ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କାଳିନ୍ଦି ଚରଣ ପାଣିଗ୍ରାହୀ
ସୁଧାଂଶୁ ଶେଖର ପାତ୍ର
ଅକ୍ଷୟ ମହାନ୍ତି
ସୁଶାନ୍ତ ଦାଶ
ଭୂପେନ୍‌ ମହାପାତ୍ର
ବିଷ୍ଣୁପ୍ରିୟା ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଡିମିରି ଫୁଲ
 |- ଅଖିଳମୋହନ ପଟ୍ଟନାୟକ
 
 
ତା: ଅଗଷ୍ଟ୍ ୧୭, ୨୦୧୨  
 

ଶୁଣ ସଞ୍ଜୟ, ଆଜିଠାରୁ ଏ ପରିବାରରେ ତମର ଏକ ମାତ୍ର ପରିଚୟ ସଞ୍ଜୟ୤ ଆଉ ତମ ପାଖରେ ମୋର ଗୋଟିଏ ମାତ୍ର ଭିକ୍ଷା- ଭିକ୍ଷା ନୁହେଁ ଦାବି୤ ତମକୁ ମଝିରେ ମଝିରେ ଆସିବାକୁ ପଡ଼ିବ ଏଠିକି୤ ମୋର ଅର୍ଥର ଅଭାବ କେବେ ନ ଥିଲା ଏବେ ବି ନାହିଁ୤ ତେବେ ଯାହା ଅଭାବ ରହିଯାଇଛି ତାକୁ କେବଳ ତମେ ହିଁ ପୂରଣ କରିପାରିବ୤ ଭଦ୍ର ବ୍ୟକ୍ତିଙ୍କ ସ୍ବରର କାତରତା ବର୍ଣ୍ଣନାର ଅତୀତ୤ ତମେ କଥା ଦିଅ ସଞ୍ଜୟ ତମର ସମସ୍ତ ଅସୁବିଧା ସତ୍ତ୍ବେ ବି ତମେ ମଝିରେ ମଝିରେ ଆସି ସଞ୍ଜୟର ଅଭିନୟ କରିଯିବ୤ ମୁଁ ସତରେ ବିଚଳିତ ହୋଇପଡ଼ିଥିଲି୤ କହିଲି, ମୁଁ କଥା ଦଉଚି ଆସିବି୤ ଆପଣ ନିଶ୍ଚିନ୍ତ ରହିପାରନ୍ତି୤ ଭଦ୍ରଲୋକଙ୍କ ଛାତି ଉପରୁ ମସ୍ତ ଓଜନଦାର ପଥର ଓହ୍ଲାଇଗଲା ଯେମିତି୤ ହଁ ମୁଁ ଶୁଣିଲି ତମେ ଆଜି ସନ୍ଧ୍ୟା ପ୍ଲେନ୍‌ରେ ଦିଲ୍ଲୀ ଯାଉଚ୤ ମୋର ସ୍ତ୍ରୀ ମଞ୍ଜୁଶ୍ରୀ ପାଇଁ କିଛି ଜିନିଷ ପଠେଇବେ୤ ଆମେ ଦୁଇଜଣଯାକ ଏୟାରପୋର୍ଟରେ ତମକୁ ଦେଖାକରିବୁ୤ ଆଉ ତମର ସମୟ ନଷ୍ଟ କରିବି ନାହିଁ, ମୁଁ ଚାଲିଲି୤ ଭଦ୍ର ଲୋକଙ୍କୁ କିଛି ବାଟ ବଳେଇଦେଇ ମୁଁ ମୋ ରୁମ୍କୁ ଫେରିଲି୤

ଏୟାରପୋର୍ଟ ଲାଉଞ୍ଜରେ ଇତସ୍ତତଃ ହୋଇ ମନେ ମନେ ଏଇ ରହସ୍ୟମୟ ଦମ୍ପତିଙ୍କୁ ଖୋଜୁଥିଲି୤ ହଠାତ୍‌ ଦେଖିଲି୤ ଭଦ୍ରଲୋକ ମୋ କାନ୍ଧ ଉପରେ ମୃଦୁ ଚାପ ଦେଇ କହୁଛନ୍ତି, ହାଲୋ ସଞ୍ଜୟ୤ ଚମକି ପଡ଼ିଲି୤ ଦେଖିଲି ତାଙ୍କର ବାହୁଲଗ୍ନା ହୋଇ ଠିଆ ହୋଇଛନ୍ତି ବିଗତ ରାତ୍ରିର ସେଇ ନାରୀମୂର୍ତ୍ତି୤ ଭଦ୍ରମହିଳା ଗୋଟିଏ ସୁନ୍ଦର ପ୍ୟାକେଟ ମୋ ହାତକୁ ବଢେଇ ଦେଇ ସୁନ୍ଦର ଇଂରାଜୀରେ କହିଲେ ‘ଦିସ୍ ଇଜ୍ ଫର୍‌ ମଞ୍ଜୁ୤ ମାଇଣ୍ଡ ଦି ଟ୍ରବୁଲ୤’ ମୁଁ ସଂଯତ ହୋଇ ତାଙ୍କ ହାତରୁ ତାକୁ ଗ୍ରହଣ କଲି୤ ପ୍ୟାକେଟ ଉପରେ ଫେଲ୍ଟ ପେନସିଲ୍‌ରେ ବଡ଼ବଡ଼ ଆଞ୍ଚୁଡ଼ା ଅକ୍ଷରରେ କେବଳ ଦୁଇଟା ଅକ୍ଷର ଲେଖାଯାଇଚି ମଞ୍ଜୁ୤ ଧାତବ କଣ୍ଠରେ ମାଇକ୍‌ ପାସେଞ୍ଜରମାନଙ୍କୁ ପ୍ଲେନ୍କୁ ଯିବାକୁ ଅନୁରୋଧ କଲା୤ ଭଦ୍ର ମହିଳା ମୋର ବାଁ ହାତ ଉପରେ ତାଙ୍କର ପାପୁଲିର ମୃଦୁ ଚାପ ହୁଗୁଳା କରିନେଲେ୤ ମୁଁ ଭଦ୍ରଲୋକଙ୍କୁ ସାମାନ୍ୟ ଦୂରକୁ ଡାକିନେଇ ଆସ୍ତେ ପଚାରିଲି, ଦେଖନ୍ତୁ ମୁଁ ତ ମଞ୍ଜୁଦେବୀଙ୍କ ଠିକଣା ଜାଣେନା ପ୍ୟାକେଟ୍ ଉପରେ ଲେଖିଦେଲେ ସୁବିଧା ହୁଅନ୍ତା୤ ମନୁଷ୍ୟର ଆଖି ଏପରି ସ୍ଥିର ନିର୍ଜୀବ ହୋଇଯିବାର କେବେ ଦେଖିନି – ଠିକ୍‌ କାଚ ଆଖି ପରି୤ ତା’ପରେ ଗୋଟାଏ ପ୍ରଚଣ୍ଡ ଅଟ୍ଟହାସ୍ୟର ଇଙ୍ଗିତରେ ତାଙ୍କର ପ୍ରୌଢ଼ ଶରୀରଟି ଦୋହଲିଗଲା ଦୁଇଥର୤ ସେ ମୋର କାନର ଆହୁରି ପାଖକୁ ମୁହଁ ଆଣି ଦାନ୍ତ ଚିପିଚିପି କହିଲେ, ମଞ୍ଜୁର ଠିକଣା ମୁଁ ମଧ୍ୟ ଜାଣେନା୤ ମୋ ସ୍ତ୍ରୀଙ୍କର ମସ୍ତିଷ୍କ ବିକୃତି ପରେ ପରେ ସେ ଆଜିକି ବହୁ ବର୍ଷ ତଳେ ରେଳ ଦୁର୍ଘଟଣାରେ ମରିଯାଇଛି୤ ସେ ସମ୍ବାଦ ମୋର ସ୍ତ୍ରୀଙ୍କୁ ଆଜିଯାଏ ଦିଆଯାଇନାହିଁ୤

ସେତେବେଳେ ମଞ୍ଜୁ ପଢ଼ୁଥିଲା ଥାର୍ଡ଼ ଇୟରରେ୤ ତେଣୁ ଆଜି ତିନି ବର୍ଷ ପରେ ସେ ରିସର୍ଚ୍ଚ କରିବାକୁ ବାଧ୍ୟ ଓ ତା’ପରେ ତାକୁ ବିଲାତ ଯିବାକୁ ପଡ଼ିବ ଆହୁରି ଗବେଷଣା କରିବାକୁ୤ ପ୍ଲେନ୍‌ର ପ୍ରପେଲର ପ୍ରଚଣ୍ଡ ଶବ୍ଦ କରି ଘୁରିବାକୁ ଆରମ୍ଭ କଲାଣି୤ ମାଇକ୍‌ର ସେଇ ଧାତବ କଣ୍ଠ ତୁହାକୁତୁହା ମୋ ନାଁ ଧରି ଡାକୁଚି୤ ମୁଁ ତରତରରେ ପ୍ଲେନ୍‌ର ଶିଡ଼ି ଉପରକୁ ଉଠିଗଲି୤ ଶିଡ଼ିର ମଝିରେ ଅଉଥରେ ମୁହଁ ଫେରେଇ ଚାହିଁଲି୤ ସେମାନେ ମତେ ହାତ ହଲେଇ ବିଦାୟ ଦେଉଥିଲେ୤ ମୋର ମନେହେଲା ଭଗବାନଙ୍କର ନିଷ୍ଠୁର ସୃଷ୍ଟିର ଦୁଇଟି ନିଃସଙ୍ଗ ଅଭିଶପ୍ତ ମନୁଷ୍ୟ ପିତୁଳା ଆକାଶକୁ ହାତ ତୋଳି ନାଚୁଛନ୍ତି୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଖିଳମୋହନ ପଟ୍ଟନାୟକ
ଅଖିଳମୋହନ ପଟ୍ଟନାୟକ
ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ନିଆରା କଥାକାର ଥିଲେ ଅଖିଳମୋହନ ପଟ୍ଟନାୟକ୤ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମିତ ଅଖିଳମୋହନ ଥିଲେ ବୃତ୍ତିରେ ଆଇନଜୀବି ଆଉ ପ୍ରବୃତ୍ତିରେ ବିଦଗ୍ଧ ସାହିତ୍ୟ ଶିଳ୍ପୀ୤ ୧୯୮୧ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ସଞ୍ଚୟନ “ଓ ଅନ୍ଧଗଳି” ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤ ୧୯୮୨ ମସିହା ନଭେମ୍ବର ୨୯ ତାରିଖ ଦିନ ଏହି ମହାନ କଥାଶିଳ୍ପୀଙ୍କର ପରଲୋକପ୍ରାପ୍ତି ଘଟିଥିଲା୤
ଅଖିଳମୋହନ ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସରୋଜ ସାହୁ |  ଅଗଷ୍ଟ୍ ୧୮, ୨୦୧୨ - ୭:୧୧ ପୂର୍ବାହ୍ନ

    ଅଖିଳମୋହନ ପଟ୍ଟନାୟକଙ୍କ ଲେଖା ପଢିବାର ସୁଯୋଗ ପାଇଥିବାରୁ ଆପଣଙ୍କୁ ଧନ୍ୟବାଦ ୤

  • ୨. dilipkumar acharya |  ନଭେମ୍ବର୍ ୨୩, ୨୦୧୨ - ୨:୦୦ ପୂର୍ବାହ୍ନ

    ଅଖିଳମୋହନ ପଟ୍ଟନାୟକଙ୍କ ଲେଖା ପଢିବାର ସୁଯୋଗ ପାଇଥିବାରୁ ଆପଣଙ୍କୁ ଧନ୍ୟବାଦ ୤

  • ୩. ଘନଶ୍ୟାମ ସାହୁ, ଓଡ଼ିଶା |  ଜୁନ୍ ୧୯, ୨୦୧୮ - ୧୧:୨୧ ଅପରାହ୍ନ

    ଏଇ ଗଳ୍ପ ସ୍କୁଲ ସମୟରେ ପଢ଼ିଥିଲି ।ଭାରି ଭଲ ଗଳ୍ପ। ଇଣ୍ଟରନେଟରେ ପୁଣି ପଢିଥିବାରୁ ଖୁସି ଲାଗିଲା।ମୋ ଜୀବନରେ ବି ଏମିତି ଘଟଣା ଘଟିଛି। ଧନ୍ୟବାଦ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤