ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଏ ଜୀବନେ
 |- ନିର୍ମଳା ଦେବୀ
 
 
ତା: ଡିସେମ୍ବର୍ ୨୮, ୨୦୧୫  
 

ଆଶା ବିଲୋଳ କୁସୁମ ଅୟନେ
ରତ ଥିଲି ଯେବେ ଫୁଲ ଚୟନେ
କିଏ ଚୁପି ଚୁପି ଆସେ ସେ ବେଳେ
ଆଖି ଥାପିଲା ଯେବେ ଏ ନୟନେ ॥

ସେହି ପଲକ ଆଲୋ କି ଲଗନେ
ଭୁଲୁଁ ଭୁଲୁଁ ଏ ନିଖିଳ ଭୁବନେ
କାହିଁ ମିଳାଇ ଗଲା ସେ ଝଲକେ
ଛାଇ ଲିଭାଇ ତା କେଉଁ ଗଗନେ ॥

ସେଇ ଦିନୁ ସେ ଅଦେଖା ନୟନେ
ଯେତେ ହେଜିଲି ଶୟନ ସପନେ
ସେ’ କି ସତ ଅବା ମିଛ ସହିରେ
ସମାଧାନ ନ ହେଲା ଏ ଜୀବନେ ॥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନିର୍ମଳା ଦେବୀ
ଓଡ଼ିଶାର ନାରୀକବିମାନଙ୍କ ମଧ୍ୟରେ ନିର୍ମଳା ଦେବୀ( ୧୯୦୭-୧୯୮୭) ଏକ ପରିଚିତ ନାମ। ତାଙ୍କ ରଚିତ କବିତା ଗ୍ରନ୍ଥ ମଧ୍ୟରେ ‘ଦିନାନ୍ତେ’, ‘୧୯୫୩’, ‘ସୀମାନ୍ତେ’ ଓ ‘ବର୍ଣ୍ଣରାଗ’ ଅନ୍ୟତମ। କବିତା ଗ୍ରନ୍ଥ ‘ବର୍ଣ୍ଣରାଗ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଦାମୋଦର ବେହେରା, ଗୋହିରିବାଡ଼ି, ଗଞ୍ଜାମ  |  ମାର୍ଚ୍ଚ୍ ୭, ୨୦୧୬ - ୪:୩୯ ପୂର୍ବାହ୍ନ

    କବିତା ଟି ସୁନ୍ଦର..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା। ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।
    ( ଭୋଳାନାଥ ବଗର୍ତ୍ତି )
  • ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l
    ( ଫକିର ମୋହନ ବାରିକ )
  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )