ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ନୀଳମଣି ବିଦ୍ୟାରତ୍ନ
ମୃଣାଳ
କମଳା ଶତପଥି
ବିଷ୍ଣୁପ୍ରିୟା ମହାପାତ୍ର
ବାମାଚରଣ ମିତ୍ର
ବିଦ୍ୟୁତପ୍ରଭା ଦେବୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କନ୍ୟାରତ୍ନ
 |- ଗନ୍ତାୟତ ଶିବପ୍ରସାଦ
 
 
ତା: ସେପ୍ଟେମ୍ବର୍ ୨୪, ୨୦୧୫  
 

ପ୍ରତ୍ୟେକ ଝିଅ ନିଜର ପୈତୃକ ନାମକୁ ବଢ଼ାଇ କହନ୍ତି। ପ୍ରକାରାନ୍ତରେ ପୁଅଟିଏ ବାହା ହୋଇଯିବା ପରେ ବାପା ବୋଉଙ୍କ ପ୍ରତି ଥିବା ଆଦର ଆସ୍ତେ ଆସ୍ତେ କମିଯାଏ। ବାପାବୋଉଙ୍କ ପ୍ରତି ସେମାନଙ୍କ ଏତାଦୃଶ ଅବହେଳାକୁ ନୈତିକ ରୂପ ଦେବାକୁ ଯାଇ କେତେକ ଯୋଗ୍ୟ ପୁଅ ଏହା କହିବାର ଆମ୍ଭେ ଶୁଣିଅଛୁ ଯେ, “ଆରେ ଭାଇ ବାହା ହୋଇଯିବା ପରେ ମୋର ବି’ତ ଗୋଟେ ପରିବାର ଅଛି, ମୋର ବି’ତ ଗୋଟାଏ ଭବିଷ୍ୟତ ଅଛି, ତାହା ତ’ ପୁଣି ଦେଖିବାକୁ ପଡ଼ିବ”। ଯେମନ୍ତ ବାପାମା’ ସେମାନଙ୍କ ତଥା ବର୍ଣ୍ଣିତ ପରିବାରର ଅଂଶବିଶେଷ ନୁହନ୍ତି କିମ୍ବା ସେମାନଙ୍କ ଭବିଷ୍ୟତର ଅନ୍ତରାୟ ଅଟନ୍ତି। ଏ ଦୃଷ୍ଟିରୁ ଝିଅମାନେ ହିଁ ଢେର୍‌ ଭଲ ଆମ୍ଭେ କହିବୁ। ଝିଅଟିଏ ଘରେ ଥିଲେ ପ୍ରକୃତରେ ଭଲ। ପରିବାରର ସମସ୍ତଙ୍କ ପାଇଁ ସୁଇଟର୍‌ଠୁଁ ଘର ସଜାଇବା ଜାତୀୟ ପ୍ରତି କାମ ତା’ ମୁଣ୍ଡରେ ଲଦି ଦେଇହୁଏ।

ଏତଦ୍‌ଭିନ୍ନ ଆଉ ଏକ ଉପକାର ବି ଅଛି ଝିଅମାନଙ୍କ ଦ୍ୱାରା। ଏ କଥାଟି ଅବଶ୍ୟ ଆମ୍ଭେ ଆମ୍ଭର ଜଣେ ଟାଉଟରଧର୍ମୀ ସୁହୃଦ୍‌ଙ୍କଠାରୁ ଶୁଣି ଏଠାରେ ବ୍ୟାଖାନ କରୁଅଛୁ। ଆଜିକାଲି ଯୌତୁକ ସମସ୍ୟା ଯେପରି ତୀବ୍ରତର ହୋଇଛି, ତାହାର ନିରାକରଣ ବିବାହିତା ଝିଅମାନଙ୍କଠାରେ ହିଁ ଅଛି ବୋଲି ବନ୍ଧୁଜଣଙ୍କ କହିଲେ। ଏଥିପାଇଁ କନ୍ୟାପିତାଙ୍କ ନିକଟରେ କିଞ୍ଚିତ୍‌ ପରିମାଣରେ ଟାଉଟରୀ ନାମକ ମହାନ୍‌ ଗୁଣଟି ଥିବା ଚାହି। ଝିଅଟିକୁ ବାହାଦେବା ବେଳେ ଯୌତୁକର ଯେଉଁ ଅଂଶ ନିକଟ ଭବିଷ୍ୟତରେ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାହା ନଦେବା ପାଇଁ ଏକ ସୁନ୍ଦର ଉପାୟ କୁଆଡ଼େ ଅଛି। ବାହା ଦେବାର ପ୍ରାୟ ଦୁଇ ମାସ ମଧ୍ୟରେ ଝିଅ ବାପାଙ୍କ ନାଁରେ ଚିଠିଟିଏ ଏମନ୍ତ ଲେଖିବ, ‘‘ବାପା ଏଠାରେ ମୋତେ ଭଲ ଲାଗୁନାହିଁ…… ସଦାବେଳେ କାନ୍ଦ ଲାଗୁଛି। ମୋତେ ଶାଶୁ ଏୟା କହିଛନ୍ତି, ନଣନ୍ଦ ସେୟା କହୁଛନ୍ତି, ଆଉ ତାଙ୍କ କଥା ଛାଡ଼ …. ଇତ୍ୟାଦି ଇତ୍ୟାଦି।” ବାସ୍‌ ଏଇତକ କାଫି ବାକିଥିବା ଯୌତୁକ ମାଫ୍‌ କରିବା ପାଇଁ।

କନ୍ୟାପିତାଙ୍କ ଯଦି ଦଶମିକ କିଛି ପରିମାଣରେ ଅକଲ ଥିବ, ତେବେ ସେ ଏ ଚିଠିଟି ନେଇ ନିକଟ ଲଭ୍ୟ ପୁଲିସ୍‌ ଥାନାରେ ଦେଇଦେବେ ଏବଂ ତଦୁତ୍ତାରେ ମାମୁଁସ୍ଥାନୀୟ ପୁଲିସ ସିଧା ଯାଇ ହାଜର ହେବେ ଜୋଇଁପୁଅ ପାଖରେ। ଅଭିଯୋଗ-ଯୌତୁକ ନ ଆଣିଥିବାରୁ ବୋହୂ ଉପରେ ଅତ୍ୟାଚାର, ଜୀବନ ପ୍ରତି ଆଶଙ୍କା। ଯଦି ଭଦ୍ର ଓ ସାଦାସିଧା ସମୁଦୀ ଘର ହୋଇଥାନ୍ତି ତେବେ ପଚରା ଉଚୁରା ଯଥେଷ୍ଟ। ଯଦି ଟିକିଏ ଅମଣିଆ ହୋଇଥାନ୍ତି ତେବେ ଥରୁଟେ ଥାନାକୁ ନେଇ ନାଲିଆଖି କରିବା ବିଧେୟ। ବାସ୍‌ ଏତିକିରେ ବାପାଙ୍କ ସମସ୍ୟାର ସମାଧାନ ଓ ଯୌତୁକ ନଦେବା ପାଇଁ ଅନ୍ୟ ବରପିତାମାନଙ୍କୁ ସତର୍କବାଣୀ ବି ହୋଇଗଲା। ଏସବୁ ବାଦ୍‌ ଆହୁରି ଅନେକ ଉପକାର ଅଛି ଝିଅଙ୍କଠୁ। ଏଥିପାଇଁ ‘ଦୁହିତା ଦୁଇ କୁଳକୁ ହିତା’ ବୋଲି ଶାସ୍ତ୍ର ବି କହୁଅଛି। ଅତଃ ଆମ୍ଭର କନ୍ୟା-ବିମୁଖ ଜନତାଙ୍କୁ ପରାମର୍ଶ ଯେ, ଝିଅମାନଙ୍କୁ ଅଯଥା ହତାଦର ନକରି ଅନତି ବିଳମ୍ବେ କନ୍ୟା ରତ୍ନ ତୁଲ୍ୟ ବ୍ୟବହାର ଦେଖାନ୍ତୁ, ତାହେଲେ ବହୁତ ଉପକାର ପାଇବେ। ଏହା ବହୁ ପରୀକ୍ଷିତ। ସୁଜନେ, ତଥାପି ସନ୍ଦେହ ଥିଲେ ପୁନଃ ପରୀକ୍ଷା କରିପାରନ୍ତି।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗନ୍ତାୟତ ଶିବପ୍ରସାଦ
ଗନ୍ତାୟତ ଶିବପ୍ରସାଦ
ଓଡ଼ିଆ ସାହିତ୍ୟରେ ଯେଉଁ କେତେକ ସାହିତ୍ୟିକ ନିଜ ଜୀବନକାଳର ଅଳ୍ପଦିନ ବଞ୍ଚିରହି ନିଜର ଲେଖାପାଇଁ ଅଜଶ୍ର ପାଠକୀୟ ଶ୍ରଦ୍ଧା ପାଇଛନ୍ତି, ସେମାନଙ୍କ ମଧ୍ୟରେ ଗନ୍ତାୟତ ଶିବପ୍ରସାଦ(୧୯୬୯-୨୦୧୦) ଅନ୍ୟତମ। ଅନେକ ଘାତ ପ୍ରତିଘାତ ମଧ୍ୟରେ ବଞ୍ଚିଥିବା ଶିବପ୍ରସାଦ ନିଜର ଶାଣିତ ବ୍ୟଙ୍ଗ ଓ ରମ୍ୟରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଯାଇଛନ୍ତି। ଅନେକ ପ୍ରତିଷ୍ଠିତ ଓ ପରିଚିତ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ଏବଂ ବ୍ୟଙ୍ଗଶ୍ରୀ ଓ ରସରାଜ ଆଦି ଉପାଧିପ୍ରାପ୍ତ ଶିବପ୍ରସାଦଙ୍କ ସମସ୍ତ ଲେଖା ବିଭିନ୍ନ ବର୍ଗର... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤