ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସୌଭାଗ୍ୟ ମିଶ୍ର
ଗୋପୀନାଥ ମହାନ୍ତି
ରାଧାନାଥ ରାୟ
ନନ୍ଦ କିଶୋର ବଳ
ଦିଲ୍ଲୀପ ଦାସ
ସୁରେନ୍ଦ୍ର ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲିରେ
 |- ଯଦୁମଣି ମହାପାତ୍ର
 
 
ତା: ଅଗଷ୍ଟ୍ ୩୦, ୨୦୧୩  
ମୂଳ ପୃଷ୍ଠାସ୍ମରଣୀୟ ଲେଖାକାବ୍ୟ ଓ କବିତା
 

(ରାଗ- ତୋଡ଼ି ପରଳ, ତାଳ – ଏକତାଳ)

ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲି ରେ
ଜଣାଶୁଣା ସରଣୀ ଛାଡ଼ିଲି ରେ୤
ଉଣା ଟିଣା ବୁଦ୍ଧିରେ
ତେଲି ଘଣା ମଧ୍ୟରେ ଚଣା ପେଷାଇ ବଣା ଅଡ଼ିଲି ରେ୤

ନବ ଧଉତ ତିଳ
ପେଷି ଏରଣ୍ଡ ଫଳ
ନାରୀକେଳକୁ ଯା ନ ପେଡ଼ିଲି ରେ୤
ଯତି ଜପ ଧ୍ବଂସତି
କରିବା ରସବତି
ସତୀ ନାୟିକା ସଙ୍ଗ ଏଡ଼ିଲି ରେ୤

ନିପଟ ମରକଟି
ବଜାର ନାହାକାଟି
ପାଦାନ୍ତି ରଥି ମୁଣ୍ଡ ମାଡ଼ିଲି ରେ୤
ବହୁକାଳ ସୁରଙ୍ଗ
ପାତାଳ ଫୁଟା ଲିଙ୍ଗ
ଶିରେ ବାରୁଣୀ ଆଣି ଇଡ଼ିଲି ରେ୤

କୁଶଳ କଥା ମୋର
ମୂଷଳ ମାନ ଗିର
ଗାଣ୍ଡିକି କରପତ୍ର ଯୋଡ଼ିଲି ରେ୤

ରାତ୍ରିଟି ଉଜାଗର
ନିଦ୍ରାରେ ଗରଗର
ହୋଇ ଉଚ୍ଚେ ମୁଁ ଯେତେ ରଡ଼ିଲି ରେ୤

ନ ଶୁଣିବା ମୋ ଗିର
ଯଦୁମଣି ଉତ୍ତର
କର୍ମ ଦୋଷରୁ ଏହା ବିଡ଼ିଲି ରେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଯଦୁମଣି ମହାପାତ୍ର
ଉତ୍କଳ ଘଣ୍ଟ ନାମରେ ପରିଚିତ କବି ଯଦୁମଣି ମହାପାତ୍ର (୧୭୮୩ – ୧୮୬୮) ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ। ଜଣେ ତୀକ୍ଷ୍ଣବୁଦ୍ଧିସମ୍ପନ୍ନ, ବିଚକ୍ଷଣ ଓ ଆଶୁକବି ଭାବେ ସେ ପ୍ରସିଦ୍ଧି ଲାଭ କରିଥିଲେ୤ ନିଜର ଜୀବନକାଳ ମଧ୍ୟରେ ଅନେକ ଅଭାବ ଓ ଅସୁବିଧା ମଧ୍ୟରେ ରହି ସୁଦ୍ଧା ସେ ରଚନା କରିଥିବା ହାସ୍ୟକଥା ଓ ବ୍ୟଙ୍ଗ କବିତା ଓଡ଼ିଆ ସହିତ୍ୟରେ ବିରଳ। ତାଙ୍କର ରଚନା ମଧ୍ୟରେ ‘ଯଦୁମଣି ରହସ୍ୟ’, ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଓ ‘ରାଘବ ବିଳାସ’ ଆଦି ଅନ୍ୟତମ୤ ଏହା... [ କ୍ରମେ ସବିଶେଷ ]
ଯଦୁମଣି ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଜ୍ଞାନରଞ୍ଜନ ସ୍ୱାଇଁ, ରାୟପୁର, ଛତିଶଗଡ |  ଅଗଷ୍ଟ୍ ୩୦, ୨୦୧୩ - ୯:୩୬ ଅପରାହ୍ନ

    କବି ଯଦୁମଣି ଗଞ୍ଜାମ ଜିଲ୍ଲା ନୁହେଁ, ପୁରୀ (ଏବେ ନୟାଗଡ) ଜିଲ୍ଲାର ଇଟାମାଟିରେ ଜନ୍ମ ହୋଇଥିଲେ୤
    http://en.wikipedia.org/wiki/Itamati

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )