ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭ Back to Vote Screen

ଲେଖକ ଓ ଲେଖିକା

ରମେଶ ଚନ୍ଦ୍ର ଦାସ
ମଧୁସୂଦନ ଦାସ
ବାମାଚରଣ ମିତ୍ର
ଗୋଦାବରୀଶ ମହାପାତ୍ର
ବିଦ୍ୟୁତପ୍ରଭା ଦେବୀ
ସୀତାକାନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୁଜବ୍‌
 |- ଦୀପକ ମିଶ୍ର
 
 
ତା: ଅକ୍ଟୋବର୍ ୮, ୨୦୧୫  
 

ଦିନ ଭଳି
ଜହ୍ନ ପଡ଼ିବା କଥା
ଆଦୌ ଗୁଜବ୍‌ ନୁହଁ ॥

ଖରାଭଳି
ଜହ୍ନରେ ବି ଛାଇ ପଡ଼େ ।

ମୁର୍ଦ୍ଦାର ହସିବା କଥା
ଆଦୌ ଗୁଜବ୍‌ ନୁହେଁ,
ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା
କରିଥିବା ତରୁଣୀ ପ୍ରିୟମ୍ବଦାର
ମୁହଁ ମୁଁ ଦେଖିଛି ପୂର୍ଣ୍ଣିମା ରାତିରେ;
କୋକେଇରେ ଚିତ୍‌କରି ଶୁଆଇବା ବେଳେ
ସେ ଯେମିତି ମୁଚ୍‌କି ମୁଚ୍‌କି ହସି
ଉଡ଼ାଇ ଦେଉଥିଲା ସଂଭାବ୍ୟ ପୁରୁଷର ମୁହଁ;
ଏତେ ସୁନ୍ଦର ବିମଳ ହସ
ଏତେ ଦୀର୍ଘ ସମୟ ପାଇଁ
ତା’ ଓଠରେ, ତା ଆଖିରେ
ଏବଂ ସର୍ବୋପରି ତା’ ମୁଖମଣ୍ଡଳରେ
ଏତେ ଜୀବନ୍ତ ହୋଇ ରହି ନଥିଲା
ତା’ ଜୀବିତାବସ୍ଥାରେ ॥

କୁହୁଡ଼ି ଭଳି
ଛାଇ ଘୋଟିବା କଥା
ଆଦୌ ଗୁଜବ୍‌ ନୁହଁ ।

ଟିକେ ଆଗେ ମା’ କୋଳରେ
ହଇଚଇ ସୃଷ୍ଟି କରି ଏବେ

ଝୁଲଣାରେ ନିଶ୍ଚିନ୍ତରେ ଶୋଇଥିବା
ଦକ୍ଷିଣା ରଞ୍ଜନର ମୁହଁକୁ ଚାହିଁ;
ସ୍ୱପ୍ନରେ ସ୍ୱପ୍ନରେ ଆସେ ଭାସି
ଅଯାଚିତ ସ୍ମୃତିର କୁହୁଡ଼ି
କେଉଁ ସୁଦୂର ଜନ୍ମର ଓ ଛୁଆଟିର
ମୁହଁ ମୋତେ ଦିଶୁଥାଏ
ନିରନ୍ଦ୍ର ଅନ୍ଧାର ଭିତରେ
ସ୍ୱଳ୍ପାଲୋକିତ ପ୍ରାଚୀନ ମନ୍ଦିର॥

ପାଣିରେ ତ ଯିଏ ନାଇଁ ସିଏ
ପାରିବ ପହଁରି,
ପବନର ଢେଉ କାଟି
କେତେଜଣ ଆସନ୍ତି ଉତୁରି ?

ଗର୍ଭବତୀ ନଈ ହେଉ
ବା
ପ୍ରଚଣ୍ଡ ଝଡ଼ର ବିଷାଦ ହେଉ
କେତେଜଣ ସମ୍ମୁଖୀନ ହୋଇଛନ୍ତି ସ୍ମୃତିକୁ ତାଙ୍କର
ସାଦାସିଧା ମଣିଷ ଭାବରେ ??

ବିରହର ସ୍ମୃତି ଯେ
ଅଯଥା ବିଷାଦ ହେବ
ଏ ଗୁଜବ୍‌ ବିଶ୍ୱାସ କରିବା ଭଳି
ମୁଁ ନୁହେଁ ମୁର୍ଖ କି ପାମର ॥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୀପକ ମିଶ୍ର
ଦୀପକ ମିଶ୍ର
ଜଣେ ମାନବବାଦୀ କବି ଭାବେ ଦୀପକ ମିଶ୍ର (୧୯୩୮-୨୦୦୮)ଙ୍କ କବିତାଗୁଡ଼ିକ ଓଡ଼ିଆ କବିତା ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ସାମ୍ବାଦିକଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀ ମିଶ୍ର ପରବର୍ତ୍ତୀ ସମୟରେ ଇତିହାସର ଅଧ୍ୟାପକଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତିଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ବିଶେଷତଃ ଜଣେ କବିଭାବେ ପରିଚିତ ଶ୍ରୀ ମିଶ୍ର ଜଣେ ଅନୁବାଦକ ଏବଂ ସମୀକ୍ଷକ ତଥା ପ୍ରାବନ୍ଧିକଭାବେ ପରିଚିତ। ତାଙ୍କ ରଚିତ କବିତା ଗ୍ରନ୍ଥଗୁଡ଼ିକ ମଧ୍ୟରେ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )