ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୦

ଲେଖକ ଓ ଲେଖିକା

କାଳିନ୍ଦି ଚରଣ ପାଣିଗ୍ରାହୀ
ସଦାନନ୍ଦ ତ୍ରିପାଠୀ
ଅଖିଳମୋହନ ପଟ୍ଟନାୟକ
ଫତୁରାନନ୍ଦ
ଜୟନ୍ତ ମହାପାତ୍ର
କନକଲତା ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମହାନଗରୀର ରାତ୍ରି
 |- ସୁରେନ୍ଦ୍ର ମହାନ୍ତି
 
 
ତା: ମେ ୨୬, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଏ ପୃଥିବୀରେ ଆଜି କାନ୍ଦିବା ପାଇଁ ଏତେ ଉପାଦାନ ମିଳୁଛି ଯେ, କାନ୍ଦିବା ଅତି ସ୍ବାଭାବିକ ହୋଇ ଉଠିଛି୤ ଆଉ ଲୁହ ନାହିଁ; ସେଇଥିପାଇଁ ମିନୁ ସଙ୍ଗରେ ଆଖିର ଲୁହ ମିଶାଇ କାନ୍ଦି ପାରିଲି ନାହିଁ୤
ପଚାରିଲି, ‘ତୁମେ ପାଠ ପଢ଼ିଛ ମିନୁ ?’
ମିନୁ କହିଲା, ‘ହଁ, ବହି ପଢ଼ିପାରେ୤’
ପକେଟ୍‌ରୁ ଖଣ୍ଡେ ଛୋଟ ରୂପକଥାର ବହି କାଢ଼ି ତା’ ହାତରେ ଦେଇ କହିଲି… ‘ମନ ଯେତେବେଳେ ବେଶୀ ଖରାପ ହେବ, ସେତେବେଳେ ବହି ଖଣ୍ଡକ ପଢ଼ିବ ମିନୁ, ରଖିଥାଅ୤’
କୁମାରୀସୁଲଭ ଚପଳତାରେ ମିନୁ ବହିର ସୁନ୍ଦର ମଲାଟଟା ଉପରେ କେଇଥର ହାତ ବୁଲାଇ ନେଲା୤ ବହିର ମଲାଟ ଉପରେ କେଉଁ ସେ ନାଁ ଅଜଣା ଦେଶର ରାଜକୁମାରର ଚିତ୍ର୤ ମନପବନ ଘୋଡ଼ାରେ ଉଡ଼ି ଚାଲିଛି, ବନ୍ଦିନୀ ରାଜକନ୍ୟାକୁ ମୁକ୍ତ କରିବା ପାଇଁ୤

କେଜାଣି ମିନୁ ହୁଏତ ଭାବୁଥିଲା ତା’ର ସ୍ବପ୍ନର ରାଜକୁମାର କେବେ ଆସିବ କି ? ନା, ହୁଏତ ଆସିବ ନାହିଁ୤ ମହାନଗରୀର ଉପକଣ୍ଠର ଅଗନାଗ୍ନି ବନସ୍ତ ମଝିରେ ମନପବନ ଘୋଡ଼ାର ପକ୍ଷ ଭାଙ୍ଗିପଡ଼ିଛି୤
ଶିଡ଼ିରେ ଚନ୍ଦ୍ରା ଆଉ ତା’ର ଦୁଇ ମଦ୍ୟପ ବିଳାସୀଙ୍କର ଉଚ୍ଛୃଙ୍ଖଳ ପାଦଶବ୍ଦ ଶୁଭିଲା୤ ମିନତି ଉଠି ଚାଲିଗଲା୤
ସେ ଦୁଇଜଣ ଚାଲିଗଲେ୤ ଚନ୍ଦ୍ରା ଦରଜା ବନ୍ଦକରି ମୋ ପାଖରେ ଆସି ବସି ପଡ଼ିଲା୤ ଦେହରୁ ତା’ର ବାହାରୁଥିଲା ଶସ୍ତା ଜୀନ୍‌ର କଡ଼ା ଗନ୍ଧ୤ ଘୃଣାରେ ଘୁଞ୍ଚି ଆସିଲି୤

ଚନ୍ଦ୍ରା କହିଲା- ‘ଆଜି ଆଉ ଏଠି ନୁହେଁ ବାବୁ, ଉପରକୁ ଆସନ୍ତୁ୤’
ଇଚ୍ଛା ନଥିଲା; ମାତ୍ର ଅଦମ୍ୟ କୌତୂହଳ ଦମନ କରି ନ ପାରି ଚନ୍ଦ୍ରାର ପ୍ରସ୍ତାବରେ ସମ୍ମତ ହୋଇ ତା’ ପଛେ ପଛେ ଉପରକୁ ଆସିଲି୤ ଉପର ମହଲାରେ ଚନ୍ଦ୍ରାର କେଳି ମନ୍ଦିର୤ ଭିତରଟାଯାକ ହୁଇସ୍କି, ସୋଡ଼ା ବୋତଲ, ଆଉ ସିଗାରେଟ୍‌ ଭୁଣ୍ଡି୤
ଚନ୍ଦ୍ରା ଖଣ୍ଡେ ସୋଫା ଉପରେ ବସି ପଡ଼ିଲା୤ ଜୀନ୍‌ ଓ ହୁଇସ୍କି ନିଶାରେ ତା’ର ମୁଣ୍ଡ ଧରିଥିଲା୤
ହଠାତ୍‌ ଆଖି ପଡ଼ିଲା ମୋର, ଚନ୍ଦ୍ରାର ଡ୍ରେସିଂ ଟେବୁଲ ଉପରେ ଖଣ୍ଡେ ଫ୍ରେମବନ୍ଧା ଫଟୋ ଉପରେ୤ ଫଟୋଟି ଜଣେ ସୌମ୍ୟ-ଦର୍ଶନ ଯୁବକର୤ ପାଖକୁ ଯାଇଁ ସେ ଫଟୋଟିକୁ ଦେଖିଲି୤

ଚନ୍ଦ୍ରା ଝଡ଼ ପରି ସୋଫା ଉପରୁ ଉଠିଆସି, ସେ ଫଟୋ ଖଣ୍ଡକ ଡ୍ରୟାର ଭିତରେ ପୂରାଇ ବନ୍ଦ କରିଦେଲା୤ ମୁଁ ବିସ୍ମିତ କଣ୍ଠରେ ପଚାରିଲି- ‘ଭୟନାହିଁ ଚନ୍ଦ୍ରା୤ ତୁମର ପ୍ରେମିକ ଶିରୋମଣିଙ୍କୁ ଥରେ ଭଲକରି ଦେଖିଲେ କ୍ଷତି କ’ଣ ?’
ଚନ୍ଦ୍ର ଅଶ୍ରୁ ଉଦ୍‌ବେଳିତ କଣ୍ଠରେ କାନ୍ଦି କାନ୍ଦି କହିଲା- ‘ଜାଣ, ଜାଣ ବାବୁ, କିଏ ସେ ! ସେ ମୋର ନିଜର ପୁଅ-ଜନ୍ମ ଦେଇଥିଲି ଯାହାକୁ ଦଶମାସ ଗର୍ଭରେ ଧରି ! ଜାରଜ ନୁହେଁ ସେ ବାବୁ, ତା’ ବାପର ପୁଅ୤ ଓଃ ସେଦିନ ତାକୁ ମୋ’ରି ଆଖି ଆଗରେ ହାଣି ପକାଇଲେ୤ ମଣିଷ କେମିତି ପଶୁ ହୁଏ, ସେହିଦିନ ମୁଁ ଦେଖିଛି୤ ସ୍ବାମୀକୁ ମାରିଲେ ସେମିତି୤ ତା’ପରେ ମୋତେ କେବଳ ବଞ୍ଚାଇଲେ, ମୋର ଦେହଲାଗି୤ ସେହି ଭୁକ୍ତାବିଶିଷ୍ଟ ଦେହକୁ କୌଣସି ମତେ ବଞ୍ଚାଇ ମୁଁ ପଳାଇ ଆସିଛି ଏଠିକି !’

ଚନ୍ଦ୍ରା ମୋର ଛାତି ଉପରେ ମୁହଁ ଲୁଚାଇ ଅବୋଧ ବାଳିକା ପରି କାନ୍ଦିବାକୁ ଲାଗିଲା୤ ଜୀନ୍‌ର କଦର୍ଯ୍ୟ ଗନ୍ଧ ଯୋଗୁଁ ଇଚ୍ଛା ହେଉଥିଲା ତାକୁ ଠେଲି ଫିଙ୍ଗି ଦେବା ପାଇଁ୤ ତଥାପି, ଯେତେ ଇଚ୍ଛା ହୁଏ କାନ୍ଦ, କାନ୍ଦ ଚନ୍ଦ୍ରା- କାନ୍ଦିଲେ ଯଦି ତୁମର ଅତ୍ୟାଚାରିତ ଆତ୍ମା ଶାନ୍ତି ପାଇପାରେ !

କିଛି ସମୟ ପରେ ଚନ୍ଦ୍ରା ମୋ ଛାତି ଉପରୁ ମୁହଁ ଉଠାଇ ଲୁହ ପୋଛିଲା୤ ମୁହଁର ପେଣ୍ଟ୍‌ ଲୁହରେ ଠାଏଁ ଠାଏଁ ଧୋଇଯାଇ ଦିଶୁଥିଲା ତଳର କଳା ଶେତ ଚମଡ଼ା… ଅତି କଦର୍ଯ୍ୟ ଓ ବୀଭତ୍ସ୤ କଲେଇଛଡ଼ା ଟିଣପରି୤ ଚନ୍ଦ୍ରାର ଦୁଇ ଆଖିରେ ଦୁଇବିନ୍ଦୁ ଲୁହ ଜଳୁଥିଲା, ଦୁଇମୁଣ୍ଡା ରଡ଼ନିଆଁ ପରି୤
ପକେଟ୍‌ରୁ କେଇ ଖଣ୍ଡ ନୋଟ୍‌ କାଢ଼ି, ଚନ୍ଦ୍ରା ହାତରେ ଗୁଞ୍ଜି ଦେଇ କହିଲି- ‘ମୁଁ ଆସୁଛି ଚନ୍ଦ୍ରା୤’
ଚନ୍ଦ୍ରା କହିଲା- ‘ନା ବାବୁ ଆଜି ଛାଡ଼ିବି ନାହିଁ ତମକୁ, ସେ ମାତାଲ ଦୁଇଟା…୤’
ରାତି ଦୁଇଟା ବାଜିବାକୁ ପାଞ୍ଚ ମିନିଟ୍‌ ବାକି୤
ମୁଁ କହିଲି- ‘ନାଁ, ମୁଁ ଯିବି ଚନ୍ଦ୍ରା !’
ଚନ୍ଦ୍ରା ମୋ ମୁହଁ ଉପରେ ତା’ର ଲିପ୍‌ଷ୍ଟିକ୍‌ ମଖା ଓଠ ଚାପି ଧରି କହିଲା, ‘ନା ତମେ ଯାଇ ପାରିବ ନାହିଁ ବାବୁ୤’
ଦେହ ଉପରେ ମୋର କିଏ ଯେପରି ମାଡ଼ି ଧରିଥିଲା ଖଣ୍ଡେ ଜଳନ୍ତା କୋଇଲା୤ ଚନ୍ଦ୍ରାର ରଙ୍ଗଛଡ଼ା ଗାଲ ଉପରେ ଗୋଟାଏ ଚଟକଣା ମାରି କହିଲି- ‘ଛାଡ଼ ମୋତେ୤’
ଚନ୍ଦ୍ରା ବିସ୍ମିତ ଓ ଆହତ କଣ୍ଠରେ କହିଲା- ‘ବାବୁ’୤
ମୁଁ କହିଲି- ‘ବାବୁ ନୁହେଁ୤ ଡାକିବା ପାଇଁ ଇଚ୍ଛା ହୁଏ ତ କୁହ ବାପ ବୋଲି-ତମର ପୁଅ ବଞ୍ଚିଥିଲେ…୤’
ଚନ୍ଦ୍ରା ମୋ ଛାତି ଉପରେ ମୁହଁ ମାଡ଼ି କାନ୍ଦି କାନ୍ଦି କହିଲା- ‘ହେ ଭଗବାନ୤’
ବାହାରେ ମହାନଗରୀର ରାତ୍ରି ଉପବାସ କରି ଉଠୁଥିଲା… ‘ହେ ଭଗବାନ୤’
ଗଙ୍ଗା ଜେଟୀରେ କୁଳଛଡ଼ା ଷ୍ଟିମର୍‌ର ସେହି ଅଶାନ୍ତ ଚିତ୍କାର ଭିତରେ ତାହାର ପ୍ରତିଧ୍ବନି ଶୁଭୁଥିଲା୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁରେନ୍ଦ୍ର ମହାନ୍ତି
ସୁରେନ୍ଦ୍ର ମହାନ୍ତି
ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସମାଲୋଚକ ସହିତ ଜଣେ ରାଜନେତା ଭାବେ ସୁରେନ୍ଦ୍ର ମହାନ୍ତି(୧୯୨୨-୧୯୯୦) ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ୤ ୧୯୪୪ରୁ ୧୯୮୮ ମସିହା ପର୍ଯ୍ୟନ୍ତ ସେ ଲେଖିଥିବା ଅନେକ ଗଳ୍ପ, ନାଟକ, ଉପନ୍ୟାସ ଓ ଆଲୋଚନା ଗ୍ରନ୍ଥ ମଧ୍ୟରେ ମହାନଗରୀରେ ରାତ୍ରି, ମରାଳର ମୃତ୍ୟୁ, ବାପୁ, କୃଷ୍ଣାବେଣୀରେ ସନ୍ଧ୍ୟା, ନୀଳାଦ୍ରୀ ବିଜୟ ଆଦି ପାଠକମାନଙ୍କ ଦ୍ବାରା ବହୁଳଭାବେ ଆଦୃତ୤ ଏହା ବ୍ୟତୀତ ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ ପଥ ଓ ପୃଥିବୀ ମଧ୍ୟ ବହୁଳ ପ୍ରସାରିତ ପୁସ୍ତକ ଭାବେ ପରିଗଣିତ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ରଶ୍ମି ପରିଡା |  ମେ ୨୬, ୨୦୧୨ - ୯:୩୮ ଅପରାହ୍ନ

    ପୁର୍ବେ ଏହି ଗପ ଟିକୁ ପଢିଥିଲି, ଏବେ ବି ଏହି ଗଳ୍ପର ପ୍ରାସଙ୍ଗିକତା ଅଛି, ଦୁନିଆରେ ଆହୁରି ଦଲାଲି ବଢିଯାଇଛି….

  • ୨. Arati Mishra |  ଜୁନ୍ ୫, ୨୦୧୨ - ୧୨:୫୪ ପୂର୍ବାହ୍ନ

    ବହୁତ ଭଲ ହେଇଛି ଗଳ୍ପଟି୤ ସବୁଠି ଦଲାଲି ଚାଲିଛି୤ଆଗରୁ ଥିଲା, ଏବେବି ଅଛି୤

  • ୩. akshaya kumar rout |  ଜୁନ୍ ୧୧, ୨୦୧୨ - ୫:୧୦ ପୂର୍ବାହ୍ନ

    jete prasansa kalebi kaam heba…..aka juganta kari srusti

  • ୪. ପ୍ରବୋଧ ଦାସ |  ଜୁନ୍ ୧୩, ୨୦୧୨ - ୨:୪୬ ପୂର୍ବାହ୍ନ

    ଭଲ ଲାଗିଲା ଏଇ ସାଇଟ୍ ୤ ବହୁତ ଭଲ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤