ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭଗବତୀ ଚରଣ ପାଣିଗ୍ରାହୀ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
କାହ୍ନୁଚରଣ ମହାନ୍ତି
ଜଗଦୀଶ ମହାନ୍ତି
ଶୈଳେନ୍ଦ୍ର କୁମାର ଜେନା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ନଭେମ୍ବର୍ ୧୫, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଏଇ ଉଡ଼୍ଡ଼ିୟାନର ଏ ସ୍ଥାନଟି ହେଉଛି, ଏଇ ମାତୃଧର୍ମର ପ୍ରଧାନ ସ୍ଥାନ୤ ଏହା କାଳକ୍ରମେ ନିଷାଦମାନଙ୍କ ଭିତରେ କ୍ରମେ ନିମ କାଠର ମୂର୍ତ୍ତିପୂଜା କରିବାରେ ପର୍ଯ୍ୟବସିତ ହୋଇଥିଲା ଓ ଏଣେ ପୁରୀ ଉପକୂଳରେ ‘ପୁରୁଷ’ ପୀଠର ପ୍ରତିଷ୍ଠା ସ୍ପଷ୍ଟ ହୋଇଯାଇଥିଲା୤ ଏହି ଦୁହିଙ୍କ ଭିତରେ ଖୁବ୍‌ ସାଂସ୍କୃତିକ ବିବାହ ଘୋଟି ରହିଥିବାର ବେଦରେ ପ୍ରମାଣ ମିଳେ୤

ଏଇ ପୁରୁଷକଳ୍ପ ନିମକାଠର ବହୁତ ଇତିହାସ ଓ ପରମ୍ପରା ପ୍ରାଚୀନ ଭାରତ ସାହିତ୍ୟରେ ଅଛି୤ ଏହାକୁ ଥରେ ହୈମବତୀ ‘ଉମା’ ବୋଲି କହି ଋଷିମାନେ ନାରୀର କଳ୍ପନା ସୃଷ୍ଟିର ମୂଳରେ ଦେଖିବାର କଥା ‘କେନୋପନିଷଦ’ ରେ ସ୍ପଷ୍ଟ ଅଛି୤ ତା’ପରେ ବରାହ ମିହିରାଚାର୍ଯ୍ୟ ପ୍ରାୟ ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀରେ ଯେଉଁ ମୂର୍ତ୍ତି କଳ୍ପନା କରିଥିଲେ, ସେଥିରେ ‘ବାସୁଦେବ-ସଙ୍କର୍ଷଣ’ ବା କୃଷ୍ଣ-ବଳରାମ ଦୁହିଁଙ୍କ ମଧ୍ୟରେ ଏକାନଂଶା ବୋଲି ନାରୀମୂର୍ତ୍ତି ଅଙ୍କନ କରିଥିବାର ଲକ୍ଷ୍ମୌ ମ୍ୟୁଜିୟମ୍‌ରେ ଥିବା ମୂର୍ତ୍ତିରୁ ଦେଖାଯାଇଚି୤ ଏଇ ଉଡ଼୍ଡ଼ିୟାନରୁ ଖଣ୍ଡକର ରାଜା ଇନ୍ଦ୍ରଭୂତି ଏଇ ଖ୍ରୀଷ୍ଟ ଅଷ୍ଟମ ଶତାବ୍ଦୀରେ ଏହାକୁ ‘ସର୍ବଜନ ବରାର୍ଚିତ’ ଓ ଶୂନ୍ୟବୁଦ୍ଧ ରୂପ ବୋଲି ସ୍ମୃତି କରିଛନ୍ତି୤

ପୁଣି ଏଇ ଶୂନ୍ୟ ଧାରଣା ଅତି ପ୍ରାଚୀନ କାଳରୁ ବେଦର ‘ନାସଦୀୟସୂକ୍ତ’ରେ କୁହାଯାଇ ବର୍ଣ୍ଣନା କରାଯାଇଛି୤ ମୁଖବନ୍ଧରେ ଏହା ଆଲୋଚିତ ହୋଇଅଛି୤

ଏ ଦୁଇଟି ପୀଠ ଗୋଟିଏ କଳିଙ୍ଗ ଓ ଆଉ ଗୋଟିଏ ଉଡ଼୍‌ଡ଼ିୟାନରେ ବହୁ ଆଦିମ କାଳରୁ ପ୍ରତିଷ୍ଠିତ ହୋଇ ଆସିଥିଲା୤ ଏ ଦୁହିଁଙ୍କର ବିବାଦ ମଧ୍ୟ ବଡ଼ ପ୍ରକାଶିତ ଭାବରେ ଫୁଟି ଉଠିଥିଲା୤ ଏହାପରେ ଚୋରଗଙ୍ଗଦେବ କଳିଙ୍ଗର ସମ୍ରାଟ ହେଲେ୤ ଉଡ଼୍‌ଡ଼ିୟାନ ଓ ଉତ୍କଳ ତାଙ୍କ ଅଧୀନରେ ଥିଲା୤ ସେତିକିବେଳକୁ ପଚାଶ ପୂର୍ବରୁ ଗଜନୀର ମାହମୁଦ୍‌ ହିନ୍ଦୁଙ୍କର ପଶ୍ଚିମ ଭାରତର ମହାପୀଠ ‘ସୋମନାଥ’ଙ୍କୁ ଧ୍ବଂସ କରିଦେଲେ ୧୦୨୪ ଖ୍ରୀ:ଅ:ରେ୤ ଭାରତରେ ଆଉ ହିନ୍ଦୁଙ୍କର ଦେବସେବା କରିବାର ପ୍ରଧାନସ୍ଥାନ ରହିଲା ନାହିଁ୤ ଏତିକି ବେଳକୁ ରାମାନୁଜାଚାର୍ଯ୍ୟ ବା ତାଙ୍କର କୌଣସି ପ୍ରଧାନ ଶିଷ୍ୟ ଦକ୍ଷିଣରୁ ଆସି ଚୋରଗଙ୍ଗଦେବଙ୍କ ରାଜ୍ୟରେ ପହଞ୍ଚିଲେ୤ ଅନୁମାନ ହୁଏ, ତାଙ୍କରି ପ୍ରେରଣା ଓ ପରାମର୍ଶରେ ଚୋର-ଗଙ୍ଗ ଜଗନ୍ନାଥରେ ମନ୍ଦିରାଦି ତିଆରି କରି ସଉରୀ ନାରାୟଣରୁ ଏଇ ନିମକାଠ ମୂର୍ତ୍ତି ମହାନଦୀରେ ପୁରୀକୁ ଅଣାଇଲେ ଓ ପୁରୀର ‘ପୁରୁଷପୀଠ’ରେ ଜଗନ୍ନାଥ ମୂର୍ତ୍ତିର ପ୍ରତିଷ୍ଠା କଲେ୤ ଏହାକୁ ସ୍କନ୍ଦ ପୁରାଣରେ ପୌରାଣିକ ଅଖ୍ୟାୟିକା ତିଆରିକରି ଜଗନ୍ନାଥର ବୋଲି ବର୍ଣ୍ଣନା କରାଯାଇଛି୤

ଏ ଯେଉଁ ଦୁଇଟି ଦେବତାର ମିଶ୍ରଣ କରାଇ ଦିଆଗଲା, ଏହା ପୃଥିବୀରେ କୌଣସି ଦେବତା ବା ପୌତ୍ତଳିକତାର ପ୍ରତିଷ୍ଠା ନୁହେଁ, କିମ୍ବା ଏଥିରେ ‘ଏକେଶ୍ବର’ ବାଦପରି କୌଣସି ଧର୍ମବାଦର ଆଭାସ ନାହିଁ୤ ଏହା ପୁରୁଷ ରୂପରେ ପୃଥିବୀର ମୌଳିକ ଆଧ୍ୟାତ୍ମବାଦ ସଙ୍ଗେ ନିମକାଠର ଦେବମୂର୍ତ୍ତିର ଶୂନ୍ୟରୂପ ମିଶି ଏକାକାର ହୋଇଗଲା୤ ଏହାର ନାମ ହେଲା ‘ଜଗନ୍ନାଥ’୤ ହୁଏତ ବିବାଦବେଳୁ ଏଇ ନାମରେ ପୁରୁଷପୀଠ ମଧ୍ୟ ନାମିତ ହୋଇଥିବାର ସମ୍ଭବ ହୁଏ୤ ତେବେ ଏହା ପୃଥିବୀର ସଂସ୍କୃତିକୁ ଗୋଟିଏ ମୌଳିକ ଓ ଦୃଢ଼ ଅନୁଷ୍ଠାନର ‘ନିତ୍ୟ-ଦାନ’୤ ଏପରି ଦାନ କେବଳ ଓଡ଼ିଶାରେ ସମ୍ଭବ ହୋଇଛି୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନୀଳକଣ୍ଠ ଦାସ
ନୀଳକଣ୍ଠ ଦାସ
ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନେତା, ଶିକ୍ଷାବୀତ୍‌ ଏବଂ ସାହିତ୍ୟିକ ଭାବେ ପଣ୍ଡିତ ନୀଳକଣ୍ଠ ଦାସ(୧୮୮୪-୧୯୬୭) ୧୯୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଜଣେ ପ୍ରମୁଖ ବିନ୍ଧାଣୀ୤ ତାଙ୍କ ଦ୍ବାରା ସମ୍ପାଦିତ "ନବଭାରତ" ପତ୍ରିକା ମାଧ୍ୟରେ ସେତେବେଳର ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ସେ ଅନେକ କାର୍ଯ୍ୟ କରିଥିଲେ୤ ଏହା ସହିତ ନିଜର ଲେଖା ମାଧ୍ୟମରେ ସେ ଓଡ଼ିଆ ଭାଷା ଓ ସାହିତ୍ୟରେ ଏକ ନୂତନ ଜାଗରଣ ସୃଷ୍ଟି କରିପାରିଥିଲେ୤
ନୀଳକଣ୍ଠ ଦାସଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. Sanujeet |  ନଭେମ୍ବର୍ ୨୨, ୨୦୧୨ - ୬:୧୯ ପୂର୍ବାହ୍ନ

    Gem of a writing, from a real learned man. More like this will help fight the shallowness that pervades now.

  • ୨. ଶୁସାନ୍ତ କୁମାର ପରିଡା, ଭୁବନେଶ୍ବର |  ମେ ୮, ୨୦୧୩ - ୪:୪୪ ପୂର୍ବାହ୍ନ

    ବହୁତ ଭଲ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤