ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅଚ୍ୟୁତାନନ୍ଦ କର
ଉତ୍କଳମଣି ଗୋପବନ୍ଧୁ ଦାସ
ଫନି ମହାନ୍ତି
ନୀଳକଣ୍ଠ ଦାସ
ଫତୁରାନନ୍ଦ
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଳିଙ୍ଗ ଶିଳ୍ପୀ
 |- ରାଜକିଶୋର ରାୟ
 
 
ତା: ମେ ୨୫, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

କେଦାରଗୌରୀ ଦେବାଳୟ ନିକଟରେ ଶ୍ରୀଧର ମହାରଣାଙ୍କର କୁଟୀର୤ ବେଳ ପ୍ରାୟ ଆଖର ହୋଇଛି୤ ଗୋଧୂଳିର କ୍ଷୀଣ ଆଲୋକରେ ଶ୍ରୀଧର ଗୋଟିଏ ଶାର୍ଦ୍ଦୂଳର କେଶର ଗୁଚ୍ଛ ରୂପ ଦେଉଛନ୍ତି ନିହାଣ ମୁଗୁର ଧରି- ଅସ୍ପଷ୍ଟ ଆଲୋଚନାରେ କାହାର ଛବି ଦେଖି ସେ ଚମକି ପଡ଼ିଲେ, ଆଉ ସଙ୍ଗେ ସଙ୍ଗେ ଶୁଣିପାରିଲେ କିଏ ଯେପରି କହୁଛି- ‘ତେବେ ମୋର ଅନୁମାନ ସତ୍ୟ୤’ ‘କିଏ’ କହି ଶ୍ରୀଧର ଛବି ପ୍ରତି ଚାହିଁ ରହିଲେ୤
ସେହି ଯୋଗିନୀ୤ ସେ ଧୀରେ ଧୀରେ ମୂର୍ତ୍ତି ସମ୍ମୁଖରେ ବସି ପଡ଼ିଲେ ଓ ହଠାତ୍‌ କଥା ଆରମ୍ଭ କରି ପଚାରିଲେ- ‘ତେବେ ମୋର ଅନୁମାନ ସତ୍ୟ, ଆପଣ ଜଣେ ଶିଳ୍ପୀ, ଏଇ ଶାର୍ଦ୍ଦୂଳ ମୂର୍ତ୍ତି ତା’ର ସାକ୍ଷୀ୤’
ଶ୍ରୀଧର ଟିକିଏ ସଲଜ୍ଜଭାବ ଦେଖାଇ କହିଲେ- ‘ମୋ, ଶିଳ୍ପ ସୂକ୍ଷ୍ମକଳା, ପ୍ରତିଦିନ ଟିକିଏ ଅଭ୍ୟାସ ନ କଲେ, ଚକ୍ଷୁ ଓ ହସ୍ତର ଶୈଳୀ ମୂର୍ତ୍ତି ଉପରେ ଠିକ୍‌ ରୂପ ଧରେ ନାହିଁ୤’
‘ତାହାହେଲେ ଭଦ୍ର, ମୁଁ ବୁଝିଛି, ଭୁବନେଶ୍ବର ଓ ଖଣ୍ଡଗିରିର ଅଜସ୍ର ଶିଳା ଦେହରେ ଏ ହାତର ନୈପୁଣ୍ୟ-ସଙ୍କେତ ଅଛି, ନା ?’
ଶ୍ରୀଧର ସସଂଭ୍ରମେ ସ୍ବୀକାରୋକ୍ତି ପ୍ରକାଶ କଲେ୤
‘ବେଶ୍‌, ମୁଁ ଯାହା ଖୋଜୁଥିଲି ତା ପାଇଛି ବୋଧହୁଏ୤’
‘ମା, ଅନୁମତି ଦିଅନ୍ତୁ କିଭଳି କାର୍ଯ୍ୟରେ ମୁଁ ଆପଣଙ୍କର ସହାୟତା କରିପାରିବି ?’ ଶ୍ରୀଧର ଆସନ୍ତା ଉତ୍ତର ପ୍ରତୀକ୍ଷାରେ ବସି ରହିଲେ୤
‘ଦେଖ ଭଦ୍ର, ଯୋଗିନୀ ପାଖରେ ମୂର୍ତ୍ତିପୂଜାର ମୂଲ୍ୟ ନାହିଁ୤ ତଥାପି ମର୍ମେ ମର୍ମେ ଜୀବନର ଯେଉଁ ଶେଷ ଅଭିନୟଟିକୁ ବଡ଼ ଯତ୍ନରେ ହୃଦୟରେ ଧରି ଚାରିଣୀ ହୋଇଛି, ସେ ଛବିକୁ, ସେ ଧାରଣାକୁ ବା ସେ ଭାବକୁ ରୂପ ଦେଇପାରିବ କଳିଙ୍ଗ ଶିଳ୍ପୀ ?’
‘ମା, ମୂର୍ତ୍ତି ଦେଖି ମୂର୍ତ୍ତି ଗଠନ ଶିଳ୍ପକଳାର ନିମ୍ନସ୍ତରର କଥା- କିନ୍ତୁ ଲିଙ୍ଗରାଜଙ୍କର ଆଶୀର୍ବାଦରୁ ମୋ ପକ୍ଷରେ ଛବିର ଭାବ ହିଁ ଯଥେଷ୍ଟ, ପ୍ରକାଶ କରନ୍ତୁ୤’
ଯୋଗିନୀ ଟିକିଏ ଇତସ୍ତତଃ ହୋଇ କହିଲେ- ‘ଏ ସ୍ଥାନ ନିର୍ଜନ ତ ?’
‘କେବଳ ସାକ୍ଷୀ ବିଶ୍ବବିଶ୍ରୁତ କେଦାର ଓ ପ୍ରେମଯୋଗିନୀ ଗୌରୀ୤’
ତପସ୍ବିନୀର ସର୍ବାଙ୍ଗରେ ଶିହରଣ ଯେପରି ଖେଳିଗଲା୤
‘ଆଚ୍ଛା ଶୁଣ -’
‘ତମାଳ ଶାଖାରୁ ତ୍ରସ୍ତା ଶୁକପକ୍ଷୀଟିଏ ଗୋଟିଏ ରମଣୀର ଅଙ୍ଗଦେଶକୁ ଉଡ଼ିଆସିଲା୤ ରମଣୀୟ କର୍ଣ୍ଣଭୂଷା ପଦ୍ମକୋରକକୁ ସେ ଚଞ୍ଚୁଦ୍ବାରା କ୍ଷତ କଲା୤ ସେ ଚିତ୍କାର କରି ଅତି ନିକଟରେ ଏ ମଧୁର ଅଭିନୟ ଦେଖୁଥିବା ସୁଠାମ ଯୁବାକୁ ଏ ବିପଦରୁ ରକ୍ଷା କରିବା ପାଇଁ ଅନୁରୋଧ କଲା୤ ସୁଶ୍ରୀ ପୁରୁଷଟି ଶୁକ ପକ୍ଷୀକୁ ରମଣୀର କାନ୍ଧରୁ ଛିନ୍ନ କରି ନେଇଯିବା ଅଭିପ୍ରାୟରେ ଆକର୍ଷଣ କରନ୍ତେ ତାହା ବିହ୍ବଳ ହୋଇ ଯୁବକର ପ୍ରଶସ୍ତ ବକ୍ଷ ଉପରେ ଚଞ୍ଚୁ ଓ ନଖ ଦ୍ବାରା ଏପରି ଆଘାତ କଲା, ଯାହ ଫଳରେ…’
‘ମା, ଚୁପ୍‌ ହୋଇଗଲେ ଯେ !’

ତପସ୍ବିନୀଙ୍କର ଅଧର ଥରି ଉଠିଲା୤ ସେ ଆତ୍ମସମ୍ବରଣ କରି ଆରମ୍ଭ କଲେ- ‘ଫଳରେ ଏକ ରକ୍ତସ୍ରାବ ଦେଖାଗଲା୤ ରମଣୀଟି ଏ ଆକସ୍ମିକ ବିପତ୍ତି ଦେଖି ନିଜ ଅଧର ବସାଇ କ୍ଷତସ୍ଥଳରୁ ରକ୍ତଧାର ବନ୍ଦ ହେବା ପର୍ଯ୍ୟନ୍ତ ଉଷ୍ଣରକ୍ତ ଟାଣି ଆଣୁଥାଏ୤ ସେହି ଭଙ୍ଗୀ, ସେହି ହୃଦୟର ହୃଦୟମିଶା, ଯୁବତୀର ରକ୍ତାଧର, ଯୁବକର ବିସ୍ମୟ ଭାବାବେଶ, ପକ୍ଷୀର କୋରକ ଦଂଶନ ଇତ୍ୟାଦି ସବୁ ଯେପରି ଏକ ନିପୁଣ ଶିଳ୍ପଚାତୁରୀରେ ଜୀବନ୍ତ ହେବ୤ କରିପାରିବ ଶିଳ୍ପୀ ?’

ଶୁଣୁଥିଲେ ଶ୍ରୀଧର, ଏ ପ୍ରଗଳ୍ଭା ଯୋଗନୀର ଚିତ୍ର ପରିକଳ୍ପନା ବଡ଼ ମୁଗ୍‌ଧ ତନ୍ମୟ ଭାବରେ୤ ଏ ଅସାଧାରଣ ଭାବ, ଯାହା କି ଏକା କବି ସୂଚନାର ମୋହନ ସଙ୍କେତକୋଟିରେ ସମ୍ଭବ, ତା’ ଏ ପ୍ରବ୍ରଜ୍ୟାର ରୂଢ଼ କଳ୍ପନା କେଉଁଠାରୁ ପାଇଲା ! ବ୍ୟସ୍ତଭାବ ଛାଡ଼ି ଶ୍ରୀଧର ସ୍ବୀକାର କଲେ- ‘ମା, ଆପଣଙ୍କ ସନ୍ତାନ ଏ ଚିତ୍ର ପରିବେଷଣ କରିପାରିବ୤’ ଯୋଗିନୀର ଆନନ୍ଦ ଦୁଇଟି ଚକ୍ଷୁରେ ଘନ ହୋଇଉଠିଲା୤ ସେ ଧୀରେ ଧୀରେ ଆସନ ଛାଡ଼ି, ଆମ୍ରବାଟିକା ଛାଡ଼ି, ଆମ୍ରବାଟିକା ତଳ ଘନାନ୍ଧକାରରେ ମିଳାଇଗଲେ୤

ବିନ୍ଧ୍ୟାର ପ୍ରତିମୂର୍ତ୍ତିରେ ଶୁଭ ଦିଆ ହେବାର ଆଜି ଦ୍ବାଦଶ ଦିନ୤ ରାଜା ବସୁଭୂମା ଉତ୍‌ଫୁଲ୍ଲ ପ୍ରାଣରେ ଆଜି ପୂର୍ଣ୍ଣାଙ୍ଗ ପ୍ରତିମାର ଶୋଭା ଦେଖିବେ ବୋଲି କକ୍ଷ ମଧ୍ୟରେ ପଦଚାରଣ କରୁଛନ୍ତି୤ ଶ୍ରୀଧର ମହାରଣା କକ୍ଷର ଦ୍ବାର ଉନ୍ନୁକ୍ତ କରି ବିନ୍ଧ୍ୟାର ଶିଳ୍ପୀ ପ୍ରତିମା ରାଜାଙ୍କୁ ହାତ ବଢ଼ାଇ ଦେଖାଇ ଦିଅନ୍ତେ ରାଜା ଉଚ୍ଚସ୍ବରରେ- ‘ଏ ଯେ ନିଜେ ବିନ୍ଧ୍ୟା’ କହି ମୂର୍ତ୍ତି ପାଖକୁ ଝୁଙ୍କି ପଡ଼ିଲେ୤ ଶ୍ରୀଧର ଶାନ୍ତ ଭାବରେ କହିଲେ- ‘ମଣିମା, ଆପଣଙ୍କର ଭ୍ରମ ହିଁ ମୋର ଯଥାଯୋଗ୍ୟ ପୁରସ୍କାର୤ ଏ ବିନ୍ଧ୍ୟାର ପ୍ରତିମୂର୍ତ୍ତି କଳିଙ୍ଗ ଶିଳ୍ପୀ ଶ୍ରୀଧର ମହାରଣାର ରୁକ୍ଷ କର ଦୁଇଟିରେ ମୂର୍ତ୍ତିମନ୍ତ ହୋଇଛି୤’

‘ଶ୍ରୀଧର, ଏ ପ୍ରତିମା ନୁହେଁ-ଏ ଜୀବନ୍ତ ବିନ୍ଧ୍ୟା୤ କର୍ଣ୍ଣଭୂଷାରେ ଯେଉଁ ପଦ୍ମକୋରକ ଖଞ୍ଜିଛି, ତାହା ସେହି ଦୁଷ୍ଟ ‘ବିମ୍ବୋଷ୍ଠ’ ଦ୍ବାରା ଛିନ୍ନଭିନ୍ନ ହୋଇଥିଲା୤ ମୋର ଠିକ୍‌ ସ୍ମରଣ ଅଛି୤ କିନ୍ତୁ ହେ କଳିଙ୍ଗ ଶିଳ୍ପୀ ! ଅକ୍ଷୁର୍ଣ୍ଣ ଜୀବନ୍ତ ପ୍ରତିମାରେ ଚନ୍ଦ୍ରଠାରେ କଳଙ୍କ ନ୍ୟାୟରେ ଏ ଭୁଲ କଲ କାହିଁକି ? ବିନ୍ଧ୍ୟା ତାମ୍ବୁଳ ସେବନ କରେ ନାହିଁ, ଅନ୍ତତଃ ମୁଁ କେବେ ଦେଖିନାହିଁ୤ ତା’ର ଅଧର ଯେ ରକ୍ତବର୍ଣ୍ଣ ଦେଖୁଛି୤’

ଶ୍ରୀଧରଙ୍କ ବିସ୍ମୟାଭିଭୂତ ଅପଲକ ନେତ୍ର ଦେଖିଲେ ଜଣାଯିବ ସେ କେଉଁ ଅତୀତ-ସ୍ମୃତିକୁ ଜୋରକରି ଟାଣି ଆଣୁଛନ୍ତି୤ ‘କଳିଙ୍ଗ ଶିଳ୍ପୀର ଭୁଲ୍‌’ ଏତିକି ଶୁଣି ସେ ପାଗଳ ପରି କହିବସିଲେ- ‘ମଣିମା, ଶରଣ ପ୍ରାର୍ଥନା କରେ- ଏ ଭୁଲ୍‌କୁ ମୁଁ ଭୁଲ ବୋଲି ସ୍ବୀକାର କରିପାରିବି ନାହିଁ; ବିନ୍ଧ୍ୟାର ପ୍ରତିମା ଗଠନ ଯେଉଁଦିନ ଶେଷ କଲି ସେଦିନ ଘଟଣାଚକ୍ରରେ ଅନ୍ୟ ଏକ ଗ୍ରାହକଙ୍କଠାରୁ ଏକ ଶିଳ୍ପ-ଯୋଜନା ଭାବର ନମୁନା ପାଇଲି୤ ସେ ଯାହା ଚିତ୍ରର ଭାବ ଦେଲେ, ତାହା ମତେ ଅସାମାନ୍ୟ ବୋଧ ହେଲା୤ ତାଙ୍କର ଚିତ୍ର ପରିକଳ୍ପନା ମୋର ହୃଦୟରେ ଘନୀଭୂତ ହୋଇ ରୂପକାର ହେବା ସମୟରେ ମୁଁ ବିନ୍ଧ୍ୟା ପ୍ରତିମାର ଅଧରରେ ଶେଷ ତୂଳି ଦେଛି୤ ଜାଣେନା, କାହିଁକି ତୁଳି ମୋର ଏକଧାର ରକ୍ତ ଏଭଳି ସୁଷମାଯୁକ୍ତ ଅଧରରେ ବୋଳିଦେଲା୤ ଅପରାଧ କ୍ଷମା କରିବେ୤’
ଏକ ନିଃଶ୍ବାସରେ ଏ ସମସ୍ତ କଥା କହି ଶ୍ରୀଧର କକ୍ଷ ଛାଡ଼ି ଚାଲିଗଲା ବେଳେ ଶୁଣିଲେ, ରାଜା ପାଗଳଙ୍କ ପରି କହୁଛନ୍ତି-
‘ରକ୍ତଗାର…
ବିନ୍ଧ୍ୟା ଅଧରରେ…
‘ପୁଣି ଶିଳ୍ପୀ ଦେଇଛି କର୍ଣ୍ଣଭୂଷା ପଦ୍ମକୋରକ !!’
ପ୍ରଳାପ, କେବଳ ପ୍ରଳାପ !
‘ଶୁଣ ଶ୍ରୀଧର, ଏଇ ବସନ୍ତ ସମୟ୤ ପ୍ରାସାଦ କକ୍ଷରେ ଏକାକୀ ବସି ମୁଁ ବସନ୍ତୋତ୍ସବର ସଂଭୋଗଶିରୀ ଉପଭୋଗ କରୁଥିଲି୤ ଏଇ ସମୟରେ ଦୁର୍ଗରକ୍ଷକ ଜଣାଇଲା, ଜଣେ ନାରୀ ମୋର ଦର୍ଶନପ୍ରାର୍ଥିନୀ୤ ସାମାନ୍ୟ ନାରୀ ଜଣେ ଦ୍ବାରଦେଶରେ ମୋର ଅପେକ୍ଷା କରୁଛି, ଏ ସମ୍ବାଦରେ ମୁଁ ବିଚଳିତ ହେଲିନି୤ ଜୀବନରେ ନାରୀ ପ୍ରତି ଅନୁରକ୍ତ ମୋର ବଡ଼ ବିସ୍ବାଦ ବିଷୟ୤ ମୁଁ ଜାଣିଶୁଣି ତା’ର ଦୃଷ୍ଟିରେଖା ଭିତରକୁ ଯିବାପାଇଁ ଶଙ୍କା କରେ୤ ଏ ମୋର ପ୍ରକୃତିଗତ ଭୀରୁତା ନୁହେଁ- ଦୁର୍ଦ୍ଦମ ଅଭିଳାଷ୤ କିନ୍ତୁ କି ସମ୍ବାଦ ଘେନି ଜଣେ ନାରୀ ଦ୍ବୈତ୍ୟ ବ୍ୟାଜରେ ଆସିଛି, ତାହା ଜାଣିବା ପାଇଁ ମୁଁ ତାକୁ ଆଣିବାକୁ ଆଦେଶ ଦେଲି୤ ଯେଉଁ ନାରୀ ଯୁଦ୍ଧବର୍ମ ପିନ୍ଧି, କାନ୍ଧରେ ତୂଣୀର ଝୁଲାଇ ସଶସ୍ତ୍ର ସୈନିକ ବେଶରେ ମୋ ସମ୍ମୁଖରେ ଛିଡ଼ିହେଲା, ସେ ବିନ୍ଧ୍ୟା୤ ଶ୍ରୀଧର, ସେ ବିନ୍ଧ୍ୟା, ଅପୂର୍ବ ରମଣୀ ସେ୤ ତାକୁ ଦେଖି ମୁଁ ଆତ୍ମବିସ୍ମୃତ ହେଲି୤ ସେ ମୋର ଭାବାନ୍ତର ଯେପରି ଲକ୍ଷ୍ୟ କରିନାହିଁ, ଏଇ ରୀତିରେ ମୋର କୁଶଳ ଜିଜ୍ଞାସା କରି ନିଜର ପରିଚୟ ଦେଲା- ତା’ର ପରିଚୟ ବି ବଡ଼ ରହସ୍ୟମୟ୤ ସେ କେଉଁଠି ବହୁ ଯୁଦ୍ଧରେ ସୈନିକ ବେଶରେ ରଣତାଣ୍ଡବ ଦେଖିଛି, କିନ୍ତୁ ମୋ ପାଖକୁ ଆସିଛି ଏଇ ମିନତି ନେଇ ଯେ, ସେ ମୋ’ରି ଅନ୍ତଃପୁରବାସିନୀ ହୋଇ କିଛିଦିନ ପାଇଁ ଯୁଦ୍ଧକ୍ଳେଶ ପାସୋରି ପକାଇବ୤ ବେଶ୍‌ କଥା- ମୁଁ ଅବିବାହିତ ଥିବାରୁ ଓ ମୋର ଅନ୍ତଃପୁର ଶୂନ୍ୟ ପଡ଼ିଥିବାରୁ ମୁଁ ଏଇ ଯୁଦ୍ଧପ୍ରମତ୍ତା ରମଣୀକୁ ବିନା ଆପତ୍ତିରେ ଅନ୍ତଃପୁରବାସିନୀ ହେବାକୁ ଅନୁମତି ଦେଲି୤ ଏଇ ଭାବ କିନ୍ତୁ ମୋର ହୃଦୟ ଅଧିକାର କଲା ଯେ, ନିଶ୍ଚୟ ଏଇ ସୁନ୍ଦରୀ ରମଣୀ କୌଣସି ଶତ୍ରୁପକ୍ଷ ଦ୍ବାରା କଳିଙ୍ଗର କଳଙ୍କ ରଟାଇବା ପାଇଁ ସନ୍ଧାନୀ ଭାବରେ ଛୁଟି ଆସିଛି; ମୋର ଅନ୍ତଃପୁରରେ ମତେ ହିଁ ଦଂଶନ କରିବାକୁ୤ ସେ ଯାହାହେଉ, ନିର୍ବିଘ୍ନରେ କେତୋଟି ଦିନ କଟିଗଲା୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ରାୟ
ରାଜକିଶୋର ରାୟ
ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଜକିଶୋର ରାୟ(୧୯୧୪-୧୯୯୮) ଓଡ଼ିଆ ସାହିତ୍ୟରେ ସୁପରିଚିତ, ସୁପଠିତ ଓ ସୁପ୍ରିୟଲେଖକ୤ ତାଙ୍କ ରଚିତ ପ୍ରତ୍ୟେକ କ୍ଷୁଦ୍ରଗଳ୍ପର ବିଷୟବସ୍ତୁ ସାମାଜିକ ଘଟଣାବଳୀ ଉପରେ ପର୍ଯ୍ୟବେଶିତ ଥିଲେ ହେଁ ପ୍ରତ୍ୟେକଟି ଲେଖା ଅନ୍ୟଠାରୁ ସ୍ବତନ୍ତ୍ର୤ ଗଳ୍ପର ବିଷୟବସ୍ତୁ ନିର୍ବାଚନରେ, ତାହାର ଆରମ୍ଭ ଓ ଶେଷରେ ଉତ୍କଣ୍ଠା, ବାସ୍ତବତା,ଆକସ୍ମିକତାର ପରିବେଷଣ କୌଶଳ ବିଚାରରୁ ପୁଣି ସମସ୍ୟା ଉପସ୍ଥାପନ କରି ତାହାର ସମାଧାନକୁ ପାଠକଙ୍କ ହାତରେ ଛାଡ଼ି ଦେଇଥିବା ସିଦ୍ଧାନ୍ତ ପାଇଁ ଗାଳ୍ପିକ ଶ୍ରୀ ରାୟ ବେଶ୍ ପରିଚିତ୤... [ କ୍ରମେ ସବିଶେଷ ]
ରାଜକିଶୋର ରାୟଙ୍କ ଅନ୍ୟାନ୍ୟ ଲେଖା →