ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସୂର୍ଯ୍ୟ ଉଠି ନଥା’ନ୍ତି ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି ଖରାଦିନ ମଟର ବସ୍ କଟକ ଷ୍ଟେସନ୍ ଛାଡ଼ିଲା ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା ମୋର ସେଇଆଡ଼େ କାମ ଥାଏ
ବସ୍ରେ ପଚିଶି ଜଣଙ୍କ ପାଇଁ ବସିବାର ସ୍ଥାନ, କିନ୍ତୁ ସେଦିନ ଲୋକ ଭିଡ଼ ହେତୁ ଆହୁରି ଦୁଇ ତିନିଜଣ ଅଧିକା ବସିଥାନ୍ତି ଛାତ ଉପରେ ସାଇକେଲ ଓ ଅନ୍ୟାନ୍ୟ ଜିନିଷପତ୍ର ଯାହା ତ ଅଛି, ତା’ଛଡ଼ା ଭିତରେ ମଧ୍ୟ ଜିନିଷପତ୍ର ଖୁନ୍ଦା ହୋଇଛି ଗୋଡ଼ ରଖିବାକୁ ସ୍ଥାନ ନାହିଁ
ଆଉ ଦଶଜଣଙ୍କ ପରି ମୁଁ ମଧ୍ୟ ଜଣେ ସାଧାରଣ ଯାତ୍ରୀ ବଡ଼ ବ୍ୟସ୍ତ ହୋଇ ପଡ଼ୁଥାଏ, କେତେବେଳେ ଆମର ଏ ଦୁଃଖ ଯିବ
ବସ୍ ଛୁଟିଛି ଦୁଇପାଖର ଦୁଇଧାଡ଼ି ଗଛ ସତେ କି ଗତିଶୀଳ ହୋଇ ପଡ଼ିଛନ୍ତି ଦୁଇ ପାଖର ଦିଗହଜା ବିଲ ହତଶ୍ରୀ ଦେଖାଯାଉଛି ମନ କିପରି ତିକ୍ତ ହୋଇ ଉଠିଲାଣି ପାଖର ଲୋକଟି ଘନ ଘନ ବିଡ଼ି ଟାଣୁଛି ଓ ଧୂଆଁ ଛାଡ଼ୁଛି ସମସ୍ତଙ୍କ ମଝିରେ ଆଗର ଲୋକଟି ତା’ର ଘାଗଡ଼ା କଣ୍ଠରେ ଗୋଟିଏ ଅଶ୍ଳୀଳ ସଙ୍ଗୀତର ପଦକୁ ଆବୃତ୍ତି କରୁଛି ଆଉ, ମନେ ମନେ କେଡ଼େ ଆନନ୍ଦ ଅନୁଭବ କରୁଛି ସେ ପାଖରେ ସେ କଲିକତିଆ ବନ୍ଧୁଟି, ଅନର୍ଗଳ ବକ୍ତୃତା ଦେବାରେ ବ୍ୟସ୍ତ ଦାନ୍ତରେ ସୁନାଖିଲ, ହାତରେ ଗୋଟିଏ ପୁରୁଣା ରିଷ୍ଟ୍ୱାଚ୍ ବେଳେବେଳେ ପକେଟ୍ରୁ ଛୋଟ ପାନିଆଁଟି କାଢ଼ି ମୁଣ୍ଡ ସାଉଁଳି ନେଉଛି ଆର ପାଖକୁ ବସିଛି ଯେଉଁ ବୁଢ଼ାଟି, ମୁଣ୍ଡରେ ଚୁଟି, କାନରେ ନୋଳି, ଘୁମେଇ ପଡ଼ୁଛି ପାଖ ସିଲ୍କ ପଞ୍ଜାବିପିନ୍ଧା ବାବୁଟି ଉପରେ ଚୁଟି ଝିଙ୍କା, କହୁଣି ଗେବା ଓ ଗାଳି ଖାଇ ମଧ୍ୟ ବୁଢ଼ାର ନିଦ ଭାଙ୍ଗୁନ ନାହିଁ ଏମିତି-
ବସ୍ ଛୁଟିଛି ସୂର୍ଯ୍ୟ ଉଠିଲେ ଦୂର ବରଗଛ ଗହଳି ଭିତରୁ କେହି ଚାହିଁଲେ ନାହିଁ ତାଙ୍କ ଆଡ଼କୁ ଥରଟିଏ ଚାହିଁ ମୁଁ ମଧ୍ୟ ଆଖି ଫେରାଇଲି ମୋର ବନ୍ଧୁମାନଙ୍କର କ୍ରିୟାକଳାପ ଲକ୍ଷ୍ୟ କରି ତା’ରି ଭିତରେ ମନ ହଜାଇଦେବାକୁ ଚେଷ୍ଟା କଲି
ହଠାତ୍ ବସ୍ ବନ୍ଦ ହୋଇଗଲା ଡ୍ରାଇଭର ଯେତେ ଚେଷ୍ଟା କଲା ଚଳାଇବାକୁ, ହେଲାନାହିଁ ହତାଶ ହୋଇ କହିଲା, ଆପଣମାନେ ଟିକିଏ ଓହ୍ଲାନ୍ତୁ, ମୁଁ ଦେଖେ
ବିରକ୍ତ ଲାଗିଲା ହେଲେ ଉପାୟ ନାହିଁ ବସ୍ ଯଦି ଠିକ୍ ନହୁଏ, କେଜାଣି କେତେ ସମୟ ବାଟରେ ପଡ଼ି ରହିବାକୁ ହେବ ହେ ଭଗବାନ୍ କି ଦୁର୍ଯ୍ୟୋଗ ଆଜି
ସମସ୍ତେ ଓହ୍ଲାଇଲେ
ରାସ୍ତା କର ଝଙ୍କାଳିଆ ବରଗଛ ତଳେ ବସିଲି ରାସ୍ତା ପାଖରୁ କିଛି ଦୂର ଛାଡ଼ି ବିଲ ମଝିରେ ଛୋଟ ପୋଖରୀଟିଏ ଦଳ ଭିଡ଼ି ରହିଛି ପୋଖରୀ ହୁଡ଼ାରୁ ବଙ୍କେଇ ବଙ୍କେଇ ଚଲା ବାଟଟିଏ ପଡ଼ିଛି ପାଖ ଗାଁ ଆଡ଼କୁ ମୋର ଆଖି ସେହି ବାଟ ଉପରେ ଲାଗି ରହିଲା
ସକାଳର ସୁନେଲି କିରଣ ପଡ଼ୁଥିଲା ତା’ର ସୁନ୍ଦର ପୂରିଲା ପୂରିଲା ମୁହଁ ଉପରେ ଅମଳିନ ସଦ୍ୟଫୁଟା ପଦ୍ମଫୁଲଟି ଯେପରି ଧୀର ମନ୍ଥର ଗତିରେ ଚାଲି ଚାଲି ଆସୁଛି ଲୀଳାୟିତ ଗତି, ନାଲି ରଙ୍ଗୀନ୍ ଲୁଗାର ଓଢ଼ଣା କପାଳର ଅଧେ ଘୋଡ଼ାଇ ରଖିଛି ଝୁମୁ ଝୁମୁ ବାଜୁଥିଲା ନୂପୁର ସଙ୍ଗରେ ତା’ର ଆଉ ଜଣେ ଝିଅ
ଦୃଷ୍ଟି ମୋର ଟାଣି ହୋଇଗଲା ସତେ କେଡ଼େ ସୁନ୍ଦର ! କବିତାର ମୂର୍ଚ୍ଛନା ଉଠିଲା ଛାତିରେ କାହାର ପ୍ରେୟସୀ ? କିଏ ସେ ଭାଗ୍ୟବାନ୍ ! ମନ ଉଚ୍ଛନ୍ନ ହେଲା ଜାଣିବାକୁ କାହାକୁ ପଚାରିବି ? ସଂସ୍କୃତି ଚେଇଁ ଉଠିଲା ମନରେ ପର ଦାରେସୁ ମାତୃବତ୍ ଆଖି ଫେରାଇଲି ପକେଟ୍ରୁ ଖବରକାଗଜ କାଢ଼ି ପଢ଼ିବାକୁ ଚେଷ୍ଟା କଲି ଆଖି ଆଗରେ ଅକ୍ଷରଗୁଡ଼ାକ କେବଳ ଗତି କରିଗଲା, କିଛି ବୁଝିଲି ନାହିଁ ମନଭିତରୁ ଇଙ୍ଗିତ ଦେଲା କିଏ, ଫେରି ଚାହାଁ ଲାଜ ମାଡ଼ିଲା ନିଜକୁ ମୋର ଅପରିଚିତା ବନ୍ଧୁମାନଙ୍କ ଆଡ଼କୁ ଥରେ ଚାହିଁଲି କେତେଜଣ ବସ୍ ମରାମତି କରିବାରେ ବ୍ୟସ୍ତ ଆଉ କେତେଜଣ ବାଁଆରେଇ ହୋଇ ବରଗଛ ଆଡ଼କୁ ମୋହିଛନ୍ତି
କଣେଁଇ ଚାହିଁଲି ପୋଖରୀଆଡ଼କୁ ପୋଖରୀର ଶେଷ ପାହାଚରେ ବସିଚି ସେହି ଅପରିଚିତା ଗୋଡ଼ ଦିଓଟି ପାଣି ଭିତରକୁ ଲମ୍ବାଇ ଦେଇଛି ମୁଣ୍ଡରେ ଆଉ ଲୁଗା ନାହିଁ ଖଣ୍ଡେ ଗାମୁଛାରେ ଫୁଙ୍ଗୁଳା ହାତକୁ ଘଷି ପରିଷ୍କାର କରୁଛି ତା’ର ସଙ୍ଗରେ ଆସିଥିବା ଝିଅଟି, ଯୌବନ ଯାହାର ପାଖେଇ ଆସିଲାଣି, ଚଳ ଚଳ କରି ପାଣି ପକାଉଛି ତା’ ଉପରକୁ ହସି ହସି ପାଣିକୁଆ ପରି ମୁଣ୍ଡ ବୁଡ଼ାଇ ଓଦା ସରସର ହୋଇ ଉଠୁଛି ଉପରକୁ କହୁଛି, ଆସୁନ ନୂଆଊ’ ଉଛୁର ହେବ ଯେ- ହାତ ଧରି ଟାଣୁଛି ପାଣି ଭିତରକୁ
ଠଓ ପାଖୁଡ଼ାରେ ଚମକି ଉଠୁଚି ହସ ରହ ମ, ଏ ଗାଡ଼ିଟି ଯାଉ, ମିଣିପଗୁରା ପରା କଥା ଅଧା କରି ତେରଛା ଚାହିଁଲା ମୁହୂର୍ତ୍ତେ ଆଖି ଦୁଇଟିର ଭୀତିଜଡ଼ିତ କୌତୂହଳ ଚାହାଣି ମୋର ମୋହଗ୍ରସ୍ତ ପିପାସାକୁଳ ଆଖିରେ ମିଶିଲା ମନେ ହେଲା ଯେପରି ସେ ଦୃଷ୍ଟି ମୋର ଅନ୍ତର ଭେଦ କରିଛି ସେ ଦୃଷ୍ଟି ଆନତ କଲା
ତା’ର ସଙ୍ଗୀ କହିଲା, ଆସ ମ, ମିଣିପଗୁରା କଅଣ ତମକୁ ଅନେଇ ବସିଛନ୍ତି କି ?
ଷୋଡ଼ଶୀ ଓହ୍ଲାଇଲା ପାଣି ଭିତରକୁ
ସେହି କଲିକତିଆ ବାବୁଟି- ଦାନ୍ତରେ ଯାହାର ସୁନାଖିଲି, ପାଖକୁ ଆସି କହିଲା, ବାବୁ କ’ଣ ଖବର ? ଟିକିଏ ପାଟି କରି ପଢ଼ିବେ ନାହିଁ ? ସେ ମୋ ଆଗରେ ବସିଲା ନିଜକୁ କିପରି ଅପରାଧୀ ମନେକଲି ପୋଖରୀ ଆଡ଼କୁ ଆଉଥରେ ଚାହିଁବାକୁ ଇଚ୍ଛା ହେଉଥିଲେ ମଧ୍ୟ ଭଦ୍ରତା ଖାତିରରେ ଖବର କାଗଜ ପଢ଼ିବାକୁ ଲାଗିଲି… ‘କଟକରେ ଭୀଷଣ ଘର ପୋଡ଼ି-’
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. rasmi parida | ଏପ୍ରିଲ୍ ୨୮, ୨୦୧୩ - ୨:୧୩ ପୂର୍ବାହ୍ନ
bhala laagilaa aapananlara e udyama jaha dwara ame ete puruna gapa bi padhiparuchchu.