ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କବି ଭାଗ୍ୟରେ ଅଭିଶାପ
 |- ଚିନ୍ତାମଣି ମହାନ୍ତି
 
 
ତା: ଏପ୍ରିଲ୍ ୨୭, ୨୦୧୯  
ମୂଳ ପୃଷ୍ଠାସ୍ମରଣୀୟ ଲେଖାକାବ୍ୟ ଓ କବିତା
 

ଉତ୍କଳ କବିଙ୍କ ଭାଗ୍ୟେ ଏ କି ଅଭିଶାପ
ନାହିଁ ଆନ ଲାଭ, ଲାଭ ଦୁଃଖ ମନସ୍ତାପ।
ଦେଇଛନ୍ତି ଏ ଦେଶକୁ ଶାପ କେଉଁ ଦେବ
ଯେ ସେବିବ ବାଣୀପଦ ସେ ହେବ ଦରିଦ୍ର।
ଶୋଷିବେ ଶୋଣିତ ତାର ସଦା ରୋଗ ଶୋକ
କଠୋର ଶୋଷଣେ ଯଥା ଶୋଷେ କ୍ରୂର ଜୋକ।
ତାହା ଦଗ୍‌ଧ ଦୂରଦୃଷ୍ଟେ ଯଶ ମାନ ଧନ
ପ୍ରଦାନ ବିଷୟେ ବିହି ଏକାନ୍ତ କୃପଣ।
ଅନର୍ଗଳ ଗାଳି ନିନ୍ଦା ଦାରିଦ୍ର୍ୟ ଆବର
ଏ ଦେଶ କବିଙ୍କର ଚିର ପ୍ରିୟ ସହଚର।
ଜାଳିଣ ଉଦର-ଚିନ୍ତା କବି ହୃଦେ ଚିତା,
ପୋଡ଼ି ଭସ୍ମ କରିଦିଏ ଆସନ୍ନ କବିତା ।
ଧୈର୍ଯ୍ୟ-ଜଳ ସିଞ୍ଚି ତହୁଁ ବହୁ କଷ୍ଟେ କବି
କଳ୍ପନା-ତୂଳିକା ଧରି ଅଙ୍କେ ନବ ଛବି।
ଅଭାବ ଗ୍ରାହକ କିନ୍ତୁ ଦେଖିବାକୁ ତାହା
ଦେଖିଲେ ହେଁ କେହି ମୂଲ୍ୟ ନ ବୁଝନ୍ତି ଆହା !
ନ ବୁଖନ୍ତୁ ପଛେ, ଦିନେ ବୁଝିବେ ନିଶ୍ଚୟ,
ସେ ଦିନ ରଟିବ ଧ୍ୱନି କବି ନାମେ ଜୟ।
କବି ପ୍ରତିଭାର ହେବ ସେଦିନ ଆଦର
ଅର୍ପିବେ ତହାଙ୍କୁ ପୂଜା ସର୍ବ ନାରୀନର।
ବୁଝିବେ କୋବିଦେ କବି-କାବ୍ୟରସାସ୍ୱାଦ
ଉଠିବ କବିଙ୍କ ନାମେ ଉଚ୍ଚେ ଧନ୍ୟବାଦ॥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚିନ୍ତାମଣି ମହାନ୍ତି
ଚିନ୍ତାମଣି ମହାନ୍ତି (୧୮୬୭ -୧୯୪୩) ଉତ୍କଳ ବାଣି ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ଅନେକ କବିତା ଓ ଗଳ୍ପ ଆଦି ରଚନା କରିଯାଇଛନ୍ତି। ମାତ୍ର ୧୯ ବର୍ଷ ଶିକ୍ଷକତା କରିବା ପରେ ଶିକ୍ଷକତା ଛାଡ଼ି ସେ ସେତେବେଳର ଅନେକ ଲୋକପ୍ରିୟ ପତ୍ରିକାର ସମ୍ପାଦନା ଦାୟିତ୍ୱ ନେଇଥିଲେ। କବି ଚିନ୍ତାମଣି ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ। ଏହା ବ୍ୟତୀତ ତାଙ୍କର ଅନେକ ଲେଖା ଅପ୍ରକାଶିତ ରହିଛି। ତାଙ୍କ ଦ୍ୱାରା ରଚିତ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )