ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଭୂପେନ୍‌ ମହାପାତ୍ର
ବ୍ରଜନାଥ ରଥ
କାହ୍ନୁଚରଣ ମହାନ୍ତି
ସନ୍ଥକବି ଭୀମ ଭୋଇ
ତ୍ରିନାଥ ସିଂହ
ଫତୁରାନନ୍ଦ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗାଁ ମଜଲିସ୍‌
 |- ଡ.ହରେକୃଷ୍ଣ ମହତାବ
 
 
ତା: ମେ ୪, ୨୦୧୮  
 

ଗଣତନ୍ତ୍ର ପଦ୍ଧତିରେ ଗଣଭୋଟର ବ୍ୟବସ୍ଥା ଥିବାରୁ ଅସନ୍ତୋଷକୁ ଖଣ୍ଡା, ତରବାରି ବା ବନ୍ଧୁକରେ ପ୍ରକାଶ ନକରି, ଭୋଟ କାଗଜରେ ପ୍ରକାଶ କରିବାର ସୁବିଧା ଦିଆ ହୋଇଥାଏ। ତେଣୁ ବିନା ରକ୍ତପାତରେ ପରିବର୍ତ୍ତନ ସାଧନ କରିପାରେ ବୋଲି ଗଣତନ୍ତ୍ର ପଦ୍ଧତିକୁ ପ୍ରଶଂସା କରାହୁଏ। କିନ୍ତୁ ସେ ପଦ୍ଧତିର ଅପବ୍ୟବହାର ମଧ୍ୟ କରାହୁଏ। ସବୁ ପ୍ରକାର ପ୍ରତିଶ୍ରୁତି ଦେଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଭୋଟ ପାଇସାରିଲା ପରେ ଭୋଟଦାତାମାନଙ୍କୁ ଭୁଲିଯାଇ ନିର୍ବାଚିତ ପ୍ରତିନିଧି ଉପକୃତ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଯାଆନ୍ତି, ଏପରି ମଧ୍ୟ ଘଟିଥାଏ। ଏଣୁ କେବଳ ଭୋଟ କାଗଜଟି ଉପରେ ନିର୍ଭର କର ରହିଲେ ଯେ ଜନତାର ଦୁଃଖ ଯିବା ତା’ ମଧ୍ୟ ନୁହେଁ। ସବୁ ଦିଗରୁ ବିଚାର କଲେ ସ୍ପଷ୍ଟ ଜଣାଯିବ ଯେ ଜନତା ଭିତରେ ପଡ଼ିରହି ସେମାନଙ୍କ ମନରେ ଆଶା ଓ ଆଲୋକ ସଂଚାର କରିବା ପାଇଁ କର୍ତ୍ତବ୍ୟବୋଧରେ ଅନେକ ବାହାରିବା ଉଚିତ।

ସୁଖର ବିଷୟ ଏହା ହେଉଛି, ଏଥିପ୍ରତି ସମ୍ବାଦପତ୍ରରେ ବା ବ୍ୟବସ୍ଥାସଭାରେ ବା ଶାସନ ଦୃଷ୍ଟି ପଡ଼ୁ ବା ନପଡ଼ୁ ଆଶା ଓ ଆଲୋକ ସଞ୍ଚାର କରିବା ହେଉଚି ସାଂସ୍କୃତିକ କାର୍ଯ୍ୟ । ଏହା ସହିତ ରାଜନୀତିର ପ୍ରତ୍ୟକ୍ଷ ସମ୍ପର୍କ ନାହିଁ। ଏଣୁ ଯେଉଁମାନେ ସରକାରୀ କାମ କରୁଛନ୍ତି ବା ଅନ୍ୟ କୌଣସି କାରଣରୁ ରାଜନୀତିରେ ଯୋଗ ଦେଇ ପାରୁନାହାନ୍ତି, ସେମାନେ କର୍ତ୍ତବ୍ୟବୋଧରେ ଜନତାକୁ ନିରାଶରୁ ଉଦ୍ଧାର କରି ଆଶାର ରାଜ୍ୟକୁ ନେଇଯାଇପାରନ୍ତି। ପୁରାଣମାନଙ୍କରେ ବର୍ଣ୍ଣିତ ଅଛି, ଲୋକଙ୍କୁ ନିର୍ଯ୍ୟାତନାରୁ ରକ୍ଷାକରିବା ପାଇଁ ଦେବତାମାନେ ସ୍ୱର୍ଗ ଛାଡ଼ି ମର୍ତ୍ତ୍ୟରେ ମନୁଷ୍ୟ ଜନ୍ମ ନେଇ ସାଧାରଣ ମନୁଷ୍ୟ ହୋଇ କାର୍ଯ୍ୟ କରନ୍ତି। ସେହିପରି ଉପକୃତ ଶ୍ରେଣୀରୁ ଅନେକେ ଓହ୍ଲାଇ ଆସି ଅନୁପକୃତ ଶ୍ରେଣୀ ଭିତରେ ରହି ସେମାନଙ୍କୁ ଉଦ୍ଧାର କରିବାର ସଂକଳ୍ପ କଲେ ସେମାନେ ନିଜର ଜୀବନ ସାର୍ଥକ କରିବେ ଓ ସେମାନେ ନୂତନ ଇତିହାସ ମଧ୍ୟ ସୃଷ୍ଟି କରିବେ।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ.ହରେକୃଷ୍ଣ ମହତାବ
ଡ.ହରେକୃଷ୍ଣ ମହତାବ
ଏକାଧାରରେ ଜଣେ ରାଜନେତା, ନୂତନ ଓଡ଼ିଶାର ନିର୍ମାତା, ସାମ୍ବାଦିକ, ସାହିତ୍ୟିକ ଆଦି ଭାବେ ଡ.ହରେକୃଷ୍ଣ ମହତାବ ଓଡ଼ିଆ ସାହିତ୍ୟରେ ଏକ ପ୍ରତିଷ୍ଠିତ ନାମ। ଜଣେ ପ୍ରାବନ୍ଧିକ, ଔପନ୍ୟାସିକ ତଥା ଗାଳ୍ପିକ ଭାବେ ତାଙ୍କର ଅନେକ ସଙ୍କଳନ ପ୍ରକାଶିତ ହୋଇ ଅଜସ୍ର ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ଦ୍ୱାରା ସ୍ଥାପିତ ଦୈନିକ ସମ୍ପାଦପତ୍ର ‘ପ୍ରଜାତନ୍ତ୍ର’ ସହିତ ଏକାଧିକ ପତ୍ରିକା ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା। ଓଡ଼ିଶାରେ ସାହିତ୍ୟର ପ୍ରଚାର, ପ୍ରସାର ଓ ଆଲୋଚନା ନିମନ୍ତେ ସେ ଆରମ୍ଭ କରିଥିବା ‘ବିଷୁବ... [ କ୍ରମେ ସବିଶେଷ ]
ଡ.ହରେକୃଷ୍ଣ ମହତାବଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤