ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଗୋଟାଏ ଗଳି, ତା’ପରେ ଗୋଟାଏ ଉପଗଳି, ସେଇ ଉପଗଳି ଯେଉଁଠି ଶେଷ ହୋଇଛି, ସେଠି ତଳ ମହଲାର ଗୋଟାଏ ଫ୍ଲାଟ୍ ଉପରେ ଫ୍ଲାଟ୍ଗୁଡ଼ାକରେ ଶୁଭୁଛି ଉଚ୍ଛୃଙ୍ଖଳ ହସ, ମାତାଲ କଣ୍ଠର କୋଳାହଳ…! ଏଇ ତା’ହେଲେ ପାର୍କଷ୍ଟ୍ରୀଟ୍ ମୋଡ଼!
ସେ ଲୋକଟା ବାହାରୁ ଦରଜା ଶିକୁଳୀ ହଲାଇ ଡାକିଲା ଦରଜା ଖୋଲିଗଲା ଯିଏ ଦରଜା ଖୋଲିଲେ, ସେହି ହୁଏତ ପାର୍କଷ୍ଟ୍ରୀଟ୍ମୋଡ଼ର ବିଳାସିନୀ ! ଲଜ୍ଜାରେ ମୁଣ୍ଡ ତଳକୁ କରିନେଲି ! ତଳକୁ ଚାହିଁ କ’ଣ ଯେ ଭାବୁଥିଲି, ନିଜେ ଜାଣେନା ଲୋକଟା ମୋତେ ସାମାନ୍ୟ ଠେଲିଦେଇ କହିଲା… ‘ବାବୁ, ବକ୍ଶିଶ୍!’ ପକେଟ୍ରୁ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ୍ କାଢ଼ି ସେ ଲୋକଟାର ହାତରେ ଗୁଞ୍ଜିଦେଲି ସେ କୃତକୃତ୍ୟ ହୋଇ ନିତ୍ୟଅଭ୍ୟସ୍ତ ଭଙ୍ଗୀରେ କହିଲା… ‘ସଲାମ୍!’ ତା’ପରେ ପାର୍କଷ୍ଟ୍ରୀଟ୍ ମୋଡ଼ର ଅଧିବାସୀଙ୍କ ଆଡ଼େ ଚାହିଁ କହିଲା, ‘ମୋତେ ମିଳିଯାଉ ଦିଦି !’
ମୁଁ ପଚାରିଲି… ‘ଆଉ କ’ଣ ?’
ସେ ଲୋକଟା କହିଲା,… ‘ମୋର ପର୍ସେଣ୍ଟେଜ୍!’
ଆଉ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ୍ ସେ ଲୋକଟା ହାତରେ ଗୁଞ୍ଜି ଦେଇ କହିଲି,… ‘ଯାଅ ଏଥର !’
ସେ ଲୋକଟା ହୁଇସିଲ ମାରି ମାରି ବେପରୁଆ ଭାବରେ ଚାଲିଗଲା ପାର୍କଷ୍ଟ୍ରୀଟ୍ ମୋଡ଼ର ଅଧିବାସିନୀ ମୋ ଆଡ଼େ କିଛି ସମୟ ବିସ୍ମିତ ଆଖିରେ ଚାହିଁ କହିଲେ, ‘ଭିତରକୁ ଆସନ୍ତୁ’
ଶୋଷରେ ତଣ୍ଟିଟା କିପରି ଶୁଖି ଆସିଛି ଭିତରକୁ ଯାଇ ପଚାରିଲି, ‘କିଛି ପିଇବାକୁ ଦେଇ ପାରିବ ?’
ସେ ସ୍ତ୍ରୀ ଲୋକଟି କହିଲା, ‘ନିଶ୍ଚୟ’ ତା’ପରେ ଗୋଟିଏ ଝିଅର ନାଁ ଧରି ଡାକିଲା-
‘ମିନୁ, ମିନୁ !’
କିଛି ସମୟ ପରେ ତେର ଚଉଦ ବର୍ଷର ଝିଅଟିଏ ଆସିଲା ନିଦ ମଳମଳ ଆଖିରେ, ମୁହଁରେ ତାର ବିରକ୍ତିର ଚିହ୍ନ ସୁସ୍ପଷ୍ଟ ମାତ୍ର ସେଥିରେ ତାର ଉଦ୍ଭିନ୍ନ କମଳ ପରି ମୁଖମଣ୍ଡଳର ସୌନ୍ଦର୍ଯ୍ୟ ଯେପରି ଆହୁରି ଶତଗୁଣ ବଢ଼ି ଉଠିଛି ସେ ସ୍ତ୍ରୀଲୋକଟି କହିଲା… ‘ଗୋଟାଏ ବିୟରରେ ବରଫ ଦେଇ ନେଇ ଆ ତ, ମିନୁ’
ଯାହା ହେଉ, ଭଦ୍ର ମହିଳାଙ୍କର ରୁଚି ଅଛି ଆଶ୍ବସ୍ତ ହେଲି ! ମିନୁ ଚାଲିଗଲା ନିଦ୍ରାଶିଥିଳିତ ବେଣୀ, କେଉଁ କାମୁକର ବ୍ୟଗ୍ର ବାହୁ ପରି, ମାଂସଳ ନିତମ୍ବକୁ ତା’ର ବାରମ୍ବାର ବେଷ୍ଟନ କରି ଯାଉଥିଲା ବେଣୀରେ ବାନ୍ଧିଥିଲା ପୁଣି ଗୋଟିଏ ରକ୍ତ ଗୋଲାପ ତାହା କିନ୍ତୁ ମଥିତ, ମଳିନ ଦିଶୁଥିଲା !
ସେଇଆଡ଼େ ଚାହିଁ ରହିଥିଲି ମୁଗ୍ଧ ଆଖିରେ ସେ ସ୍ତ୍ରୀ ଲୋକଟି କହିଲା, ‘ସେ ମୋର ଭଉଣୀ ବାବୁ କିନ୍ତୁ ତାର ଶୁଭବଳି ହୋଇନାହିଁ’
ସେ ହୁଏତ ଆଶଙ୍କା କରୁଥିଲା, ମୁଁ ମିନୁର ମାଂସ ପାଇଁ ଅଡ଼ି ବସିବି ମାତ୍ର ଏ ମାଂସ କ’ଣ, ଦେହର କ୍ଷୁଧା ମେଣ୍ଟାଇଛି କେବେ ? ଏ ମାଂସ କେବଳ ମନର କ୍ଷୁଧାପାଇଁ ନିଜର କନ୍ୟା ପରି ମିନୁକୁ ସ୍ନେହ କରିହୁଏ, କିନ୍ତୁ ବାରବିଳାସିନୀ ପରି ତାକୁ ଉପଭୋଗ କରିହେବ ନାହିଁ
ମିନୁ ଗୋଟିଏ ଟ୍ରେରେ ବରଫ ମିଶା ଗୋଟିଏ ବିୟର ଗ୍ଲାସ୍ ଆଣି ରଖି ଦେଇଗଲା
ସେ ସ୍ତ୍ରୀ ଲୋକଟି କହିଲା, ‘ସିଗାରେଟ୍ ଆଣିଲୁ ନାହିଁ ଯେ !’
ମିନୁ ସିଗାରେଟ୍ ଆଣିବା ପାଇଁ ଚାଲିଯାଉଥିଲା ମୁଁ କହିଲି, ‘ମୋ ପାଖରେ ସିଗାରେଟ୍ ଅଛି, ବସ ତମେ’
ମିନୁ ବସିଲା ନିଦରେ ଆଖି ଦୁଇଟା ତା’ର ଭାଙ୍ଗିପଡ଼ୁଥିଲା ! ଇଚ୍ଛା ହେଉଥିଲା, ମିନୁର ମୁଣ୍ଡକୁ କୋଳରେ ରଖି ତା’କୁ ଶୁଣାଇବା ପାଇଁ ଉପକଥାର ରାଜପୁତ୍ର ଓ ରାଜକନ୍ୟାର କଥା ମନପବନ ଘୋଡ଼ା ଉପରେ ବସିଛି ରାଜକୁମାର କୋଳରେ ତା’ର ରାଜକୁମାରୀ ! ମନପବନ ଘୋଡ଼ା ତୀର ବେଗରେ ଉଡ଼ି ଚାଲିଛି ଆଉ ପଛରେ ଛୁଟିଛି ଗୁହାଫେରନ୍ତା କ୍ଷୁଧାର୍ତ୍ତ ଦୁର୍ଦ୍ଦାନ୍ତ ରାକ୍ଷସ
ମିନୁ ଭିଡ଼ିମୋଡ଼ି ହୋଇ କହିଲା, ‘ମୁଁ ଯାଉଛି ଦିଦି, ମୁଣ୍ଡ ବିନ୍ଧିଲାଣି’
ମିନୁ ଉଠିଗଲା
ଉଚ୍ଛଳ ସେଇ ଦୁଇ ବର୍ତ୍ତୁଳ ନିତମ୍ବ ଉପରେ ନର୍ତ୍ତିଳ ଦୀର୍ଘ କବରୀ ମିନୁ କିନ୍ତୁ ପଛରେ ରଖିଗଲା କରୁଣା, ସମବେଦନା, ବାତ୍ସଲ୍ୟ, ଘୃଣା, ସ୍ନେହ ଓ ପ୍ରବୃତ୍ତି ପ୍ରଭୃତି କେତେଗୁଡ଼ିଏ ପରସ୍ପର-ବିରୋଧୀ ଆବେଗର ମିଳିତ ଆବେଶ
ମିନୁ ଚାଲିଯିବା ପରେ, ଚାହିଁଲି ସେ ସ୍ତ୍ରୀ ଲୋକଟି ଆଡ଼େ ବୟସ ଚାଳିଶିର ପାଖାପାଖି ହେବ ଦେହର ଚମ ଶିଥିଳ ହୋଇଗଲାଣି ମୁହଁ ଉପରେ, ଦୁଇ ଆଖି କୋଣରେ ବୟସ କେତୋଟି କୁଟିଳ ରେଖା ଟାଣି ଦେଇ ଗଲାଣି ତଥାପି ଚେଷ୍ଟାକରି ସେ ନିଜକୁ ଯୁବତୀ କରିବାରେ କାର୍ପଣ୍ୟ କରିନାହିଁ ମୁହଁ ଉପରଯାକ ବୋଳା ହୋଇଛି ପେଣ୍ଟ୍ ଓଠରେ ଲିପିଷ୍ଟିକ୍, ଗାଲରେ ରୁଜ୍, କିନ୍ତୁ ଏହା ଫଳରେ ବୟସ ତା’ର ଯେମିତି ଆହୁରି ଦଶବର୍ଷ ଆଗେଇ ଯାଇଛି ପୁଅ ଥିଲେ ତା’ର କେଜାଣି, ମୋରି ବୟସର ହୁଅନ୍ତାଣି
ଅଥଚ ଆଜି ସେ ଆଉ ମୁଁ… ପାର୍କଷ୍ଟ୍ରୀଟ୍ ମୋଡ଼ର ଏଇ ଫ୍ଲାଟ… ସୋଫା ତଳେ ବିୟର ବୋତଲ ଦୁଇଟା ପଡ଼ିଛି ଖାଲିହୋଇ… ପାଖର ଆସ୍ଟ୍ରେ ଟା ଖଣ୍ଡିଆ ସିଗାରେଟ୍ରେ ରୁନ୍ଧି ହୋଇଗଲାଣି
ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?
୧. ରଶ୍ମି ପରିଡା | ମେ ୨୬, ୨୦୧୨ - ୯:୩୮ ଅପରାହ୍ନ
ପୁର୍ବେ ଏହି ଗପ ଟିକୁ ପଢିଥିଲି, ଏବେ ବି ଏହି ଗଳ୍ପର ପ୍ରାସଙ୍ଗିକତା ଅଛି, ଦୁନିଆରେ ଆହୁରି ଦଲାଲି ବଢିଯାଇଛି….
୨. Arati Mishra | ଜୁନ୍ ୫, ୨୦୧୨ - ୧୨:୫୪ ପୂର୍ବାହ୍ନ
ବହୁତ ଭଲ ହେଇଛି ଗଳ୍ପଟି ସବୁଠି ଦଲାଲି ଚାଲିଛିଆଗରୁ ଥିଲା, ଏବେବି ଅଛି
୩. akshaya kumar rout | ଜୁନ୍ ୧୧, ୨୦୧୨ - ୫:୧୦ ପୂର୍ବାହ୍ନ
jete prasansa kalebi kaam heba…..aka juganta kari srusti
୪. ପ୍ରବୋଧ ଦାସ | ଜୁନ୍ ୧୩, ୨୦୧୨ - ୨:୪୬ ପୂର୍ବାହ୍ନ
ଭଲ ଲାଗିଲା ଏଇ ସାଇଟ୍ ବହୁତ ଭଲ