ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦେବଲୋକରେ ପରୀକ୍ଷା ପାଲା
 |- ହରେକୃଷ୍ଣ ଦାସ
 
 
ତା: ମେ ୧, ୨୦୧୯  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ସପ୍ତର୍ଷିମଣ୍ଡଳରୁ କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରୀ, ଅଙ୍ଗିରା, ବଶିଷ୍ଟ ଓ ମରିଚଙ୍କୁ ପରୀକ୍ଷକ କରାଗଲା। ମହାମୁନି ବିଶ୍ୱାମିତ୍ର ମୁଖ୍ୟ ପରୀକ୍ଷକ ହେଲେ। ରମ୍ଭା, ମେନକା, ଉର୍ବଶୀ ପ୍ରଭୃତି ଅପ୍‌ସରାମାନେ ଇନ୍‌ଭିଜିଲେଟର ହେଲେ। ଦେବସଭା ହଲ୍‌କୁ ପରୀକ୍ଷା ହଲ୍‌ କରାଗଲା।

ପ୍ରଶ୍ନପତ୍ର ସବୁ ଗୋପନରେ ତିଆରି ହେଲା ପରେ, ସେ ସବୁକୁ ଗଣେଶ ଜଂଘତଳେ ମାଡ଼ି ବସିଲେ।

ଅଫିସରମାନେ ଭାବିଥିଲେ-ପ୍ରଶ୍ନପତ୍ର ସବୁ ଆଗତୁରା ପାଇଥିଲେ, ଦେଖିଲା କାମ କରିଥାନ୍ତେ। କିନ୍ତୁ ଗଣେଶ ପ୍ରଶ୍ନପତ୍ର ସବୁ ଜଂଘତଳେ ମାଡ଼ି ବସିବାରୁ କିଛି ସୁବିଧା ହେଲା ନାହିଁ। ସେଥିପାଇଁ ସମସ୍ତେ ଚିନ୍ତାରେ ପଡ଼ିଗଲେ। ଦେବର୍ଷି ନାରଦ ଦେବଲୋକରେ ଲୋକସମ୍ପର୍କ ଅଫିସର। ସେ ବୁଦ୍ଧି ଦେଲେ “ ଗଣେଶଙ୍କ ବାହନ ମୂଷିକ ମହାରାଜଙ୍କୁ ଧର, ସବୁ ସୁବିଧା ହୋଇଯିବ। ”

କିନ୍ତୁ ମୂଷିକ ମହାରାଜଙ୍କୁ ଧରିବା ଏତେ ସହଜ ହେଲାନାହିଁ। ବଡ଼ଲୋକର ଡ୍ରାଇଭର ହେବାରୁ ତା’ର ଲାଙ୍ଗୁଳ ମୋଟା ହୋଇଯାଇଛି। ସେଇଠୁ ମୂଷିକରାଜକୁ କିଏ ଧରିପାରେ ସେମିତି ଲୋକ ଖୋଜା ପଡ଼ିଲା। ଖୋଜୁ ଖୋଜୁ ମୂଷିକରାଜର ଶଳଭାଉଜକୁ ଦେଖା ମିଳିଲା। ତାକୁ ବହୁ ଟଙ୍କା ଓ ଗହଣା ଉପହାର ଦେବା ପରେ, ସେ ମୂଷିକରାଜକୁ ହାତ କରିବାକୁ ରାଜିହେଲା। xxx

xxx ସୁନ୍ଦରୀ ଶଳାଭାଉଜର ପାଲରେ ପଡ଼ି, ଶେଷକୁ ମୂଷିକରାଜ ପ୍ରଶ୍ନପତ୍ର ଚୋରି କଲା। ଅଫିସରମାନେ ଆଗତୁରା ପ୍ରଶ୍ନସବୁ ଜାଣି ଖୁସି ହେଲେ। କିନ୍ତୁ ପ୍ରଶ୍ନ ସବୁର ଉତ୍ତର ଜାଣି ପରୀକ୍ଷା ଖାତାରେ ସଠିକ ଉତ୍ତର ଲେଖିବା କାହାରି ଦ୍ୱାରା ହେଲା ନାହିଁ। ତେଣୁ ପରୀକ୍ଷାରେ ନିସ୍ତୁକ କପି କରିବାକୁ ସମସ୍ତେ ମିଳିମିଶି ସ୍ଥିର କଲେ।

xxx ପରୀକ୍ଷା ଦିନ ସମସ୍ତେ ହାତଟେକି ବସିଛନ୍ତି। କପିକାଗଜ ଏ ପର୍ଯ୍ୟନ୍ତ କାହାରି ପାଖରେ ପହଞ୍ଚି ନାହିଁ। ବାହାରେ କଡ଼ାକଡ଼ି ବ୍ୟବସ୍ଥା। ତଥାପି ଅପ୍‌ସରାମାନେ ବ୍ଲାଉଜ୍‌ ଭିତରେ କପି ଲୁଚାଇ ଅଫିସରମାନଙ୍କୁ ଦେଇଗଲେ। ଦେଲାବେଳେ କେହି ଖିଆଲ କଲେ ନାହିଁ ଯେ-କାହାକୁ କେଉଁ ଉତ୍ତରଟିମାନ ଦିଆଯିବ। ଫଳରେ ଅଶ୍ୱିନୀକୁମାର ମେଡିସିନ୍‌ ବଦଳରେ ଇଞ୍ଜିନିୟରିଂ ଉତ୍ତର ପାଇଲେ। କୁବେର ଟ୍ରେଜେରିକୋଡ୍‌ ବଦଳରେ ମେଡିସିନର ଉତ୍ତର ପାଇଲେ। ଯମରାଜ ଜେଲ୍‌କୋଡ୍‌ ବଦଳରେ ଟ୍ରେଜେରି କୋଡ୍‌ର ଉତ୍ତର ପାଇଲେ। ଇତ୍ୟାଦି ଇତ୍ୟାଦି। ସବୁଗୁଡ଼ାକ ତ ଭୁସ୍‌ ପଣ୍ଡିତ। କିଛି ନ ବୁଝି ଆଖି ବୁଜି ଖାତାରେ ଟିପି ପକେଇଲେ। ଭୁଲ୍‌ ବୁଝିଲା ବେଳକୁ ପରୀକ୍ଷା ଶେଷ ହୋଇ, ଖାତା ସବୁ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରହିଗଲାଣି। ନାରଦ କହିଲେ-“ କିଛି ପରବାୟ ନାହିଁ। ସେଣ୍ଟ୍ରାଲ୍‌ ଭାଲ୍ୟୁଏସନ୍‌ ହେବାବେଳେ ପରୀକ୍ଷକମାନଙ୍କୁ ଧରିନିଅ।”

xxx କିନ୍ତୁ ସେଣ୍ଟ୍ରାଲ୍‌ ଭାଲ୍ୟୁଏସନ୍‌ ବେଳେ କୁଳପତି ବ୍ରହ୍ମା କୁଳବୁଡ଼ା କାମ କଲେ। କେତେଜଣ ଅର୍ବାଚୀନ ମୁନିଙ୍କୁ ଧରି ଆଣି ପରୀକ୍ଷକ କରିଦେଲେ।

ଏଥିରେ ମୁଖ୍ୟ ପରୀକ୍ଷକ ଟିକିଏ ଆପତ୍ତି କଲେ। କିନ୍ତୁ ଆଗନ୍ତୁକ ଅର୍ବାଚୀନ ପରୀକ୍ଷକମାନେ କହିଲେ-“ ବଶିଷ୍ଠ ମେଡିସିନ୍‌ ବିଷୟରେ କିଛି ଜାଣନ୍ତି ନାହିଁ, ଅଥଚ ସେ ମେଡିସିନ୍‌ ପେପର୍‌ ଦେଖୁଛନ୍ତି। ଅତ୍ରୀ ଇଞ୍ଜିନିୟରିଂର ଆଦ୍ୟ ଅକ୍ଷର ନ ଜାଣି ମଧ୍ୟ, ଇଞ୍ଜିନିୟରିଂ ପେପର୍‌ ଦେଖୁଛନ୍ତି। ଅଙ୍ଗିରା ଜେଲ୍‌କୋଡ୍‌ ଜୀବନରେ ଦେଖିନାହାନ୍ତି, ଅଥଚ ଜେଲ୍‌କୋଡ୍‌ର ସେ ପରୀ କ୍ଷକ। ଏ ସ୍ଥଳରେ ସେମାନେ( ଅର୍ବାଚୀନ ଆଗନ୍ତୁକମାନେ) କାହିଁକି ଖାତା ଦେଖିବେ ନାହିଁ ? ମୁଖ୍ୟ ପରୀକ୍ଷକ ବିଶ୍ୱାମିତ୍ର ଏବେ କେଉଁ ଭଲ ଲୋକକି ? ତାଙ୍କ ଚରିତ୍ର ଖରାପ ବୋଲି ରେକର୍ଡ ଅଛି।”

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ହରେକୃଷ୍ଣ ଦାସ
ହରେକୃଷ୍ଣ ଦାସ(୧୯୩୭-୨୦୦୫) ପୁରୀ ସହରରେ ଜନ୍ମ ହୋଇଥିଲେ। ହାସ୍ୟ ଓ ବ୍ୟଙ୍ଗ ସାହିତ୍ୟର ଲେଖକଭାବେ ସେ ଅନେକ ଗଳ୍ପ ଲେଖି ପାଠକୀୟ ଆଦୃତି ଲାଭ କରିଥିଲେ। ତାଙ୍କ ରଚିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ଅଥ ମାଇଚ୍ୟା ସମ୍ଭବ’ ଓ ‘ଉଦୁରୁଦୁମା ତାଳଗୋଟମା’ ଅନ୍ୟତମ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤