ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କିଶୋରୀକିଙ୍କର ଦାସ
ଭୁବନେଶ୍ବର ବେହେରା
ବାମାଚରଣ ମିତ୍ର
ଗୋପାଳ ଚନ୍ଦ୍ର ପ୍ରହରାଜ
ବିଷ୍ଣୁପ୍ରିୟା ମହାପାତ୍ର
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଙ୍କାଳର ସ୍ମୃତିଲିପି
 |- କୁଞ୍ଜବିହାରୀ ଦାଶ
 
 
ତା: ନଭେମ୍ବର୍ ୧୪, ୨୦୧୫  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଆମେ ପରେ ଗୋଟିଏ କୋଠରୀରେ ଥିଲେ! ଆପଣଙ୍କର ବେଡ୍‌ ନମ୍ବର-୧ , ମୋ ବେଡ୍‌ ନମ୍ବର- ୩, ଆପଣ ଶାସରୋଗୀ , ପ୍ରସିଦ୍ଧ କବି , ତେଣୁ ଆପଣଙ୍କ ପାଖେ ଡାକ୍ତର ଓ ବହୁ ବିଶିଷ୍ଟ ଲୋକ ଭିଡ଼ ଜମେଇଥାନ୍ତି। ମୋ ପାଖରେ ତ ଜାଣ ଗୋଟିଏ କ୍ଲାସ୍‌ ହୁଏ। ଷ୍ଟ୍ରେଥୋସ୍କୋପ୍‌ କାନ୍ଧରେ ପକାଇ ବଡ଼ଡାକ୍ତରଙ୍କ ଲେକ୍‌ଚର୍‌ ସତେ ଯେପରି ଛାତ୍ରଛାତ୍ରୀମାନେ ପିଇ ଯାଉଥାନ୍ତି! ବ୍ରଜବାବୁ ଆମ ଦୁହିଁଙ୍କୁ ଅପରେସନ୍‌ କରିଥିଲେ। ମୋର ସାତଘଣ୍ଟାର ଅପରେସନ୍‌, ଅତି ଜଟିଳ – କାନସର୍‌କୁ ଏଣେ ହଳଦିଆ କାମଳ, ଶରୀର ରକ୍ତହୀନ, ବୟସ ୫୦ରୁ ଊର୍ଦ୍ଧ୍ୱ, ମୃତ୍ୟୁ ସୁନିଶ୍ଚିତ- ଦରିଦ୍ରକୁ କର୍କଟରୋଗ ଧରିବାର ସିଧାସଳଖ ଅର୍ଥ ଏଇଆ, କିନ୍ତୁ ଡାକ୍ତର ଚାଷୀ ପରି ନିଲଠା। ଚିକିତ୍ସା କରିବା ତାର କର୍ତ୍ତବ୍ୟ, ଯେପରି ଚାଷ କରିବା କୃଷକର କର୍ମ। ଫସଲ ହେବ କି ନାହିଁ, ରୋଗୀ ବଞ୍ଚିବ କି ନାହିଁ, କୃଷକ ବା ଡାକ୍ତର କହିଦେଇ ନ ପାରନ୍ତି। ପୁଣି ରୋଗର ପରୀକ୍ଷା ନିରୀକ୍ଷା ଲାଗି ବହୁ ଦେହ ଲୋଡ଼ା ପଡ଼େ ! ମୂଷିକ, ରାବିଟ୍‌ ବା ମର୍କଟର ଦେହପରି ଦେହ। ପୁଣି କଥା ଅଛି –
ଉପାୟ କର …..
ବଞ୍ଚେଇବା ଲାଗି ଚେଷ୍ଟା କରୁ କରୁ ମରିଗଲେ ଦୁଃଖ ନାହିଁ; କିନ୍ତୁ ନିଶ୍ଚେଷ୍ଟ ହୋଇ ମରିବାକୁ ଦେବା ଅଧମତା !
ଏଇ ଅପରେସନ୍‌ ସଫଳ ହେଲେ ମୂଲ୍ୟବାନ ଶ୍ରୀଅଙ୍ଗମାନଙ୍କରେ ଅପରେସନ୍‌ ଛୁରି ଲାଗିବ। ଡାକ୍ତରଙ୍କ ସାହସ, ପ୍ରତିଷ୍ଠା ବଢିବ, ହୁଏତ ଜଗତ୍‌ବିଖାତ ହୋଇଯିବେ ସେ । ଦିଗେ ଦିଗେ ତାଙ୍କୁ ଡକରା ପଡ଼ିବ, ଲକ୍ଷ୍ମୀ ସୁପ୍ରସନ୍ନା ହେବେ!

ସାତଘଣ୍ଟା କାଳ ଟେବୁଲ୍‌ରେ ପକାଈ ମୋତେ ଅପରେସନ୍‌ କରା ହୋଇଥିଲା। ଖାଇବାଲାଗି ଡାକ୍ତରଙ୍କୁ ଅବସର କାହିଁ ? ଅପରେସନ୍‌ ବେଳେ ତାଙ୍କ ପାଟିରେ ରସଗୋଲା, ସନ୍ଦେଶ ମଡ଼ା ହୋଇଥିଲା, କଫି ପିଆଇଦିଆ ହୋଇଥିଲା। ଡାକ୍ତର, ପ୍ରକୃତରେ ମହାଯୋଗୀ ସେ। ଅସୀମ ତାଙ୍କର ଧୈର୍ଯ୍ୟ, କଷ୍ଟସହିଷ୍ଣୁତା ଉଦ୍ୟମ ଜୀବନମୂର୍ଚ୍ଛା, ସାହସ ଅଚଳନ୍ତି। ଯେପରି ସମବେଦନାପ୍ରବଣ ମାନବ, ସେହିପରି ସୁକୌଶଳୀ ବିଜ୍ଞାନୀ ସେ।

ଅପରେସନ୍‌ ତାଙ୍କ କାର୍ଯ୍ୟର ପ୍ରଥମ ଅଧ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟରେ ବହୁ ଡାକ୍ତର ବିଫଳ ହୋଇଥାନ୍ତି । କାରଣ ଚିକିତ୍ସା ଲାଗି ଡାକ୍ତରୀବିଦ୍ୟା ଯଥେଷ୍ଟ ନୁହେଁ, ପଦେ ପଦେ ମାନବିକତା ଆବଶ୍ୟକ ହୋଇଥାଏ।

ମୋ ଅପରେସନ୍‌ ଲାଗି ଡାକ୍ତର ବ୍ରଜେନ୍ଦ୍ର ରକ୍ତ ଚାନ୍ଦା କରି ବୁଲିଥିଲେ। ଅନେକ ବୋତଲ ରକ୍ତ ଦିଆ ନଗଲେ ରୋଗୀ ବଞ୍ଚିବ ନାହିଁ। ଧନୀ ରୋଗୀ, ଧନୀ ଛାତ୍ର, ଦାନବୀର ସ୍ୱାନାମଧନ୍ୟମାନଙ୍କଠାରୁ ବ୍ରଜବାବୁ ବୋତଲ ବୋତଲ ରକ୍ତ, ଡେକୋଡ୍ରନ୍‌ ଇଞ୍ଜେକ୍‌ସନ୍‌, ଚାନ୍ଦା କରି ଆଣିଥିଲେ। ସହକାରୀ ଡାକ୍ତର, ହାଉସ୍‌ ସର୍ଜନ, ନର୍ସ, ବେହେରା ସମସ୍ତଙ୍କର ମୋ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଥିଲା। ଏହା ମୁଖ୍ୟ ଡାକ୍ତରଙ୍କ କଡ଼ା ନଜର ଯୋଗୁଁ : ନିଜ ୱାର୍ଡରେ ଦୃଢ଼ ଶୃଙ୍ଖଳା ରକ୍ଷା କରିବାକୁ ଚେଷ୍ଟିତ ଥିଲେ ମୁଖ୍ୟ ଡାକ୍ତର। ନର୍ସ ଇଞ୍ଜେକ୍‌ସନ୍‌ ପରେ ଇଞ୍ଜେକ୍‌ସନ୍‌ ଫୋଡି ଚାଲିଥିଲେ, ଦେହ ଜଡ଼ ପାଲଟି ଯାଇଥିଲା। ଭୀଷ୍ମଙ୍କ ଶରଶଯ୍ୟାର ଅନୁଭବ ହୋଇଥିଲା ମୋର। ଏଣେ ଗ୍ଲୁକୋଜ୍‌, ତେଣେ ଅକ୍‌ସିଜେନ୍‌। ଡାକ୍ତର ମୋ ଲାଗି ପକେଟ୍‌ ଶୂନ୍ୟ କରିଥିଲେ- ଅସହାୟ ପ୍ରତି ଯେତିକି ସମବେଦନା, ଆତ୍ମପ୍ରତିଷ୍ଠା ଲାଗି ସେତିକି ବ୍ୟାକୁଳତା ଥିଲା ତାଙ୍କର।

ଆଜି ଶୁଖ କି ଦୁଃଖ ମୋତେ କିଛି ସ୍ପର୍ଶ କରୁନାହିଁ; କିନ୍ତୁ କେତେଦିନ ତଳର ଡାକ୍ତରଖାନାର ସେଇ ଜୀବନ … ଆଃ ! ସେଭଳି ଦୁର୍ଭାଗ୍ୟ ନ ପଡ଼ିଲେ କିଏ ହାସପାତାଳକୁ ଆସେ ? ଡାକ୍ତର ଦୁଃଖ କଷ୍ଟ ଦେଖି ଦେଖି, ସେଥିପ୍ରତି ଉଦାସୀନ ସେ। ରୋଗୀର ବିକଳ ଚିତ୍କାର ତା’ର କାନରେ ବାଜେ ନାହିଁ। ସମ୍ମୁଖରେ କରାଳ ମୃତ୍ୟୁ, କିନ୍ତୁ ସେ ବିଚଳିତ ନୁହେଁ। ରୋଗ ବ୍ୟାଧିର ଯନ୍ତ୍ରଣା, ମୁମୂର୍ଷୁର ହା-ହାକାର ମଧ୍ୟରେ ନିର୍ଲଜ ପ୍ରେମଲୀଳା-ତରୁଣ ଡାକ୍ତର……ତରୁଣ ନର୍ସ – ଅନାସକ୍ତ ରାତ୍ରିର ଗଭୀର ନିର୍ଜନତାକୁ ନଷ୍ଟ କରି ଦିଅନ୍ତି ସେମାନେ। ବେଦନାତୁର ଚିତ୍କାର, ସୁସ୍ଥୀର କୋଳାହଳ, ମାନିନୀର ମାନଭଞ୍ଜନ, ଜଗୁଆଳି କୁକୁରର ଗର୍ଜନ ମଧ୍ୟରେ ବହୁ ନିଦ୍ରାହୀନ ରଜନୀ ବିତିଯାଏ। ବହୁ ନାସ୍ତିବାଚକ ମଧ୍ୟରେ ରୋଗୀ ଜୀବନ- ମରଣ ସଂଗ୍ରାମ ଚାଲିଥାଏ। ଶେଯରେ ମସାରି ନାହିଁ, କଳରେ ଜଳ ନାହିଁ, ଷ୍ଟୋଭ୍‌ରେ କିରାସିନି ନାହିଁ, ଷ୍ଟୋର୍‌ରେ ଔଷଧ ନାହିଁ, ବେହେରାର ସଙ୍କୋଚ ନାଇଁ, ନର୍ସର ଲଜ୍ଜା ନାହିଁ, ଜୀବିକା ଅର୍ଜନର ମାନବତା ନାହିଁ । କେବଳ ମାର୍ଜାର ଏଠି ସୁସ୍ଥତମ! ସମସ୍ତଙ୍କ ପ୍ରତି ସମଦର୍ଶୀ। ରୋଗୀଙ୍କ ଦୁଗ୍ଧ, ପାଉଁରୁଟି ଉପରେ ତା’ର ଆଖି। କୌଶଳୀ ଯନ୍ତ୍ରୀପରି ବାକ୍ସଟି ଖୋଲି ସେ ଘେନିଯାଏ କେବଳ କଲ୍ୟାଣ କାମନାରେ, ବହୁ ଆହାରରେ ରୋଗୀର ରୋଗ ବଢ଼ିବ ବୋଲି। ସେହିପରି ସମବେଦନାଶୀଳ ଡାକ୍ତର ଓ ବେହେରା। ବେହେରା ବଧିର, ରୋଗୀର ଆହାର ଉପରେ ତାର ଆଖି, ଔଷଧ ଉପରେ ଡାକ୍ତରର ଶ୍ୟେନ ଦୃଷ୍ଟି।

ପଦାରେ ଗଦାଗଦା ଆବର୍ଜନା-ବାନ୍ତି, ମଳମୂତ୍ର, ନର୍ଦ୍ଦମା ଜଳ, ଫମ୍ପା ପଇଡ଼, ଫଳ-ଚୋପା, ଛେପ ଖଙ୍କାର ବୃଷ୍ଟି। ବଡ଼ ଅସହ୍ୟ ଏ ଜୀବନ।

ଏଇ ଫୋଡ଼ାଫୋଡ଼ି ଜଞ୍ଜାଳ କୋଳାହଳ ମଧ୍ୟରେ ମୁଁ ପାଞ୍ଚଟି ଦିନ ବଞ୍ଚିଥିଲି। ଷଷ୍ଠ ଦିନ ଡାକ୍ତର ଡାକ୍ତରାଣୀ, ନର୍ସ, ଛାତ୍ର, ହାଉସ୍‌ ସର୍ଜନ ମହାବିନାୟକ ଶୈଳକୁ ବଣଭୋଜି କରି ଗଲେ। ସେଦିନ ସେମାନଙ୍କ ଆନନ୍ଦର ଗୁଞ୍ଜନ ଧ୍ୱନି ମଧ୍ୟରେ ଚିତ୍ତ ମୋର ଶଙ୍କାଶୀଳ ହୋଇ ଉଠିଲା-‘କଳ୍ପନାମୂଳେ କାଳ ଥାଇ’ ସତେ ସେଦିନ ଭଗବାନ ଡାକ୍ତଖାନା ଛାଡ଼ି ଚାଲିଗଲେ। ଡାକିଲେ କେହି ଶୁଣନ୍ତି ନାହିଁ, ଦେଖି ବି କିଛି କେହି ଦେଖନ୍ତି ନାହିଁ। ଅକ୍‌ସିଜେନ୍‌ ସରିଲା, ସଂଜ୍ଞା ମୋର ଲୋପ ପାଇ ଆସିଲା।

ସଢ଼ୁ ମୁଣ୍ଡପାଖେ ବସି ପ୍ରଳାପ କରୁଥାଏ- ବିକଟ ଦାରିଦ୍ର୍ୟର କାହାଣୀ; ଯାହା ମୁଣ୍ଡକୁ ପାଗଳ କରିଥାଏ । ମୃତ୍ୟୁକୁ ନିକଟରେ ଆଣେ…. ହଇରେ ତୁ ତ ଏଠି ଏମିତି ପଡ଼ି ରହିଲୁ-କରଜ ଶୁଝା ହେବ କେମିତି ? ଘରେ ବଢ଼ିଲା ଝିଅ, କେମିତି ତାକୁ ହାତକୁ ଦି’ହାତ କରିବୁ ? ସବୁ ଅଳଙ୍କାର ପତ୍ର, ବାସନକୁସନ ତ ବନ୍ଧା ପଡ଼ିଛି, ମୁକୁଳା ହେବ କେମିତି ? ଧାନ ତ ଧୋଇ ଯାଇଛି, ଦୁହାଳ ଗାଇ ଛଡ଼େଇଲାଣି। ପିଲାଏ ଏବେ ଚଳିବେ କେମିତି ?

…. ଏସବୁ ଶୁଣିବା ଅପେକ୍ଷା ମରିବା ଭଲ । କେତେବେଳେ ମୋର ଚେତା ବୁଡ଼ିଗଲା ଜାଣେ ନାହିଁ। ଡାକ୍ତର ଆସି ବହୁ ଫୋଡ଼ାଫୋଡ଼ି କରିଥିବେ,ଯମ ଡାକ୍ତରଙ୍କ ମଧ୍ୟରେ ବହୁ ଟଣା ଓଟରା ଲାଗି ଯାଇଥିବ। ଶେଷକୁ ଯମର ଜୟ ଜୟକାର। ପ୍ରଫେସରଙ୍କ ବାର ବର୍ଷର ତପସ୍ୟା ଗୋଟିଏ ଦିନରେ ଶୁଖୁଆପୋଡ଼ାରେ ଶେଷ ପାଇଗଲା। …. ପ୍ରେତ ରୂପରେ ମୁଁ ବୁଲୁଥାଏ, ଶୁଣୁଥାଏ ପୁତ୍ରର ବ୍ୟାକୁଳ କ୍ରନ୍ଦନ, ଅଶ୍ୱାସନା ଦେବାର ଉପାୟ ଦିଶୁ ନ ଥାଏ।

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୁଞ୍ଜବିହାରୀ ଦାଶ
ଡକ୍ଟର କୁଞ୍ଜବିହାରୀ ଦାଶ(୧୯୧୪-୧୯୯୬) ଆଧୁନିକ ସାହିତ୍ୟରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ। ସେ ଏକାଧାରରେ ଜଣେ ସଙ୍କଳକ, କବି , ଗାଳ୍ପିକ ଓ ସମାଲୋଚକ। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ଏକାଧିକ ପୁରସ୍କାର ଓ ସମ୍ମାନ ପାଇଥିବା ଶ୍ରୀ ଦାଶ ଜଣେ ଲୋକ ସାହିତ୍ୟିକ ଭାବେ ପରିଚିତ ଥିଲେ। ‘ଛିନ୍ନମସ୍ତା’, ‘ପ୍ରଭାତୀ’, ‘କଳକଲ୍ଲୋଳ’, ‘ନବମାଳିକା’, ‘ଅପରାହ୍ନର କେତୋଟି ସ୍ୱର’ ଆଦି ତାଙ୍କ ରଚିତ କବିତା ସଙ୍କଳନ ଓ ‘କଥାଟିଏ କହୁଁ’, ‘ଲୋକଗଳ୍ପ ସଞ୍ଚୟନ’, ‘ଲୋକଗଳ୍ପ ସଙ୍କଳନ’ ଆଦି ଗଳ୍ପ... [ କ୍ରମେ ସବିଶେଷ ]
କୁଞ୍ଜବିହାରୀ ଦାଶଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤