ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଜୀବନ ଯେଉଁଠି ଜୀବନ ଚାହେଁ
 |- କୃଷ୍ଣଚନ୍ଦ୍ର ତ୍ରିପାଠୀ
 
 
ତା: ସେପ୍ଟେମ୍ବର୍ ୧୨, ୨୦୧୫  
ମୂଳ ପୃଷ୍ଠାସ୍ମରଣୀୟ ଲେଖାକାବ୍ୟ ଓ କବିତା
 

କାହିଁ ସେ ରାଇଜ କାହିଁ ସେ ଭୂଇଁ ? ଜୀବନ ଯେଉଁଠି ଜୀବନ ଚାହେଁ ?
ଝଲମଲ ସିଏ ହେଉଛି କାହିଁ ପ୍ରଭାତୀ ଆକାଶେ ରଙ୍ଗ ପ୍ରାୟେ
କେତେ ଦୂର ଗଲେ ପାଇବି ତାରେ, କିଭଳି ଚାଲିବି ସେ କେଉଁ ଗତିପଥେ
ଗଭୀର ପିପାସା ବକ୍ଷତଳେ ଆକୁଳ ଅଥୟ କରଇ ମତେ !

ସେ ଭୂଇଁର ବନ ପାହାଡ଼ ପଥ ବତାସ ସମସ୍ତରେ,
ପୂର୍ଣ୍ଣ ପ୍ରାଣର ସ୍ୱର୍ଣ୍ଣ ଆଭା ଲୀଳା କରୁଥିବ ନିରନ୍ତରେ
ହାକିମ ହୁକୁମ୍‌ ନଥିବ ତହିଁ ନଥିବ ଶୋଷଣ ନିଷ୍ପେଷଣ
କଲବଲେ କିଏ ଉଷ୍ମ ଲୁହ କରୁ ତ ନଥିବ ସମ୍ବରଣ ।

ଲାଞ୍ଛିତ କିଏ ବୁକୁର ଜାଳା ବୁକୁତଳେ ଚାପି ନଥିବ ରହି
ମାଟି ଚାଳିଆରେ ସୌଧ କା’ର ଚାହୁଁ ତ ନଥିବ ଘୃଣା ବହି ।
କ୍ଷମତା ଓ ଧନ ଗାଦିରେ ବସି ଆହୁରି କ୍ଷମତା ଆହୁରି ଧନ –
ପାଇବାକୁ ସାରା ଜୀବନ ଧରି କରୁ ନଥିବ କେ ଅନ୍ୱେଷଣ !

କାହିଁ ସେ ରାଇଜ କାହିଁ ସେ ଭୂଇଁ ଜୀବନ ଯେଉଁଠି ଜୀବନ ଚାହେଁ ?
ହାଣ ମାର୍‌ ପିଟ୍‌ ଦ୍ୱନ୍ଦ୍ୱ ଭେଦ ଲାଗେ ଯହିଁ ନିତି ସ୍ୱପ୍ନ ପ୍ରାୟେ ।
ସେନେହ ସେନେହ ସେନେହ ଖାଲି ସବୁରି ବୁକୁରୁ ପଡ଼ୁଚି ଝରି
ହସୁଚି ସେ ଭୂଇଁ ଚତୁର୍ଦ୍ଦିଗ, ପୁନିଅଁ ରାତିର ଯୋଛନା ପରି ।

ବୋହିଲେ ନୟନୁ ଟୋପିଏ ଲୁହ, ବୁକୁତଳେ କା’ର ଲାଗିଲେ ବ୍ୟଥା
ଆଶ୍ୱାସନାର ପୀୟୁଷ ଢାଳି ଲକ୍ଷ ଓଠ କହଇ କଥା ।
କାହିଁ ସେ ରାଇଜ କାହିଁ ସେ ଭୂଇଁ ଜୀବନ ଯେଉଁଠି ଜୀବନ ଚାହେଁ ?
ପଡ଼ିଗଲେ ଯହିଁ ଟେକିବା ପାଇଁ ଲକ୍ଷ ହାତ ସରାଗେ ଯାଏ !

ସୁପ୍ତ ଯେଉଁଠି ଉଠଇ ଚେଇଁ , କି ଅବା ବିଜୁଳି ପରଶ ଲଭି
ପ୍ରତି ଅନ୍ତର ସୃଜୁଚି ଯହିଁ କଳ୍ପଲୋକର କନକ ଛବି।
ଜଟିଳ କୁଟିଳ ବସୁନ୍ଧରା ଭାଙ୍ଗି ମୁଁ ତାହା ପାଏ ହେ ପାଏ
କାହିଁ ସେ ରାଇଜ କାହିଁ ସେ ଭୂଇଁ ଜୀବନ ଯେଉଁଠି ଜୀବନ ଚାହେଁ ?

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୃଷ୍ଣଚନ୍ଦ୍ର ତ୍ରିପାଠୀ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ପାଇକ କବି ଭାବେ ପରିଚିତ କୃଷ୍ଣଚନ୍ଦ୍ର ତ୍ରିପାଠୀ( ୧୯୧୧ – ୧୯୯୮) ମୁଖ୍ୟତଃ ଜଣେ କବି ଭାବେ ଅନେକ କବିତା ରଚନା କରିଛନ୍ତି। ତାଙ୍କର କବିତାଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏହାକୁ ପଢ଼ି ବୁଝିବା ପାଇଁ ପାଠକକୁ କୌଣସି ଅସୁବିଧା ହୁଏନାହିଁ। ତାଙ୍କ କବିତାଗୁଡ଼ିକ ମୁଖ୍ୟତଃ ଏତିହାସିକ ଓ ସାମାଜିକ ପୃଷ୍ଠଭୂମି ଉପରେ ଆଧାରିତ। ଖୋରଧାର ପାଇକମାନଙ୍କ ଉପରେ ଏକାଧିକ କବିତା ଲେଖିଥିବାରୁ ସେ ପାଇକକବି ଭାବେ ପରିଚିତ ହୋଇଥିଲେ। ତାଙ୍କର କବିତା ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ଦିଗ୍‌ବଳୟ’, ‘ଆତ୍ମଲିପି’, ‘ରୂପାୟନ’, ‘ଆହୂତି’,... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )