ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୨

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
କୁନ୍ତଳା କୁମାରୀ ସାବତ
ଡ.ହରେକୃଷ୍ଣ ମହତାବ
ଭୁବନେଶ୍ବର ବେହେରା
ଅମରେନ୍ଦ୍ର ଖଟୁଆ
ସୁଧାଂଶୁ ଶେଖର ପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କାଳିଜାଇ
 |- ଗୋଦାବରିଶ ମିଶ୍ର
 
 
ତା: ଡିସେମ୍ବର୍ ୨୭, ୨୦୧୨  
 

‘ଭଲ କରି ନାଆ ବୁହା, ରେ ନାଉରି !
ଝିଅକୁ ମାଡ଼ୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର୤’
ଭଲ କରି ନାଆ ବାହୁଛି ନାଉରି
ତଲେଇ କରିଛି ଠିଆ;
ମାମୁଁଭଣଜାର କୋଣରୁ ଆସେ ଲୋ,
ବୋହି ସୁଲୁ ସୁଲୁ ବାଆ୤
ଦିନ ଦଶ ଘଡ଼ି ହେଲାଣିଟି ଆସି,
ଖରା ମାରେ ଚାଇଁ ଚାଇଁ;
ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ,
ବେଳ ତ ପାଇବ ନାହିଁ୤

ନାଉରି ବାପୁଡ଼ା କାତ ମାରୁଅଛି,
ଉଦାସେ ଗାଉଛି ଗୀତ;
ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ,
ଜଣା ନ ପଡ଼ଇ ବାଟ୤
ମାଆ ଭଉଣୀଙ୍କି, ସାଥୀ ସଙ୍ଗାତଙ୍କୁ
ଝିଅ ଯେ ଆସିଛି ଛାଡ଼ି;
ନାଆରେ ବସି ସେ ତାଙ୍କରି କଥା ଲୋ,
ହୁଏ ନିରନ୍ତରେ ଭାଳି୤

ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେ
ରହିଲେ ଦୂରସ୍ଥେ କାହିଁ;
ପରତେ ନୋହୁଛି ଆଉ କି ଦିନେ ଲୋ,
ଫେରି ସେ ଦେଖିବ ଯାଇ !

ନାଆ ଚାଲିଅଛି ପବନ ସମାନେ,
ମୁହୂର୍ତ୍ତେ ନ ହୁଏ ଥୟ;
ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ,
ଅନାଇ ଦେଖନ୍ତା ଝିଅ୤
ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା-
‘ଦିଅରେ ମେଲାଣି ମୋତେ;
ଭେଟ ଆଉ ଦିନେ ନୋହିବ ଜୀବନେ,
ଯାଉଛି ଘୋର ବନସ୍ତେ ୤’
ଶାଳିଆ ନଈ ତା’ ନିତିଦିନ ସାଥୀ,
ସୁଖେ ସେ ବୁଲଇ କୂଳେ;
ବେଳେ ସୁଏ ତା’ର ସ୍ନାହାନ ସାରି ଲୋ,
ହସି ଲେଉଟଇ ଘରେ୤

କାଳିଅନ୍ଧାରୁଁ ସେ ଚାଲି ଯେ ଅଇଲା,
ଦେଖି ତ ନାହିଁଛି ତାକୁ;
ଭାରି ଖ୍ୟାତ ନଈ, ନାଆଁଟି ତା’ର ଲୋ,
ତିନି କୋଡ଼ି କୋଶେ ଡାକୁ୤
ମାଆ ଭଗବତୀ ପୀଠ କୂଳେ ତା’ର,
‘ଜଗତତାରିଣୀ’ ନାଆଁ,
ଡାକି କହିଥାନ୍ତି, ନୋହିଲା ଆଉ ଲୋ,
‘ସାହା ମୋ ଥିବୁଟି, ମାଆ !’

ନାଆ ଆସି ହେଲା ଦଣ୍ଡକେ ପ୍ରବେଶ
ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ,
ରହିଲା ଶାଳିଆ ଦୂରେ୤
ଚାହୁଁ ଚାହୁଁ ଆସି ଛୁଇଁଲା ତ ନାଆ
ଗଣ୍ଡ ତଡ଼ କଳା ପାଣି;
ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ,
ତିନ୍ତେ ପିନ୍ଧା ଛିଟ କାନି୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋଦାବରିଶ ମିଶ୍ର
ଗୋଦାବରିଶ ମିଶ୍ର
ପଣ୍ଡିତ ଗୋଦାବରିଶ ମିଶ୍ର(୧୮୮୬-୧୯୫୬) ତାଙ୍କ ସମୟର ଜଣେ କାଳଜୟୀ ସାହିତ୍ୟିକ ଭାବେ ପ୍ରତିଷ୍ଠିତ ଥିଲେ୤ ସେ ଏକାଧାରରେ ଜଣେ ରାଜନେତା, କବି, ନାଟ୍ୟକାର, ଔପନ୍ୟାସିକ ଓ ଗାଳ୍ପିକ ଭାବେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି୤ ତାଙ୍କ ସମୟର ଓଡ଼ିଶାର ବିଭିନ୍ନ ସାମାଜିକ ଓ ରାଜନୈତିକ ବିଷୟ ଉପରେ ତାଙ୍କର ସମସ୍ତ ଲେଖାଗୁଡ଼ିକ ବେଶ୍‌ ଜୀବନ୍ତ ଓ ଶାଣିତ ଥିଲା୤ ଗୋଦାବରିଶ ଜଣେ ଗାଳ୍ପିକ ଭାବେ ଅଧିକ ପରିଚିତ ହୋଇଥିଲାବେଳେ ତାଙ୍କର ‘ଅର୍ଦ୍ଧଶତବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମକ ଆତ୍ମଜୀବନୀ ଏକ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୨ ଆପଣଙ୍କ ମତାମତ ?

  • ୧. କ୍ଷିରୋଦ କୁମାର ବିଶ୍ବାଳ, ହାଇଦରାବାଦ |  ଡିସେମ୍ବର୍ ୨୯, ୨୦୧୨ - ୨:୧୮ ପୂର୍ବାହ୍ନ

    ପଢିବାକୁ ବହୁତ ଭଲ ଲାଗୁଛି୤ ସ୍କୁଲ୍ ସମୟର କଥା ମନେ ପଡୁଛି୤ ଏହା ପ୍ରକାଶ କରିଥିବାରୁ ଅନେକ ଅନେକ ଧନ୍ୟବାଦ୍ ୤

  • ୨. prangyasini nayak, bhubaneswar |  ଜାନୁଆରୀ ୨, ୨୦୧୩ - ୬:୧୫ ପୂର୍ବାହ୍ନ

    it is very beautiful &heart touching song.

  • ୩. Rasmi Parida |  ଅଗଷ୍ଟ୍ ୩, ୨୦୧୩ - ୯:୩୪ ଅପରାହ୍ନ

    Bahut Sundara laagilaa ete barsha pare e kabitaa padhi. Kaalajayi Godabarishanku Koti Namaskaar

  • ୪. ଧନଞ୍ଜୟ୍ ସିଂ, ବାରିପଦା,ମୟୂରଭଂଜ ୤ |  ଅଗଷ୍ଟ୍ ୧୬, ୨୦୧୩ - ୮:୦୯ ପୂର୍ବାହ୍ନ

    କାଳଜୟୀ ରଚନା ୤

  • ୫. ସୌମ୍ୟ ରଞ୍ଜନ ବେହେରା, ଜଗତପୁର , କଟକ ୲ |  ଫେବୃଆରୀ ୨୨, ୨୦୧୪ - ୨:୨୯ ପୂର୍ବାହ୍ନ

    ମତେ ବହୁତ ଭଲ ଲାଗିଲା ଏହି ସାଇଟ୍ ରେ ଥିବା କବିତା ଗୁଡ଼ିକ ପଢ଼ି ୲

  • ୬. ସ୍ୱରୂପ ଚନ୍ଦ୍ର ବାରିକ୍, କେନ୍ଦୁଝର,ଓଡିଶା |  ଅକ୍ଟୋବର୍ ୨୫, ୨୦୧୪ - ୨:୧୭ ପୂର୍ବାହ୍ନ

    କବିଙ୍କ ବର୍ଣ୍ଣନା ଅତ୍ୟନ୍ତ ସୁନ୍ଦର ଅଟେ ।

  • ୭. ମନୋରଂଜନ ନାଏକ, khunta,mayurbhanj |  ଏପ୍ରିଲ୍ ୨୨, ୨୦୧୫ - ୫:୩୫ ପୂର୍ବାହ୍ନ

    ପିଲାବେଳେର କଥା ମନେପଡିଲା।ଯେତେବେଳେ ଏହାକୁ ଆମେ ପଢି ମୁଖସ୍ଥ କରୁଥିଲୁ।ସତରେ ଇଣ୍ଟରନେଟରୁ ପଢି ଖୁସି ଲାଗୁଛ।ପ୍ରସିଦ୍ଧ କବିତାଗୁଡିକ ଉପଲବ୍ଧ ହେଲେ ବହୁତ ଭଲ ହେବ।

  • ୮. ଜିତେନ୍ଦ୍ର ସାମଲ, ଜଗଂଲପଦା ଗଜପତି ଓଢିଶା |  ଡିସେମ୍ବର୍ ୮, ୨୦୧୬ - ୧:୫୩ ପୂର୍ବାହ୍ନ

    ପିଲା ଦିନେ ସ୍କୁଲ୍ବୁରେ ପାଠ ପଡିବା ସମୟରେ ଏ ଗିତ ଟି ପଡିବା ସମୟରେ ଆଖିରୁ ଲୁହ ବହାରି ପଡୁଥିଲା ଆଜି ସେମିତି ଗିତ ପଡିଲେ ଲାଗୁଚି

  • ୯. ମନୋଜ କୁମାର ଦାଶ,ବରିଷ୍ଠ ସାମ୍ବାଦିକ,ଜଗତସିଂହପୁର, ଜଗତସିଂହପୁର |  ଜାନୁଆରୀ ୨୮, ୨୦୧୭ - ୪:୫୮ ପୂର୍ବାହ୍ନ

    ଗୋଦାବରୀଶ ଙ୍କ ଏକି କବିତାର ବିକଳ୍ପ ନାହିଁ । ଏହାକୁ ପଢିଲେ ସ୍କୁଲ ବେଳର କଥା ମନେ ପଡିବ ସହ ଆଖିରେ ଲୁହ ଆସିଯାଏ । ଏହା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟକ ହୋଇଛି ।ଧନ୍ୟବାଦ

  • ୧୦. ଚିନ୍ମୟ କୁମାର ଦଳାଇ, ଗ୍ରା: ବଘେଇପୁର, ପୋ: ବରମୁଣ୍ଡଳୀ, ଥା: ବାଲିକୁଦା, ଜିଲ୍ଲା: ଜଗତସିଂହପୁର |  ଜୁଲାଇ ୧୫, ୨୦୧୭ - ୪:୩୧ ପୂର୍ବାହ୍ନ

    ଅତ୍ୟନ୍ତ ମର୍ମସ୍ପର୍ଶୀ କବିତା । ପଢିବା ସମୟରେ ଜୀବନ୍ତ ହୋଇଗଲା ସେ କାହାଣୀଟି ମୋ ମନ ଭିତରେ । ଅନୁଭବ କରିପାରିଲି ନାଉରି ମନର ଶଙ୍କାକୁ, ଝିଅର ସେ କାରୁଣ୍ୟ ଚାହାଣୀ, ମନର ଅଥୟତା କୁ ଏବଂ ବାପର ଅସରନ୍ତି ସ୍ନେହଁକୁ ।

  • ୧୧. ସୁବାସ ଚନ୍ଦ୍ର ପଟ୍ଟନାୟକ, କଟକ  |  ଜୁଲାଇ ୧୫, ୨୦୧୭ - ୧୧:୪୯ ପୂର୍ବାହ୍ନ

    ସ୍କୁଲ ସମୟର ଗୀତ. ଅନେକ ଦିନ ପରେ ପଢି ଭଲ ଲାଗିଲା. ଉଦ୍ୟମ ପ୍ରଶଂସନୀୟ

  • ୧୨. ନିରଂଜନ ସାହୁ, ଗୋପ ( ପୁରୀ ) |  ଜୁଲାଇ ୩୧, ୨୦୧୭ - ୮:୫୩ ଅପରାହ୍ନ

    ସେ ସମୟର ଭାବନାତ୍ମକ କବିତା ଆଜିବି ହୃଦୟ ସ୍ପର୍ଶି ପ୍ରତ୍ୟକଟି ହୃଦୟକୁ କିଣିଲା ଭଳି ଭାବ ସେଥିରେ ପୁରିରହିଚି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )