ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନୋଜ ଦାସ
କାହ୍ନୁଚରଣ ମହାନ୍ତି
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଡକ୍ଟର ମାୟାଧର ମାନସିଂହ
ଗଣେଶ୍ୱର ମିଶ୍ର
ସଦାନନ୍ଦ ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଳିଙ୍ଗ ଶିଳ୍ପୀ
 |- ରାଜକିଶୋର ରାୟ
 
 
ତା: ମେ ୨୫, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

କଞ୍ଚୁକୀକୁ ତା’ର ସୁବିଧା ଅସୁବିଧା କଥା ଦେଖିବାକୁ ନିଯୁକ୍ତ କଲି୤ ତା’ର କଥାରେ ଯଦି ମୁଁ ବିଶ୍ବାସ କରେ, ତେବେ ଶ୍ରୀଧର, ଏଇଆ ଶୁଣ ଯେ, ବିନ୍ଧ୍ୟା ଆସିଲାବେଳେ ଯେଉଁ ଯୁଦ୍ଧବେଶରେ ମତେ ଅଭିବାଦନ କଲା, ସେ ତାହା ସବୁ କୁଆଡ଼େ ଭୁଲିଗଲା୤ ବରଂ ସାଧାରଣ ନାରୀ ବେଶରେ ଉଦ୍ଦାମଲୋଳ ଯୌବନଜ୍ୟୋତିକୁ ବିକିରଣ କରି ଅନ୍ତଃପୁରସ୍ଥ ଉଦ୍ୟାନର ଏକ ପ୍ରାନ୍ତରରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଚିତ୍ରିତ ପ୍ରଜାପତି ଭଳି ଘୂରି ବୁଲିଲା୤

ଅନାସକ୍ତ ଭାବରେ ମୁଁ ମୋର ରାଜକାର୍ଯ୍ୟ ନିର୍ବାହ କରୁଥାଏ୤ ଦିନେ ‘ବିହଙ୍ଗ ବିହାର’ ପରିଦର୍ଶନ କରିବା ପାଇଁ ମୁଁ ରାଜପୋଷାକ ତ୍ୟାଗ କରି ମନ ବିନୋଦନ ନିମିତ୍ତ ଯାତ୍ରା କଲି୤ ତାହା ଅନ୍ତଃପୁର ନିକଟସ୍ଥ ସ୍ଥାନ୤ ଏଇ ‘ବିହଙ୍ଗ ବିହାର’ରେ ନାନାଜାତି ପକ୍ଷୀ ଅଛନ୍ତି, କିନ୍ତୁ ସେଥିମଧ୍ୟରୁ ‘ବିମ୍ବୋଷ୍ଠ’କୁ ମୁଁ ଭାରି ସୁଖ ପାଉଥିଲି୤ ‘ବିମ୍ବୋଷ୍ଠ’ ଗୋଟିଏ ଶୁକପକ୍ଷୀର ନାମ୤ ସେଇଦିନର କଥା୤ ପିଞ୍ଜରାମୁକ୍ତ କରି ମୁଁ ଯେତେବେଳେ ବିମ୍ବୋଷ୍ଠକୁ ଆଣି ତା’ ସୁନାଶିକୁଳିଟି ମୋ ବାମକର ତର୍ଜନୀରେ ବାନ୍ଧୁଥିଲି, ସେତେବେଳେ ବିମ୍ବୋଷ୍ଠ ଜୋର୍‌ରେ ଗୋଟାଏ ଝିଙ୍କା ଦେଇ ଉଡ଼ି ଚାଲିଗଲା- ସ୍ବର୍ଣ୍ଣଶିକୁଳି ବି ଖଣ୍ଡ ଖଣ୍ଡ ହୋଇ ଭୂତଳେ ନିକ୍ଷିପ୍ତ ହେଲା୤ ଦେଖିଲି, ସେ ଅନ୍ତପୁରସ୍ଥ ଉଦ୍ୟାନର ତମାଳ ଶାଖାରେ ବସି ଆତ୍ମଗୋପନ କଲା୤ ମୁଁ ବଡ଼ ଅନୁନୟ କରି ତାକୁ ଡାକିଲି, ମାତ୍ର ସେ କର୍ଣ୍ଣପାତ କଲା ନାହିଁ୤ ବରଂ ତମାଳ ଶାଖାରେ ଚକ୍ଷୁତାରା ଦୁଇଟି ମୁଦି ଦେଇ ସୁଷୁପ୍ତିରେ ନିମଗ୍ନ ହେଲା୤

ଅନ୍ତଃପୁରକୁ ଯିବା ବିନ୍ଧ୍ୟାର ଉଦୟ ହେବା ଦିନଠାରୁ ମୋ ପକ୍ଷରେ ସମ୍ଭବ ନୁହେଁ୤ କିନ୍ତୁ ଯଦି ବିମ୍ବୋଷ୍ଠକୁ ଧରି ନପାରେ, ତେବେ ତାର ବିଚ୍ଛେଦ ଦୁଃଖରେ ମୁଁ ବଡ଼ କାତର ହୋଇପଡ଼ିବି, ଏହା ଭାବି ଆନ୍ତଃପୁର ଆଡ଼କୁ ଅଗ୍ରସର ହେଲି୤ ଏକାକୀ ଉଦ୍ୟାନରେ ପୁଷ୍ପବାଟିକା ତଳେ ଯାଉଁ ଯାଉଁ ଦେଖିଲି ମରାଳଖଚିତ ‘ନୀଳସର’ର ସେପାନ ଶ୍ରେଣୀକୁ ଭରା ଦେଇ ବିନ୍ଧ୍ୟା ଗୋଟିଏ ନୀଳପଦ୍ମକୁ ନିଜ ମୁଦ୍ରିତ ଚକ୍ଷୁ ଦୁଇଟିରେ ଧୀରେ ଧୀରେ ସଞ୍ଚାର କରୁଛି୤ ବକ୍ଷ ଅନାବୃତ, କର୍ଣ୍ଣାଳଙ୍କାର ପଦ୍ମକୋରକ, କଟୀଦେଶରେ କେବଳ ଝିନ ଉତ୍ତରୀୟ ଖଣ୍ଡେ୤ ଏ ରୂପ-ଆଲୋକ ମତେ ମୁଗ୍ଧ କଲା୤ ଚତୁରୀ ଦୂରରୁ ଦେଖିପାରି ସଲଜ୍ଜ ବଦନରେ ମୋତେ ସ୍ବାଗତ ଜଣାଇ ଅଭିବାଦନ କଲା୤ ମୁଁ ନିରୁପାୟ ହୋଇ ଦୂରସ୍ଥ ତମାଳ ଶାଖାକୁ ହସ୍ତ ପ୍ରସାରଣ କରି ସଙ୍କେତ କଲି୤ ବୁଦ୍ଧିମତୀ ବୁଝିପାରି ପଚାରିଲା- ‘ଓ ବିମ୍ବୋଷ୍ଠ ଉଡ଼ିଯାଉଛି, କିଛି ଚିନ୍ତା ନାହିଁ- ଆସନ୍ତୁ୤’
ଦୁହେଁ ତମାଳଶାଖା ଉପରେ ଦୃଷ୍ଟି ରଖି ଯାଉଁ ଯାଉଁ ବିନ୍ଧ୍ୟା ପଚାରିଲା- ‘ମତେ ସ୍ମରଣ କଲେ ? ମୁଁ ଯେ ନିତି ଅପେକ୍ଷାରେ ଥାଏ୤’
ବିନ୍ଧ୍ୟା କଥାକୁ ଆଦୌ ଭ୍ରୂକ୍ଷେପ ନକରି ଚିତ୍କାର କଲି- ‘ମୂର୍ଖ ଶୂକପକ୍ଷୀ, ଶୀଘ୍ର ଫେରିଆ୤’ ବିମ୍ବୋଷ୍ଠ ମୋ କଥାକୁ ଖାତିର ନ କରି ବରଂ ଆହୁରି ଲତାନ୍ତରାଳରେ ଆତ୍ମଗୋପନ କଲା୤ ମୁଁ ନିରୁପାୟ ଭାବରେ ବିନ୍ଧ୍ୟାର ମୁଖ ସୁଷମାକୁ ଚାହିଁରହିଲି୤ ସେ ମତେ ‘ଅପେକ୍ଷା କରନ୍ତୁ’ କହି ଦୃପ୍ତା ଫଣି ପରି ହଠାତ୍‌ ପୁଣି ଅନ୍ତଃପୁର ମଧ୍ୟରେ ପ୍ରବେଶ କଲା୤ ମୁଁ ଅତି ଦୀନ ଭାବରେ ଏକ ପାଖେ ବିମ୍ବୋଷ୍ଠ, ଅନ୍ୟ ପାଖେ ବିନ୍ଧ୍ୟାକୁ ଚାହିଁ ରହିଲି୤
କ୍ଷିପ୍ର ଚରଣରେ ଅନ୍ୟ ଏକ ଶୁକପକ୍ଷୀ ଧରି ତମାଳ ବୃକ୍ଷ ତଳେ ଡାକ ଦେଲା- ‘ବିମ୍ବୋଷ୍ଠ, ତୋର ସାଥୀ ତଳେ କାତର ପ୍ରାଣରେ ଡାକୁଛି, ତୁ ଫେରିଆ୤’ ଏଇ ଏକ କଥା ବାରମ୍ବାର ଉଦ୍ୟାନ ଗର୍ଭରେ ପ୍ରତିଧ୍ବନିତ ହେଲା ଓ ପ୍ରତି ଥର ବିନ୍ଧ୍ୟା ମୋ ଆଡ଼େ କଟାକ୍ଷ ନିକ୍ଷେପ କରି ମତେ ବ୍ରତଭଙ୍ଗ ଉଦ୍ଦେଶ୍ୟରେ ବିଚଳିତ କରୁଥାଏ୤ ମୁହୂର୍ତ୍ତକ ପରେ ଦେଖିଲି ବିମ୍ବୋଷ୍ଠ ପକ୍ଷ ବିସ୍ତାର କରି ବିନ୍ଧ୍ୟାର କାନ୍ଧ ଉପରକୁ ଉଡ଼ି ଆସିଲା ଓ ବାରମ୍ବାର ତାର କର୍ଣ୍ଣଭୂଷା ପଦ୍ମକୋରକକୁ ଚଞ୍ଚୁରେ ଆଘାତ କଲା୤
‘ମଣିମା, ଏତିକି ଶିଳ୍ପୀ ପକ୍ଷରେ ଯଥେଷ୍ଟ, ତା’ପରେ ଯାହା ଘଟିଛି ତା’ ଶିଳ୍ପରେ ହିଁ ଫୁଟି ଉଠିବ, ମତେ ବିଦାୟ ଦିଅନ୍ତୁ୤ ମୁଁ କ୍ଷଣକ ମଧ୍ୟରେ ଫେରି ଆସିବି୤’
କ୍ଷଣକର ଅବସାନ ନ ହେଉଣୁ ଶ୍ରୀଧର ଚଞ୍ଚଳ ପଦକ୍ଷେପରେ କକ୍ଷରେ ପ୍ରବେଶ କଲେ୤
ତା’ପରେ ଗୋଟିଏ ପ୍ରସ୍ତରଖୋଦିତ ମୂର୍ତ୍ତିକୁ ରାଜାଙ୍କ ସମ୍ମୁଖରେ ଥୋଇ ଶ୍ରୀଧର ଯୋଡ଼ହସ୍ତରେ ଛିଡ଼ା ହେଲେ- ‘ପ୍ରଭୁ ତା’ପରେ ଘଟଣା ଏଇ ମୂଳ ପ୍ରସ୍ତରଖଣ୍ଡ ବ୍ୟକ୍ତ କରିବ୤’
ବଜ୍ରପାତରେ ଚେତନାଲୁପ୍ତ ହେବା ଭଳି ଏ ଅସାଧାରଣ ରହସ୍ୟ ଦେଖି ରାଜାଙ୍କର ବାକସ୍ଫୂର୍ତ୍ତି ଅସମ୍ଭବ ହେଲା୤ ସେ କେବଳ ଉନ୍ମାଦ ଭଳି ବିସ୍ଫାରିତ ନେତ୍ରରେ ପ୍ରତିମୂର୍ତ୍ତିଟିକୁ ଆଲିଙ୍ଗିନ କରି, ବକ୍ଷସ୍ଥଳରୁ ରକ୍ତ ଶୋଷି ନେଉଥିବା ଯୁବତୀର ରକ୍ତାଧରରେ ଚୁମ୍ବନ ଦେଇ ମୂର୍ଚ୍ଛା ଗଲେ….୤
ଖଣ୍ଡଗିରି ଗୁହା ଶୂନ୍ୟ, ଖଣ୍ଡେ ଶୈବାଳ ଗୁଳ୍ମପୂର୍ଣ୍ଣ ପ୍ରସ୍ତର ପରେ ବକ୍ରାଙ୍କିତ ହୋଇଛି କେତୋଟି ଲିପିମାତ୍ର- କଳିଙ୍ଗ ଶିଳ୍ପୀ ! କଳିଙ୍ଗର ରାଜା ବସୁଭୂମାଙ୍କୁ ଯୋଗିନୀ ପାଇଁ ଉଦ୍ଦିଷ୍ଟ ‘ଶୁକପକ୍ଷୀ ଶିଳ୍ପ’କୁ ଉପହାର ଦିଅ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ରାୟ
ରାଜକିଶୋର ରାୟ
ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଜକିଶୋର ରାୟ(୧୯୧୪-୧୯୯୮) ଓଡ଼ିଆ ସାହିତ୍ୟରେ ସୁପରିଚିତ, ସୁପଠିତ ଓ ସୁପ୍ରିୟଲେଖକ୤ ତାଙ୍କ ରଚିତ ପ୍ରତ୍ୟେକ କ୍ଷୁଦ୍ରଗଳ୍ପର ବିଷୟବସ୍ତୁ ସାମାଜିକ ଘଟଣାବଳୀ ଉପରେ ପର୍ଯ୍ୟବେଶିତ ଥିଲେ ହେଁ ପ୍ରତ୍ୟେକଟି ଲେଖା ଅନ୍ୟଠାରୁ ସ୍ବତନ୍ତ୍ର୤ ଗଳ୍ପର ବିଷୟବସ୍ତୁ ନିର୍ବାଚନରେ, ତାହାର ଆରମ୍ଭ ଓ ଶେଷରେ ଉତ୍କଣ୍ଠା, ବାସ୍ତବତା,ଆକସ୍ମିକତାର ପରିବେଷଣ କୌଶଳ ବିଚାରରୁ ପୁଣି ସମସ୍ୟା ଉପସ୍ଥାପନ କରି ତାହାର ସମାଧାନକୁ ପାଠକଙ୍କ ହାତରେ ଛାଡ଼ି ଦେଇଥିବା ସିଦ୍ଧାନ୍ତ ପାଇଁ ଗାଳ୍ପିକ ଶ୍ରୀ ରାୟ ବେଶ୍ ପରିଚିତ୤... [ କ୍ରମେ ସବିଶେଷ ]
ରାଜକିଶୋର ରାୟଙ୍କ ଅନ୍ୟାନ୍ୟ ଲେଖା →