ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସହଦେବ ସାହୁ
କନକଲତା ସାହୁ
ଫନି ମହାନ୍ତି
ବ୍ରହ୍ମାନନ୍ଦ ପଣ୍ଡା
କେ.ଶ୍ୟାମବାବୁ ଦୋରା
କାଳିନ୍ଦି ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଜଗତେ କେବଳ
 |- କବିସୂର୍ଯ୍ୟ ବଳଦେବ ରଥ
 
 
ତା: ଏପ୍ରିଲ୍ ୨୫, ୨୦୧୨  
 

(ରାଗ- ଆଷାଢ଼ ଶୁକ୍ଳ)

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ୤
କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି
କୁଟିଳ କରି ଭ୍ରୁକୁଟିକୁ ଚାହୁଁ, ସରମା କଣ୍ଠିରବ ହେବ କାହୁଁ୤
ଅଲକତ ଦ୍ରବ ନୟନେ ବୋଳି, ରସାଳ ଗହଳ ଶାଖାରେ ଖେଳି
କବଳ କରୁ ତା କଳି କଳାପ, କାକ କି କରିବ ପଞ୍ଜମାଳାପ୤
ବରଜୀବ ରସେ ଦେଇ ମାନସ, ବରଜି ବରଷେ ଅମେଧ୍ୟ ଗ୍ରାସ
ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକର କି ହୋଇବ ଗାଈ୤
ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ, ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ, ତେବେ ସେ ମରାଳୀ ବୋଲାଇବ କି୤

ରଞ୍ଜି ନାୟକ ରଙ୍ଗେ ଚୋପଦାର, ଖଞ୍ଜିଲେ ହେଲେ ଚାବୁକ ସବାର
ଖିଲାଇଲେ ହେଲେ ନାନା ମସଲା, ତୁରଙ୍ଗ ହୁଏ କି ରାସଭ ପିଲା୤
ବଦରିକା ବନେ ନିତ୍ୟ ନିବାସ, କରି ଆଚରି ବ୍ରତ ଉପବାସ
ପ୍ରଯତ୍ନ କଲେ ହେଁ ନାନା ପ୍ରକାର, ଖଦ୍ୟୋତ ହୋଇବ କି ପ୍ରଭାକର୤

ଯାହାକୁ ଯାହା କରିଛି ଦଇବ, ତହୁଁ ନି କି ସେ ଅନ୍ୟଥା ହୋଇବ
ଘେନିଲେ ହେଲେ ଯତ୍ନେ କୋଟି ପୁଟ, ପିତ୍ତଳୁଟି କେହି ହେବ ପୁରଟ୤
ଦେବ ଉପବନେ ହୋଇ ଜନିତା, ସ୍ବବାସ ମଦରୁ ଜବସ ଲତା
ତୁଳସୀ ତୁଲେ ହେଲେ ମିଶାମିଶି, ତାହାକୁ ଯେବେ ବୋଲିବା ତୁଳସୀ୤
ସମଜଇ ନାହିଁ ସ୍ବଜାତି ଭାଷା, କହିଲେ ଯେ ହୁଅଇ ଲୋକହସା
ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ, ଷଡ଼ଦର୍ଶୀ ତୁଲେ କଲେ ବିବାଦ୤
ଦେହରେ ବାଜିଲେ ପର ନିଶ୍ବାସ, ସମ୍ଭାଳିବାକୁ ନ ଥାଇ ବିଶ୍ବାସ
ନିର୍ଲ୍ଲଜ ଅଭିମାନେ ଡେରି ଛାତି, ହାତୀ ଲଢ଼ାଇକି ବାନ୍ଧିଲେ କାତି୤
କରମରେ ତ ହୋଇଅଛି ଲେଖା, କରମର୍ଦ୍ଦକ ଯୋଗ୍ୟ ତୋର ଶିଖା
ହର ମଉଳ ଯୋଗ୍ୟ ଚମ୍ପକକୁ, ଭରମରେ ବୃଥା ପଡ଼ି ଯା ଟାକୁ୤

ଚାରୁ ଚନ୍ଦ୍ରୋଦୟା ମଶାଲ ପାଖେ, ବହ୍ନି ଜାଳିବ ଯେବେ ଦିଶା ମୁଖେ
ଧାତା ତ କରିନାହିଁ ତା ନିକାଶେ, କି ରୂପେ ହେବ ସେପରି ପ୍ରକାଶ୤
ବୋଳିହୋଇ ଭୂତି ଧରି ପରଶୁ, ବଳୀବର୍ଦ୍ଦବର ଚରମେ ବସୁ
ଗଉରୀ-ପ୍ରାଣନାଥ ଅନୁଭାବ, ଠଉରି ପାରିବନାହିଁ ତ ଲବ୤
ସର ପର୍ପଟି ଯାହାକୁ ମିଳଇ, ସେ ସୁଖେ ତା ଭୋଜନେ ପ୍ରଚଳଇ
ସଢ଼ାଇବାକୁ ତା ବଡ଼ାଇ ବସି, ଦୁର୍ମତି ଯେବେ ଚୋବାଇବ ଘଷି୤
ଚିର ତପବଳୁ କେଉଁ ପୁରୁଷ, ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ
କରିଷେ ସଞ୍ଚରିବା ନ ସହିବ, କରୀଷକଟେ ଯେବେ ଆରୋହିତ୤

ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି, ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି
ବଳାହିତ ରତ୍ନ ପରି ଦିଶିବ, ବାଳା ପୟୋଧର ହାରେ ମିଶିବ୤
ସତରବୟସୀ ସତତ ମନ, କରଇ ଯାହାକୁ ଅନୁଗମନ
ଛବି-ଶୂନ୍ୟ; ଷଣ୍ଡ ବୃଦ୍ଧ ତା ତୁଲେ, ଅବିବେକଦଶୁ ବିବାଦୀ ହେଲେ୤

ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା, ସଙ୍ଗକୁ ଅଙ୍ଗୀକାର କଲା ସୁନା
ହୋଇଲି ତ ବୋଲି କନକ ତୁଲ୍ୟ, ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ୤
ଗଜପତି କୁମ୍ଭସ୍ଥଳେ ବିଦାରି, ସଜ ପଲକ ଭୁଞ୍ଜିବାରୁ ହରି
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ, ଜମ୍ବୁକେ ଯଶସ୍ବୀ ବୋଲିବା ଯେବେ୤
ମାନୋଦ୍ଧାରଣ ଶରଣପଞ୍ଜର, ବଘେଇ ବାଦଶା ନୃପକୁଞ୍ଜର
ରାଜା ଜଗଦ୍ଦେବ ହରିଚନ୍ଦନ, ଲଙ୍ଘିଲେ ତାକୁ ନ କରି ଚନ୍ଦନ୤
ତାଙ୍କ ସୁଧର୍ମା ତୁଲ୍ୟ ସଭା କବି, ଭଣିଲେ ରାୟଗୁରୁ କବିରବି
ଶ୍ରବଣ-ସର୍ବାବୟବୀ ମାନବ, ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ୤
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କବିସୂର୍ଯ୍ୟ ବଳଦେବ ରଥ
ଓଡ଼ିଆ ସାହିତ୍ୟରେ ଏକ ଉଜ୍ଜ୍ବଳ ନକ୍ଷତ୍ର ଭାବେ ପରିଗଣିତ କବିସୂର୍ଯ୍ୟ ବଳଦେବ ରଥଙ୍କ ପ୍ରତ୍ୟେକଟି ରଚନା ବେଶ୍ ସାବଲୀଳ ଏବଂ ଶାଣୀତ୤ କବିଙ୍କ ରଚିତ ଅନେକ ଚମ୍ପୁ, ଛାନ୍ଦ, ଚୌପଦୀ, ଚିଟାଉ ଆଦି ପାଠକଙ୍କ ନିକଟରେ ବେଶ୍ ଲୋକପ୍ରିୟ୤ କବିଙ୍କ ରଚିତ ବିଭିନ୍ନ ରଚନାବଳୀର ଲୋକପ୍ରିୟତା ଏବଂ ତାଙ୍କର ଜ୍ଞାନକୁ ଦୃଷ୍ଟିରେ ରଖି ତତ୍କାଳୀନ ଠାକୁର ରାଜା ଗଜପତି ମହାରାଜ ତାଙ୍କୁ କବିସୂର୍ଯ୍ୟ ଉପାଧିରେ ଭୁଷିତ କରିଥିଲେ୤ କବିଙ୍କ ରଚିତ “ରତ୍ନାକର ଚମ୍ପୁ”, “କିଶୋର ଚନ୍ଦ୍ରାନନ ଚମ୍ପୁ”, “କବିତା କଲ୍ଲୋଳିନୀ” , “ସଙ୍ଗୀତ... [ କ୍ରମେ ସବିଶେଷ ]
କବିସୂର୍ଯ୍ୟ ବଳଦେବ ରଥଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨୨ ଆପଣଙ୍କ ମତାମତ ?

  • ୧. ପ୍ରଶାନ୍ତ କୁମାର ଭୂୟାଁ |  ଏପ୍ରିଲ୍ ୨୬, ୨୦୧୨ - ୨:୩୩ ଅପରାହ୍ନ

    ଜଗତେ କେବଳ, ଜଗତେ କେବଳ, ଜଗତେ କେବଳ ଜଗତେ,
    ଆନଲେଖା ନାହିଁ ପଢ଼ିବାକୁ ଆଉ, ପଢ଼ିଯାଅ ଥରେ ଭକତେ ।

    ମୂରୁଖ ରୁ ଜ୍ଞାନୀ, ଆଉ ଶବ୍ଦଧନୀ ପିଇଯାଅ ଆଷାଢ଼ ଶୁକ୍ଳ କୁ,
    ସଂସାର ବାଆ ରେ ଧନ୍ଦାର ମୋହରେ ବୁଝିଯାଆ ଜ୍ଞାନସାର କୁ ।

    କବିସୂର୍ଯ୍ୟ ଲେଖା ଅତି ମନଯୋଖା ଭେଦି ଯାଉଅଛି ମରମ,
    ଖୋଲିଦେବ ଆଖି, ନିଅ ହେ ପରଖି ଅଜ୍ଞାନ ର ସବୁ ଭରମ ।

    ମନ ପ୍ରାଣ ଆତ୍ମା ଆଲୋକିତ ହେବ ସୁଧା ଶୁଦ୍ଧ ଅଟେ ଏ ଗୀତ,
    ସତ୍ୟ ଏ ବଚନ, ବୁଝ ଓ ବୁଝାଅ ଭୂଲି ସେ ଅଜ୍ଞାନ ଅତୀତ ।

  • ୨. ସମୀର କୁମର ସାମଲ |  ମେ ୧୩, ୨୦୧୨ - ୧୧:୪୦ ଅପରାହ୍ନ

    ଦଶମ ଶ୍ରେଣୀରେ ପଢି ଥିଲି୤ ମନେ ପଡିଗଲା ପିଲା ବେଳ କଥା୤

  • ୩. ବିଶ୍ବମ୍ଭର ଦାଶ |  ମେ ୧୭, ୨୦୧୨ - ୧୧:୧୯ ଅପରାହ୍ନ

    କବିସୂର୍ଯ୍ୟ ବଳଦେବ ରଥଙ୍କର ସବୁ ଲେଖା ଏତେ ଉଚ୍ଚକୋଟୀର ତଥା ସରଳ ଯେ ଏହା ଅକ୍ଳେଶରେ ପାଠକ ମାନଙ୍କର ହ୍ରୁଦୟ୍ ସ୍ପର୍ଷ
    କରିପାରେ ୤

  • ୪. Himansu Pattanaik |  ଜୁନ୍ ୨୭, ୨୦୧୨ - ୩:୦୬ ଅପରାହ୍ନ

    Bahut bahut dhanyabaad ehi Odia padya paain. Mu bahut dina ru khojuthili.

    Himansu

  • ୫. ପ୍ରଦୀପ୍ତ କିଶୋର ମହାପାତ୍ର, ଭୁବନେଶ୍ବର, ଓଡିଶା |  ଜାନୁଆରୀ ୧୮, ୨୦୧୪ - ୪:୪୪ ପୂର୍ବାହ୍ନ

    ବହୁତ ଭଲ ଲାଗୁଛି

  • ୬. AMIT KUMAR NAYAK, PUNE |  ଅଗଷ୍ଟ୍ ୧୯, ୨୦୧୪ - ୧୦:୩୧ ଅପରାହ୍ନ

    JAGATE KEBALA-one of the finest odia rhythmical composition i ve ever heard..wonderful.
    salute to KABI SURJYA BALADEV RATH

  • ୭. ସୁମନ୍ତ କୁମାର ଷଡଙ୍ଗୀ, nabarangpur odisha  |  ଜୁଲାଇ ୧୯, ୨୦୧୫ - ୪:୦୨ ପୂର୍ବାହ୍ନ

    ଧନ୍ୟବାଦ ଦଶମ ରେ ପଢିଥିଲି ସାହିତ୍ୟ ବହୁତ ଭଲ ଲାଗେ । ଖୋଜିକି ପାଇଲି ବହୁ କବିତା । ଦୟାକରି ଫକୀର ମୋହନଙ୍କ ଗଳ୍ପ ଓ କବିତା ଖୋଜିବାରେ ସାହାଯ୍ୟ କରନ୍ତୁ ।

  • ୮. BANA BIHARI MISHRA, MALKANGIRI |  ନଭେମ୍ବର୍ ୩, ୨୦୧୫ - ୬:୧୧ ପୂର୍ବାହ୍ନ

    ଧନ୍ୟବାଦ ଦଶମ ରେ ପଢିଥିଲି ସାହିତ୍ୟ ବହୁତ ଭଲ ଲାଗେ । ଖୋଜିକି ପାଇଲି ବହୁ କବିତା । ମନେ ପଡିଗଲା ପିଲା ବେଳ କଥା୤

  • ୯. Dushmanta my dalai, Cuttack odisha |  ମାର୍ଚ୍ଚ୍ ୧୩, ୨୦୧୬ - ୩:୨୯ ଅପରାହ୍ନ

    ଅତି ସୁନ୍ଦର website ଓଡିଆ ଓ ଓଡିଶା ପାଇଁ ଏହା ନିତାନ୍ତ ଆବଶ୍ୟକ ।

  • ୧୦. suresh kumar roul, Anandapur, keonjhar odissa |  ଅଗଷ୍ଟ୍ ୧, ୨୦୧୬ - ୬:୩୧ ପୂର୍ବାହ୍ନ

    Kabisurya baladev ratha nka pratyak lekha ra mana ati uchakotira. Mora atipriya jagate kebala……

  • ୧୧. biswarup dash, jagatsinghpur |  ସେପ୍ଟେମ୍ବର୍ ୨, ୨୦୧୬ - ୩:୧୬ ପୂର୍ବାହ୍ନ

    apanku mo hrudaya ru asesa dhanyabada.
    mora upendra bhanja au kabi surya bala deba ratha bahut priya

  • ୧୨. surya mohanty, surat,gujarat |  ସେପ୍ଟେମ୍ବର୍ ୨୯, ୨୦୧୬ - ୧:୧୯ ପୂର୍ବାହ୍ନ

    ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ
    GREAT SALUTE TO SUCH A GREAT POET.

  • ୧୩. Baladev Prasad Bedbak, Sonepur |  ଅକ୍ଟୋବର୍ ୨୨, ୨୦୧୬ - ୧୧:୫୬ ପୂର୍ବାହ୍ନ

    ପାଠ ପଢୁଥିଲାବେଳେ ପଢିଥିଲି। ଏକବର୍ଷ ହେଲା ଏହି କବିତ।ଟିକୁ ଖୋଜୁଥିଲି। ଆଜି ପାଇଲି ପଢିଲି ଓ ଭାରି ଖୁସି ଲାଗିଲା । ବହୁତ ବହୁତ ଧନ୍ୟବାଦ।

  • ୧୪. ଜିବନ୍, ଦିଲି |  ଫେବୃଆରୀ ୨୨, ୨୦୧୭ - ୭:୧୦ ପୂର୍ବାହ୍ନ

    ଅତି ସୁନ୍ଦର website ଓଡିଆ ଓ ଓଡିଶା ପାଇଁ ଏହା ନିତାନ୍ତ ଆବଶ୍ୟକ ।

  • ୧୫. Chitrarekha, Bengaluru |  ଏପ୍ରିଲ୍ ୧୪, ୨୦୧୭ - ୯:୩୧ ପୂର୍ବାହ୍ନ

    Jukta DUI sahitya bahire padhithili.dayakari sarala artha prakasa karantu.

  • ୧୬. jyoti shankar panda, Baripada |  ଜୁଲାଇ ୪, ୨୦୧୭ - ୮:୨୯ ପୂର୍ବାହ୍ନ

    kabisurya Baladev Ratha odia kabya jagata ra kulabrudha sadrusha | tanka rachana atyanta uchokotir |

  • ୧୭. LAMBODAR Nayak, Gumidara |  ନଭେମ୍ବର୍ ୧୧, ୨୦୧୭ - ୪:୪୬ ଅପରାହ୍ନ

    Babuto bhalo lagila dadama beloro katha manepodigala ghada mukhe dele cumba no keu grathaboliro

  • ୧୮. ଜ୍ୟୋତି ପ୍ରକାଶ ତ୍ରିପାଠୀ, ପାରାଦୀପ୍  |  ନଭେମ୍ବର୍ ୧୮, ୨୦୧୭ - ୧:୧୪ ଅପରାହ୍ନ

    ବହୁତ ସୁନ୍ଦର ହୋଇଛି। ବାଃ ଉତ୍ତମ ଅତି ଉତ୍ତମ ।

  • ୧୯. ବିଭୁ ରଞ୍ଜନ ମହାପାତ୍ର, Kendrapara.  |  ଡିସେମ୍ବର୍ ୨୨, ୨୦୧୭ - ୫:୫୭ ପୂର୍ବାହ୍ନ

    He is a legendary poet.
    His writings will be forever.
    Noone can erase his name from the golden history of odia literature.

  • ୨୦. Shubhrendu ku jena, Balasore, odisha |  ଫେବୃଆରୀ ୨୨, ୨୦୧୮ - ୧:୦୮ ଅପରାହ୍ନ

    Piladine padhithili aau khojuthili pagali.
    Sabubele mone pade.
    Qualitable poem for society.

  • ୨୧. anil kumarbpanigrahy, Bhubaneswar  |  ମାର୍ଚ୍ଚ୍ ୧୬, ୨୦୧୮ - ୧:୦୪ ପୂର୍ବାହ୍ନ

    କବିସୂର୍ଯ୍ୟ ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ.. ଯାହାର ପ୍ରଭା ସଦାସର୍ବଦା ଜ୍ୱାଜ୍ଜୁଲ୍ୟମାନ

  • ୨୨. Golak moharana, Jagatsinghpur, Odisha. |  ଏପ୍ରିଲ୍ ୭, ୨୦୧୮ - ୧୧:୩୯ ଅପରାହ୍ନ

    ପିଲାଦିନେ ହାଇସ୍କୁଲ ପାଠ୍ୟକ୍ରମରେ ଉକ୍ତ କବିତାଟିକୁ ଶିକ୍ଷକ ମହୋଦୟ ଏତେ ସୁନ୍ଦର ଭାବେ ବୁଝାଇ ଥିଲେଯେ , ଆଜି ଯାଏ ମନେ ଅଛି । କାଲି ରାତ୍ରୀରେ ‘ତୁଳସୀ’ ସହ ତୁଳନା ପାଇଁ ପଦଟିକୁ ମନେ ପକାଇଲି ,କାଳେ ଭୂଲ୍ ହେଉଛିକି ଏତିକି ମିଳାଇବା ପାଇଁ ଗଗୁଗୁଲ୍ ରସହାୟତା ନେଲି । ଅନ୍ୟ ମାନଙ୍କ ମନ୍ତବ୍ୟ ପଢିଲା ପରେ ପଦେ ଅଧେ ଲେଖିଦେଲି । କବି ଙ୍କର କି ଶାଣିତ ବକ୍ରୋକ୍ତି , ପାଖଣ୍ଡି ମାନେ ସଳଖି ଯିବେ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ବାସ୍ତବରେ ଗଳ୍ପଟି ଖୁବ୍ ହୃଦୟ ବିଦାରକ ଥିଲା ।
    ( ରଘୁନାଥ ପ୍ରଧାନ )
  • ପିଲାଦିନେ ହାଇସ୍କୁଲ ପାଠ୍ୟକ୍ରମରେ ଉକ୍ତ କବିତାଟିକୁ ଶିକ୍ଷକ ମହୋଦୟ ଏତେ ସୁନ୍ଦର ଭାବେ ବୁଝାଇ ଥିଲେଯେ , ଆଜି ଯାଏ ମନେ ଅଛି । କାଲି ରାତ୍ରୀରେ…
    ( Golak moharana )
  • ବାସ୍ତବତାର ପ୍ରତିଛବି
    ( ଝରଣା ମହାରଣା )