ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗୋପୀନାଥ ମହାନ୍ତି
ଦୀପକ ମିଶ୍ର
ଫତୁରାନନ୍ଦ
ସୀତାକାନ୍ତ ମହାପାତ୍ର
ଭାନୁଜୀ ରାଓ
ଗୋଦାବରିଶ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କ୍ଷଣିକା
 |- କାହ୍ନୁଚରଣ ମହାନ୍ତି
 
 
ତା: ମାର୍ଚ୍ଚ୍ ୩୦, ୨୦୧୩  
 

କଲିକତି ବାବୁଟି ଖାଲି ହୁଁ ମାରୁଥାଏ୤ ମଜା ଦେଖିବାକୁ ତାକୁ କଣେଇଁ ଚାହିଁ ପଢ଼ିବାର ଛଳନା କରି କହିବାକୁ ଲାଗିଲି, ‘ଗୋପାଳ ବାବୁଙ୍କର ଗାଈ ତିନୋଟି ମଣିଷ ଛୁଆ ଜନ୍ମ କରିଛି’୤ ‘ଦୁଇଦିନ ତଳେ କଲିକତାରେ ଯୋତା ବୃଷ୍ଟି ହୋଇଥିଲା୤’

ହୁଁ, ହୁଁ-
ବାବୁଟି ଏକଆଖିରେ ପୋଖରୀ କୂଳକୁ ଚାହିଁ ରହିଛନ୍ତି୤ ଆପେ ଆପେ ପକେଟ୍‌ରୁ ପାନିଆଟା କାଢ଼ି ହୋଇ ଯାଉଛି ଓ ମୁଣ୍ଡ ସାଉଁଳିବାରେ ବ୍ୟସ୍ତ ଅଛି୤

ମୁଁ ପଢ଼ା ବନ୍ଦ କଲି, ତଥାପି ବାବୁଟି ଦୁଇଥର ହୁଁ ହୁଁ କହି କ’ଣ ଯେପରି ଶୁଣୁଛନ୍ତି ତା’ର ପ୍ରମାଣ ଦେବାକୁ ବ୍ୟସ୍ତ୤ ତାଙ୍କର ଆଖି ଲାଖି ରହିଥିଲା ପାଣି ତୁଠରେ୤ ସେହି ବୋହୂଟିର ପିଠିରୁ ଲୁଗା କାଢ଼ି ଫୁଙ୍ଗୁଳା ପିଠିରେ ଆର ଝିଅଟି ହଳଦି ଲଗାଇ ଦେଉଛି୤ ମୋର ଭାରି ରାଗ ହେଲା୤ ଅନୁଭବ କଲି ସତେ ଯେପରି ଲୋକଟା ମୋତେ ନିର୍ବୋଧ କରିଛି୤

ମନେ ହେଲା, ସତେ ଯେପରି ସେହି ଅଜଣା ବୋହୂଟିକୁ ଦେଖିବାର ଓ ତା’ର ଅଧଲଙ୍ଗଳା ଦେହର ସବୁ ଶୋଭା, ସବୁ ମଧୁରତା ଉପଭୋଗ କରିବାର ଏକମାତ୍ର ମୋଓରି ଅଧିକାର୤ ମୋର କେହି ପ୍ରତିଦ୍ବନ୍ଦୀ ହେବ, ଏହା ମୁଁ ସହି ପାରିବି ନାହିଁ୤ ମୋଓରି ଭିତରୁ ଯେପରି କିଏ କହି ଉଠିଲା, ମୋର, ସେ ମୋର-

କଲିକତିଆ ବାବୁଟିର ହାତ ଧରି ଟିକିଏ ଜୋର୍‌ରେ ହଲାଇ ଦେଇ କହିଲି- ନିଅ, ତମେ ନିଜେ ଏ କାଗଜ ପଢ଼୤ ମୁଁ ପଢ଼ି ପାରିବି ନାହିଁ୤

ସେ ଟିକିଏ ଚମକି ପଡ଼ିଲା ପରି ହୋଇ ମୋତେ ଅନାଇ କହିଲା, ଥାଉ, ରଖନ୍ତୁ, ମଟରରେ ପଢ଼ିବା୤ ପୁଣି ଚାହିଁଲା ପୋଖରୀ କୂଳକୁ୤ ବୋହୂଟି ପାଣି ଭିତରେ ପଶିଲାଣି୤ କେଡ଼େ ନିରୀହ ଆଖିରେ ମୋର ଆଡ଼କୁ ଚାହିଁ ରହିଛି୤ ହୁଏତ ମୁଁ ଭାବୁଥିଲି ସେହିପରି୤ କଲିକତିଆ ବନ୍ଧୁଟି ମଧ୍ୟ ସେଇ କଥା ଭାବୁଥିବ୤ ଆରପାଖ ହୁଡ଼ାରେ ଟହଲ ମାରୁଛି ଯେଉଁ ଲୋକଟି, ଘାଗଡ଼ା କଣ୍ଠରେ ଗାଉଛି ଅଶ୍ଳୀଳ ଗୀତ, ସେ ମଧ୍ୟ ଭାବୁଛି ସେଇ କଥା୤ ମୁଣ୍ଡରେ ଚୁଟି, କାନରେ ନୋଳି, ବୟସ ଷାଠିଏ ପାଖାପାଖି, ହାତରେ ନୋଟାଟିଏ ନେଇ ପାହାଚରେ ଓହ୍ଲାଇଲାଣି, ବୟସ ଗଲାଣି, ଶୋଷ ମରିନାହିଁ୤ ସେ ବି ଭାବୁଛି୤

ମଟର ପାଖରୁ ଆଉ ଦୁଇ ଚାରି ଜଣ ବରମୂଳକୁ ଗଡ଼ିଲେଣି୤ ଆରେ ଆରେ, ଏ ଲୋକଗୁଡ଼ାକ ବଡ଼ ଅଭଦ୍ର ତ, ବିଚାରୀ କ’ଣ ଜାଣିଥିଲା ଆଜି ମଟର କଳ ବିଗିଡ଼ିବ, ଆଉ ସେ ଏପରି ହଇରାଣ ହେବ ? ଗାଁ ବାହାରେ ବିଲ ମଝି ଏକୁଟିଆ ପୋଖରୀରେ ନିରୋଳାରେ ଗାଧୋଇବାର ଯେଉଁ ଆନନ୍ଦ, ଯେଉଁ ସ୍ବାଧୀନତା, ସେତକ ତା’ର ଆଜି ସରିଛି୤ ଭରା ଯୌବନ ଓ ଝରା ଲଜ୍ଜା, ଦମକା ଛାତି ଓ ଚମକା ସଙ୍କୋଚ, ଉଛୁଳା ପ୍ରେମ ଓ ତୀକ୍ଷ୍ଣ କଟାକ୍ଷ ଧରି ସେ କେବେ ଆସିବ ନାହିଁ ଏପରି୤

ଝିଅଟି ଉପରକୁ ଉଠି ଲୁଗା ପାଲଟି ଡାକିଲାଣି, ଆସୁନା ନୂଆଊ’, କେତେ ଡେରି ହେଲାଣି ?

ବୋହୂଟି ବେକଯାଏ ପାଣିରେ ବୁଡ଼ାଇ ରଖିଛି୤ ପାଣି ଉପରକୁ ଯେଉଁ ମୁଣ୍ଡଟି ଉଠିଛି ସେ ମଧ୍ୟ ଗୋରା ହୋଇଛି ରଙ୍ଗୀନ୍‌ ପଣତରେ୤ ପୋଖରୀରେ ଫୁଟିଥିବା ଦୁଇଚାରିଟା ନାଲି କଇଁଫୁଲ ପରି ସେ ମଧ୍ୟ ଯେପରି ଗୋଟିଏ୤ ମୁହଁ ବୁଲାଉଛି ନଣନ୍ଦ ଆଡ଼କୁ୤

ଆସୁନା !
ରହ !
ମୁଁ ତେବେ ଆଗରେ ଯାଉଛି୤ ଦୁଇ ପାହାଚ ଉଠୁଛି ଝିଅଟି୤ ହାତରେ ତା’ର କଇଁଫୁଲ୤
ରହ ମ !
ଅଟକି ରହୁଛି ଝିଅଟି୤ ଜାଣେ ନା ସେ, କାହିଁକି ତା’ର ନୂଆବୋଉ ପାଣିରୁ ଉଠିବାକୁ ଉଛୁର କରୁଛି୤ ଜାଣେ ନା ସେ, କାହିଁକି ଏତେ ଅପରିଚିତ ଲୋକ ସେହି ସୁନା ପ୍ରତିମାର ପାଣିରୁ ଉଠିବା ମୁହୂର୍ତ୍ତକୁ ଚାହିଁ ରହିଛନ୍ତି୤ ହୁଏତ ସମସ୍ତ ବିବାହିତ, ହୁଏତ ସମସ୍ତେ ନାରୀ ଦେହ ସଙ୍ଗେ ଘନିଷ୍ଠ ଭାବରେ ପରିଚିତ, ତଥାପି ସେଥିରେ କ’ଣ ନୂତନତ୍ବ ଅଛି ?

ଅଥବା, ନୂତନତ୍ବ ମଣିଷର ମନରେ ?
ନ ଯଯୌ ନି ତସୌଃ !
ମଟର ଡ୍ରାଇଭର ହର୍ଣ୍ଣ ଦେଲା୤

ଇଚ୍ଛା ନାହିଁ, ବାଧ୍ୟ ହୋଇ ଯେପରି ସମସ୍ତେ ବସ୍‌ ଭିତରକୁ ଆସିଲେ୤ ଯିବାକୁ ହିଁ ତ ହେବ୤
ସ୍ବପ୍ନ ଭାଙ୍ଗିଲା- ବସ୍‌ ଚାଲିଲା୤

ସେହିବାଟେ ନିତି ଚାଲିଛି କେତେ ବସ୍‌ ୤ କେତେଥର ମୁଁ ଯାଇଛି୤ ବରଗଛ ପାଖେଇ ଆସିଲେ ଆଖି ଦୁଇଟା ଆପେ ଆପେ ଟାଣି ହୋଇଯାଏ ସେହି ପୋଖରୀ ଘାଟକୁ୤ ଭରାପାଣି, ଦଳ, ନାଲିକଇଁ ପାହାଚ ହୁଡ଼ା, ଲମ୍ବି ଯାଇଛି ବାଟଟି ବଙ୍କେଇ ଗାଁ ଭିତରକୁ୤

ସବୁ ପଡ଼େ ଆଖିରେ୤ ପଡ଼େ ନାହିଁ ସେହି ହସକୁରି ନିର୍ବୋଧ ଝିଅଟି, ଆଉ ଶରତ ପୁନେଇଁର ଅନାବିଳ ଉଜ୍ଜ୍ବଳ ଚାନ୍ଦପରି ଉଇଁଥିଲା ଯେଉଁ ଯୁବତୀ ରୂପର ଢେଉ ଖେଳାର ଦେଇଥିଲା- ସେହି କ୍ଷଣିକା ! ଯାହାକୁ ମୋ’ର ବୋଲି କହିବାକୁ ଉଚ୍ଛନ୍ନ ହୋଇଥିଲା ମନ !

ବସ୍‌ ଚାଲିଯାଏ୤ ଅଦୃଶ୍ୟ ହେବାଯାଏ ଗଛଟିକୁ ପଛେଇ ଚାହେଁ୤ ଛପିଯାଏ ଗଛ୤ କିପରି ଖରାପ ଲାଗେ୤ ପ୍ରଶ୍ନଉଠେ ଭିତରେ, କାହିଁ ସେ ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାହ୍ନୁଚରଣ ମହାନ୍ତି
କାହ୍ନୁଚରଣ ମହାନ୍ତି
କାହ୍ନୁଚରଣ ମହାନ୍ତିଙ୍କୁ(୧୯୦୬-୧୯୯୪) ଓଡ଼ିଆ ଉପନ୍ୟାସ ସାହିତ୍ୟର ଜନକ ବୋଲି ବିଚାର କରାଯାଏ୤ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରୁ ସେ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ଲେଖା ଆରମ୍ଭ କରି ୮୦ ଦଶକର ଶେଷ ପର୍ଯ୍ୟନ୍ତ ଲେଖନୀ ଚାଳନା ଜାରି ରଖିଥିଲେ୤ ତାଙ୍କର ଅନେକ ଲେଖା ମୁଖ୍ୟତଃ ସେତେବେଳର ଉପକୂଳ ଓଡ଼ିଶାର ମଧ୍ୟବିତ୍ତ ପରିବାରର ସାମାଜିକ ଜୀବନ ଉପରେ ଆଧାରିତ୤ ବୋଧହୁଏ ସେ ହେଉଛନ୍ତି ଏକମାତ୍ର ସାହିତ୍ୟିକ ଯାହାଙ୍କ ଲେଖାଗୁଡ଼ିକୁ ନେଇ ସର୍ବାଧିକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି୤ ସେ ତାଙ୍କ ସମୟର ଜଣେ ପରିଚିତ ଏବଂ... [ କ୍ରମେ ସବିଶେଷ ]
କାହ୍ନୁଚରଣ ମହାନ୍ତିଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. rasmi parida |  ଏପ୍ରିଲ୍ ୨୮, ୨୦୧୩ - ୨:୧୩ ପୂର୍ବାହ୍ନ

    bhala laagilaa aapananlara e udyama jaha dwara ame ete puruna gapa bi padhiparuchchu.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤