ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଅଶୋକ ଚନ୍ଦ୍ର ମହାପାତ୍ର
ଫକୀରମୋହନ ସେନାପତି
କିଶୋରୀ ଚରଣ ଦାସ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଲକ୍ଷ୍ମୀଧର ନାୟକ
ସୁଧାଂଶୁ ଶେଖର ପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଜହ୍ନମାମୁଁ
 |- ସାର୍‌ ବାସୁଦେବ ସୁଢ଼ଳଦେବ
 
 
ତା: ସେପ୍ଟେମ୍ବର୍ ୧୬, ୨୦୧୩  
 

(ରାଗ ଆଷାଢ଼ ଶୁକ୍ଳ)
ଅମ୍ବର ସର ଦିଶଇ ମଞ୍ଜୁଳ୤ ମାମୁଁ ତହିଁରେ ତ ପଙ୍କଜ ଫୁଲ୤
ଉଜ୍ଜ୍ବଳ କୁମୁଦ ତାରା ସଙ୍କୁଳ୤ ଗ୍ରହ ଗ୍ରାହରେ ହୋଇଛି ଆକୁଳ୤
ଚନ୍ଦିକ୍ରା ଲହରୀ୤ ଘନ ଘନ ତହିଁ ଅଛି ବିହରି ୤ ୧୤

ମାମୁଁ ଅପଘନ ବଡ଼ ଧବଳ୤ ଦୁଗ୍ଧଧାରା ପରି କିରଣ ଜାଳ୤
ହାଣ୍ଡିରେ ପଡ଼ି ଦିଶୁଛି ମଞ୍ଜୁଳ୤ ବିରାଡ଼ିମାନେ ଆନେନ୍ଦ ଚଞ୍ଚଳ୤
ଦୁଗ୍ଧ ମନେ କରି୤ ଚାଟୁ ଅଛନ୍ତି ରସନା ପ୍ରସାରି ୤ ୨୤

ଦିନେ ଉପବନେ ଦେଖିଲି ଯାଇ୤ ଅତି ସରାଗରେ ଫୁଟିଛି ଜାଇ
ତୋଳିବାକୁ ମନ ହୋଇଲା ବାଇ୤ ସରସର ହୋଇ ଗଲି ମୁଁ ଧାଇଁ୤
ଦେଖିଲି ଗଛର୤ ଛିଦ୍ରରୁ ପଡ଼ିଛି ମାମୁଁର କର ୤ ୩୤

ମାମୁଁ ହୋଇଛି ସଂସାର-ପ୍ରଦୀପ୍ତ୤ ପ୍ରକାଶ କରୁଛି ସପତ ଦ୍ବୀପ୤
ଧୋବ କରିଦେଲା ଅନ୍ଧାର ରାତି୤ ଛାଡ଼ି ଦେଇଥିବା ଦେହରୁ କାତି
ରଜନୀ ସର୍ପିଣୀ୤ ମଥାମଣି ପରି ବିରାଜେ ପୁଣି ୤ ୪୤

ହିରଣ୍ୟ ଗର୍ଭଙ୍କ ସୁବର୍ଣ୍ଣ ପିଠା୤ କରିବ ବୋଲିକି କାଞ୍ଚନ ଅଟା୤
ଚଳାଉଅଛି ମାମୁଁ ଚାଲୁଣିରେ୤ ତହୁଁ ଚୁନା ଗଳିପଡ଼େ ଧରାରେ୤
ତାକୁ ଆମ୍ଭେମାନେ୤ ମାମୁଁ କରବୋଲି ଭାବୁଛୁ ମନେ ୤ ୫୤

‘‘ବ୍ରହ୍ମାଣ୍ଡ ହାଣ୍ଡିରେ ଆକାଶ ପଣା୤ ତାରକାମାନେ ହୋଇଛନ୍ତି ଛେନା
ତହିଁରେ ମାମୁଁ ତ ଅଟନ୍ତି ସାଚି୤ ଅଧେଗୋଳି ହୋଇ ଅଧେକ ଅଛି’’
ତୃଷାରେ ତାପିତ୤ ତପନ, କରେ ପିଉଛି ସନ୍ତତ ୤ ୬୤

ଦେଖ ମାମୁଁର କିରଣ ପ୍ରକାର୤ ହୋଇଛି କତକ ଗୁଣ୍ଡା ଆକାର୤
ଅନ୍ଧାର ମହା ସାଗରରେ ପଡ଼ି୤ ମଳିକି ଦେଉଛି ତଳକୁ ତଡ଼ି୤
ଛାଇଯାକ ମିଛ୤ ପଙ୍କ ଗୁଡ଼ାକ ବସିଛି ଦେଖୁଛ ୤ ୭୤

ଦେଖିଲି ମାମୁଁର କର କର୍ତ୍ତରୀ୤ ଆକାଶ କଳାକୁ ଦେଲା କତୁରି୤
ନାନାସ୍ଥାନେ ଘର ବୃକ୍ଷର ଛାଇ୤ ବୋଲନ୍ତି ଯେହୁ ନିଶ୍ଚୟ ସେବାୟୀ୤
ଜାଣିଲି ଜାଣିଲି୤ ପଡ଼ିଛି ତଳରେ ଆକାଶ ଛାଲି ୤ ୮୤

ଚନ୍ଦ୍ରିକା ପାଉଁଶ ବୋଳି ଦେହରେ୤ ତାରକା ଅସ୍ଥିଲମ୍ବାଇ ଗଳାରେ
କପାଳ କରି ଧରିଛି ମାମୁଁଙ୍କୁ୤ ତହିଁ ରଖିଛି ସିଦ୍ଧ ଅଞ୍ଜନକୁ୤
ରଜନୀ କାପାଳୀ୤ ଭ୍ରମୁଛି ଏଦ୍ବୀପ ସେଦ୍ବୀପ ମିଳି ୤ ୯୤

କେହି କେହି ଦେଖି ମାମୁଁ କଳଙ୍କ୤ କହୁଥାନ୍ତି ଏହା ସାଗର ପଙ୍କ୤
କେ କହେ ଧରିଛି କୁରଙ୍ଗ ବର୤ ଭୂମିର ଛାଇ ବୋଲନ୍ତି ଅପର୤
ସବୁ ମିଛ ମାଳା୤ ଅମୃତ ହାଣ୍ଡିର ନିଶ୍ଚୟ କଳା ୤ ୧୦୤

ଦିନେ ଗିଳୁଥିଲା ରାହୁ ମାମୁଁଙ୍କୁ୤ ସେକାଳେ ମେଘ ଧାଉଁଛି ପୂର୍ବକୁ
କୁତୁହଳୀ ହୋଇ ଦେଖିଲି ଯାଇ୤ ହାତୀପରି ଏକ କଳା ବିଲାଇ୤
ଉଦ୍ଦେଶି ପ୍ରତିଚୀ୤ ପିଠା ଗୋଟେ ଚାବି ପଳାଉଅଛି ୤ ୧୧୤

ପୂର୍ବ ଅଚଳେ ମାମୁଁ ଉଭାହୋଇ୤ ଲହରୀ ସଦୃଶ୍ୟ କର ବଢ଼ାଇ୤
କୁମୁଦ ଦଳ କବାଟ ଫିଟାଇ୤ କର କାକର ଦିଅନ୍ତେ ଲଗାଇ୤
ଚମକି ଉଠିଲା୤ କୁମୁଦିନୀ ମନ୍ଦେ ମନ୍ଦେ ହସିଲା୤ ୧୨୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସାର୍‌ ବାସୁଦେବ ସୁଢ଼ଳଦେବ
ସାର୍‌ ବାସୁଦେବ ସୁଢ଼ଳଦେବ
ସାର୍‌ ବାସୁଦେବ ସୁଢ଼ଳଦେବ (୧୮୫୧-୧୯୦୩) ଓଡ଼ିଆ ସାହିତ୍ୟର ଅନ୍ୟତମ ବିଶିଷ୍ଟ ସ୍ଥପତି୤ ଓଡ଼ିଆ ଭାଷା ସାହିତ୍ୟକୁ ପରିଚ୍ଛନ୍ନ ଦିଗନ୍ତରୁ ସନ୍ଧାନ ଦେବା ତାଙ୍କର ଆଭିମୁଖ୍ୟ ଥିଲା୤ ତାଙ୍କ ଦ୍ବାରା ଓଡ଼ିଆ ସାରସ୍ବତ ପରମ୍ପରାରେ ପ୍ରାଚୀନ ଓ ଆଧୁନିକ ଧାରାର ସମନ୍ବୟ ସଂସାଧିତ ହୋଇଥିଲା୤ ଭଞ୍ଜ-ସାହିତ୍ୟ ଓ ରାଧାନାଥ ସାହିତ୍ୟ ଭାବଧାରାର ଊର୍ଦ୍ଧ୍ବରେ ଆଧୁନିକ ସାହିତ୍ୟ ନିର୍ମାଣର ଅଭିନବ ପଦକ୍ଷେପ ସେ ଗ୍ରହଣ କରିଥିଲେ୤ ପରମ୍ପରାର ଦୀର୍ଘ ପଦଯାତ୍ରା ମଧ୍ୟରେ ସମକାଳୀନ ନବୀନତ୍ବକୁ ଚିରନ୍ତନ ବ୍ୟାପ୍ତି ପ୍ରଦାନ କରିବା ଥିଲା ତାଙ୍କର ଲକ୍ଷ୍ୟ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. rasmi parida |  ଡିସେମ୍ବର୍ ୨୨, ୨୦୧୩ - ୬:୫୬ ପୂର୍ବାହ୍ନ

    Odiasahitya.com dhanyabaadara paatra kaarana ete purunaa kabitaa paribeshana karithibaaru

  • ୨. ଦାମୋଦର ବେହେରା, ଗୋହିରିବାଡ଼ି,ଗଞ୍ଜାମ |  ଫେବୃଆରୀ ୧, ୨୦୧୪ - ୯:୪୦ ପୂର୍ବାହ୍ନ

    ଜୟ ଶ୍ରୀ ରାମ
    କବିତା ଟି ଭଲ ହୋଇଛି…

  • ୩. ajay sahoo, khordha (bhusand pur, jhansi patana ) |  ଜୁଲାଇ ୧୮, ୨୦୧୪ - ୮:୪୮ ପୂର୍ବାହ୍ନ

    thank you sar puruna katha sabu manepkeibaku.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )