକ ଭାବେ ପରିଗଣିତ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ରଶ୍ମି ପରିଡା |  ମେ ୨୬, ୨୦୧୨ - ୯:୩୮ ଅପରାହ୍ନ

    ପୁର୍ବେ ଏହି ଗପ ଟିକୁ ପଢିଥିଲି, ଏବେ ବି ଏହି ଗଳ୍ପର ପ୍ରାସଙ୍ଗିକତା ଅଛି, ଦୁନିଆରେ ଆହୁରି ଦଲାଲି ବଢିଯାଇଛି….

  • ୨. Arati Mishra |  ଜୁନ୍ ୫, ୨୦୧୨ - ୧୨:୫୪ ପୂର୍ବାହ୍ନ

    ବହୁତ ଭଲ ହେଇଛି ଗଳ୍ପଟି୤ ସବୁଠି ଦଲାଲି ଚାଲିଛି୤ଆଗରୁ ଥିଲା, ଏବେବି ଅଛି୤

  • ୩. akshaya kumar rout |  ଜୁନ୍ ୧୧, ୨୦୧୨ - ୫:୧୦ ପୂର୍ବାହ୍ନ

    jete prasansa kalebi kaam heba…..aka juganta kari srusti

  • ୪. ପ୍ରବୋଧ ଦାସ |  ଜୁନ୍ ୧୩, ୨୦୧୨ - ୨:୪୬ ପୂର୍ବାହ୍ନ

    ଭଲ ଲାଗିଲା ଏଇ ସାଇଟ୍ ୤ ବହୁତ ଭଲ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤