ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କମଳ ଲୋଚନ ଚଉତିଶା
 |- ବଳରାମ ଦାସ
 
 
ତା: ଏପ୍ରିଲ୍ ୧୯, ୨୦୧୯  
 

କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ର ଧାରୀ ॥
ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ॥
ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ॥
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ॥
ନନ୍ଦନନ୍ଦନ ଗୋପୀନାଥ । ନିସ୍ତରିଯିବ ନରେ ଚିନ୍ତ ॥
ଚନ୍ଦ୍ରମା ପ୍ରାୟେକ ବଦନ । ଚାହିଁଲେ ଖଣ୍ଡେ ଦୁଃଖମାନ ॥
ଛତ୍ରୀ ଉତ୍ତମ ଶିରୋମଣି । ଛଟକେ ଆଣିଲେ ରୁକ୍ମିଣୀ ॥
ଜଗଜ୍ଜୀବନ ଦାଶରଥି । ଜାନକୀ ଦେବୀ ପ୍ରାଣପତି ॥
ଝୀନ ପତନୀ ଅଙ୍ଗେଶୋଭା । ଝଟକେ ବିଦ୍ୟୁ ପ୍ରାୟେ ଆଭା ॥
ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି । ନିସ୍ତରିଯିବା ନରେ ଦେଖି ॥
ଟେକିଲେ ଦୂବ କରେ ଦାରୁ । ଟାଣପଣରେ ଭାଙ୍ଗେ ମେରୁ ॥
ଠଣ ସୁନ୍ଦର ଶିରୋମଣି । ଠିକେ କମଳା ଯାର ରାଣୀ ॥
ଡମ୍ବରୁଧର ଯାକୁ ସେବା । ଡରେ ଖଟନ୍ତି ସର୍ବ ଦେବା ॥
ଢମ ଯେ କଲା ରାୟେକଂସ । ଢାଳେ ଅସୁର ଗଲାନାଶ ॥
ଅନନ୍ତ ନାମେ ଅନ୍ତ ନାହିଁ । ଅଣ ଅକ୍ଷରେ ଯାର ଦେହୀ ॥
ତପନ କୁଳେ ଅବତରି । ତାରିଲେ ଗଉତମ ନାରୀ ॥
ଥବିରପଣେ ମାୟାଗତି । ଥୟ ନ ଜାଣେ ବେଦପତି ॥
ଦରିଦ୍ର ଦାମୋଦର ମିତ୍ର । ଦଣ୍ଡକେ ଦେଲେ କୋଟି ଅର୍ଥ ॥
ଧରଣୀଧର ଶିରୋମଣି । ଧ୍ରୁବଙ୍କୁ ନିସ୍ତାରିଲେ ପୁଣି ॥
ନୃସିଂହମାଧବ ମୁରାରୀ । ନଖରେ ହିରଣ୍ୟ ବିଦାରି ॥
ପରମାନନ୍ଦ ପଦ୍ମନାଭ । ପୂରି ରହିଛ ସର୍ବ ଜୀବ ॥
ଫୁଲପଣକୁ ନୋହେ ସରି । ଫୁଲ ମାଳରେ ଦେହ ଭରି ॥
ବାଳିକି ବଧକଲ ହେଳେ । ବନ୍ଧ ବାନ୍ଧିଲ ସିନ୍ଧୁଜଳେ ॥
ଭାଙ୍ଗିଲ ରତ୍ନମୟ ପୁର । ଭ୍ରାନ୍ତି ଛାଡ଼ିଲା ଦେବଙ୍କର ॥
ମାଇଲ ଅକ୍ଷୟ ରାବଣ । ମହିମା କେ କରୁ ବଖାଣ ॥
ଯାଦବ ବଂଶେ ଜାତହୋଇ । ଜଗତ ଉଦ୍ଧାରିବା ପାଇଁ ॥
ରଖିଲ ଜଳରେ ଗଜକୁ । ରାଗେଣ ଛେଦିଣ ଗ୍ରାହକୁ ॥
ଲାବଣ୍ୟ ମୂର୍ତ୍ତି ଲକ୍ଷ୍ମୀଧର । ଲୟ କରନ୍ତି ସୁର ନର ॥
ଶ୍ରୀପତି ଶ୍ରୀକର ଶ୍ରୀଧର । ଶ୍ରିୟା ଦେବୀଙ୍କ ମନୋହର ॥
ସଂସାର ଭିତରେ ଉତ୍ତମ । ସାଧୁଙ୍କ ହିତରେ ଜନମ ॥
ଶ୍ୟାମସୁନ୍ଦର କଳେବର । ସକଳ ଦେବେ ପରିଚାର ॥
ହରି ବୋଇଲେ ହରେ ଦୁଃଖ । ହରି ଆନନ୍ଦ ମହାସୁଖ ॥
କ୍ଷମା ସାଗର ପୀତବାସ । ଭଣିଲେ ବଳରାମ ଦାସ ॥

କମଳ ଲୋଚନ ଚଉତିଶା କବିଙ୍କର ଏକ ଅନବଦ୍ୟ କୃତି, ଯେଉଁଥିରେ ବଳରାମ ଦାସ ‘କ’ ରୁ ‘କ୍ଷ’ ପର୍ଯ୍ୟନ୍ତ ଧାରାରେ ଶ୍ରୀବିଷ୍ଣୁଙ୍କ ରୂପ,ଗୁଣ, ସାମର୍ଥ୍ୟ ଓ ଆପଣାର ଭକ୍ତିଭାବ ପ୍ରକଟ କରିଛନ୍ତି।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବଳରାମ ଦାସ
ପଞ୍ଚସଖା ଯୁଗର ଅନ୍ୟତମ ସାଧକ ବଳରାମ ଦାସ ଓଡ଼ିଶାର ବାଲ୍ମିକୀ ଓ ଶୂଦ୍ରମୁନି ଭାବେ ସୁପରିଚିତ। ସେ ଗଜପତି ପ୍ରତାପରୁଦ୍ର ଦେବ ଓ ଶ୍ରୀଚୈତନ୍ୟଙ୍କ ସମସାମୟିକ ଥିଲେ। କବି ‘ଜଗମୋହନ ରାମାୟଣ’, ‘ଗୁପ୍ତ ଗୀତା’, ‘ଭାବ ସମୁଦ୍ର’, ‘ବ୍ରହ୍ମାଣ୍ଡ ଭୂଗୋଳ’, ‘ବଟ ଅବକାଶ’, ‘ବିରାଟ ଗୀତା’, ‘ଅମରକୋଷ ଗୀତା’, ‘ଲକ୍ଷ୍ମୀପୁରାଣ’ ଆଦି ରଚନା କରିଯାଇଛନ୍ତି। ‘ଲକ୍ଷ୍ମୀପୁରାଣ’ ପାଇଁ କବି ଓଡ଼ିଶାର ଘରେ ଘରେ ପରିଚିତ। ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ କବି... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ