ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭାନୁଜୀ ରାଓ
ଡକ୍ଟର ମାୟାଧର ମାନସିଂହ
କୁନ୍ତଳା କୁମାରୀ ସାବତ
ଭକ୍ତକବି ମଧୁସୂଦନ ରାଓ
ସୁଧାଂଶୁ ଶେଖର ପାତ୍ର
ମଧୁସୂଦନ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଯଉବନ ଥରେ ଗଲେ ଆଉ ଆସେନା
 |- ଅନ୍ନଦା ଶଙ୍କର ରାୟ
 
 
ତା: ଫେବୃଆରୀ ୨୯, ୨୦୧୬  
ମୂଳ ପୃଷ୍ଠାସ୍ମରଣୀୟ ଲେଖାକାବ୍ୟ ଓ କବିତା
 

(୧)
ଆହା, ଯଉବନ ଥରେ ଗଲେ ଆଉ ଆସେନା ।
ବୃଥା ବିଧୁର ପରାଣେ ଝୁରେ ବାସନା ।
ଫୁଲ ଫୁଟେ, ଫୁଲ ଝଡ଼େ ପୁଣି ଫୁଟେ ସେ,
ପୂରନିମା ଶଶୀ ବୁଡ଼େ, ପୁଣି ଉଠେ ସେ।

ବରଷକେ ଆସି ପୁଣି ମଧୁ ବାଇତ,
ବିରହିଣୀ ଧରଣୀର ପ୍ରାଣ-ଚୟିତ।
ମାତର ନ ଆସେ ଫେରି ଯଉବନ ଗୋ,
ବାହୁଡ଼ଇ ନାହିଁ ଗୋପେ ଗୋପଧନ ଗୋ !

ନ ଫେରଇ ଥର ଥର ଚୋରା ଚାହାଣି,
ନ ଫେରଇ ଛନ-ଛନ ମନ-କାହାଣୀ।
ପରଥମ ପ୍ରଣୟ ଗୋ ସରମ ରଙ୍ଗା,
ବିରହ ନୀରଘ ଶ୍ୱାସ ମରମ ଭଙ୍ଗା।

ସୁଖର ବେଦନା ମୋର ନୀରବ ପ୍ରୀତି
ନ ଫେରିବ କଣ୍ଠେ ଗୋ, ତା’ ମଧୁ ଗୀତି।
ଅଧର ଅଳକ ଆଖି ଆଉ ହସେ ନା,
ଆହା, ଯଉବନ ଥରେ ଗଲେ ଆଉ ଆସେ ନା ।

(୨)

ଛୋଟ ଏ ଜୀବନ ବୋଲି ଦୁଃଖ ନାହିଁ ତ,
ଯଉବନ ବିହୁନେ ମୋ ସୁଖ ନାହିଁ ତ !!
ହିମ ନ ହେଉଣୁ ଗାଲେ ତପତ ତୁମ,
ବାସି ନ ହେଉଣୁ ଗଳେ ସଜ କୁସୁମ ।

ଯଉବନ ସାଥେ ଯାଉ, ଜୀବନ ମୋର,
ଜରା ଚୋର ସାଥେ ଆସୁ ମରଣ ଚୋର।
ଫୁଲ ଝଡ଼େ, ଫୁଲ ଫୁଟେ କାନ୍ଦେ ନା ବନ,
ଶଶୀ ବୁଡ଼େ , ଶଶୀ ଉଠେ ସହେ ଗଗନ।

ମଧୁଋତୁ ଯାଏ ଆସେ ଲୁଚି ନ ରହେ ,
ଅବନୀ ଉଦାସୀ ହେବ କାହା ବିରହେ ?
ଲୁଚକାଳି ଖେଳେ ଭବେ ସବୁ ସୁଷମା,
ହୋଇ(ହାତ) ଧରାଧରି ନାଚେ ଆଲୋକ ଅମା।

ଜଗତେ ହଜେ ନା କିଛି ହଜେ ଜୀବନେ,
ବାହାରେ ବେଦନା ନାହିଁ ବେଦନା ମନେ।
ବୃଥା ବିଧୁର ପରାଣ ପୁରେ ଝୁରେ ବାସନା,
ଆହା, ଯଉବନ ଥରେ ଗଲେ ଆଉ ଆସେନା।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅନ୍ନଦା ଶଙ୍କର ରାୟ
ଉଭୟ ଓଡ଼ିଆ ଓ ବଙ୍ଗଳା ସାହିତ୍ୟର ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ଅନ୍ନଦା ଶଙ୍କର ରାୟ (୧୯୦୪-୨୦୦୨) ପରିଚିତ ଥିଲେ। ତାଙ୍କ ରଚନା ମଧ୍ୟରେ ମୁଖ୍ୟତଃ ଗଳ୍ପ, ପ୍ରବନ୍ଧ ଓ କବିତା ରହିଥିଲା। କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ମାନଜନକ ଫେଲୋ ସହିତ ସେ ପଦ୍ମଭୁଷଣ ସମ୍ମାନ ଏବଂ ସାହିତ୍ୟ ସମ୍ପର୍କୀତ ଅନେକ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. ଝସକେତନ ବାରିକ, Titlagarh odisha |  ମାର୍ଚ୍ଚ୍ ୧, ୨୦୧୬ - ୧:୦୦ ଅପରାହ୍ନ

    ତୁମ କବିତା ଟି ମନକୁ ମୋର ଟାଣିନେଲା ହୃଦୟକୁ ମୋର ଛୁଈନେଲା ବହୁତ ଭଲ ଲେଖିଛନ୍ତି ଧନ୍ୟବାଦ

  • ୨. PRABODHA CHANDRA MUDRA, ଗ୍ରା/ପୋ-ସାଙ୍କୁଡା,ଭାୟା-ସୁମଣ୍ଡଳ,ଜିଲ୍ଲା-ଗଞ୍ଜାମ,ପିନ୍-761035,ଓଡିଶା |  ମାର୍ଚ୍ଚ୍ ୧୨, ୨୦୧୬ - ୯:୧୩ ପୂର୍ବାହ୍ନ

    ସମ୍ମାନାସ୍ପଦ ସମ୍ପାଦକ ମହୋଦୟ,
    ନମସ୍କାର,ଓଡିଆସାହିତ୍ୟ.କମ୍ ର ମୁଁ ଜଣେ ସଭ୍ୟ ଭାବେ ମୋର ନାମ ପଞ୍ଜୀକୃତ ହୋଇସାରିଛି |ଆପଣଙ୍କ ଇ-ପତ୍ରିକା ପାଇଁ ମୋର ଲେଖା ମଧ୍ୟ ମୋ ଇ-ମେଲ୍ ରୁ ଆପଣଙ୍କ ଇ-ମେଲ୍ କୁ ପଠାଇଥିଲି,କିନ୍ତୁ ଆପଣ ତାହା ପଢି ନ ପାରିବାହେତୁ ବହୁତ ଦୁଃଖିତ | “ଅପ୍ରାନ୍ତ ୟୁନିକୋଡ୍”ବିନା କ’ଣ ଲେଖାପଠାଇବା ସମ୍ଭବ ନୁହେଁ?ଅନ୍ୟ ଇ -ପତ୍ରିକା ଏହି ଲେଖାକୁ ଅତି ସହଜରେ ଗ୍ରହଣ କରିପାରୁଛନ୍ତି |ଦୟାକରି କିଛି ବ୍ୟବସ୍ଥା କରିବାକୁ ବିଶେଷ ଅନୁରୋଧ | “ଧନ୍ୟବାଦ”

  • ୩. dushmanta Kumar dalai, cuttack odisha |  ଏପ୍ରିଲ୍ ୭, ୨୦୧୬ - ୨:୩୮ ଅପରାହ୍ନ

    ଅତି ସୁନ୍ଦର ଲେଖା

  • ୪. ମହେନ୍ଦ୍ର ନାୟକ, ଦେବଗଡ |  ମେ ୬, ୨୦୧୬ - ୫:୨୦ ପୂର୍ବାହ୍ନ

    ବହୁତ ଭଲ କବିତା

  • ୫. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ, ଓଡିଶା |  ଜୁନ୍ ୨୧, ୨୦୧୬ - ୧୨:୩୬ ଅପରାହ୍ନ

    ଚଳଇ ଯା’ ଯଉବନ ବିନୁ କଷଣ
    ଜଳଇ ତା’ ବାକିଦିନ ଧୂପ ଯେସନ
    ଜଳି ଜଳି ବଳୀପ୍ରାୟ ଯିଏ ପାଷାଣ
    ଜଳ ଭଳି ଶାଳୀ ହୁଏ ଶେଷ ଜୀବନ ॥

  • ୬. ସୌଭାଗ୍ୟ ସାଗର ରଣ।, ପରଜଗଂ, ଢେଙ୍କାନାଳ, ଓଡିଶା |  ଅଗଷ୍ଟ୍ ୯, ୨୦୧୬ - ୮:୫୬ ଅପରାହ୍ନ

    ବହୁତ ଭଲ ଲାଗିଲା…

  • ୭. ମନୋରଞ୍ଜନ (ମନୁ), ପୁରି, ଓଡିଶା |  ସେପ୍ଟେମ୍ବର୍ ୧୯, ୨୦୧୬ - ୭:୧୩ ପୂର୍ବାହ୍ନ

    ଭଲ ଲାଗିଲା
    ଜୀବନ ଜୀବିକା ବିଷୟରେ ଯଦି କିଛି ଲେଖା ହୋଇ ପାରନ୍ତା ତେବେ ବହୁତ ଲାଭ ହୁଅନ୍ତା

  • ୮. ଭବଗ୍ରହିରଘୁବିର୍ ସ୍ୱଇନ୍, ଲ୍କେନ୍ଦ୍ରପଦ |  ଏପ୍ରିଲ୍ ୧୩, ୨୦୧୭ - ୭:୩୫ ପୂର୍ବାହ୍ନ

    ବହୁତ୍ ଖୁସି ଲଗୁଛି ନିଜକୁ କେମିତି ବେକ୍ତ୍ୟ କରିବି ଜିବନ୍ ଜିବିକ ବିସୟରେ । ଜିବନ୍ ଅକ୍ ବହୁତ୍ ମୁଲ୍ୟ ଜହର୍ ମୁଲ୍ୟ ଜିଏ ଜେପରି ସ୍ୱଦ ନେଇପରେ। କିଏ କହେ ଜିବନ୍ ଅତି ସୁନ୍ତର୍ ତ କିଏ କହେ ଜିବର୍ ବହୁତ୍ କସ୍ତ ଦୟକ୍

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଏ ଶାନ୍ତ ସରଳ ଜୀବନ ଶୈଳୀ କୁଆଡେ ଗଲା ?
    ( ରଶ୍ମି )
  • ପ୍ରାଚୀନ ଶୈଳୀରେ ନବ ପ୍ରୟାସ ।
    ( ରଶ୍ମି )
  • ସତରେ, ଭୋକିଲା ପେଟ ଆଗରେ ପାପ ପୂନ୍ୟ ଅର୍ଥହୀନ । ପ୍ରଭୂ ଶ୍ରୀକୃଷ୍ଣ ତ ଅଭିନୟ ହି କରୁଥିଲେ, ଅର୍ଜୁନ ସମ୍ମୁଖରେ - ଗୀତାର ଅଭିନବ ଉପଯୋଗ…
    ( ରବିନ୍ଦ୍ର କୁମାର ଦାଶ )