ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭାନୁଜୀ ରାଓ
ନନ୍ଦ କିଶୋର ବଳ
ମନମୋହନ ମିଶ୍ର
ଅମରେନ୍ଦ୍ର ଖଟୁଆ
ଦିଲ୍ଲୀପ ଦାସ
ରାଜକିଶୋର ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଘାସ
 |- ରାଜକିଶୋର ପଟ୍ଟନାୟକ
 
 
ତା: ଜାନୁଆରୀ ୨୯, ୨୦୧୩  
 

ଦିନଯାକ ଖାଇନାହିଁ୤ ଅଣଛପରା ଦଦରା ଘରେ ପହୁଞ୍ଚିଲେ ଭାତ ଅଛି କି ନାହିଁ ସେଥିରେ ସନ୍ଦେହ ଅଛି୤ ତଥାପି ତାହାର ମନ ଅଚଞ୍ଚଳ୤ ମୋ’ଠାରୁ ହାତେ ଛୋଟ୤ ବୟସର ଅଧା ହେବ୤ ଦୁଇହାତ ଛାତି ଉପରେ ଛକ କରି ପକାଇଛି-ଶୀତରୁ ଟିକିଏ ରିଆତି ପାଇବ ବୋଲି୤ ତାହାରି ପାଖରେ ଗରମ ପଞ୍ଜାବୀ ପିନ୍ଧା ପୂରା ପେଟରେ ନିଶ୍ଚିନ୍ତ ମନରେ ଯେତେବେଳେ ଚାଲୁଥିଲି, ମନ ଭିତରେ ମତେ କିଏ କେତେ କାଇଲି ଦେଉଥିଲା୤

ଏଇ ମନର ଆଶା ଆକାଙ୍କ୍ଷାକୁ ଏତେ ବଡ଼ ଦୁନିଆ ଛୋଟ ଦିଶୁଛି୤ ତଥାପି ଶାନ୍ତି ନାହିଁ, କିନ୍ତୁ ସେଇଠି ପିଲାଟିଏ ଖାଲି ପେଟରେ ଫୁଙ୍ଗା ଦେହରେ ଦିନଯାକ ହାଡ଼ଭଙ୍ଗା ପରିଶ୍ରମ କରି ଆଠ ଘଣ୍ଟାର ମୂଲ ସାତଟି ପଇସା ନେଇ ଘରକୁ ଫେରୁଛି, ତା’ର ବାପା ବୋଉକୁ ଢୋକ ଦେବ ବୋଲି୤

ହାତରେ ଅଧାପୋଡ଼ା ସିଗାରେଟ୍‌ ଟା ଥିଲା୤ ସେଇଟା ଫୋପଡ଼ି ଦେଲି- ତାହାରି ମନ ପାଖରେ ଏଇ ଆମର କଲେଜପଢ଼ୁଆ ବାବୁଆନି କେତେ ଛୋଟ କେତେ ହୀନ !

ପକେଟ୍‌ରେ ହାତ ମାଇଲି୤ ନ’ପଇସା ପଡ଼ିଥିଲା ଆଉ ଗୋଟିଏ ଟଙ୍କା-ଟଙ୍କାଟି ଦେବା ପାଇଁ ଭାବିଲି୤ ମନ କୁଣ୍ଠିତ ହେଲା୤ ନଅଟି ପଇସାରୁ ଅଣିଟିଏ କାଡ଼ି ତାହାକୁ ଦେଇ କହିଲି, ନେଇଯା ଭୁଜା ଖାଇବୁ୤ ସନ୍ଦେହମିଶା ଆଖିରେ ଚାହିଁ ସେ ନେଲା୤ ଆଗରେ ଖଣ୍ଡେ ଦୂରରେ ନିମସାଇ୤ ପଠାଣ କବର ବହୁତ ପଛରେ ରହିଲାଣି୤ ରାସ୍ତା ଏଣିକି ଏଣିକି ଗହଳିଆ ହେଲାଣି୤ ଲିଙ୍ଗାର ଭୟ ଚାଲିଗଲାଣି୤ ଏପଟକୁ ସେପଟ କଥାଭାଷା କରି କରି ଚାଲିଛି୤

ଭାବିଲି ତାହାର ବାପା ଛାନ୍ଦ ବୋଲିବାରେ ସରସ ହେବ ବୋଲି ମୂଲ ମଜୁରୀ ଛାଡ଼ିଲା୤ ଆମର କଲେଜ ବାବୁମାନେ ବହି ଭଲକରି ପଢ଼ିବେ ବୋଲି କେତେ ମାଉଁସ ଶୁଖେଇ ଦିଅନ୍ତି୤

ଯୋଗୀ ମହାରଣାକୁ ଦେଖିବା ପାଇଁ ଇଚ୍ଛା ହେଲା୤ ପୁଅ କିନ୍ତୁ ତାହାର ଘରକୁ ମତେ ନବାପାଇଁ ନାରାଜ୤ ସେ ଭାବୁଥିଲା, କାଳେ ତାହାର ବାପାକୁ ମୁଁ ‘ଲିଙ୍ଗା ପାଖରେ ଚାରି ପଇସା ଅଛି’ ବୋଲି କହିଦେବି୤ ବାପା ତାହାଠାରୁ ଛଡ଼େଇ ନେଇଯିବ୤ ସେ ମତେ ଖାସ୍‌ ଭୁଲାଉଥାଏ-‘ଆମ ଘର ଗଳିରେ କେତେ ବାଟ ହେବ୤ ବାଆ ଘରେ ନ ଥିବ-ମୁଁ ଘରକୁ ଏଇଲାଗେ ଯିବି ନାହିଁ୤’

ବାପା ପାଇଁ ପାଞ୍ଚଟା ପଇସା ଦେଇ କହିଲି ଲିଙ୍ଗାକୁ ସେହି କଥା କହିଦେବା ପାଇଁ୤ ସେ ତରଙ୍ଗ ତରଙ୍ଗ ହୋଇ ଚାହୁଁଥାଏ୤ କାଳେ କିଏ ଦେଖି ଦେଇଥିବ୤ ମୁଁ ବୁଝି ପାରୁଥାଏ ଯେ, ସେ ବାପାକୁ ଏହି କଥା କିଛି କହିବି ନାହିଁ୤

ତାହାର ଘର ପାଖ ହୋଇଗଲା୤ ସେ ହଠାତ୍‌ କହିଲା, ’ବାବୁ, ଆମର ଘର ଏଇ ଗଳି ଭିତରେ-ମୁଁ ଯାଉଛି’ କହି, ହରିଆରେ ! ଡାକ ମାରି ମାରି ଦଉଡ଼ି ଚାଲିଲା୤

ମୁଁ ଆସିଲି- ଏକା ଏକା ରାସ୍ତା ପାଖରେ ଗାଈଟିଏ ଛିଡ଼ା ହୋଇ ଚରୁଥାଏ୤ ଠାଏ ଠାଏ ଘାସଅଛି୤ କଅଁଳ ଦୁବଘାସ କେତେଥର ଏମିତି ଗୋରୁର ପାକୁଳି ଭିତରେ ନିଶ୍ଚିହ୍ନ ହୋଇ ମିଳେଇ ଯାଇଛି, ତଥାପି ସେ ତ ମରି ନାହିଁ୤ ବାଟ କରରେ ଥାଇ ସୁଦ୍ଧା ଏତେ ଲୋକର ଯିବାଆସିବାର ଧାସ, ଗାଈଗୋରୁଙ୍କ ପାଟି ତାହାକୁ ପୋଛି ଦେଇ ପାରିନାହିଁ୤

ତାହାହେଲେ ମଣିଷ ଜାତି କାହିଁକି ଟଳିବ ? ଏହି ଅଭାବ ଭିତରେ ବଢ଼େଇ ପିଲାଟି କାହିଁକି ହଟିଯିବ ? ସେ ବି ମନରେ ଆଶା ନେଇ ବାଟ ଚାଲିଛି୤ ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ତଥାପି ମନଭିତରେ, କଥାରେ ଏହି ଖିଅ ସବୁ ଅଡ଼ୁଆ ଧରି ରହୁଥିଲା୤

ଘାସ ଜୀବନରେ ଯାହା ସତ, ମଣିଷ ଜୀବନରେ କ’ଣ ସେଇଆ ଅବିକଳ ସତ ହୋଇପାରେ ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ପଟ୍ଟନାୟକ
ଉପନ୍ୟାସକାର ହିସାବରେ ପ୍ରସିଦ୍ଧି ଲାଭ କରିଥିବା ରାଜକିଶୋର ପଟ୍ଟନାୟକ (୧୯୧୬-୧୯୯୭)ଙ୍କର ଗଳ୍ପ କ୍ଷେତ୍ରରେ ସ୍ବାତନ୍ୟ୍ତ୍ର ବେଶ୍‌ ପରିସ୍ଫୁଟ୤ ଜୀବନର ବିବିଧ ରୂପକୁ ରୂପାୟନ କରିବା କ୍ଷେତ୍ରରେ ତାଙ୍କ ଗଳ୍ପ ଗୁଡ଼ିକର ଭୂମିକା ବିଶେଷ ସ୍ମରଣୀୟ୤ ସେ ସୃଷ୍ଟିର ପ୍ରାଚୁର୍ଯ୍ୟ ଭିତରେ ସୂଚନା ଦେବା ଅପେକ୍ଷା ଇଙ୍ଗିତକୁ ଅଧିକ ପସନ୍ଦ କରନ୍ତି, ଯାହାକି ବହୁ ସମୟରେ ପାଠକଙ୍କ ନିକଟରେ ସୁମିଷ୍ଟ ହୋଇପଡ଼େ୤ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଗଳ୍ପ ଓ ଉପନ୍ୟାସମାନ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. rasmi parida, Odisha Bhubaneshwar |  ଫେବୃଆରୀ ୨୧, ୨୦୧୩ - ୨:୨୯ ପୂର୍ବାହ୍ନ

    Chamatkar Galpa

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤