ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସନ୍ୟାସୀ ନାୟକ
ସୁଧାଂଶୁ ଶେଖର ପାତ୍ର
ଅଖିଳମୋହନ ପଟ୍ଟନାୟକ
ଅନନ୍ତ ପଟ୍ଟନାୟକ
ନିତ୍ୟାନନ୍ଦ ମହାପାତ୍ର
ରଜତ କୁମାର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦେବୀ
 |- ଶ୍ରଦ୍ଧାକର ସୂପକାର
 
 
ତା: ଅକ୍ଟୋବର୍ ୨୬, ୨୦୧୩  
 

ମଦନର ଦୈହିକ ଯନ୍ତ୍ରଣାଠାରୁ ମାନସିକ ଗ୍ଲାନି ଓ ବେଦନା ହୋଇ ଉଠିଲା ଆହୁରି ତୀବ୍ରତର୤
କିଛି ସମୟ ପରେ ସୀତା ଉଠି ବସିଲା୤ ମଦନର ବିଷାଦଭରା ମୁହଁ ଦେଖି ସୀତା ପଚାରିଲା, ‘‘କେନ୍ତା (କିମିତି) ଲାଗୁଛେ?’’
ମଦନ କହିଲା, ‘‘ପାଶ୍‌କେ ଟିକେ ଆ’ତ?’’
ସୀତା ଖଟ ପାଖକୁ ଆସିଲାରୁ ମଦନ ତା’ର ହାତ ଚାପିଧରି ନିରବରେ ଅନାଇଥାଏ୤
ସୀତା ପୁଣି ପଚାରିଲା ‘‘କେନ୍ତା ଲାଗୁଛେ?’’
ମଦନ କହିଲା, ‘‘ତୁଇ ମୋର୍‌ ଦୁଖ୍‌ କମ୍‌ତି କରିପାର୍‌ବୁ?’’
କହିଲା, ‘‘ତୁମେ ଯାହା ବଲ୍‌ବ ମୁଇଁ ତାହା କର୍‌ବାକେ ତିଆରି ଅଛେଁ, କାଣା (କ’ଣ) ବଲୁଛ କହ୤’’
ମଦନ ବାଷ୍ପଭରା କଣ୍ଠରେ କହିଲା, ‘‘ମୁଇଁ ଯାହା ଦୋଷ କରିଛେଁ, ମାଫ୍‌ କର୍‌୤’’
ସୀତା କହିଲା, ‘‘ଛି, କାଏଁ କଥା କହୁଛ? ତୁମେ ପରା ମୋର୍‌ ଦେବ୍‌ତା୤ ତୁମର୍‌ ସୁଖ୍‌ ମୋର୍‌ ସୁଖ୍‌, ତୁମର୍‌ ଦୁଃଖେ ମୋର୍‌ ଦୁଃଖ୍‌୤ ତୁମର୍‌ ଲାଗି ମୋର୍‌ ଜୀବନ୍‌୤ କାଏଁ ଦୋଷ୍‌ କରିଛ ତୁମେ?’’

ମଦନ କହିଲା, ‘‘ତୋତେ ବିନା ଦୁଷେଁ ମୁଇଁ ଘରୁ ଖେଦିଦେଲି୤ ତୁଇ ବାପଘର୍‌କେ ଗଲା ଉତ୍ତାରୁ ତୋର ମୁହଁ ଭି ନାଇଁ ଦେଖିଲି୤ ପଇସା କଉଡ଼ି ତ ଦେବାର୍‌ ଦୂରର୍‌ କଥା, ତୋର୍‌ ଚିଠିର୍‌ ଜବାବ୍‌ ଖଣ୍ଡେ ଭି ନାଇଁ ଦେଲି୤ ଏଡ଼େ ପୁଅର୍‌ ମୁହଁକେ ନାଇଁ ଭି ଦେଖ୍‌ଲି୤ ଇଥ୍‌ରୁ ବଢ଼ି କରି ଆଉ କାଏଁ ଅପରାଧ୍‌ ଅଛେ? କହ, ମୋର୍‌ ଦୋଷ୍‌ ମାଫ୍‌ କରି ପାର୍‌ବୁ? ମୋ ଦିହେ ଯେତିକି ଦୁଃଖ୍‌ ଅଛେ, ଗୋଡ଼ କଟାହେଲା ବଲି ମନଟା ଯେତ୍‌କି ଖରାପ୍‌ ଅଛେ, ଆହୁରି ବେଶି ମନ୍‌ ଖରାପ୍‌ ହେଉଛେ, ତୋତେ ବିନା ଦୁଷେ ଛାଡ଼ି ଦେଲିବଲି୤ ତୁଇ ମତେ ମାଫ୍‌ କରିଲେ ସେ ଦୁଃଖଟା କମ୍‌ ହେତା (ହୁଅନ୍ତା)୤’’

ସୀତା କହିଲା, ‘‘ଇଥିର୍‌ ଲାଗି ଚିନ୍ତା କାଇଁ କରୁଛ? ମୋର୍‌ କର୍‌ମେ ସୁଖ୍‌ ନାଇଁ ଲେଖି ବଲି ସିନା ଏତେ ଦିନ୍‌ ତୁମର୍‌ଠାରୁ ଅଲଗା ରହିଲି, ଇଥିରେ କାଏଁ ଦୋଷ୍‌୤ ତୁମେ ମୋର୍‌ ଦେବ୍‌ତା ସମାନ୍‌୤ ମୁଇଁ ଜବର୍‌ଦସ୍ତି ତୁମର୍‌ ଘର୍‌କେ ଫିରି ନାଇଁ ଯାଇ କରି ବାପଘରେ ରହିଗଲି, ଇଟା (ଏଇଟା) ତ ମୋର୍‌ ଦୋଷ୍‌ ହେଇଛେ୤ ବାପଘରେ ଥାଇ କରି ମୁଇଁ ସବୁଦିନେ ଭାବୁଥାଏଁ ଖାଇବାର୍‌ ପିଇବାରେ ତୁମ୍‌କୁ କେତେ ଅସୁବିଧା ହେଉଥିବା୤ ତୁମ୍‌କୁ ମୁଇଁ ଦୁଃଖ୍‌ ଦେଇଛେଁ୤ ମୋର ଅପ୍ରାଧ ମାଫ୍‌ କର୤’’

ମଦନ କହିଲା, ‘ତୁଇ କିଛି ଦୋଷ୍‌ ନାଇଁ କରି୤ ମତେ ଲାଗୁଛେ ମୁଇଁ ତତେ ବିନା ଦୁଷେ ଛାଡ଼ିଦେଲି ବଲି ଭଗବାନ୍‌ ମତେ ଶାସ୍ତି ଦେଇଛନ୍‌, କହ, ମତେ ମାଫ୍‌ କଲୁ ତ ?’

ସୀତା ଆଉ କିଛି କହି ପାରିଲା ନାହିଁ୤ ଶୋକରେ ତା’ର କଣ୍ଠରୁଦ୍ଧ ହୋଇ ଉଠିଲା୤ ଶେଷକୁ ସେ ନିଜକୁ ସମ୍ଭାଳି କହିଲା, ‘‘ତୁମେ ଭଲ୍‌ ହେଇଗଲ, ମୁଇଁ ସବୁଭରି ପାଇଲି୤ ଭଗବାନ୍‌ ମୋର୍‌ ତରଫ୍‌ରୁ ତୁମ୍‌କୁ ମାଫ୍‌ କରିଛନ୍‌୤ ଭଗବାନ୍‌ ମୋତେ ଯେନ୍‌ ସଂକଟ୍‌ରୁ ପାର୍‌ କଲେ ସେ ମୋର୍‌ ଦୋଷ୍‌, ତୁମର୍‌ ହେଇ କରି ମାଫ୍‌ କରିଛନ୍‌ ଗଲା କଥା ଯାଇ ଦିଅ୤ ଆଉର୍‌ ସେ କଥା ଭାବି କରି ନିଜର ଦୁଃଖ୍‌କେ କାଇଁ ବଢ଼ାଅ୤’’

ମଦନ କହିଲା, ‘‘ଆଚ୍ଛା ହେଉ, ଗଲା କଥା ଯାଉ୤ ଆଗତ କଥା ଭାବ୍‌ଲେ ଆଖି ଅନ୍ଧାର୍‌ ଦିଶି ଯାଉଛେ୤ ଗୋଡ଼୍‌ ଗୁଟେ କଟା ହୋଇଗଲା୤ ଚାଲ୍‌ବୁଲ୍‌ କର୍‌ବାର୍‌ ଶକ୍ତି ନାଇଁ ରହିଲା୤ ନୌକରି କରି ଯାହା ଦୁଇପଇସା କମଉଥିଲି ସେ ଦୁଇ ପଇସାର୍‌ ଆଶା ଭି ଆଉ ନାଇଁ ରହିଲା୤ ଇଥର୍‌ (ଏଥର) କେନ୍ତେଇ ଚଲ୍‌ମିଁ (ଚଳିବି) ସେ କଥା ଭାବ୍‌ଲା ବେଲ୍‌କେ ବୁଦ୍ଧିବାଟ୍‌ ନାଇଁ ଦିଶିବାର୍‌ (ଦିଶୁନାହିଁ)୤ ତୋତେ ପୁଷ୍‌ବାର (ପୋଷିବା) ଘରେ ରଖ୍‌ବାର୍‌ (ରଖିବା) ମୋର ଯାହା କାମ୍‌, ସେଟା ନାଇଁ କଲି୤ ଏଭେ ଏକ୍‌ଲା ମୋର୍‌, ନିଜର୍‌ ପେଟ୍‌ ପୁଷ୍‌ବାର୍‌ ଶକ୍ତି ଭି ଗଲା୤ କାଣା କର୍‌ମି?’’

ସୀତା କହିଲା, ‘‘ସେ କଥା ତୁମେ କାଇଁ ଭାବୁଛ? ଯେନ୍‌ ଭଗବାନ୍‌ ଜନମ୍‌ ଦେଇଛେ, ସେ ଭଗବାନ୍‌ କରମ୍‌ଟେ ଭି ଦେଇଛେ୤ ସେ ଆମର୍‌ ସବୁ ବନ୍ଦୋବସ୍ତ କର୍‌ବା୤ ଦୁନିଆ ଥି କେତେ ଲୋକ୍‌ କଣା, କୁଜା, ଛୁଟା (ଛୋଟା) ଲେଙ୍ଗ୍‌ଡ଼ା ହେଇ ଯାଉଛନ୍‌ ? ତୁମେ ଚିନ୍ତା ନାଇଁ କର୤ ମୁଇଁ କାର୍‌ ଘରେ ରାନ୍ଧ୍‌ନୀ ରହି କରି ଆମର୍‌ ତିନ୍‌କର୍‌ (ତିନି ଜଣଙ୍କର) ପେଟ୍‌ ପୁଷ୍‌ମି୤ ତୁମେ ସମ୍ବଲ୍‌ପୁର୍‌ ସହରେ ପାନ ଦୋକାନ କଲେ ମାସ୍‌କେ ପଚାଶ ଷାଠିଏ ଟଙ୍କା କମାଇ ପାରିବ୤ ଟିକେ ଭଲ୍‌ ହୁଅ୤ ତୁମର୍‌ ଦିହେ ଟିକେ ବଲ୍‌ (ବଳ) ଆସୁ୤ ଛୁଟା (ଛୋଟା) ହେଲ ବଲି ନିଜ୍‌କେ ହୀନ୍‌ମାନ୍‌ ନାଇଁ ଭାବ୤ ମୁଇଁ ତୁମର୍‌ ବାଡ଼ି ହେଇ କରି ତୁମ୍‌କୁ ସାହା ହେମି, ତୁମର୍‌ ଆସ୍‌ରା ହେମି୤’’

ମଦନ କହିଲା, ‘‘ତୋର୍‌ ଉପ୍‌ରେ ମୁଁ ବୁଝ୍‌ (ବୋଝ) ହେଇ ରହିମି ? ରାମ୍‌, ରାମ୍‌୤ ତୁଇ ଫେର୍‌ ବାପ ଘର୍‌କେ ବାହାରି ଯା’୤ ମୋର୍‌ ଦୁଃଖ ମୁଇଁ ଏକ୍‌ଲା ଭୁଗ୍‌ମିଁ୤ ମୋର୍‌ ଘର୍‌କେ ଆସ୍‌ଲା ଦିନୁଁ ତ ତୁଇ ଦୁଃଖୀ୤ ଫେର୍‌ ତୋର୍‌ ଉପ୍‌ରେ ବୁଝ୍‌ (ବୋଝ) ହେଇଗଲେ ମୋର୍‌ ମନେ ବହୁତ୍‌ ବୁଃଖ ହେବା୤’’

ସୀତା କହିଲା, ‘‘ନାଇଁ ଗୋ ନାଇଁ, ତୁମେ ମୋର୍‌ ବୁଝ୍‌ କାଇଁକି ହେବ, ତୁମେ ମୋର୍‌ ଅଳଙ୍କାର୤ ମତେ ଯଦି ଫେର୍‌ ବାପ କର୍‌କେ ଖେଦି ଦେବାକେ ଚାହୁଁଛ, ମୁଇଁ ଆଉ ନାଇଁ ଯାଏଁ୤ ତୁମେ ଯାହିଁ ଯିବ, ମୁଇଁ ଛାଇ ବାଗିର୍‌ (ଛାଇପରି) ଥିମି୤ ଇଟା (ଏଇଟା) ମୋର୍‌ ଭାଗ୍ୟ, ମୋର୍‌ ଶିରୀ୤’’

ମଦନ କହିଲା, ‘‘ସତେ, ତୁଇ ସୀତା ନୁହୁଁ, ତୁଇ ସୀତା ଦେବୀ୤’’
ସୀତା ହସି କହିଲା, ‘‘ଆଉ ତୁମେ ମୋର୍‌ ରାମଚନ୍ଦ୍ର ମହାପ୍ରଭୁ୤’’
ମଦନ କହିଲା, ‘‘ଆଜିଯାଏଁ ମୁଇଁ ରାବଣ ହେଇକରି ଥିଲି୤ ଇଥର୍‌ (ଏଣୁ ବା ଏଣିକି) ରାମଚନ୍ଦ୍ର ହେବାକେ ଚେଷ୍ଟା କର୍‌ମି୤’’

ସୀତା ପୁଣି ହସି କହିଲା, ‘‘ମନେ ଅଛେ କାଏଁ; ରାମଚନ୍ଦ୍ରଙ୍କର ଅଶ୍ବମେଧ ଯଜ୍ଞ ଉତ୍ତାରୁ ସୀତା ଠାକୁରାଣୀ ଯେତେବେଳେ ଫେର୍‌ ରାମଚନ୍ଦ୍ରଙ୍କର ଆଗ୍‌କେ ଆସ୍‌ଲେ, ରାମଚନ୍ଦ୍ର ତଥାପି ତାଙ୍କୁ ନାଇଁ ରଖ୍‌ଲେ୤’’

ମଦନ କହିଲା, ‘‘ନାଇଁ ଗୋ ନାଇଁ୤ ତତେ ଆଉ ମୁଇଁ ନାଇଁ ଛାଡ଼େ୤’’

ମଦନ ସେଦିନ ବୁଝିଲା, ଆମ ଦେଶରେ ନାରୀମାନଙ୍କୁ ଦେବୀ ବୋଲି ଡାକିବା ତୋଷାମଦ ନୁହେଁ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶ୍ରଦ୍ଧାକର ସୂପକାର
ଏକାଧାରରେ ଶ୍ରଦ୍ଧାକର ସୂପକାର(୧୯୧୪-୧୯୯୩)ଜଣେ ସାହିତ୍ୟିକ, ଶିକ୍ଷାବୀତ୍‌, ଆଇନ୍‌ଜ୍ଞ, ରାଜନେତା ଓ ସମାଜସେବୀ ଥିଲେ୤ ଜଣେ ମେଧାବୀ ଛାତ୍ରଭାବେ ପିଲାଟିଦିନରୁ ପରିଚିତ ଶ୍ରୀ ସୂପକାର ସାମ୍ବାଦିକଭାବେ ମଧ୍ୟ କିଛିକାଳ କାର୍ଯ୍ୟ କରିବା ସହିତ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାକୁ ନେଇ ଅନେକ ରଚନା ଲେଖିଯାଇଛନ୍ତି୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ‘ବିଷକନ୍ୟା’, ‘ଜୁଆର ଭଟ୍ଟା’ ଓ ‘ଗଳ୍ପାଞ୍ଜଳି’ ଆଦି ଆନ୍ୟତମ୤ ସେହିପରି ତାଙ୍କ ରଚିତ ଜୀବନୀ ପୁସ୍ତକ ମଧ୍ୟରେ ‘ ଅମର ଜୀବନ’, ଭ୍ରମଣ କାହାଣୀ ମଧ୍ୟରେ ‘ତୀର୍ଥ ପଥେ’... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. rasmi |  ମାର୍ଚ୍ଚ୍ ୧୯, ୨୦୧୫ - ୯:୧୯ ଅପରାହ୍ନ

    ବହୁତ ସୁଂଦର ଗଳ୍ପ…

  • ୨. ମାନସ, ଦଶପଲ୍ଲା |  ଜୁନ୍ ୭, ୨୦୧୫ - ୫:୨୬ ପୂର୍ବାହ୍ନ

    ଏହି ବିଷୟକୁ ପଢିଲା ପରେ ଭଲ ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤