ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ୟାସୀ ନାୟକ
କାମାକ୍ଷୀ ପ୍ରସାଦ ଦାଶ
ସୁଶାନ୍ତ ଦାଶ
କେ.ଶ୍ୟାମବାବୁ ଦୋରା
ମନୋଜ ଦାସ
କୃଷ୍ଣପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଏବେ ମଧ୍ୟ ବଞ୍ଚିଛି
 |- ଗୋଦାବରୀଶ ମହାପାତ୍ର
 
 
ତା: ସେପ୍ଟେମ୍ବର୍ ୩୦, ୨୦୧୩  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

– ଦୁଇ –

ସିରେଇ ଗାଁ’ର ସାହାଯ୍ୟ କେନ୍ଦ୍ର୤ ଦୁର୍ଭିକ୍ଷ-ରାକ୍ଷସର ତାହା ଗୋଟାଏ ବିରାଟ ଯାଦୁଘର୤ ଯେଉଁ ଦେଶରେ ଯୁଗ ଯୁଗ ଧରି ବିରାଟ ପଥରସ୍ତୂପ ଉପରେ ପତିତପାବନ ବାନା ଉଡ଼ୁଛି, ସେହି ଦେଶର ଲକ୍ଷ ଲକ୍ଷ ନରନାରୀଙ୍କ ବିକଳ ଧ୍ବନି ସେତେବେଳେ ସିରେଇରେ ପ୍ରତିଧ୍ବନିତ ହେଉଥିଲା୤ ଯେଉଁ ଦେଶର ମଣିଷର ସାକ୍ଷୀ ରୂପ ସ୍ବୟଂ ଦେବତା ବାଟ ଚାଲି ଆସିଥିଲେ ବୋଲି କଥା ଅଛି, ଦୁଃଖ ଦାରିଦ୍ର୍ୟର ସାକ୍ଷ୍ୟ ନେବା ପାଇଁ ସେଇ ଭୂମିର ପରମ ସନ୍ୟାସୀ ଉତ୍କଳମଣି ସେହିଠାରେ ଉପସ୍ଥିତ ଥିଲେ୤

ସେତେବେଳେ ସିରେଇ ଗୋଟାଏ ବିରାଟ ମଶାଣି କହିଲେ ଚଳେ୤ ଦରମରା ମଣିଷଗୁଡ଼ାକ ସେଠାରେ ମରିବେ କି ଜିଇଁବେ, ଠିକ୍ କରିପାରୁ ନଥିଲେ୤ କାହା ଆଖିରେ ଜ୍ୟୋତି ନଥିଲା, କାହା ମୁହଁରେ ହସ ନଥିଲା, କାହା ପାଦରେ ବଳ ନଥିଲା, କାହା ପେଟରେ ଅନ୍ନ ନଥିଲା କି କାହା କଟିରେ କନା ନଥିଲା- ଥିଲା କେବଳ ସମସ୍ତଙ୍କ କଣ୍ଠରେ ବିକଟ ସ୍ବର୤ ସମସ୍ତେ କହୁଥିଲେ, ‘ଦିଅ-ଦିଅ-ଦିଅ’୤

ବେଣୁଧର ସେଇ ଭିତରେ ଯାଇ ଠିଆହେଲା୤ ସେ ଶବ୍ଦ ଶୁଣି ତା’ର କାନ ତାବ୍‌ଦା ପଡ଼ିଗଲା୤ ସେ ଦୃଶ୍ୟ ଦେଖି ତା’ ଆଖିକି ଜାଲୁଜାଲୁଆ ଦିଶିଲା୤ ସେ ସେହି ଭିତରେ ଜଣେ ହୋଇ ଠିଆହେବାକୁ ଇଚ୍ଛା କଲା ନାହିଁ୤ ମନେକଲା, ଲୋକଲୋଚନ ଆଗୋଚରରେ କେଉଁଠି ସେ ମିଶିଯାଆନ୍ତା କି, କେଉଁଠି ସେ ଆପଣାର ମୁହଁଟା ଲୁଚାଇ ଠିଆ ହୋଇପାରନ୍ତା କି, କେଉଁଠି ନିଜକୁ ହରାଇ ପାଗଳ ହୋଇଯାଆନ୍ତା କି?

ସେ ପଛକୁ ଘୁଞ୍ଚି ଆସିଲା୤ କାହାର ସ୍ନେହପାଳିତ ଗୋଟିଏ ଗଛମୂଳେ ପଥର ଉପରେ ବସିପଡ଼ି ଖାଲି ଦେଖିଲା୤ ତାକୁ ଦିଶିଲା ଗୋଟାଏ ପ୍ରାଚୀନ ବିରାଟ ଜାତି ହଠାତ୍‌ କିପରି ଭିକାରୀ ପାଲଟିଗଲା୤ ଜୀବନ ଥାଉ ଥାଉ ଜାତିଟା କିପରି ଅପମାନ ବରଣ କରିନେଲା୤ ଚାହୁଁ ଚାହୁଁ ବାଟ କିପରି ସେ ଭୁଲିଆସିଲା!

ତାକୁ ଦିଶିଲା- ଏଇପରି ଏକ ପ୍ରଭାତ ଅବସରରେ ସେ ପାଠ ପଢ଼ିଥିଲା୤ ଚିରଶ୍ୟାମଳ ବକୁଳ ଛୁରିଅନା ମୂଳେ ଶହ ଶହ ତରୁଣ ପ୍ରାଣରେ ଯେଉଁ ଶିକ୍ଷାର ମଞ୍ଜି ପୋତା ଯାଇଥିଲା, ତାହା କ’ଣ ଶେଷକୁ ବଢ଼ିଉଠିଲା ଏଇ ଭିକ ମାଗିବା ପାଇଁ? ବେଣୁଧର କ’ଣ ଶେଷରେ ଏଇଆ ହେବ ବୋଲି ବହି ଧରିଥିଲା?
ବେଣୁଧର ସେଠି ଅଛି କି ନାହିଁ, ବୁଝିପାରିଲା ନାହିଁ୤ ସେ ନିଜକୁ ଖୋଜିଲା୤ ତା’ର ଆଖି ରହିଲା ଭିତରେ, ତା’ର ମନ ରହିଲା ଭିତରେ, ତା’ର ଭାବନା ରହିଲା ଭିତରେ, ତା’ର ଶରୀରଟା କେବଳ ସିରେଇ ଗାଁର ଏକ ଗଛମୂଳେ ଥିଲା୤ ଚାଉଳ ଧରି ଲୋକେ ଫେରି ଚାଲିଛନ୍ତି, ଗହଳି କ୍ରମେ ଭାଜି ଆସୁଛି, ଖରା କ୍ରମେ ମାଡ଼ିଆସୁଛି; କିନ୍ତୁ ବେଣୁଧର ନିଜକୁ ହରେଇ ଗଛମୂଳେ ବସିଛି୤

-ତିନି-

ଝାଞ୍ଜି ପବନର ସ୍ପର୍ଶ କିମ୍ବା କପୋତର କରୁଣ ଧ୍ବନି ବେଣୁଧରର ମୋହ ଭାଙ୍ଗି ପାରିଲା ନାହିଁ୤ ଗଛଟା ଯେପରି କାହାକୁ କିଛି ନକହି ଅନେକ ଦିନୁ ଠିଆ ହୋଇଛି୤ ତାହାରି ତଳେ ବେଣୁଧର କାହାକୁ କିଛି ନ ମାଗି ସକାଳ ପହରୁ ବସିଛି୤

ତା’ର ଆଗରେ ପ୍ରଶ୍ନ ହେଲା- ‘‘ବାବୁ ତୋ’ର ଗାଁ?’’
ଦଶ ପାଞ୍ଚଥର ଏହିପରି ପଚାରିବା ପରେ ବେଣୁଧର ମୁହଁ ଟେକି ଚାହିଁଲା୤ ଚାହିଁଲା, ସତେ ଯେପରି କୋଣାର୍କର ଗୋଟାଏ ପଥରମୁର୍ତ୍ତି କେତେ ଯୁଗ ହେଲା ପାଣି-ପବନ, ଖରା-ତରା ସହି ସହି ପଡ଼ି ରହିଥିଲା, ହଠାତ୍‌ କାହାର ଡାକରେ ତା’ର କଡ଼ ପିଣ୍ଡରେ ପ୍ରାଣ ସଞ୍ଚାର ହେଲା୤

ପୁଣି ତାକୁ ପଚରାଗଲା- ‘‘ତୋ’ର ଗାଁ କେଉଁଠି ବାବୁ? ଚାଉଳ ନେଇଚୁ?’’
ବେଣୁଧର ସେଇପରି ଚାହିଁ ରହିଲା୤
ତା’ପରେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଧୀରେ ଧୀରେ ତା’ ପାଖକୁ ଲାଗି ଆସିଲେ୤ ଗୋଟିଏ ଶୀତଳ କୋମଳ ହାତର ସ୍ପର୍ଶ ତା’ ପିଠିରେ ଲାଗିଲା୤ ପିଠିର କାମିଜ୍‌, ଦେହର ଚର୍ମ, ଚମତଳର ରକ୍ତ, ମାଂସ ଓ ହାଡ଼ ଭେଦ କରି ସତେ ଅବା ସେହି ସ୍ପର୍ଶ ବେଣୁଧରର କେଉଁ ଅନ୍ତର ଭିତରେ ବାଜିଲା, ତା’ର ଦେହ ଶୀତେଇ ଉଠିଲା୤ ତା’ର ଆଖିପତା ଥରିଲା୤ ଆଖି କ୍ରମେ ଓଦା ହୋଇ ଆସିଲା୤ ତା’ପରେ ଚେଷ୍ଟା କଲା, ଓଠକୋଣ ଥରି ଆସିଲା୤
ସେ ବ୍ୟକ୍ତି ପଚାରିଲେ- ‘‘ଚାଉଳ ନେଇଚୁ ବାବୁ?’’
– ‘‘ନା୤’’ ଏତିକି କେବଳ ସେ କହିଲା
– “ନେବୁ?’’
– ‘‘ନା… ମୁଁ ନେବାକୁ ଆସି ନାହିଁ୤’’
– ‘‘ଆଉ ତେବେ…?’’
ବେଣୁଧର ଆଉ ସାମ୍ଭାଳି ପାରିଲା ନାହିଁ୤ ଭୋ’ କରି କାନ୍ଦିଉଠିଲା୤ ଏତିକି କହିଲା- ‘‘ଏଇପରି ଗଛମୂଳେ ଏଇ ଚରଣ ତଳେ ପରା ବସି କଥା ଶୁଣିଥିଲି…
‘ଜୀବନ ଥିଲେ ଭାଇ ପାତିବା ନାଇଁ ହାତ,
ମଣିଷ ପରି ଦିନେ ମଣିଷ ହୋଇବା ତ୤’
ତା’ପରେ-ତା’ପରେ ଅନେକ କ୍ଷଣ ବିତିଗଲା୤ ବସିପଡ଼ିଥିବା ବେଣୁଧରର ମୁଣ୍ଡରେ ହାତ ଦେଇ ସେଇ ଶାନ୍ତ ଉଦାର ମହାପୁରୁଷ ଦୂରରେ, ଖୁବ୍ ଦୂରେର- ସୁଦୂର ଦିଗ୍‌ବଳୟ ସୀମାରେ ଚକ୍ଷୁ ସ୍ଥିର ରଖି ଅନେକ କ୍ଷଣ ଠିଆହେଲେ୤ ଦୁଇ ଧାର ଅଶ୍ରୁ ତାଙ୍କର କୃଷ୍ଣୋଜ୍ବଳ ଶ୍ମଶ୍ରୁମଣ୍ଡଳରୁ ବିନ୍ଦୁ ବିନ୍ଦୁ ହୋଇ ଖସୁଥିଲା୤ ଆଖି ମୁଦି ହୋଇଯାଉଥିଲା୤ ଯେତେବେଳେ ସେ ଆଖି ଫିଟାଇଲେ, ଦେଖିଲେ ସ୍ବେଚ୍ଛାସେବକ ତାଙ୍କୁ ଡାକୁଛନ୍ତି; ବେଣୁଧର ପଥର ପରି ତଳେ ପଡ଼ିଛି୤ ତାଙ୍କ ମୁହଁରୁ ପଦେ କଥା ବାହାରିଲା- ‘ଏ ଜାତି ଏବେ ମଧ୍ୟ ବଞ୍ଚିଛି’୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋଦାବରୀଶ ମହାପାତ୍ର
ଗୋଦାବରୀଶ ମହାପାତ୍ର
ଜଣେ ବିଶିଷ୍ଟ ସମାଳୋଚନାମୂଳକ ସାହିତ୍ୟିକ ଭାବେ ସୁପରିଚିତ ସ୍ବର୍ଗତ ଗୋଦାବରିଶ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ଅଦ୍ବିତୀୟ ସ୍ରଷ୍ଟା୤ ନିଆଁଖୁଣ୍ଟା ନାମକ ପତ୍ରିକା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଥିବା ଶ୍ରୀ ମହାପାତ୍ର ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ ଏବଂ ଶିଶୁ ସାହିତ୍ୟିକ୤ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଶ୍ରୀ ମହାପାତ୍ରଙ୍କ ଅନେକ ଲେଖା ରାଜନୈତିକ ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ୤ ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ ଉଠକଙ୍କାଳ, ବଙ୍କା ଓ... [ କ୍ରମେ ସବିଶେଷ ]
ଗୋଦାବରୀଶ ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ରଶ୍ମି |  ଫେବୃଆରୀ ୧୬, ୨୦୧୪ - ୬:୪୪ ପୂର୍ବାହ୍ନ

    ବହୁତ ଭଲ ଲାଗିଲା…

  • ୨. ସଞିତ୍, kakatpur.puri  |  ଫେବୃଆରୀ ୨୩, ୨୦୧୫ - ୮:୫୩ ପୂର୍ବାହ୍ନ

    ସେଇ ଅମର ଆତ୍ମା କୁ ମୋର ଭକ୍ତିପୁତ ଶ୍ରଧାଞଳୀ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤