ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦେବଲୋକରେ ପରୀକ୍ଷା ପାଲା
 |- ହରେକୃଷ୍ଣ ଦାସ
 
 
ତା: ମେ ୧, ୨୦୧୯  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

xxx ଦେଖୁ ଦେଖୁ ଖାତା ଦେଖା ସରିଗଲା। ନାରଦ ଗୋପନରେ ଖବର ନେଇ ଜାଣିଲେ ଯେ- ଅଫିସରମାନେ ସବୁ ଫେଲ୍‌ ହୋଇଛନ୍ତି। ତେଣୁ ସେ ଅଫିସରମାନଙ୍କୁ କହିଲେ-“ପାରିବ ଯଦି ଟାବୁଲେଟରମାନଙ୍କୁ ଧର। ସେମାନେ ଚାହିଁଲେ-ଏପାଖ ସେପାଖ କରିଦେବେ।”

କିନ୍ତୁ ଟାବୁଲେଟର ହେଲେ ଦୁର୍ବାସା ଓ ଧର୍ମରାଜ ଯୁଧିଷ୍ଠିର। ଏମାନଙ୍କ ପାଖରେ ହେର୍‌ଫେର୍‌ ଚଳିଲା ନାହିଁ। ନାରଦ କହିଲେ-“ ଦେଖ ଏଥର ଆଉ ଗୋଟିଏ ବୁଦ୍ଧି କାଢ଼ିବାକୁ ହେବ।”

xxx ନାରଦଙ୍କ ଯୋଜନା ଅନୁସାରେ ଦେବଲୋକରେ ଗୋଟିଏ ନାଚଗୀତର ବ୍ୟବସ୍ଥା ହେଲା। ମହାଦେବ ‘ଡିସ୍‌କୋ’ ଢଙ୍ଗରେ ତାଣ୍ଡବ ନାଚିଲେ। ତାଙ୍କ ସହିତ ସବୁ ଦେବାଦେବୀ ନାଚିଲେ। ଏହି ସୁଯୋଗରେ ନାରଦ ମାୟାବଳରେ ଚୁଟିଆ ମୂଷା ରୂପ ହେଲେ। ସୁଯୋଗ ଉଣ୍ଡି, ମହାଦେବଙ୍କର ଜଟାରୁ ପୁଳାଏ କାଟି ଦେଲେ। ଜଟା ଭିତରୁ ଗଙ୍ଗାଦେବୀ କୁଦାମାରି ତଳକୁ ଡେଇଁ ପଡ଼ିଲେ। ପାଣି ହାବୁକାରେ ନାରଦ ଛିଟିକିପଡ଼ି ଅଣ୍ଟା ଜଖମ କଲେ।

ଦେଖୁ ଦେଖୁ ଦେବଲୋକ ଜଳାର୍ଣ୍ଣବ ହେଲା। ପାଣିରେ ପରୀକ୍ଷା ଖାତା, ମାର୍କସିଟ୍‌ ସବୁ ଭାସିଗଲା। ମହାଦେବ ଆସି ଗଙ୍ଗାକୁ ଜଟା ଭିତରକୁ ଫେରେଇ ନେବା ପୂର୍ବରୁ ଗଙ୍ଗାଦେବୀ ବହୁତ କିଛି ଉତ୍ପାତ କରି ସାରିଥିଲେ।
xxxxxxxxxxx
ପରୀକ୍ଷା ଖାତା ସବୁ କିମିତି ପାଣିରେ ଡୁବିଲା, ସେ ବିଷୟରେ କୁଳପତି ତଦନ୍ତ କମିଶନ ବସେଇଲେ। ପୂରା ଏକ ବରଷ ପରେ, ତଦନ୍ତ କମିଶନ ରିପୋର୍ଟ ଦେଲେ-“ମହାଦେବଙ୍କ ଜଟା ପୁରୁଣା ହୋଇ ଆପଣାଛାଏଁ ଛିଡ଼ିଗଲା। ତେଣୁ ପାଣି ସେହି ବାଟେ ଲିକ୍‌ କରି, ଖାତାପତ୍ର ଭସେଇ ନେଲା। ଦୁର୍ଘଟଣା ନିତାନ୍ତ ଆକସ୍ମିକ। ଏଥିରେ କାହାରି ଦୋଷ ନାହିଁ।” ଏ ରିପୋର୍ଟ ପାଇଲା ପରେ କୁଳପତି ସବୁ ଅଫିସରମାନଙ୍କୁ ପାସ୍‌ ବୋଲି ଘୋଷଣା କଲେ।

ଏକଥା ଶୁଣି, ଦେବଲୋକର ଅଫିସରମାନେ ନାରଦଙ୍କ ବୁଦ୍ଧିକୁ ଧନ୍ୟ ଧନ୍ୟ କଲେ। ସେହି ଦିନଠାରୁ ଦେବଲୋକରେ ଆଉ ପରୀକ୍ଷା ପାଲା ହୋଇ ନାହିଁ।

(ଏହି ଗଳ୍ପଟି ବେଶ୍‌ କିଛିବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ଲିଖିତ ପ୍ରସଙ୍ଗଟି ଆଜି ମଧ୍ୟ ପ୍ରାସଙ୍ଗିକ)

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ହରେକୃଷ୍ଣ ଦାସ
ହରେକୃଷ୍ଣ ଦାସ(୧୯୩୭-୨୦୦୫) ପୁରୀ ସହରରେ ଜନ୍ମ ହୋଇଥିଲେ। ହାସ୍ୟ ଓ ବ୍ୟଙ୍ଗ ସାହିତ୍ୟର ଲେଖକଭାବେ ସେ ଅନେକ ଗଳ୍ପ ଲେଖି ପାଠକୀୟ ଆଦୃତି ଲାଭ କରିଥିଲେ। ତାଙ୍କ ରଚିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ଅଥ ମାଇଚ୍ୟା ସମ୍ଭବ’ ଓ ‘ଉଦୁରୁଦୁମା ତାଳଗୋଟମା’ ଅନ୍ୟତମ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤