ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୁନ୍ତଳା କୁମାରୀ ସାବତ
କୃଷ୍ଣପ୍ରସାଦ ମିଶ୍ର
ରାଧାନାଥ ରାୟ
ଅମିୟବାଳା ପଟ୍ଟନାୟକ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମହାନଗରୀର ରାତ୍ରି
 |- ସୁରେନ୍ଦ୍ର ମହାନ୍ତି
 
 
ତା: ମେ ୨୬, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

କି ଭୀଷଣ ଏ ନାରୀମୂର୍ତ୍ତି ! ଏ ଶିଥିଳ ଲୋଳଚର୍ମ ତଳେ ଦିନେ ବଞ୍ଚିଥିଲା ଯେଉଁ କନ୍ୟା, ବଧୂ ଓ ମାତା, ତାକୁ ବଞ୍ଚିବାର ଏକ ବିକଟ ବାସ୍ତବତା ଅତି ନିର୍ମମ ଭାବରେ ହତ୍ୟା କରି ଆଜି ବଞ୍ଚାଇ ରଖିଛି ଯାହାକୁ, ସେ ନାରୀରୂପିଣୀ ବୀଭତ୍ସ ମହାକ୍ଷୁଧା୤ ମନୁଷ୍ୟର ଆତ୍ମାକୁ ଗ୍ରାସକରି ସୁଦ୍ଧା ତାହାର କ୍ଷୁଧା-ନିବୃତ୍ତ ହୋଇନାହିଁ୤ କି ଭୀଷଣ ! କି ବିକଟ ! ଲୋମ ମୋର ତଥାପି ଟାଙ୍କୁରି ଉଠିଲା, ଘୃଣାରେ୤

ପ୍ରତ୍ୟେକର ଚେହେରାରେ ଏମିତି କିଛିନା କିଛି ଥାଏ, ଯାହା ମନେ ପକାଇଦିଏ ଆଉ ଜଣକର କଥା୤ ସେହିପରି ସେ ସ୍ତ୍ରୀଲୋକଟିର ଦୁଇ ନାକପୁଡ଼ାଠାରୁ ଚିବୁକ ପର୍ଯ୍ୟନ୍ତ ଅର୍ଦ୍ଧବୃତ୍ତାକାରରେ ଲମ୍ବି ଆସିଥିବା ଦୁଇଟି ଗଭୀର ରେଖା, ମନେ ପକାଇ ଦେଲା ମୋର ଆଉ ଜଣେ ସ୍ତ୍ରୀଲୋକର କଥା୤

ହାଓଡ଼ାଠାରୁ ସେଥର ଯାଉଥିଲି ଦିଲ୍ଲୀ-ପଞ୍ଜାବ ମେଲ୍‌ରେ୤ ଇଣ୍ଟରକ୍ଲାସ୍‌ ଡବାରେ ଭୀଷଣ ଭିଡ଼୤ ତିଳଧାରଣ ପାଇଁ ସ୍ଥାନ ନ ଥିଲା୤ ହାଓଡ଼ାଠାରୁ ଆସାନ୍‌ସୋଲ ପର୍ଯ୍ୟନ୍ତ ଯାଇଥିଲି ଠିଆ ହୋଇ୤ ଗୋଟିଏ କୋଣରେ ଲମ୍ବା ବର୍ଥର ଶେଷକୁ ଜଣେ ହିନ୍ଦୁସ୍ଥାନୀ ମହିଳା ବସିଥିଲେ କମ୍ବଳ ବିଛାଇ୤ ମୋତେ ଦେଖି କହିଲେ… ‘ଆଉ କେତେ ଠିଆ ହୋଇ ଯିବ ବାପା ! ବସିପଡ଼ ଏଇଠି୤’

ସଙ୍କୋଚରେ ତାଙ୍କ ପାଖରେ ଜାକିଜୁକି ହୋଇ ବସିଥିଲି୤ ସ୍ବଚ୍ଛନ୍ଦ ଭାବରେ ବସିବା ପାଇଁ ସେ ମୋତେ ଅଭୟ ଶୁଣାଇ କହିଲେ…
‘ଲଜ୍ଜା କ’ଣ ବାବୁ ! ତମେ ତ ମୋ ପୁଅ ବୟସର୤ ମୋ ପୁଅ ବି ଅଛି ଦିଲ୍ଲୀରେ୤ ମୁଁ ତା’ପାଖକୁ ଯାଉଛି ଯେ !’
ତାଙ୍କର ମଧ୍ୟ ଦୁଇ ନାକପୁଡ଼ା ତଳୁ ଚିବୁକ ପର୍ଯ୍ୟନ୍ତ ଲମ୍ବି ଆସିଥିଲା ଦୁଇଟି ଅର୍ଦ୍ଧବୃତ୍ତାକାର ରେଖା୤ ସେ ରେଖା କିନ୍ତୁ ଥିଲା କୋମଳ ଓ ମସୃଣ, ଏପରି କଠୋର ନୁହେଁ୤ ଏ ସ୍ତ୍ରୀଲୋକଟି ମୋତେ ସେମିତି କେଉଁଠି ବାଟରେ ଘାଟରେ ଦେଖିଥିଲେ, ନିଶ୍ଚୟ ସମ୍ବୋଧନ କରିଥାନ୍ତା ‘ବାପା’ ବୋଲି୤

ଆଜି କିନ୍ତୁ ଏଇ ପାର୍କଷ୍ଟ୍ରୀଟ୍‌ ମୋଡ଼, ରାତି ଦୁଇଟା ବାଜିବାକୁ ପନ୍ଦର ମିନିଟ୍‌ ବାକି, ମୋ ଆଗରେ ବସିଛି ସେ ମୁହଁରେ ରୁଜ୍‌ ପାଉଡ଼ର ମାଖି !

ନୀରବତା କ୍ରମେ ଅସହ୍ୟ ହୋଇ ଉଠୁଛି୤ ଏଠୁ ପଳାଇ ପାରିଲେ ଯେପରି ରକ୍ଷା୤
ପଚାରିଲ ‘ତୁମ ନାଁ କ’ଣ ?’
ସେ କହିଲା- ‘ଚନ୍ଦ୍ରା’ ! ତା’ପରେ ଅଭ୍ୟସ୍ତ କଣ୍ଠରେ କହିଲା… ‘ଭିତରକୁ ଆସନ୍ତୁନା ! ଏଠି ଆଉ କେତେବେଳ ଯାଏ ବସିବେ ?’
ଦୁଇଖଣ୍ଡ ନୋଟ୍‌ କାଢ଼ି ଚନ୍ଦ୍ରା ହାତରେ ଗୁଞ୍ଜିଦେଇ କହିଲି… ‘ରାତି ଅନେକ ହେଲାଣି୤ ଯାଉଛି ମୁଁ !’
ଚନ୍ଦ୍ରା ହୁଏତ ମନେମନେ ଭାବୁଥିଲା ଏ ଅପ୍ରତ୍ୟାଶିତ ଅର୍ଥ ଉପରେ ତା’ର କୌଣସି ନୈତିକ ଅଧିକାର ନାହିଁ୤ ତେଣୁ ସେ ପୁଣି କ’ଣ କହିବାକୁ ବସିଥିଲା, ସେତିକିବେଳେ ଦରଜା ଖୋଲି, ମୁଁ କହିଲି…
‘ମିନୁକୁ ଅଧେ ଦେଇଦେବ ସେଥିରୁ !’
ଚନ୍ଦ୍ରା କହିଲା… ‘କିନ୍ତୁ ତା’ର ଶୁଭବଳି ପଡ଼ିନାହିଁ ଯେ !’
ଚାଲି ଯାଉଁ ଯାଉଁ ମୁଁ ଶୁଣିଲି୤

ମାର୍ଚ୍ଚର ଜ୍ୟୋତ୍ସ୍ନାଚପଳ ରାତ୍ରି ମୁହୂର୍ତ୍ତକ ମଧ୍ୟରେ ବିଷାକ୍ତ ହୋଉଠିଲା୤ ଦିନେ ମିନୁର ଶୁଭବଳି ପଡ଼ିବ୤ ତା’ପରେ ତାର ମାଂସ ବାଣ୍ଟି ଖାଇବେ ମହାନଗରୀର ବିଳାସୀମାନେ ! ଯେଉଁଦିନ ସେ ମାଂସ ସରିଯିବ, ସେଦିନ ସେ ଫିଙ୍ଗାହେବ ଉଚ୍ଚିଷ୍ଟ ମାଂସହାଡ଼ ପରି କେଉଁଠି କେଉଁ ନର୍ଦ୍ଦମାରେ !

ତା’ପର ଦିନ ରାତି ବାରଟା୤ ସେଇ ଚୌରଙ୍ଗୀ ପେଭ୍‌ମେଣ୍ଟ, ସେଇ ପ୍ରଶ୍ନ… ‘ଛୋକ୍‌ରୀ ମାଙ୍ଗ୍‌ତେ ହେଁ ସାହେବ ?’
ମୁଁ ଚାଲିଛି ପାର୍କଷ୍ଟ୍ରୀଟ୍‌ ମୋଡ଼ ଉପରେ ସେଇ ଫ୍ଲାଟ୍‌ ଆଡ଼େ !
ସେଇ ଫ୍ଲାଟ୍‌୤ ଭିତରୁ ଦରଜା ବନ୍ଦ୤ କଡ଼ା ଝଣ ଝଣ କଲି୤ ଦରଜା ଫିଟିଲା୤ ମିନତି କହିଲା… ‘ଆସନ୍ତୁ୤’ ଭିତରକୁ ଯାଇଁ ଗତ ରାତିର ସେଇ ସୋଫା ଉପରେ ବସି ପଡ଼ିଲି୤ ମିନତିର ଉଦ୍ଭିନ୍ନ-କମଳ-ମୁଖ, କାଲିଠାରୁ କିନ୍ତୁ ଆହୁରି ସୁନ୍ଦର, ଆହୁରି ପ୍ରସନ୍ନ !

ମିନତି କହିଲା… ‘ଭିତରେ କିଏ ଦୁଇଜଣ ଅଛନ୍ତି୤ ଦିଦି ଅବିକା ଆସିବେ, ଆପଣ ବସନ୍ତୁ୤ ମୁଁ ବିୟର୍‌ ନେଇ ଆସେ !’
ମୁଁ କହିଲି… ‘ନାଁ, ଖାଲି ପାଣି ଆଣ ମିନୁ୤’
କିଛି ସମୟ ପରେ ମିନତି ଗୋଟିଏ ଗ୍ଲାସ୍‌ରେ ପାଣି ଆଣି ପାଖରେ ଟି’ପୟ ଉପରେ ରଖିଦେଇ ଚାଲି ଯାଉଥିଲା୤ ମୁଁ କହିଲି… ‘ବସ ମିନୁ !’
ଦ୍ବିଧା ଓ ସଙ୍କୋଚରେ ମିନୁ ମୋରି ସୋଫାର ଗୋଟିଏ କୋଣରେ ବସିଲା୤
ମୁଁ ପଚାରିଲି… ‘ତମ ଘର କେଉଁଠି ମିନୁ ?’
ମିନୁର ଦୁଇଆଖି ଏଇ ପ୍ରଶ୍ନରେ ଛଳଛଳ ହୋଇ ଉଠିଲା୤ କ୍ରମେ ତା’ର ଦୁଇ ନିଟୋଳ ଗଣ୍ଡ ଉପରେ ବହି ଆସିଲା ଦୁଇ ଧାର ଲୁହ !
ମୁଁ ପଚାରିଲି… ‘କାନ୍ଦିଲ ଯେ !’
ସେ କହିଲା… ‘ଆମ ଘର ଏଠୁ ଅନେକ ଦୂର, ବାବୁ ! ଆମେ ପଳାଇ ଆସୁଥିଲୁ୤ ମୋ ବାପା କେଉଁଠି ହଜିଲେ୤ ଭାଇ ହାଣ ମୁହଁରେ ମଲା୤’
‘ମା ଶେଷକୁ ମୋତେ ଏଇଠି…’ ଆଉ କିଛି କହିପାରିଲା ନାହିଁ୤ ହତଭାଗିନୀ ମାତା ଶେଷକୁ ନିଜ ଜୀବନର ଭାରକୁ ଉଶ୍ବାସ କରିବା ଲାଗି, ତାକୁ ବିକ୍ରୀ କରି ଦେଇ ଯାଇଛି, ଏଇ ପାର୍କଷ୍ଟ୍ରୀଟ୍‌ ମୋଡ଼ରେ୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁରେନ୍ଦ୍ର ମହାନ୍ତି
ସୁରେନ୍ଦ୍ର ମହାନ୍ତି
ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସମାଲୋଚକ ସହିତ ଜଣେ ରାଜନେତା ଭାବେ ସୁରେନ୍ଦ୍ର ମହାନ୍ତି(୧୯୨୨-୧୯୯୦) ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ୤ ୧୯୪୪ରୁ ୧୯୮୮ ମସିହା ପର୍ଯ୍ୟନ୍ତ ସେ ଲେଖିଥିବା ଅନେକ ଗଳ୍ପ, ନାଟକ, ଉପନ୍ୟାସ ଓ ଆଲୋଚନା ଗ୍ରନ୍ଥ ମଧ୍ୟରେ ମହାନଗରୀରେ ରାତ୍ରି, ମରାଳର ମୃତ୍ୟୁ, ବାପୁ, କୃଷ୍ଣାବେଣୀରେ ସନ୍ଧ୍ୟା, ନୀଳାଦ୍ରୀ ବିଜୟ ଆଦି ପାଠକମାନଙ୍କ ଦ୍ବାରା ବହୁଳଭାବେ ଆଦୃତ୤ ଏହା ବ୍ୟତୀତ ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ ପଥ ଓ ପୃଥିବୀ ମଧ୍ୟ ବହୁଳ ପ୍ରସାରିତ ପୁସ୍ତକ ଭାବେ ପରିଗଣିତ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ରଶ୍ମି ପରିଡା |  ମେ ୨୬, ୨୦୧୨ - ୯:୩୮ ଅପରାହ୍ନ

    ପୁର୍ବେ ଏହି ଗପ ଟିକୁ ପଢିଥିଲି, ଏବେ ବି ଏହି ଗଳ୍ପର ପ୍ରାସଙ୍ଗିକତା ଅଛି, ଦୁନିଆରେ ଆହୁରି ଦଲାଲି ବଢିଯାଇଛି….

  • ୨. Arati Mishra |  ଜୁନ୍ ୫, ୨୦୧୨ - ୧୨:୫୪ ପୂର୍ବାହ୍ନ

    ବହୁତ ଭଲ ହେଇଛି ଗଳ୍ପଟି୤ ସବୁଠି ଦଲାଲି ଚାଲିଛି୤ଆଗରୁ ଥିଲା, ଏବେବି ଅଛି୤

  • ୩. akshaya kumar rout |  ଜୁନ୍ ୧୧, ୨୦୧୨ - ୫:୧୦ ପୂର୍ବାହ୍ନ

    jete prasansa kalebi kaam heba…..aka juganta kari srusti

  • ୪. ପ୍ରବୋଧ ଦାସ |  ଜୁନ୍ ୧୩, ୨୦୧୨ - ୨:୪୬ ପୂର୍ବାହ୍ନ

    ଭଲ ଲାଗିଲା ଏଇ ସାଇଟ୍ ୤ ବହୁତ ଭଲ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤