ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଆଶା ବିଲୋଳ କୁସୁମ ଅୟନେ
ରତ ଥିଲି ଯେବେ ଫୁଲ ଚୟନେ
କିଏ ଚୁପି ଚୁପି ଆସେ ସେ ବେଳେ
ଆଖି ଥାପିଲା ଯେବେ ଏ ନୟନେ ॥
ସେହି ପଲକ ଆଲୋ କି ଲଗନେ
ଭୁଲୁଁ ଭୁଲୁଁ ଏ ନିଖିଳ ଭୁବନେ
କାହିଁ ମିଳାଇ ଗଲା ସେ ଝଲକେ
ଛାଇ ଲିଭାଇ ତା କେଉଁ ଗଗନେ ॥
ସେଇ ଦିନୁ ସେ ଅଦେଖା ନୟନେ
ଯେତେ ହେଜିଲି ଶୟନ ସପନେ
ସେ’ କି ସତ ଅବା ମିଛ ସହିରେ
ସମାଧାନ ନ ହେଲା ଏ ଜୀବନେ ॥
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ଦାମୋଦର ବେହେରା, ଗୋହିରିବାଡ଼ି, ଗଞ୍ଜାମ | ମାର୍ଚ୍ଚ୍ ୭, ୨୦୧୬ - ୪:୩୯ ପୂର୍ବାହ୍ନ
କବିତା ଟି ସୁନ୍ଦର..