ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଧର୍ମନିରପେକ୍ଷ ରାଜନୀତି
 |- ମହାପାତ୍ର ନୀଳମଣି ସାହୁ
 
 
ତା: ଏପ୍ରିଲ୍ ୨୫, ୨୦୧୯  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଗୋଟିଏ ବାପର ଥିଲେ ତିନିପୁଅ। ସେମାନେ ସବୁ ବଡ଼ ହୋଇଗଲେ। ବାହାହେଲେ। ଘରକୁ ଆସିଲେ ତିନିବୋହୂ। ତିନି ବୋହୂଙ୍କର ମଧ୍ୟ ଗୋଟିଏ ଗୋଟିଏ ପିଲା ଜନ୍ମ ହେଲେ। କ୍ରମେ ଘରଟି ହୋଇଗଲା ଗୋଟିଏ ଏକାନ୍ନବର୍ତ୍ତୀ ପରିବାର। ସବୁ ଭାଇଙ୍କ ଭିତରେ ସାଧାରଣ ଭାବେ ସ୍ନେହ ସୌହାର୍ଦ୍ଦ୍ୟ ଥିଲା। ବୋହୂମାନେ ମଧ୍ୟ ମିଳିମିଶି ଚଳୁଥିଲେ। ସୌଭାଗ୍ୟର କଥା ଯେ- ପରିବାରଟିରେ କୌଣସି ମନୋମାଳିନ୍ୟ ନଥିଲା।

କିନ୍ତୁ ତିନିଭାଇ ଧର୍ମରେ ହିନ୍ଦୁ ହେଲେ ବି ପ୍ରତ୍ୟେକେ ନିଜ ନିଜ ମତାନୁସାରେ ଧର୍ମ ପାଳୁଥିଲେ। ବଡ଼ଭାଇ ଥିଲେ ପରମ ବୈଷ୍ଣବ। ମଥାରେ ତିଳକ, ବେକରେ ତୁଳସୀମାଳି, ବାଁ ହାତରେ ତମ୍ବା କଡ଼ା ଓ ପାଞ୍ଚଆଙ୍ଗୁଳିରେ ରାମ ଓ କୃଷ୍ଣଙ୍କ ନାମ ଖୋଦିତ ତମ୍ବା ମୁଦି। ତାଙ୍କ ଠାକୁର ଘର ଅଲଗା। ସେଠି ରାମାଭିଷେକ ଫଟୋ ରଖି ପୂଜା କରାଯାଏ। ଶାଳଗ୍ରାମ ପୁଜା ହୁଏ ଓ ହନୁମାନଜୀଙ୍କର ଫଟୋକୁ ମଧ୍ୟ ପୁଷ୍ପ ତୁଳସୀ ଦେଇ ପୁଜା କରାଯାଏ। ପ୍ରତିଦିନ କର୍ପୂର ଆଳତି ହୁଏ ଓ ତିଳକଲାଗି ହୁଏ। କ୍ଷୀରୀ, ଖେଚୁଡ଼ି ଡାଲମା, ପିଠା, ପଣା ଭୋଗହୁଏ।

ସବାସାନ ପୁଅ ଶାକ୍ତମତରେ ପୁଜା ଉପାସନା କରନ୍ତି। ତାଙ୍କର ଠାକୁରଘର ଅଲଗା। ସେ ରୁଦ୍ରାକ୍ଷ ମାଳା ଓ ରକ୍ତଚନ୍ଦନ ମାଳା ପିନ୍ଧିଥାନ୍ତି। ଦେହଯାକ ଚନ୍ଦନରେ ଓଁ ହ୍ଲିଂ କ୍ଲୀଂ ଛପା ହୋଇଥାଏ। ସେ ନାଲିପାଟ ପିନ୍ଧନ୍ତି। ଠାକୁରଘରେ ଶାୟିତ ଶିବଙ୍କ ଉପରେ ଉଲ୍ଲଗ୍ନା, ଆଲୁଳାୟିତା କେଶ, ଭୟଙ୍କରୀ କାଳୀ ହାତେ ଜିଭ କାଢ଼ି ଠିଆ ହୋଇଥିବାର ଏକ ଫଟୋ ପୂଜାହୁଏ। ମହିଷାମର୍ଦ୍ଦିନୀ ଦୁର୍ଗା ଓ ବ୍ୟାଘ୍ରବାହିନୀ ମଙ୍ଗଳା ଠାକୁରାଣୀଙ୍କ ଫଟୋ ମଧ୍ୟ ପୂଜାହୁଏ। ତାଙ୍କ ପାଖେ ମନ୍ଦାର ଫୁଲ ସଜାହୋଇଥାଏ ଏବଂ ପ୍ରତିଦିନ ମାଛମାଂସ ତରକାରି ସହ ଦିନେ ଦିନେ ସାମାନ୍ୟ ମଦ ମଧ୍ୟ ଭୋଗ ହୁଏ।

ମାତ୍ର ମଝିଆଁ ଭାଇଙ୍କର କୌଣସି ସ୍ୱତନ୍ତ୍ର ମତ ନଥିଲା କି ତାଙ୍କର ସେ ଆଡ଼କୁ ମନ ନଥିଲା। ସେଥିପାଇଁ ତାଙ୍କର ସ୍ୱତନ୍ତ୍ର ଠାକୁର ଘର ନ ଥିଲା। କିନ୍ତୁ ତାଙ୍କର ଥିଲା ଏକ ସ୍ୱତନ୍ତ୍ର ବୈଠକ ଘର। ସେ ବୈଠକ ଘରେ ସେ ସବୁ ଦେବଦେବୀଙ୍କର ଫଟୋ ରଖିଥିଲେ। ବୁଦ୍ଧ ଓ ଯିଶୁଖ୍ରିଷ୍ଟଙ୍କ ଫଟୋ ବି ରଖିଥିଲେ। ପବିତ୍ର କୋରାନ୍‌ର କେତେକ ମନ୍ତ୍ର ମଧ୍ୟ ଫଟୋ ବନ୍ଧାଇ କରି ରଖିଥିଲେ। ମୋଟ ଉପରେ ସେ କାନ୍ଥଯାକ ସବୁ ଦେବଦେବୀ ଓ ସାଧୁସନ୍ଥ ବାବାଜି ବେଷ୍ଣବମାନଙ୍କ ଫଟୋ ଟଙ୍ଗା ହୋଇଥିଲା। ମଝିଆ ଭାଇ କାହାକୁ ପୂଜାଧ୍ୱଜା କରୁ ନଥିଲେ। ମାତ୍ର ସବୁ ଫଟୋରେ ସବୁଦିନ ଲାଗି ନାଇଲନ୍‌ ଫାଇବର୍‌ ନିର୍ମିତ ବିଭିନ୍ନ ରଙ୍ଗର କୃତ୍ରିମ ଫୁଲର ମାଳା ଲମ୍ବିଥିଲା। ହଁ-ମୁଁ କହିବାକୁ ଭୁଲିଯାଇଛି ଯେ, ମଝିଆଁ ଭାଇ ରାଜନୀତି କରୁଥିଲେ ଓ ଦୁଇଥର ଚେୟାର୍‌ମେନ୍‌ ହେଲାପରେ ଓ ମାତ୍ର ଥରେ ଭୋଟରେ ହାରିଗଲା ପରେ ଏବେ ଗୋଟିଏ ଧର୍ମ-ନିରପେକ୍ଷ ରାଜନୈତିକ ଦଳର ନେତା ରୂପେ ଏମ୍‌. ଏଲ. ଏ. ହୋଇଛନ୍ତି। ତେଣୁ ସେ ତାଙ୍କର ବୈଠକଖାନାଟିକୁ ମନେକରନ୍ତି ଏକ ଧର୍ମ-ନିରପେକ୍ଷ ଉପାସନା ଗୃହ। କାରଣ ସେ ଗୋଟିଏ ଗୃହରେ ରାସଲୀଳା ପ୍ରମତ୍ତ ଶ୍ରୀକୃଷ୍ଣଙ୍କ ସହିତ କ୍ରୁଶବିଦ୍ଧ ଯିଶୁଖ୍ରୀଷ୍ଟ ଓ ଧ୍ୟାନରତ ବୁଦ୍ଧଙ୍କ ସହିତ ଉଲଗ୍ନ ମହାବୀରଙ୍କୁ ଏକ ଧର୍ମନିରପେକ୍ଷ ସୂତ୍ରରେ ବାନ୍ଧି ରଖିଛନ୍ତି। ଏଥିପାଇଁ ରାଜନୀତିକ ନେତା ମଝିଆଁଭାଇ ଖୁବ୍‌ ଗର୍ବ ମଧ୍ୟ ଅନୁଭବ କରୁଥିଲେ ଏବଂ ସେଥିପାଇଁ ସବୁ ଧର୍ମ ଓ ସମ୍ପ୍ରଦାୟର ଭୋଟଦାତାମାନେ ତାଙ୍କ ବୈଠକ ଖାନାରେ ଆସି ରୁଣ୍ଡ ହେଉଥିଲେ। କିନ୍ତୁ ସେ ଘରେ କେବେ ଗୀତା, ଭାଗବତ, ଚଣ୍ଡୀ, ବାଇବେଲ୍‌, କୋରାନ୍‌ ଆଦି ପାଠ ହେଉ ନ ଥିଲା।

ଦିନକର କଥା! ସେଦିନ ବଡ଼ଭାଇ ତାଙ୍କର କେତେକ ବୈଷ୍ଣବ ବନ୍ଧୁଙ୍କୁ ସଂକୀର୍ତ୍ତନ ଓ ପ୍ରସାଦସେବନ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ଠିକ୍‌ ସେହିଦିନ ସାନଭାଇ ତାଙ୍କର କେତେକ ଶାକ୍ତ ବନ୍ଧୁଙ୍କୁ ଚଣ୍ଡୀପାଠ ଓ ପ୍ରସାଦ ସେବନ ଲାଗି ନିମନ୍ତ୍ରଣ କରିଥିଲେ ଏବଂ ସେହିଦିନ ମଧ୍ୟ ମଝିଆଁଭାଇ ଆସନ୍ତା ନିର୍ବାଚନ ଲାଗି ପ୍ରସ୍ତୁତି ପାଇଁ ତାଙ୍କର କେତେଜଣ ମିନିନେତା ବନ୍ଧୁଙ୍କୁ ତାଙ୍କ ଗୃହରେ ଆଲୋଚନା ଓ ଭୋଜନ ଲାଗି ନିମନ୍ତ୍ରଣ କରିଥିଲେ।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମହାପାତ୍ର ନୀଳମଣି ସାହୁ
ମହାପାତ୍ର ନୀଳମଣି ସାହୁ
ମହାପାତ୍ର ନୀଳମଣି ସାହୁ (୧୯୨୬-୨୦୧୬) ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ପ୍ରବୀଣ ସାରସ୍ବତ ସାଧକ। ସେ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ରମ୍ୟରଚନା, ଫିଚର, ଶିଶୁ ସାହିତ୍ୟ, ଅନୁବାଦ ଆଦି ସବୁ ବିଭାଗରେ ନିଜର ସିଦ୍ଧହସ୍ତତା ପ୍ରମାଣିତ କରିଛନ୍ତି। ତାଙ୍କର ଅମର କୃତି ଲାଗି ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପରୁସ୍କାର ଓ ଭାରତୀୟ ଭାଷା ପରିଷଦ ପକ୍ଷରୁ କୋଣାର୍କ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛିନ୍ତି। ବିଂଶ... [ କ୍ରମେ ସବିଶେଷ ]
ମହାପାତ୍ର ନୀଳମଣି ସାହୁଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤