ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଖୋଲାଝର୍କା
 |- ଲକ୍ଷ୍ମୀଧର ନାୟକ
 
 
ତା: ଅକ୍ଟୋବର୍ ୩୦, ୨୦୧୫  
 

ଚୁପ୍‌ ଚାପ୍‌ ବସିଥିଲି
ମଝିରେ ମଝିରେ ଚାହିଁ ଉଇଲଗା ଛାତେ
ଗଣୁଥିଲି କଡ଼ି କାଠ ବର୍ଗା
ଜୀର୍ଣ୍ଣ ପାଣ୍ଡୁଲିପି ତଳେ ପାଶୋରା ପ୍ରେମର ଛିନ୍ନ ଚିଠି ପରି
ହଠାତ୍‌ ଆଖିରେ ପଡ଼େ ଏକ ଖୋଲା ଝର୍କା ।

ପଲକେ ଝଲସି ଉଠେ ସୁଦୂର ପ୍ରସାରୀ
ଆକାଶ ପ୍ରାନ୍ତର ଆଉ ଇସ୍‌ପାତ ସହର
କାରଖାନାର କିଛି ଅଂଶ, ଧୁଆଁର କୁଣ୍ଡଳି
ଦେଖାଯାଏ ଯେ ଟିକକ, ତାହାରି ଭିତରେ ସୁଦୂର ନିକଟ ହୁଏ
ବିଶ୍ୱପ୍ରାଣ ଉଠଇ ମର୍ମରି।

ଆଶ୍ଚର୍ଯ୍ୟ ଏ ଅନୁଭୂତି, ସେଦିନ ଯେହେତୁ
ଭାଷା ସୀମା ବିବାଦର ମୁଁ ଏକ ଆସାମୀ
ଜୀବନେ ପ୍ରଥମ କରି ସମାଜଠୁ ବିଛିନ୍ନ ହବାର ଜ୍ୱାଳାରେ ଅସ୍ଥିର
ଜଳୁଥିଲି ବିଦ୍ରୋହ ଶପଥେ
ଭାଙ୍ଗିବାର ବହୁ ଚେଷ୍ଟା କରି ହାଜତ କବାଟ, ବ୍ୟର୍ଥ ଯେବେ
ଏକ ନୀଳ ଅଗ୍ନିଳ ସଙ୍କେତ ଦିଏ ଖୋଲା ଝର୍କା ମତେ।

ଏବଂ ସେ ସଙ୍କେତ ତଳେ ବନ୍ଦୀ କବି ପ୍ରାଣ
ଶୂନ୍ୟେ ନଭେ ଦେଖଇ ଯେଉଁ ରୌଦ୍ରର ଦହନ
ସେ ଦହନ ଦଗ୍‌ଧ ଦାହେ ବୀଜାଣୁ ଅଙ୍କୁର ପରି ପୁରାପୁରି ନିହତ ନହେଲେ
ମୁକ୍ତିର ଆଲୋକ-ସ୍ୱପ୍ନ ବହୁଦୂରେ ଜାଣି
ମୁଁ ବି ଜଳି ଉଠିଥିଲି
ଅଶାନ୍ତ ଆଗାମୀ

ଆଉ ସେଇଦିନୁ ଜଳୁଚି ବି’
ସବୁ କିଛି ଜାଳିଦେବା ରକ୍ତାକ୍ତ ଶପଥେ ଲାଲ କୃଷ୍ଣଚୂଡ଼ା
ଜାଣିଚି ମୁଁ ମେଘେ-ମନ୍ଦ୍ରେ ଝଡ଼ର ବିଦ୍ୟୁତେ, ଆସିବଇ ଡକା
ତେଣୁ କରିଛି ଅପେକ୍ଷା
ଆଖି ଆଗେ ସେଇ ଖୋଲା ଝର୍କା

ନଭେମର ୧ ତାରିଖ ଦିନ କବିଙ୍କ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଏହି କବିତା
ପ୍ରକାଶିତ

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲକ୍ଷ୍ମୀଧର ନାୟକ
ଲକ୍ଷ୍ମୀଧର ନାୟକ
ଲକ୍ଷ୍ମୀଧର ନାୟକ(୧୯୧୩-୨୦୦୪) ସେତେବେଳର ଅବିଭାଜିତ ବିହାରର ଇସ୍ପାତ ନଗରୀ ଜାମସେଦ୍‌ପୁର ଓ ୫୦ ଦଶକରେ ସ୍ଥାପିତ ଇସ୍ପାତ ନଗରୀ ରାଉରକେଲାରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଏକ ନୂତନ ଦିଗନ୍ତ ଦେଇଥିଲେ। ସେ ଏକାଧାରରେ ଜଣେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ ତଥା ଜଣେ ସୁସଙ୍ଗଠକଭାବେ ପରିଚିତ ଥିଲେ। ଇସ୍ପାତ ସହର ରାଉରକେଲାର ଏକାଧିକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ଥାପନା କରିବାରେ ତାଙ୍କର ବଳିଷ୍ଠ ଯୋଗଦାନ ଥିଲା। ତାଙ୍କ ରଚିତ ଲେଖାଗୁଡ଼ିକ ମଧ୍ୟରେ କବିତା ସଙ୍କଳନ-‘ବିରହିଣୀ’, ଉପନ୍ୟାସ –... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା। ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।
    ( ଭୋଳାନାଥ ବଗର୍ତ୍ତି )
  • ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l
    ( ଫକିର ମୋହନ ବାରିକ )
  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )