ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଫତୁରାନନ୍ଦ
ଜୟନ୍ତ ମହାପାତ୍ର
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ରଜତ କୁମାର ମିଶ୍ର
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଡାକ ମୁନ୍‌ସି
 |- ଫକୀରମୋହନ ସେନାପତି
 
 
ତା: ଏପ୍ରିଲ୍ ୨୭, ୨୦୧୨  
 

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍‌କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି୤ ଆଜକୁ ଦଶ ବରଷ ହେଲା କଟକ ସଦର ପୋଷ୍ଟଅଫିସ୍‌ରେ ବରାବର ରହି କର୍ମ କରୁଛନ୍ତି୤ ଭଲରୂପେ କର୍ମ କରିବାରୁ ପ୍ରମୋଶନ ପାଇଲେଣି୤ ବର୍ତ୍ତମାନ ହେଡ଼ ପିଅନ, ଦରମା ମାସକୁ ନଅ ଟଙ୍କା୤ କଟକ ସହରରେ ସବୁ ଜିନିଷ କିଣା୤ ନିଆଁ ଟିକକ ପାଇଁ ଦିଆସିଲ୍‌ ଲାଇଟା ମଧ୍ୟ ନ କିଣିଲେ ନୁହେଁ୤ ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ ପାଞ୍ଚ ଟଙ୍କାରୁ ଊଣା ଖରଚ ପଡ଼େ ନାହିଁ୤ କୌଣସି ରୂପେ ଘରକୁ ଚାରିଟଙ୍କା ନ ପଠାଇଲେ ନୁହେଁ୤ ଘରେ ସ୍ତ୍ରୀ ଆଉ ଆଠ ବରଷର ପୁଅ ଗୋପାଳ୤ ମଫସଲ ଜାଗା, ଚାରି ଟଙ୍କାରେ କୌଣସି ରୂପେ ଟାଣଟୁଣ ହୋଇ ଚଳିଯାଏ୤ ସେଥିରୁ ପଇସାଏ ଊଣା ହେଲେ ଅଚଳ୤ ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ୤ ସ୍କୁଲରେ ଦରମା ମାସକୁ ଦୁଇଅଣା୤ ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ, କାଲି ସ୍ଲେଟ୍‌ କାଗଜ ଏ ସବୁ ଜିନିଷ କିଣିବାକୁ କେବେ କେବେ କିଛି କିଛି ବେଶି ଖରଚ ପଡ଼େ୤ ଏପରି ଉପୁରି ଖରଚ ପଡ଼ିଗଲେ ସେ ମାସରେ ଭାରି କଷ୍ଟ୤ ଦିନେ ଦିନେ ବୁଢ଼ାକୁ ଉପାସ ରହିଯିବାକୁ ହୁଏ୤ ଉପାସ ହେଉ ପଛେ, ମୋ ଗୋପାଳଟି ପଢ଼ୁ୤

ଦିନେ ପୋଷ୍ଟମାଷ୍ଟର ସର୍ଭିସ୍‌ ବୁକ୍‌ ଦେଖି କହିଲେ, “ହରି ସିଂହ, ତୁମ୍ଭର ପଞ୍ଚାବନ ବର୍ଷ ବୟସ ହୋଇଗଲା, ପେନ୍‌ସନ୍‌ ନେବାକୁ ହେବ, ଆଉ ଚାକିରି କରି ପାରିବି ନାହିଁ୤” ସିଂହଙ୍କ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡ଼ିଲା୤ କଣ କରିବେ, ସଂସାର ଚଳିବ କିପରି ? ସଂସାର ଯାହାହେଉ, ଗୋପାଳର ଯେ ପଢ଼ା ବନ୍ଦ୤ ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି-ଗୋପାଳ ମଫସଲ ପୋଷ୍ଟଅଫିସ୍‌ରେ ସବ୍‌ପୋଷ୍ଟମାଷ୍ଟର ହେବ-ଅତି ନିକୁଛରେ ଭିଲେଜ୍‌ ପୋଷ୍ଟମାଷ୍ଟର ହେବ୤ ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ତେଡ଼େବଡ଼ ଚାକିରିଟା ମିଳିବା ମୁସ୍କିଲ୤ ମଫସଲରେ ସୁବିଧା ନାହିଁ, କଟକ ଆଣି ଇଂରାଜୀ ପଢ଼ାଇବାକୁ ହେବ୤ ଚାକିରି ଗଲେ ତେଡ଼େବଡ଼ ଆଶାରୁ ଏକାବେଳକେ ନିରାଶ୤ ସବୁବେଳେ ସେହି କଥା ଭାବି ଭାବି ଦେହଟା କଳାକାଠ ପଡ଼ିଗଲାଣି୤ ଦିନେଦିନେ ରାତିରେ ନିଦ ହୁଏ ନାହିଁ, ଭାବି ଭାବି ରାତି ପାହିଯାଏ୤

ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହେରବାନି୤ ବସାରେ ମୁକରରି ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ ଦୁଇ ଚାରିଟା କାମଦାମ କରିଦେଇ ଆସନ୍ତି୤ ସଞ୍ଜବେଳେ ଗୋଟାଏ ଆରାମ୍‌ ଚୌକିରେ ପଡ଼ି ବାବୁ ଇଂରାଜୀ ଖବରକାଗଜ ପଢ଼ିବାବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାଖୁ ଚିଲମେ ସାଜି ଦିଅନ୍ତି, ସେପରି କେହି ଜାଣେ ନାହିଁ୤ ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡ଼ାଖ ଚିଲମେ ସାଜି ଆଣି ଭଲ କରି ଚିଲମଟା ଫୁଙ୍କିଦେଲେ୤ ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପ୍‌ରୁ ବାହାରିଲା ପରି ଧୁଆଁଗୁଡ଼ାକ ଭକ୍‌ ଭକ୍ କରି ବାହାରୁଛି, ଟିକିଏ ଟିକିଏ ଆଖି ବୁଜି ଆସିଲାଣି୤ ସିଂହେ ବୁଝି ନେଲେ ଏହିଟା ଠିକ୍‌ ସମୟ୤ ସିଂହେ ବାବୁଙ୍କ ଗୋଡ଼ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି ଖୁବ୍‌ ଭକ୍ତିରେ, ଖୁବ୍‌ ବିନୟରେ, ଖୁବ୍‌ ଧୀରେ, ଖୁବ୍‌ ମିଠା କଥାରେ ଆପଣାର ଦୁଃଖ ହାଲ ଚୁମ୍ବକ ଚୁମ୍ବକ ସମସ୍ତ କଥା ଜଣାଇଲେ୤ ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ପାସୋରିଲେ ନାହିଁ୤

ବାବୁ ସେହିପରି ନୟନ ମୁଦ୍ରିତାବସ୍ଥା-ଧୀର ଗମ୍ଭୀର ଭାବରେ କହିଲେ, “ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖି ଆଣ୤” ବାବୁଙ୍କର ସାହସ ଥିଲା, କାରଣ ପୋଷ୍ଟାଲ ଇନ୍‌ସ୍ପେକ୍ଟର ବା ସୁପରିଣ୍ଟେଟେଣ୍ଡେଣ୍ଟ୍‌ ବାବୁମାନେ ଆସିଗଲେ ପୋଷ୍ଟମାଷ୍ଟର ବାବୁଙ୍କ ବସାରେ ରହନ୍ତି୤ ଉପର ହାକିମମାନଙ୍କ ମନସ୍ତୁଷ୍ଟି ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ୍‌, ସେଥିରୁ ତ୍ରୁଟି ହୁଏ ନାହିଁ୤ ସେ ରାତ୍ରରେ ପୋଷ୍ଟମାଷ୍ଟର ବାବୁ ‘ହରି ସିଂ, ହରି ସିଂ’ କରି ଦଶଥର ପାଟି କରୁଥିବାର ଶୁଣାଯାଏ୤ ହରି ସିଂହେ, ପୁରୁଣା ଲୋକ, ଢେର ଢେର ହାକିମହୁକୁମା ଅମଳ କଲେଣି୤ କାହାର କି ରକମ ମିଜାଜ, କିଏ କାହିଁରେ ଖୁସି, ଜାଣନ୍ତି୤ ସେ ଦିନ ଅଧରାତିଯାଏ ସିଂହଙ୍କୁ ବାବୁଙ୍କ ବସାରେ ରହିବାକୁ ହୁଏ୤ କାରଣ ଓଡ଼ିଶାର କଦର୍ଯ୍ୟ ହାଓଆ ହେତୁରୁ କେହି ବାବୁ ହଠାତ୍‌ ପୀଡ଼ିତ ହୋଇ ବାନ୍ତିଫାନ୍ତି କରି ପକାଇଲେ ହରି ସିଂହେ ସୋଡ଼ା କାଗଜିଲେମ୍ବୁ ପ୍ରଭୃତି ହାଜର କରାଇ ବାବୁଙ୍କୁ ସମ୍ଭାଳି ନିଅନ୍ତି୤ ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଂହେ ଅଧରାତିରେ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି୤ ଏହି ସୂତ୍ରରେ ସିଂହେ ଉପରବାଲା ହାକିମମାନଙ୍କଠାରେ ପରିଚିତ୤

ହରି ସିଂହଙ୍କ ଦରଖସ୍ତ ପିଠିରେ ପୋଷ୍ଟମାଷ୍ଟର ବାବୁ ଭଲ ରୂପେ ସୁପାରିସ କରି ସଦରକୁ ପଠାଇ ଦେଲେ, ଅଳ୍ପଦିନ ମଧ୍ୟରେ ଏକଷ୍ଟେନ୍‌ସନ୍‌ ହୁକୁମ ପହଞ୍ଚଲା୤ ସିଂହେ ତ ମହାଖୁସି, ଏହି ଖୁସି ଖବରଟା ଗାଁକୁ ଲେଖି ପଠାଇଲେ୤ ବର୍ତ୍ତମାନସର୍ବସ୍ବ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇ ପଡ଼ିଥାନ୍ତି୤ ଭବିଷ୍ୟତ ବିଧାତା ତାଙ୍କ ପାଇଁ କଣ ବିଧାନ କରୁଛନ୍ତି, ତେଣିକି ଥରେ ହେଲେ ଅନାଇବା ଦରକାର ମଣନ୍ତି ନାହିଁ୤ ସିଂହଙ୍କର ଏତେ ବଡ଼ ଆନନ୍ଦଟା ପାଣିଫୋଟକା ପରି ଫାଟିଗଲା୤ ଘରଠାରୁ ଚିଠି ଆସିଲା, ଗୋପାଳ ମାଆର ସନ୍ନିପାତ ରୋଗ, ଜୀବନର ଆଶା ନାହିଁ୤ ସିଂହେ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠିଖଣ୍ଡକ ଦେଖାଇଲେ୤ ବାବୁ ବଡ଼ ଦୟାଳୁ ଲୋକ, ତତ୍‌କ୍ଷଣାତ୍‌ ଛୁଟି ଦେଲେ୤ ସିଂହେ ଏକନିଶ୍ବାସରେ ଘରକୁ ଧାଇଁଲେ, ଘରେ ପହଞ୍ଚି ଯାହା ଦେଖିଲେ, ତାଙ୍କ ଆଖିର ଜ୍ୟୋତି ହଜିଗଲା୤ ଜଗତଟା ଯେମନ୍ତ ଅନ୍ଧକାରମୟ୤ ବୁଢ଼ୀର କଥା ଶେଷ ପ୍ରାୟ ହେଲାଣି୤ ସ୍ବାମୀଙ୍କୁ କ୍ଷୀଣ ଦୃଷ୍ଟିରେ ଭଲ କରି ଅନାଇଲେ, ଦୁଇ ହାତ ଅଳ୍ପ ଉଠାଇ ଦଣ୍ଡବତ କଲେ, ସ୍ବାମୀଙ୍କ ଗୋଡ଼ଧୂଳି ନେବାକୁ ଠାରିଲେ୤ ସେହି ଧୂଳି ଟିକେ ପାଇଁ କି ଅନାଇ ରହିଥିଲେ ? ସବୁ ଶେଷ ହେଲା ! ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା୤ ସେ ଘର ମାଲମତା ଦୁଇ ଖଣ୍ଡ ବିକି ପିଲାଟିକୁ ଧରି କଟକ ପଳାଇ ଆସିଲେ୤

ଗୋପାଳ ମାଇନର ପଢ଼େ୤ ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ, ପେନ୍‌ସନ୍‌ ହୋଇଗଲାଣି, ଭାରି ଅଚଳ୤ ଘରେ ଲୋଟାକଂସା ଯାହା ଦୁଇଖଣ୍ଡ ଥିଲା, ବିକିବାକି ଖାଉଛନ୍ତି, ଚାକିରିରେ ଥିବାବେଳେ ଅତି କଷ୍ଟରେ ମାସକୁ ଦୁଇ ଚାରି ଅଣା ସଞ୍ଚି ସେଭିଂସ୍‌ ବେଙ୍କ୍‌ରେ କିଛି ରଖିଥିଲେ, ଗୋପାଳ ପଛରେ ମାଇନର ପଢ଼ାରେ ସବୁ ସାରିଲେ୤ ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍‌ କଲେ ସବୁ କଷ୍ଟ ମେଣ୍ଟିବ୤ ଗୋପାଳ ମଧ୍ୟ କେତେଥର ଭରସା ଦେଇ କହିଲାଣି, “ବାପା, ଧାର କରଜ କରି ମୋତେ ପଢ଼ାଅ, ଚାକିରି କରି ଶୁଝିବି୤”

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଫକୀରମୋହନ ସେନାପତି
ଫକୀରମୋହନ ସେନାପତି
ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ସହିତ ସ୍ବତନ୍ତ୍ର ଓଡ଼ିଆ ଭାଷା ଆନ୍ଦୋଳର ଜଣେ କର୍ଣ୍ଣଧାର ଭାବେ ବ୍ୟାସକବି ଫକୀର ମୋହନ ସେନାପତି(୧୮୪୩-୧୯୧୮)ଙ୍କ ଅବଦାନ ଅନସ୍ବୀକାର୍ଯ୍ୟ୤ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ କାଳଜୟୀ ସ୍ରଷ୍ଟା ସହିତ ସରଳ ଓ ସାବଲୀଳ ଭାଷାରେ ଲେଖିଥିବା ତାଙ୍କର ସମସ୍ତ ସୃଷ୍ଟିଗୁଡ଼ିକ ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ରତ୍ନ୤ ସାମାଜିକ ବ୍ୟବସ୍ଥା ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ ତାଙ୍କର ଲେଖାଗୁଡିକ ଗୋଟିଏ ଲେଖା ମାଇଲ୍ଖୁଣ୍ଟ ସଦୃଶ୤ ଛ ମାଣ ଆଠଗୁଣ୍ଠ, ମାମୁଁ ପରି ଉପନ୍ୟାସ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. ସରୋଜ କୁମାର ପାଢି |  ମେ ୩, ୨୦୧୨ - ୧:୪୫ ପୂର୍ବାହ୍ନ

    ଅତି ସୁନ୍ଦର ଏବଂ ଉଚ୍ଚକୋଟୀର୤

  • ୨. ବୁଲୁ ମେହେର୍ (ଜନ ସେବା କେନ୍ଦ୍ର୍ ) (ଭେଡେନ୍) ଜିଲା - ବରଗଡ |  ମେ ୪, ୨୦୧୨ - ୨:୦୨ ପୂର୍ବାହ୍ନ

    ମୋର ସୁଭେଚ୍ଛା ନେବେ, ବହୁତ୍ ଭଲ ଲାଗିଲା୤

  • ୩. ଲକ୍ଷ୍ମୀକାନ୍ତ ତ୍ରିପାଠୀ |  ମେ ୧୩, ୨୦୧୨ - ୬:୫୩ ପୂର୍ବାହ୍ନ

    ଓର୍ଡିଆ ଲେଖିବାକୁ ଭାରି ମଜା ଲାଗୁଛି

  • ୪. ଓମ୍ ଅଭିଗ୍ୟଅନ୍ ସଅହୁ |  ମେ ୧୩, ୨୦୧୨ - ୯:୧୦ ଅପରାହ୍ନ

    ଦୟାକରି ମୋର ଉପରୋକ୍ତ ଇମେଲ୍ ରେ ନିୟମିତ ଓଡ଼ିଆ ଗପ ଏବଂ ଲେଖା ପଠାନ୍ତୁ୤ ଧନ୍ୟବାଦ୍୤

  • ୫. sanjaya kumar karjee |  ମେ ୧୩, ୨୦୧୨ - ୧୦:୫୦ ଅପରାହ୍ନ

    its so interesting to read

  • ୬. ତ୍ରିଲୋଚନ ମିଶ୍ର |  ମେ ୧୫, ୨୦୧୨ - ୩:୫୫ ପୂର୍ବାହ୍ନ

    ଭାରି ବଢିଆ ହୋ‍ଇଛି

  • ୭. Gopabandhu |  ଜୁନ୍ ୨୬, ୨୦୧୨ - ୧:୦୯ ପୂର୍ବାହ୍ନ

    Hi,
    I would like to appreciate for the notable book Daka Munisi and also request you that please add another book Chhamana Athaguntha.
    Regards,
    Gopabandhu

  • ୮. ରଶ୍ମି ରଞ୍ଜନ ପରିଡା, ଓଡିଶା |  ଅକ୍ଟୋବର୍ ୨୧, ୨୦୧୨ - ୪:୫୧ ପୂର୍ବାହ୍ନ

    ଏବେ ବି ଏ ପରିସ୍ଥିତି ହେଉଅଛି

  • ୯. ମଳୟ କୁମାର ପରିଡା, କୋଲକାତା |  ଫେବୃଆରୀ ୨୨, ୨୦୧୩ - ୮:୧୦ ପୂର୍ବାହ୍ନ

    ମୋତେ ଲାଗେ ଏ ଗଳ୍ପ କେବେ ପୁରୁଣା ହେବନି…….

  • ୧୦. BISHNU CHARAN BEHERA, balikapileswar,konark,puri. |  ମେ ୭, ୨୦୧୩ - ୪:୧୧ ପୂର୍ବାହ୍ନ

    ତାତ୍ବିକ , ମାର୍ମିକ ଏବଙ ହ୍ରୁଦୟସ୍ପର୍ଶି କଥାବସ୍ତୁ ଉପରେ ଆଧାରିତ ହୋଇଅଛି ୤ ଧନ୍ୟବାଦ୍୤

  • ୧୧. ସୁବ୍ରତ ପାଠକ, balasore |  ନଭେମ୍ବର୍ ୧୨, ୨୦୧୩ - ୧୨:୩୮ ଅପରାହ୍ନ

    ଧନ୍ୟବାଦ

  • ୧୨. ଆଲୋକ ମିଶ୍ର,, ବିଦ୍ୟା ଭବନ,କେନ୍ଦୁଝର,758032 |  ଫେବୃଆରୀ ୫, ୨୦୧୭ - ୮:୩୬ ପୂର୍ବାହ୍ନ

    ଲେଖକ ଶ୍ରେଷ୍ଠ ଫିକର ମୋହନ ଲେଖା ପିଢଲେ ସରେନା ମନ ଓ ଦନି।

  • ୧୩. ଚିତ୍ତରଞ୍ଜନ ପ୍ରଧାନ, ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା |  ମାର୍ଚ୍ଚ୍ ୨୮, ୨୦୧୭ - ୩:୧୮ ପୂର୍ବାହ୍ନ

    ଓଡ଼ିଆ ଲେଖି ବାକୁ ମୋତେ ବହୁତ ଭଲ ଲାଗେ କାରଣ ମୋ ମୋ ମାଟି ଓଡ଼ିଆ ମୋ ଭାଷା ଓଡ଼ିଆ

  • ୧୪. ମାନସ ରଞ୍ଜନ ମହାନ୍ତ, କେନ୍ଦୁଝର |  ସେପ୍ଟେମ୍ବର୍ ୧୭, ୨୦୧୭ - ୧୦:୧୩ ଅପରାହ୍ନ

    କିଛି ମହାନ ଲେଖକ ମାନଙ୍କ ସ୍ୱଳ୍ପ ଲେଖା ଏଠାରେ ଉପଲବ୍ଧ
    ଦୟାକରି ତାଙ୍କର ଅନ୍ୟ ଲେଖା ଗୁଡିକ ମଧ୍ୟ ପ୍ରକାଶ କରନ୍ତୁ।
    ଯଥା: ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋଦାବରୀଶ ମିଶ୍ର, ମନୋଜ ଦାସ, ମଧୁସୂଦନ ରାଓ……..ଇତ୍ୟାଦି ଇତ୍ୟାଦି।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤