ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୁରୁ ଘଣ୍ଟାଳ
 |- ସୁନୀଲ ମିଶ୍ର
 
 
ତା: ଏପ୍ରିଲ୍ ୨୭, ୨୦୧୩  
 

‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁ ଲୋକେ ସବୁଦିନ ଗାଉଁଲିଆ, ଗ୍ରାମସେବକ କି ଗାଁ ଟାଉଟର ଯେତେ ବୋଇଲେବି, ଗାଁକୁ ଗୁରୁଘଣ୍ଟାଲ୍‌ ଆସୁଥିବେ ଯାଉଥିବେ୤ କେଜାଣେ କି ଅଭିଶାପ ଦେବ୤ ଚିର ଅଭିଶାପ ଓଡ଼ିଶା ଦେଶ ଅନାବୃଷ୍ଟି କି ଅତିବୃଷ୍ଟି ତ ଲାଗିଛି୤ ଏ ଭିତରୁ କେଉଁଟା ଗୋଟିଏ ହେଲେ, ମନେ ପଡ଼ିଯାଏ ଗୁରୁଘଣ୍ଟାଲ୍‌ର ଅଭିଶାପ୤

ଛୋଟ ଲାଲ୍‌ଟିନ ଧରି କେହି ଗୋଟାଏ ବୁଢ଼ା ଆସିଲେ, ସେ ଥୋଇ ଗଲେ ‘ଲାଲ୍‌ଟିନ’୤ ତା’ପରେ ହାକୁଟି ମାରି ମାରି ଗାଁ ଯୁବାଏ ଆସିଲେ ଗୋବିନ୍ଦା ପାଖକୁ୤ ଖାର ଦେହା ଗୋବିନ୍ଦାକୁ ଦେଖି, ଦି’ ଚାରିଟା ଚରଣ ଚୁଟିଆ ଓଳଗି ହେଲେ ଗୋବିନ୍ଦା ଦେଇଛି ସିନା ନେଇନି, ସେ ବା କି ଆଶୀର୍ବାଦ ଦେବ, ସେ ନୀରବ୤
କିଏ ବୋଇଲା ‘ନାଗା’
କିଏ ବୋଇଲା ‘ଅଘୋରୀ’
କିଏ ବୋଇଲା ‘ବରହମ ଚାରୀ’’
କିନ୍ତୁ ଗୋବିନ୍ଦାର ପେଟ ବୋଲୁଛି
‘ଜୟ ଗୁରୁ ଘଣ୍ଟାଲ୍‌’
‘ମହାରାଜ କଅଣ, ପାରଣ କରିବେ’ କିଏ ପୁଚ୍ଛାକଲା୤ ଗୋବିନ୍ଦା ତ କିଛି ନବୁଝି ଖାଲି ବୋଇଲା
‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁ ଲୋକେ ବୋଇଲେ ‘ଓଃ ଯୋଗୀ ପରା ମଉନା ବାବାଜୀ, ଶହେ କୋଡ଼ିଏ ବରଷ ହେଲା ଏ ବ୍ରତ ପାଳିଛନ୍ତି’୤
କିଏ ପୁଣି ବୋଇଲା ‘ଶହେ କୋଡ଼ିଏ ନୁହଁମ, ଚାଳିଶ କୋଡ଼ିଏ ହୋଇଥିବ, ଦେଖୁନ କେମିତି ଭେଣ୍ଡିଆଟାଏ’
ବୁଢ଼ାଟେ ବୋଇଲା, ‘ଦେବତା, ଯୋଗୀଙ୍କ ବୟସ ବୃଦ୍ଧି ହୁଏନି, ଏମାନେ, ଅମର, ଅଜୟ’୤

‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁ ଲୋକେ ପୁଣି ଜମା ହେଲେଣି, ଖାଲି ଲୋକେ ଜମୁଛନ୍ତି୤ ସଭିଙ୍କ ହାତ ତୁଚ୍ଛା, ଏଣେ ପେଟ ପୋଡ଼ୁଛି୤ ଗାଁବାସୀ ବୋଇଲେ ଯୋଗୀ ହିମାଳୟରୁ ଆସିଛନ୍ତି ରୋଟି ଖାଇବେ ପରା୤
କେ ବୋଇଲା ‘ଏ କିଛି ଖାଇ ନ ପାରନ୍ତି, କି ଯିଏ ହରି ନାମ ସୁଧା ଥରେ ପାନ
କରିଛି, ତା’ର କ୍ଷୁଧା ତୃଷା ଜନ୍ମ ଜନ୍ମ ଯାଏ ହୁଏନି ପରା’

‘ଜୟ ଗୁରୁ ଘଣ୍ଟାଲ୍‌’୤

ତଥାପି କେହି ବୃଦ୍ଧ ଗ୍ରାମବାସୀ ବୋଇଲା ‘ଆଜି ରାତିକ ଯାଇ ଚଳାଇ ଦେବା ତା ପରେ କାଲି ସକାଳେ’୤
ଗାଁ ଲୋକେ ଆଣି ଦେଲେ, ‘କିଛି ଅଟା, କିଛି ଗୁଡ଼, ଛଅ ଖଣ୍ଡି କାଠ’୤ ବେଳ ଗଡ଼ିଲା ଗାଁ ବାସୀଏ ଗଲେଣି୤ ଆଗରେ ଥୁଆ ହୋଇଛି ଗୁଡ଼ ଅଟା ଆଉ ଛ’ଖଣ୍ଡି କାଠ୤

ରାତିରେ ଚଉକିଆ ରଡ଼ିପାରେ ‘ବସ୍ତି ବାଲେ ହୁସିଆର’୤
ଆଉ ଶୁଭେ ‘ଜୟ ଗୁରୁ ଘଣ୍ଟାଲ୍‌’

ସକାଳ ପାଇଲା ଗୋବିନ୍ଦ ଦିହରୁ ପାଉଁଶ ଗୁଡ଼ା ସବୁ ଝଡ଼ି ବସିଲାଣି, ରାତିରେ ମଶା ଦାଉରୁ ରକ୍ଷା ପାଇବା ପାଇଁ, ଦିହଯାକ ବାଡ଼େଇ ହୋଇଛି ‘ଅନିଦ୍ରାକୁ ମଶା ସହେ’୤

ସକାଳୁ ପୁଣି ଗାଁର ଯେତେକ ବେକାର ଜୁଟିଲେଣି, ଦେଖିଲେ ଶ୍ରୀ ବାବାଜୀ ଓରଫ ଗୋବିନ୍ଦାଙ୍କ ‘ଠା’ ବଢ଼ିନି୤ କିଏ ବୋଇଲା ‘ମୁଁ କହି ନ ଥିଲି ଇଏ ପରା ହରି ନାମ ସୁଧା ପାନ କରିଛନ୍ତି ଖାଇବେ କଅଣ’?

‘ଜୟ ଗୁରୁ ଘଣ୍ଟାଲ୍‌’

କିଏ ବୋଇଲା ‘ସେଥର ଗେଜେଟ୍‌ର ବାହାରି ନଥିଲା ଗୋଟିଏ ବାବା ଛବିଶ ଦିନ ମାଟିତଳେ ଥିଲେ ଆଉ ପଦାକୁ ବାହାରିବା ବେଳେ ହସି ହସି ବାହାରିଲେ’୤
ଗୋବିନ୍ଦା ବୋଇଲା ‘ଏଥର ମୁଁ ମଲି, ଗାଁ ଲୋକେ ଯଦି ମୋତେ ଜିଅନ୍ତା ମାଟିରେ ପୋତି ଦିଅନ୍ତି’ ?

‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁର ନାରଦ ସାଉଏ ବୋଇଲେ ‘ଏ ଯୋଗୀ ସେ ଯୋଗୀ ନୁହନ୍ତି, ଇଏ ଆମ ଅନ୍ତରଯାମୀ, ମନବାଞ୍ଛା ପୂର୍ଣ୍ଣ କରନ୍ତି’୤

କଥା ପରି କଥାଟିଏ ଶୁଣି ଗୋବିନ୍ଦାର ଅଧରରେ ଉକୁଟୁଥିଲା ହସ କିନ୍ତୁ ଯୋଗୀ କି ହସନ୍ତି ଖାଲି କହିଲା

‘ଜୟ ଗୁରୁ ଘଣ୍ଟାଲ୍‌’
ନାରଦ ସାଉଏ ଚାଲିଗଲେ ତେଲି ସାଉ ଦୋକାନକୁ, ଆଉ ବୋଇଲେ ‘ତମ ଜିନିଷ ବିକ୍ରୀ ହେଉନି ପରା ମୁଁ ବିକ୍ରୀ କରିଦେବି’୤

ତେଲି ସାଉ ଆଉ ନାରଦ ସାଉଙ୍କୁ ନଜଣାନ୍ତି କି, ସାପ ଗୋଡ଼ ସାପକୁ ଦିଶେ ପରା୤ ତେଲି ସାଉଏ ବୋଇଲେ ‘ବାପ କିମିତି ହେବ’ ନାରଦ ସାଉ ବୋଇଲେ ‘ଲାଭୁରୁ କିଛି ଦେବତ ତମ ଘରକୁ ଲକ୍ଷ୍ମୀ ପଶାଇଲି’୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁନୀଲ ମିଶ୍ର
ସୁନୀଲ ମିଶ୍ର(୧୯୨୫-୧୯୮୬ ) ଓଡ଼ିଆ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ଇତିହାସରେ ଜଣେ ସ୍ମରଣୀୟ ଲେଖକ। ଜୀବନର ଅନୁଭବକୁ ହାସ୍ୟରସାତ୍ମକ ଶୈଳୀରେ ଉପସ୍ଥାପନା କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ। ଜଣେ ବିଖ୍ୟାତ ହାସ୍ୟ ସାମାଜିକ ବ୍ୟଙ୍ଗ ଲେଖକ ଭାବେ ସେ ମଧ୍ୟ ସମ୍ବାଦିକତା ଏବଂ ନାଟକ କ୍ଷେତ୍ରରେ ଜଣାଶୁଣା ଥିଲେ। ହାସ୍ୟ ପତ୍ରିକା ‘ଜନ ସମୀକ୍ଷା’ ର ସେ ପ୍ରତିଷ୍ଟତା ସମ୍ପାଦକ ଥିଲେ। ନାଟ୍ୟକାର ହିସାବରେ ‘ମାଣିକ୍ୟ ମୁଣ୍ଡା’ ,‘ନୃସିଂହ ନାଥ’ ଏବଂ ‘ଆକବର ରାୟ’ ଭଳି କାଳଜୟୀ ନାଟକ ରଚନା କରିଥିଲେ ସୁନୀଲ ମିଶ୍ର।... [ କ୍ରମେ ସବିଶେଷ ]
ସୁନୀଲ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. kamakshya jena,KALAKAR,Angul, ANGUL |  ମେ ୩, ୨୦୧୩ - ୮:୫୦ ଅପରାହ୍ନ

    BEAUTIFUL STORY FOR WE BLIND PEOPLE WHO ONLY FOLLOW THE BLIND FAITH BUT DONOT REALIZE THE ORIGINALITY

  • ୨. ଦୁଷ୍ମନ୍ତ କୁମାର ଜେନା |  ମେ ୪, ୨୦୧୩ - ୧୨:୪୮ ପୂର୍ବାହ୍ନ

    ଧୁଳିଆ ବାବା ପଢିଥିଲି. ନୂଆ କଥା ନାହିଁ. ଲୋକଙ୍କ ପଇସାରେ ନେତା, ବେପାରି ହରିନାମ କରୁଥିଲା ବେଳେ ପାଠୁଆ ବାବୁ ମାନେ ଲୋକ ସେବକ ବଦଳରେ ଶାସକ ହେଇଚାଲିବା ବେଳେ, ମଣିଷଟିଏ ଯୌବନ ର ଭୋକ ସମାଳି ନପାରି, ମନ ପସନ୍ଦ ର କନିଆ କରିଛି. ସଂସାର କରିବାକୁ ହିମତ୍ ଦେଖେଇଛି, ସାଧୁ ହେଇଛି. ଅସାଧୁ ଗହଣରେ. ବହୁତ ଲୋକଙ୍କ ର ସାହସ ନଥାଏ ନିଜର ବିବେକ ରେ ଚାଲିବାକୁ. ଗୋବିନ୍ଦା ଗୋବିନ୍ଦ ଧାମରେ.

  • ୩. ଦିଲୀପ କୁମାର ବିଶ୍ଵାଳ, ଭୁବନେଶ୍ବର । ଓଡିଶା  |  ମାର୍ଚ୍ଚ୍ ୫, ୨୦୧୫ - ୩:୦୫ ପୂର୍ବାହ୍ନ

    ମୁଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖା ବଇଦେଶବିଳାସ ପଢିବାକୁ ଚାହୁଁଛି୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤