ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଫକୀରମୋହନ ସେନାପତି
ଫନି ମହାନ୍ତି
ବାମାଚରଣ ମିତ୍ର
ତ୍ରିନାଥ ସିଂହ
ଶାରଦା ପ୍ରସାଦ ମିଶ୍ର
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଙ୍କାଳର ସ୍ମୃତିଲିପି
 |- କୁଞ୍ଜବିହାରୀ ଦାଶ
 
 
ତା: ନଭେମ୍ବର୍ ୧୪, ୨୦୧୫  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ପାଖ ରୋଗୀମାନଙ୍କ ଅସ୍ୱସ୍ତି, ମୁର୍ଦ୍ଦାର ପାଖରେ ଶୋଇ ପାଟିକି ଆହାର ପାନୀୟ ନେବେ କିପରି? ବହୁ ଆପତ୍ତି, ଅଭିଯୋଗ ପରେ ଲାଲ୍ କମ୍ବଳଟି ମୁହଁରେ ଘୋଡ଼ାଇ ଦେଇ ବେହେରାମାନେ ମୋ ଖଟଟି ଝିଙ୍କି ନେଲେ ବାହାର ବାରଣ୍ଡାକୁ। ଖଟ ଚାରିପଟେ ପରଦା ବେଢ଼ାଇ ଦିଆହେଲା। ବାରଣ୍ଡାରେ ଦି’ପହର ପର୍ଯ୍ୟନ୍ତ ଶବଟି ପଡ଼ି ରହିଲା। ମେହେନ୍ତରଙ୍କ ହାତେ ଝିଙ୍କାହୋଇ ପଦାକୁ ଗଲି; କିନ୍ତୁ ମଶାଣିକି ନିଆହେଲି ନାହିଁ। ଗାଆଁରୁ ଭାଇମାନେ ଆସି କୋକେଇ ବାନ୍ଧିଲେ, ଖାନ୍‌ନଗରକୁ ବୋହି ନେଲେ-‘ରାମ୍‌ ନାମ ସତ୍ୟ ହେ’। ବଟ ବେହେରା ମୁଁ, ଦେଖୁଥାଏ ସବୁ ରଙ୍ଗ। ବେହେରାମାନେ ଅଡ଼ି ବସିଲେ- ପଇସା ନ ଦେଲେ ମଡ଼ା ଛାଡ଼ିବୁ ନାହିଁ। ଏଇ ଦୂରବସ୍ଥାରେ ଲୁହ ପୋଛୁ ପୋଛୁ ପୁଅ ଦୁଇଟଙ୍କା ବକ୍‌ସିସ୍‌ ଦେଲା।

ମଡ଼ା ପୋଡ଼ିବାଲାଗି ହାତରେ ତ ଗୋଟିଏ ପଇସା ନାହିଁ। ମାଲ ଭାଇମାନେ ମୋତେ ଖାନ୍‌ନଗରରେ ଫିଙ୍ଗିଦେଇ ଆସିଲେ; ନାମକୁ ମାତ୍ର ଖୋଳି ମୁର୍ଦ୍ଦାର ଉପରେ ଗଣ୍ଡିଏ ମାଟି ଘୋଡ଼ାଇ ଦେଇଥିଲେ। ସେମାନେ ମଶାଣିରୁ ଯାଉ ନଯାଉ କୁଆ, କୁକୁର ବିଲୁଆ, ଶାଗୁଣା ଆସି ଝାମ୍ପି ପଡ଼ିଲେ; କିନ୍ତୁ ମୁର୍ଦ୍ଦାରକୁ ଖଣ୍ଡିଆ ଖାବରା କରିବା ଆଗରୁ ମେହେନ୍ତରମାନେ ପହଞ୍ଚିଯାଇଥିଲେ, ହାତରେ ଚିତା ଉଞ୍ଚ ଠେଙ୍ଗା। ଠେଙ୍ଗାଦେଖି ତା’ର ଅର୍ଥ ବୁଝି ବିଲୁଆ, କୁକୁର ଶତ୍ରୁତା ଭୁଲି କିଆଗୋହିରି ଭିତରେ ଛପିଗଲେ। ଶାଗୁଣା ଏକ ଦୃଷ୍ଟିରେ ଚାହିଁଥାନ୍ତି।

ମେହେନ୍ତରମାନେ ବଟ ବେହେରାକୁ ଆନାଟମି ଡିପାର୍ଟମେଣ୍ଟକୁ ଘେନିଗଲେ-ଦାମ୍‌ ଦେଢ଼ଶ ଟଙ୍କା !! ବଟ ବେହେରା ଜୀବନକାଳରେ ଗାଈ ଗୋଟାକୁ ବିକିଥିଲା ୩୦୦ଟଙ୍କା ଦାମ୍‌ରେ; କିନ୍ତୁ ଏବେ ତା’ର ନିଜର ମୁର୍ଦ୍ଦାର ବିକ୍ରି ହେଲା ୧୫୦ ଟଙ୍କା ଦାମ୍‌ରେ । ପ୍ରତିବାଦ କରିବାକୁ କେହି ନାହିଁ। ବିଲୁଆ ଶାଗୁଣା ଅବଶ୍ୟ ଅଭିଶାପ ବର୍ଷିଥିବେ…. କଟାକଟି, ସିଝାସିଝି, ଯୋଡ଼ାଯୋଡ଼ି ପରେ ମୋର ନବକଳେବର ହେଲା। ଡାକ୍ତରଖାନା ହେଲା ମୋର ଚିର ବନ୍ଦୀଘର। ଡା ବ୍ରଜେନ୍ଦ୍ର ମୋତେ ଚିହ୍ନିପାରୁ ନାହାଁନ୍ତି। ଆମ ୱାର୍ଡର ସେଇ ନର୍ସ, କେହି ମୋତେ ଚିହ୍ନିପାରୁ ନାହାଁନ୍ତି। ତଥ୍ୟ ଶିକ୍ଷା ଦେଇଛି, କାହାକୁ ଜଣକୁ ହେଲେ ସତ୍ୟଶିକ୍ଷା ଦେଇପାରି ନାହିଁ-

‘ଅହନ୍ୟଗନି ଭୂତାନି ହଚ୍ଛନ୍ତି ଯମମନ୍ଦିରମ୍‌
ଶେଷଃ ସିରତ୍ୱମିଚ୍ଛନ୍ତି କିମାଶ୍ଚର୍ଯମତଃପରମ୍‌’

ଏଇ କଲେଜ୍‌ରୁ ଡାକ୍ତର ବାହାରୁଛନ୍ତି, ମଣିଷ ଉତ୍ତୁରି ନାହାନ୍ତି। ଦୁଃଖୀ ଦରିଦ୍ର ଚିକିତ୍ସାର। ମୂଲ୍ୟ ଦେଇ ନପାରି ମରୁଛି। ଡାକ୍ତରର ଦୃଷ୍ଟି ପୁଞ୍ଜିପତିର ଦୃଷ୍ଟିପରି ରକ୍ତଶୋଷୀ, ବହୁ ଜୀବନଜୀବୀ ହୋଇଛି !

…..ମୋର ନିଦ ଭାଙ୍ଗିଗଲା- ଆଖି ଆଗରେ ଗହୀରା ଗହୀରା ଆଖି, ଭୟଙ୍କର ଦନ୍ତସବୁ-ବଟବେହେରା-ତା’ର ଚେହେରା ଉପରେ ଦିଶୁଛି, ନଟ ବେହେରା-ଭଜନୀ ଭୋଇ-ରାଧୁଆ ବାରିକ-ସାଧୁଆ ମଳିକ, ହଗୁରା ପଧାନର ଛାଇ, ଏଇ ମୁହୂର୍ତ୍ତରେ କେତେ ପ୍ରାଣର ଶେଷ ନିଃଶ୍ୱାସ ବହୁଛି ମୋର ଛାତିରେ ଏକ ଦୀର୍ଘଶ୍ୱାସ ହୋଇ ! … ଯାହାକୁ ପରଖି ଡାକ୍ତର କହୁଛନ୍ତି ଏ ଏକ ରୋଗ, ଦୂରାରୋଗ୍ୟ ଶ୍ୱାସରୋଗ ମନୋବୈଜ୍ଞାନିକ। ବ୍ୟାଧିର ମୂଳ ଆଧିରେ; କିନ୍ତୁ ଅଧିକାର ମୂଳ କେଉଁଠି ? ବଟ ବେହେରା, ନଟ ସୋଇଁ, ଅନନ୍ତା ମାଝି ଏହାର ଉତ୍ତର ଦେଇ ପାରିବେ।

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୁଞ୍ଜବିହାରୀ ଦାଶ
ଡକ୍ଟର କୁଞ୍ଜବିହାରୀ ଦାଶ(୧୯୧୪-୧୯୯୬) ଆଧୁନିକ ସାହିତ୍ୟରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ। ସେ ଏକାଧାରରେ ଜଣେ ସଙ୍କଳକ, କବି , ଗାଳ୍ପିକ ଓ ସମାଲୋଚକ। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ଏକାଧିକ ପୁରସ୍କାର ଓ ସମ୍ମାନ ପାଇଥିବା ଶ୍ରୀ ଦାଶ ଜଣେ ଲୋକ ସାହିତ୍ୟିକ ଭାବେ ପରିଚିତ ଥିଲେ। ‘ଛିନ୍ନମସ୍ତା’, ‘ପ୍ରଭାତୀ’, ‘କଳକଲ୍ଲୋଳ’, ‘ନବମାଳିକା’, ‘ଅପରାହ୍ନର କେତୋଟି ସ୍ୱର’ ଆଦି ତାଙ୍କ ରଚିତ କବିତା ସଙ୍କଳନ ଓ ‘କଥାଟିଏ କହୁଁ’, ‘ଲୋକଗଳ୍ପ ସଞ୍ଚୟନ’, ‘ଲୋକଗଳ୍ପ ସଙ୍କଳନ’ ଆଦି ଗଳ୍ପ... [ କ୍ରମେ ସବିଶେଷ ]
କୁଞ୍ଜବିହାରୀ ଦାଶଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤