ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାହ୍ନୁଚରଣ ମହାନ୍ତି
କିଶୋରୀକିଙ୍କର ଦାସ
ବୈକୁଣ୍ଠନାଥ ପଟ୍ଟନାୟକ
ସଦାନନ୍ଦ ତ୍ରିପାଠୀ
ପ୍ରଦୀପ ନାୟକ
ମନମୋହନ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ନଭେମ୍ବର୍ ୧୫, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

‘ଓଡ଼ିଶା ବୋଇଲେ ଏ କ୍ଷେତ୍ରରେ ବୁଝିବାର ଅଛି ଏବର ଓଡ଼ିଶା୤ ଏବର ଓଡ଼ିଶା ତିନୋଟି ଅଞ୍ଚଳର ସମିଶ୍ରଣ କୁହାଯାଇଛି୤ ସେଥିରୁ ଗୋଟିଏ ହେଉଛି ଉତ୍ତରକୁ ଉତ୍କଳ୤ ଏହା ପ୍ରାଚୀନ କାଳରେ ଯାଜପୁରଠାରୁ ରାଢ଼’ ଆଡ଼କୁ୤ ଏହାର ସଂସ୍କୃତି ବଙ୍ଗ ସଂସ୍କୃତି ସଙ୍ଗେ ପ୍ରାୟ ସମାନ୤ ଅତି ପ୍ରାଚୀନକାଳରୁ ଏଠାରେ ଭୌମମାନେ ଦକ୍ଷିଣକୁ ଦେଶ ଜିଣି ଯାଇଥିଲେ୤ ଓଡ଼ିଆ ଅକ୍ଷର ଓ ଉଚ୍ଚାରଣ ପ୍ରଭୃତି ବହୁ ପରିମାଣରେ ସେଇକାଳୁ ବଙ୍ଗଳା ଅକ୍ଷର ଓ ଉଚ୍ଚାରଣ ସଙ୍ଗେ ସମାନ୤ ସେଇ ବଙ୍ଗକୁ ‘ରାଢ଼’ କୁହାଯାଉଥିଲା୤ ଅତି ପ୍ରାଚୀନ କାଳରେ ‘ଉତ୍କଳ-ରାଟ’ ବୋଲି ଭୂମିଖଣ୍ଡର ନାମ ଥିଲା୤ କାଳକ୍ରମେ ସେଥିରୁ ଉତ୍ତର ଆଡ଼କୁ ନାମ ହେଲା- ‘ରାଢ଼’- ଦକ୍ଷିଣ ଆଡ଼ର ନାମଟି ହେଲା ‘ଉତ୍କଳ’୤ ସ୍ପଷ୍ଟତଃ ଏଇ ଉତ୍କଳ ଗୟାଠାରୁ ଦକ୍ଷିଣ ବା ଉପକୂଳ ଆଡ଼କୁ୤

ଏଇ ଯାଜପୁରଠାରୁ ଦକ୍ଷିଣ ଆଡ଼କୁ ଗୋଦାବରୀ ଯାଏ ନହେଲେ ମଧ୍ୟ ସେଇ ପର୍ଯ୍ୟନ୍ତ, ସ୍ପଷ୍ଟତଃ ନାଗାବଳୀ ପର୍ଯ୍ୟନ୍ତ, ଭୂମିଖଣ୍ଡର ନାମ ହୋଇଥିଲା କଳିଙ୍ଗ୤ ଏହା ବଡ଼ ପ୍ରାଚୀନ ନାମ୤ ଏଇ କଳିଙ୍ଗର ଭାଷା ଖୁବ୍‌ ସମ୍ଭବ ବୈଦିକ ଭାଷା ବା ଆର୍ଯ୍ୟଭାଷା ନଥିଲା୤ ଏହାଥିଲା, ଦ୍ରାବିଡ଼ ବା ଅତି ପ୍ରାଚୀନ କାଳରେ ତାମିଲ ଭାଷା ପରି୤

ଏଇ ଓଡ଼ିଶାର ତୃତୀୟ ଖଣ୍ଡକ ହେଉଛି ସ୍ବତନ୍ତ୍ର୤ ସପ୍ତମ-ଅଷ୍ଟମ ଶତାବ୍ଦୀ ଅର୍ଥାତ୍‌ ଚୀନ ପରିବ୍ରାଜକ ହୁଏନସାଂ ପ୍ରଭୃତି ଭାରତକୁ ଆସିଲା ବେଳକୁ ଏହାର ନାମ ଥିଲା ‘ଉଡ଼୍ଡ଼ିୟାନ’୤

ଏହା ଦକ୍ଷିଣ କୋଶଳ ବୋଲି ତା ପୂର୍ବରୁ ନାମିତ ଥିବାର ମନେହୁଏ୤ ଖ୍ରୀଷ୍ଟ ଅଷ୍ଟମ ଶତାବ୍ଦୀ ବେଳକୁ ଏଇ ଉଡ଼୍ଡ଼ିୟାନର ସୀମା ଥିଲା ଏବର ବୌଦ୍ଧଠାରୁ ବିଳାସପୁର ଯାଏ୤ ଏଇ ଉଡ୍‌ଡ଼ିୟାନରେ ମହାନଦୀର ଉପନଦୀମାନେ କଟକ ଆଡ଼କୁ ବୋହିଯାଇ ସମୁଦ୍ରରେ ମିଶୁଛନ୍ତି୤

କଳିଙ୍ଗର ପ୍ରାଚୀନ ସଂସ୍କୃତି ଏ ସମସ୍ତ ମିଶ୍ରଣ ମଧ୍ୟରେ ବଡ଼ ପ୍ରସିଦ୍ଧ ଥିଲା୤ ଦକ୍ଷିଣ ପ୍ରଶାନ୍ତ ମହାସାଗର ଦ୍ବୀପମାନଙ୍କରେ ତଥା ସେଇବାଟେ ଆମେରିକାକୁ ଏଇ କଳିଙ୍ଗ ସଂସ୍କୃତି ଯାଇ, ଅତି ପ୍ରାଚୀନ କାଳରେ ବ୍ୟାପ୍ତ ହୋଇଥିବାର ପ୍ରମାଣମାନ ଏବେ ବହୁତ ମିଳୁଛି୤ ଏ ସମ୍ପର୍କରେ ଚମନଲାଲ୍‌ଙ୍କର ‘ହିନ୍ଦୁ ଆମେରିକା’ ପୁସ୍ତକ ବେଶ୍‌ ଅନୁସନ୍ଧାନ କରାଯାଇପାରେ୤

ମାତ୍ର ଧର୍ମ ବିଷୟରେ ବିଶେଷ ଭାବରେ କହିବାର କଥା ଆଉ ମନେରଖିବାର କଥା, ଏ କ୍ଷେତ୍ରରେ ବଡ଼ ସ୍ବତନ୍ତ୍ର୤ କଳିଙ୍ଗର ଧର୍ମ ପୃଥିବୀର ସମସ୍ତ ଧର୍ମରେ ଆଧ୍ୟାତ୍ମବାଦ ରୂପେ ଏବେ ବି ଖୁବ୍‌ ପ୍ରଚ୍ଛନ୍ନଭାବରେ ହେଲେ ମଧ୍ୟ ପ୍ରକାଶ ପାଉଛି୤

କଳିଙ୍ଗରେ ବହୁ ପ୍ରାଚୀନ କାଳରେ ଏପରିକି ଖ୍ରୀଷ୍ଟ ପ୍ରତିଲୋମ ଅନ୍ତତଃ ଦୁଇ ତିନି ହଜାର ବା ଅଧିକ ବର୍ଷ ତଳରୁ ଦ୍ରାବିଡ଼ମାନେ ମଧ୍ୟ ଆଫ୍ରିକାରୁ ଆସି ବସତି କରି ଯାଇଥିଲେ୤ ସେଇ କଳିଙ୍ଗମାନଙ୍କର ଉପାସ୍ୟ ଥିଲା, ମାନବର ଆତ୍ମା ବା ଶରୀର ଅଧିକାରରେ ଥିବା ଆତ୍ମା୤ ଏହାକୁ ସେକାଳେ ‘ପୁରୁଷ’ କହୁଥିଲେ୤ ଏଇ ପୁରୁଷକୁ ଡକ୍ଟର ସୁନୀତି କୁମାର ଚାଟାର୍ଜୀ କହନ୍ତି, ଏହା ଗୋଟିଏ ଦ୍ରାବିଡ଼ ଶବ୍ଦ୤ ପରବର୍ତ୍ତୀ ବେଦ ସାହିତ୍ୟରେ ଏହା ପ୍ରବେଶ କରିଥିଲା୤ ଏହା ମୌଳିକ ଭାବରେ ହେଉଛି ‘ପୁବୃଷ’୤ ଏହା ବୈଦିକ ଭାଷା ହିସାବରେ ହେବ, ‘ପୁରଷ’ ବା ପୁର୍ଷ’-‘ପୁରୁଷ’ ନୁହେଁ୤ କିନ୍ତୁ ଦ୍ରାବିଡ଼ ଶୈଳୀରେ ଏହା ହେବ, ‘ପୁରୁଷ’୤ ଦ୍ରାବିଡ଼ ସମ୍ପର୍କରେ ଏଇପରି ଅନେକ ଶବ୍ଦ ବଦଳି ଯାଇଥିବାର ଏବେ ବି ସ୍ପଷ୍ଟ ଦେଖାଯାଏ୤ ଯଥା ‘ଶ୍ରୀମଳାଇ’-ତିରୁମଳାଇ; ‘ଶ୍ରୀପତି’- ତିରୁପତି୤ ଏଠାରେ ସବୁ ‘ଶ୍ରୀ’ ହୋଇଚି, ‘ତିରୁ’୤ ଏହା ଦ୍ରାବିଡ଼ ସମ୍ପର୍କରେ ବୈଦିକ ଭାଷା ଉପରେ ପ୍ରଭାବ୤

ଏଇ ‘ପୁରୁଷ’-ଶବ୍ଦ ନ ଆସିଥିଲେ ମଧ୍ୟ ଭାବଟି ଆସିଥିଲା-ଖୁବ୍‌ ସମ୍ଭବ ଦକ୍ଷିଣ ଆଫ୍ରିକାରୁ ଭୂମିବାଟେ- ପୁଣି କେଜାଣି ବା ସମୁଦ୍ର ବାଟେ- ଭାରତକୁ୤ ଏଇ ‘ପୁରୁଷ’ର ପ୍ରଧାନ ପୀଠ କଳିଙ୍ଗ ଉପକୂଳରେ ଏବେ ପୁରୀ ପାଖ ‘ପୁରୁଷକ୍ଷେତ୍ର’ ବା ‘ପୁରୁଷୋତ୍ତମ କ୍ଷେତ୍ର୤

ଆଉ ଗୋଟିଏ ହେଉଛି, ନିଷାଦମାନଙ୍କର ସଂସ୍କୃତି୤ ଏହା ମଧ୍ୟ ଦ୍ରାବିଡ଼ିମାନଙ୍କ ଆସିବାର ଆହୁରି ପୂର୍ବରୁ ଆସିଥିଲା୤ ବିସ୍ତୃତ ଭାବରେ ମଧ୍ୟ ଆଫ୍ରିକାରୁ ଭାରତକୁ ଆସି ଏହା ପୂର୍ବ-ଭାରତ ଓ ଦକ୍ଷିଣ ପୂର୍ବ ମହାସାଗର ଆଡ଼କୁ ବିସ୍ତୃତ ହୋଇଥିବାର ଅନୁମାନ ହୁଏ୤ ଏ ଦୁଇଟି ଧର୍ମ ଅତି ମୌଳିକ୤ ସମ୍ଭବତଃ ଏ ଦୁଇଟିଯାକ ଧର୍ମର, ମାତାର ସନ୍ତାନ ପ୍ରସବ ସଙ୍ଗେ ସମ୍ପର୍କ ଥିଲା୤

ପ୍ରଥମେ ନିଷାଦ ଧର୍ମ, ତାହା କ୍ରମେ ମାତା ସନ୍ତାନକୁ ଶୂନ୍ୟରୁ ପ୍ରସବ କଲାପରି ବିଶ୍ବର ସୃଷ୍ଟି-ରୂପ କଳ୍ପନାରେ ପ୍ରଯୁକ୍ତ ହେଲା୤ ସେଥିପାଇଁ ଏବେ ବି ଅଛି, ପିତାର ବିନା ସମ୍ପର୍କରେ ମାତା ସୃଷ୍ଟି କଲାପରି ପୃଥିବୀ ଶୂନ୍ୟରୁ ସୃଷ୍ଟି କରାହେଲା୤

ଆଉ ଦ୍ବିତୀୟଟି ହେଉଛି, ସେଇ ମାତା ସନ୍ତାନ ଜନ୍ମ କରିବାରେ ଯେପରି ଆତ୍ମ-ବିସ୍ମୃତ ହୁଏ, ସେଇପରି ଧାରଣା୤ ଏଇଥିରୁ ବିଶ୍ବପରିବାର ଭାବ ମାନବ ସମାଜରେ ଫୁଟି କ୍ରମେ ବ୍ୟାପ୍ତ ହେଲା୤ ଏହା ଇ ହେଉଚି, ଦ୍ରାବିଡ଼ ଧର୍ମ୤

ଏଇ ନିଷାଦପୀଠ ପ୍ରାଚୀନକାଳରେ ଥିଲା ଏଇ ଓଡ଼ିଶାର ଉଡ଼୍ଡ଼ିୟାନ ଭାଗରେ୤ କାଳକ୍ରମେ ଏହା ପ୍ରତିଷ୍ଠିତ ହୋଇଥିଲା- ‘ସଉରୀନାରାୟଣ’ ନାମକ ସ୍ଥାନରେ- ମହାନଦୀର ଉପନଦୀ ‘ଜୋଙ୍କ୍‌’ ଓ ମହାନଦୀର ସଙ୍ଗମ ସ୍ଥଳରେ୤ ଏହା ଉଡ଼୍ଡ଼ିୟାନ୍‌ର ଗୋଟିଏ ସ୍ଥାନ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନୀଳକଣ୍ଠ ଦାସ
ନୀଳକଣ୍ଠ ଦାସ
ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନେତା, ଶିକ୍ଷାବୀତ୍‌ ଏବଂ ସାହିତ୍ୟିକ ଭାବେ ପଣ୍ଡିତ ନୀଳକଣ୍ଠ ଦାସ(୧୮୮୪-୧୯୬୭) ୧୯୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଜଣେ ପ୍ରମୁଖ ବିନ୍ଧାଣୀ୤ ତାଙ୍କ ଦ୍ବାରା ସମ୍ପାଦିତ "ନବଭାରତ" ପତ୍ରିକା ମାଧ୍ୟରେ ସେତେବେଳର ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ସେ ଅନେକ କାର୍ଯ୍ୟ କରିଥିଲେ୤ ଏହା ସହିତ ନିଜର ଲେଖା ମାଧ୍ୟମରେ ସେ ଓଡ଼ିଆ ଭାଷା ଓ ସାହିତ୍ୟରେ ଏକ ନୂତନ ଜାଗରଣ ସୃଷ୍ଟି କରିପାରିଥିଲେ୤
ନୀଳକଣ୍ଠ ଦାସଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. Sanujeet |  ନଭେମ୍ବର୍ ୨୨, ୨୦୧୨ - ୬:୧୯ ପୂର୍ବାହ୍ନ

    Gem of a writing, from a real learned man. More like this will help fight the shallowness that pervades now.

  • ୨. ଶୁସାନ୍ତ କୁମାର ପରିଡା, ଭୁବନେଶ୍ବର |  ମେ ୮, ୨୦୧୩ - ୪:୪୪ ପୂର୍ବାହ୍ନ

    ବହୁତ ଭଲ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤