ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସେନାପତି ପ୍ରଦ୍ୟୁମ୍ନ କେଶରୀ
ନନ୍ଦ କିଶୋର ବଳ
ସୁଶାନ୍ତ ଦାଶ
ସ୍ବଭାବ କବି ଗଙ୍ଗାଧର ମେହେର
ସାର୍‌ ବାସୁଦେବ ସୁଢ଼ଳଦେବ
ରବି ଶତପଥୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗ୍ରୀଷ୍ମ ବର୍ଣ୍ଣନା
 |- ଦୀନକୃଷ୍ଣ ଦାସ
 
 
ତା: ମେ ୩, ୨୦୧୮  
 

କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ।
କରମାଳିକର ମହା ଖରତର କମଳ କୁମାର ପରାୟେ।
ସୁଜନେ, କି କହିବା ମହୀ ତପତ।
କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମଭୂମି ଅଶ୍ୱମତ ।୧।

କଶଳ ନର୍ତ୍ତକୀ ଭ୍ରମରୀ ପରାୟେ ଭ୍ରମିଲେ ବାତଚକ୍ରମାନେ।
କୁଟୁମ୍ବୀ-ଦୀନଜନ ମନ ପରାୟେ ସନ୍ତାପୀ ହେଲେ ଏକାଦିନେ।
ସୁଜନେ, କୃଶ ହୋଇଲା ନଦୀ ଜଳ।
କାନ୍ତ ଘନରସ ବିହୀନେ ଯେମନ୍ତ ଦିଶନ୍ତି ବିରହିଣୀ କୂଳ ।୨।

କୁରଙ୍ଗ-ନୟନା ନୟନ-ତରଙ୍ଗ ବଳି ମୃରଙ୍ଗ ବଳି ମୃଗ ତୃଷ୍ଣା ଦିଶିଲେ।
କଳାମେଘ କୋଳେ ବିଜୁଳି ପରାୟେ ବନେ ବନଅଗ୍ନି ହସିଲେ।
ସୁଜନେ, କାହିଁ ତୃଣରାଜେ ଫୁଟନ୍ତି।
କାମିନୀ ସୁରତ କାଳେ ମନ ମନ ଶବଦ ପରାୟେ ଘଟନ୍ତି ।୩।

କୃପଣ ସାମନ୍ତ ସେବକ ପରାୟେ ତାପ ଜର୍ଜ୍ଜର ସୂର୍ଯ୍ୟକାନ୍ତ।
କାନ୍ତରହିତ କାନ୍ତାପ୍ରାୟେ ହୋଇଲେ ସରସୀମାନେ ବେଶଅନ୍ତ।
ସୁଜନେ, କେବଳ ଭକ୍ତରଙ୍କ ପ୍ରାୟେ।
କଚ୍ଛପ, ମତ୍ସ୍ୟ, ମଣ୍ଡୁକମାନଙ୍କର ଦୁର୍ବଳ ହୋଇଲା କାୟେ ।୪।

କମଳ ବିରହେ କରିବର ରହେ ମହାଗଗନ ଆଶ୍ରେ କରି।
କର୍ଦ୍ଦମରେ ପଡ଼ି ଫେନମୁଖେ ରଡ଼ି ଛାଡ଼ନ୍ତି ଗନ୍ଧର୍ଗ ବଇରୀ।
ସୁଜନେ, କୁଞ୍ଜ ଭିତରେ ପକ୍ଷୀମାନେ।
କେବଳ ଯୋଗୀ ଧ୍ୟାନ କଲା ପରାୟେ ନିଶ୍ଚଳେ ରହିଲେ ମଉନେ ।୫।

କରିବାକୁ ପ୍ରାଣେ ରକ୍ଷା ନିଜପ୍ରାଣ ପରକୁ ଦେଲା ପ୍ରାୟେ ହୋଇ।
କୋକମୃଗ ଯାଇ ଭୟକୁ ପକାଇ ସିଂହ ଛାଇରେ ହେଲେ ଛାଇ।
କୋବିଦେ, କୁଣ୍ଡଳୀକୁଳ ଏହି ରୂପେ।
କଳାପି କଳାପ ତଳରେ ରହିଲେ ପାଇ ବିପତ୍ତିକି ଆତପେ ।୬।

କହିଁଗଲା ବନଲତା ଶୋଭାବନ କାନ୍ତହତ କାନ୍ତା ପରାୟେ।
କରିଥିଲା ସିନା ବସନ୍ତ ତାହାକୁ ନବ ପଲ୍ଲବେ ତୋରାମୟେ।
କୋବିଦେ, କାଳେ ସେ ଅନ୍ତର ହୋଇଲା।
କନ୍ଦର୍ପ ଦର୍ପ ରହିତ ହୋଇ ସଖା ଅଭାବେ ହୃଦରେ ଶୋଇଲା ।୭।

କୁଞ୍ଜେ କୁଞ୍ଜେ ବସି ଝିଙ୍କାରି ଡାକିଲେ କାମକେଳି ବାଟ ପଡ଼ିଲା।
କୁସୁମ କାଣ୍ଡ ମଣ୍ଡି ହୋଇ ଅର୍ଜୁନ ବିଯୋଗୀ ହୃଦୟ ତାଡ଼ିଲା।
କୋବିଦେ, କଉଁ ପଥିକ ତାପ ବଳେ।
କରନ୍ତେ ଗମନ ଶ୍ରମପାଇ ଯାଇ ବସନ୍ତି ବହୁପାଦ ତଳେ ।୮।

କୃପଣ ଧନ ସଞ୍ଚିଲାପ୍ରାୟେ ମଧୁ ସଞ୍ଚିଲେ ମଧୁକରମାନେ।
କେ ଜଳଛତ୍ର ପବିତ୍ରମାନେ ଦେଲେ ବ୍ରାହ୍ମଣକରେ ସ୍ଥାନେ ସ୍ଥାନେ।
ସୁଜନେ, କଉଁ ଈଶ୍ୱର ଅନୁଗ୍ରାହୀ।
କର୍ପୂର ଚନ୍ଦନ ଅଙ୍ଗେ ବୋଳି ହୋଇ ଧାରାମଣ୍ଡିତ ପୁରେ ରହି ।୯।

କେ ଗୀତ କବିତ୍ୱ ବେଣୁ ବୀଣା ନୃତ୍ୟରଙ୍ଗେ ଦିନମାନ ହରନ୍ତି।
କେ ବସି ଏକାନ୍ତେ କାମିନୀ ସଙ୍ଗତେ ଚନ୍ଦନ ପିଚିକା ମାରନ୍ତି।
ସୁଜନେ, କେ କରେ ନଉକା ବିହାର।
କେ ସ୍ୱେଦ ଭୟରେ କରତଳୁ ତାଳବୃନ୍ତ ନ କରଇ ବାହାର ।୧୦।

କେ ଦିନ ଶେଷରେ ଦିନକର-କରେ ତାପପାଇ ଜଳେ ବୁଡଇ।
କେ ମହା ବିକଳେ ବସି ଶୀତ ସ୍ଥଳେ ଶୀତଳ ପବନ ଲୋଡ଼ଇ।
ସୁଜନେ, କେତେ କହିବି ଏ ପ୍ରସଙ୍ଗ।
କେବଳ ଶୀତକାରକ ଦ୍ରବ୍ୟବିନୁ ଆନ ଲୋଡ଼ିଲା ନାହିଁ ଅଙ୍ଗ ।୧୧।

କାନ୍ତ ପ୍ରବଳ ଗ୍ରୀଷମରେ ବିକଳ ହୋଇ ସକଳ ଗୋପାଙ୍ଗନା।
କରିବେ ବୋଲି ଜଳକ୍ରୀଡ଼ା ଚଞ୍ଚଳ ହୋଇଲେ ଚଞ୍ଚଳ ନୟନା।
ସୁଜନେ, କମଳା କୁଟିଳ କୁନ୍ତଳା।
କାମ କେଳିକଳା କୁଶଳା ସୁଶୀଳା କେତକୀ ଗୌରୀ ପ୍ରେମଶୀଳା ।୧୨।

କରୀ-କୁମ୍ଭସ୍ତନା କୋକିଳ ବଚନା କୁନ୍ଦକଳି ଚାରୁଦଶନା।
କୁଟିଳ ଦଶନା ପ୍ରସନ୍ନ ବଦନା ଶ୍ରୀକୃଷ୍ଣଚନ୍ଦ୍ର ସ୍ନେହଘନା।
ସୁଜନେ, କୂପକ-ନିତମ୍ବ ଶୋଭନା।
କେଶରୀ-ମଧ୍ୟମା କଉତୁକ ସୀମା କୁଞ୍ଜବନ କେଳିଲୋଭନା ।୧୩।

କଳାକର ହାସୀ, କମଳ ସୁବାସୀ କ୍ରୀଡ଼ା-ମାନସ କଳହଂସୀ।
କୃଷ୍ଣ ମନମୀନ-ଆକର୍ଷ ବଡ଼ଶୀ କନ୍ଦର୍ପ ଦର୍ପ-ତମଶଶୀ।
ସୁଜନେ, କାମତରଙ୍ଗିଣୀ ତରଣୀ।
କରନ୍ତେ ଗଗନ ଅତି ଶୋଭବନ ଦିଶଇ ଧରଣୀ ସରଣୀ ।୧୪।

କଳରବ କରେ କନକ କିଙ୍କିଣୀ ବାଜଇ ବାଜେଣୀ ନୂପୁର।
କାମ ପ୍ରହଣ୍ଡ ମଣ୍ଡାଇ ନେଲାପ୍ରାୟେ ଶୁଭଇ ଅତ୍ୟନ୍ତ ସୁସ୍ୱର।
ସୁଜନେ କମଳ ବିଞ୍ଚିଲା ପରାୟେ।
କିଶଳୟ ପାଦପନ୍ତି ବିକାଶନ୍ତି ପଦପଦକେ ସୁଖମୟେ ।୧୫।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୀନକୃଷ୍ଣ ଦାସ
ଭକ୍ତକବି ଦୀନକୃଷ୍ଣ ଦାସ ଜଣେ ମଧ୍ୟଯୁଗୀୟ କବିଭାବେ ପରିଚିତ ଥିଲେ। ବିଶେଷ କରି ଭକ୍ତି ରସାତ୍ମକ ରଚନାରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କ ରଚିତ ବିଭିନ୍ନ ଗ୍ରନ୍ଥ ମଧ୍ୟରେ ରସ କଲ୍ଲୋଳ, ରସ ବିନୋଦ ଆଦି ଅନ୍ୟତମ। ପ୍ରକୃତିର ଶୋଭା ବର୍ଣ୍ଣନା ଓ ପ୍ରଭୁ ଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା ସମ୍ପର୍କୀତ ତାଙ୍କ ରଚନାଗୁଡ଼ିକ ବେଶ୍‌ ଲୋକପ୍ରିୟ ଅଟେ। ଅନେକ ଅଭାବ, ଅସୁବିଧା ଏବଂ ଶାରିରୀକ ଅସୁସ୍ଥତା ସତ୍ତ୍ୱେ ସୁଦ୍ଧା କବି ଦୀନକୃଷ୍ଣଙ୍କ କବିତା ଓ କାବ୍ୟଗୁଡ଼ିକ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ପାଇଛି।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )