ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିଜୟ ମିଶ୍ର
ନୀଳମଣି ବିଦ୍ୟାରତ୍ନ
ବ୍ରହ୍ମାନନ୍ଦ ପଣ୍ଡା
ଡ.ହରେକୃଷ୍ଣ ମହତାବ
ସୀତାକାନ୍ତ ମହାପାତ୍ର
ଶୈଳେନ୍ଦ୍ର କୁମାର ଜେନା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଡାକ ମୁନ୍‌ସି
 |- ଫକୀରମୋହନ ସେନାପତି
 
 
ତା: ଏପ୍ରିଲ୍ ୨୭, ୨୦୧୨  
 

ହରି ସିଂହଙ୍କର ଆର୍ତ୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ୍‌ ଶୁଣିଲେ୤ ଗୋପାଳ ମାଇନର ପାସ୍‌ କଲା୤ ସିଂହଙ୍କର ଆନ୍ଦର ସୀମା ନାହିଁ୤ ସେହି ପୁରୁଣା ପୋଷ୍ଟମାଷ୍ଟର ବାବୁ ଅଛନ୍ତି, ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ୤ ଉପର ହାକିମମାନଙ୍କର ମଧ୍ୟ କିଛି ଅନୁଗ୍ରହ ଥିଲା, ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍‌ ପୋଷ୍ଟମାଷ୍ଟର ନିଯୁକ୍ତ ହେଲେ, ବେତନ ମାସକୁ କୋଡ଼ିଏ ଟଙ୍କା୤ ବର୍ତ୍ତମାନ ସଦର ପୋଷ୍ଟଅଫିସରେ ଚାରିମାସ କାମ ଶିଖି ମଫସଲ ଯିବେ୤

ହରି ସିଂହଙ୍କର ଆନନ୍ଦର ସୀମା ନାହିଁ; ଅନବରତ ପ୍ରଭୁଙ୍କ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, “ଧନ୍ୟ ପ୍ରଭୁ ତୁମ୍ଭର କରୁଣା, ଦୁଃଖୀର ଗୁହାରି ଶୁଣିଲ୤” ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସିଂହେ ନିରୋଳାରେ ବସି ଢେର କାନ୍ଦିଲେ୤ ହାୟ ! ଆଜି ବୁଢ଼ୀ ଥିଲେ କେଡ଼େ ଆନନ୍ଦଟା ହୁଅନ୍ତେ, ତାଙ୍କ ଗୋପାଳ ହାକିମ ଚାକିରି ପାଇଲା, ଆନନ୍ଦ ଉତ୍ସବରେ ଗଡ଼ି ଯାଉଥାନ୍ତେ୤ ହାୟ ! ଅଭାଗୀ କପାଳିରେ ଦେଖିବାକୁ ନାହିଁ୤ ହେଉ ହେଉ, ଗୋପାଳ ତ ହାକିମ ହେଲା୤ ପ୍ରଭୁ ଗୋପାଳଟିକୁ ରକ୍ଷାକରନ୍ତୁ୤

ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢ଼ା ହାତରେ ଦେଲେ୤ ବୁଢ଼ାର ଆନନ୍ଦ କହିଲେ ନ ସରେ, ଗୋଡ଼ ତଳେ ପଡୁନାହିଁ୤ ପୁଅ ହାକିମ; ଏତେ ଗୁଡ଼ାଏ ଟଙ୍କା ମାସକ ମଧ୍ୟରେ ଆଣିଲା୤ ଟଙ୍କା ଗୁଡ଼ାକ ଚାରି ପାଞ୍ଚ ଥର ଗଣି ଅଣ୍ଟିରେ ବାନ୍ଧି ଶୋଇଲେ୤ ଆରଦିନ ସକାଳେ ଲଣ୍ଡଭଣ୍ଡ ହୋଇ ବଜାରକୁ ଧାଇଁଲେ୤ ଜୁତା, କୁରୁତା, ଲୁଗା ଯାହା ଯାହା ଦରକାର କିଣାଗଲା୤ ଗୋପାଳ ଯେ ହାକିମ ହେଲାଣି, ସେ କଣ ଯେ ସେ ଲୁଗା ପିନ୍ଧିବ ? ଭେକ ଦେଖି ସିନା ଭିକ୤ ସେହିପରି ପୋଷାକ ଲୋଡ଼ା୤

ଏଣେ ଗୋପାଳବାବୁ ଅଫିସରେ ପାଞ୍ଚଜଣ ବାବୁଙ୍କ ସାଙ୍ଗରେ ବସି ଇଂରାଜୀ ଲେଖନ୍ତି୤ ବାବୁମାନଙ୍କ ସହିତ ସବୁବେଳେ କାରବାର, ସମସ୍ତେ ଡାକନ୍ତି ‘ଡାକ ମୁନ୍‌ସି ବାବୁ’, ପୁରା ନାମ ଗୋପାଳଚନ୍ଦ୍ର ସିଂହ୤ ଏଣେ ବସାରେ ଆସି ଦେଖନ୍ତି କଣ, ନା ବୁଢ଼ାଟା ଧୂଳିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି, ଗୋପାଳ କିମିତି ଭଲ କରି ଦିଟା ଖାଇବ- ଗୋପାଳ ଗାଧେଇ ଗଲା, ଓଦା ଲୁଗା ଶୁଖି ନାହିଁ-ପିଲାଟା କାମ କରି କରି ଧନ୍ଦି ଗଲାଣି, ଏହି ସମସ୍ତ ଦିନ ରାତି ଚିନ୍ତା୤ ଆଗେ ବୁଢ଼ା ସିଂହେ ବେଳେ ବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମ କର୍ମ କରୁଥିଲେ, ଏବେ ଗୋପାଳ ବାବୁଙ୍କ ପାଇଁ ସବୁ ଭୁଲିଗଲେଣି୤ ବୋଧ କରି, ହରି ଏ ସବୁ ଦେଖି ବୁଢ଼ା ଉପରେ ଖପା ହୋଇ ଗଲେଣି- ଧମକାଇ କହିଲେ, ‘ଆରେ ନିର୍ବୋଧ ଏ କଣ ରେ ! ଆଚ୍ଛା ବୁଝିବୁ !’

ଏଣିକି ଗୋପାଳ ବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି୤ ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ରଗରଗ ସିଂ ସିଂ ହୁଅନ୍ତି୤ ଏଟା ମୁର୍ଖ, ଇଂରାଜୀ ଜାଣେ ନାହିଁ-ମୂଲିଆ-ମଳିଆ ଲୁଗା ପିନ୍ଧିଥାଏ, ଏଟାକୁ ବାପ ବୋଲି ଡାକିବି, ଲୋକେ କଣ କହିବେ ! ସେ ଦିନ ଶିକ୍ଷିତା କେତେ ଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ-ବୁଢ଼ାଟା ଦେହରେ କୁରୁତା ନାହିଁ, ସେମାନଙ୍କ ଆଗ ଦେଇ ଚାଲିଗଲା୤ କି ଲଜ୍ଜା, କି ଲଜ୍ଜା, ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ୤

ଦିନେ ଡାକ ମୁନ୍‌ସି ବାବୁ ବାପକୁ କହିଦେଲେ, “ଦେଖ, ତୁମେ ମୋର କିଛି ଉପକାର କାରି ନାହଁ, ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ୤ ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହରିବ ନାହିଁ୤” ଗୋପାଳ କଥା ଶୁଣି ବୁଢ଼ାର କାନ ମୁଣ୍ଡ ଭାଁ ଭାଁ କଲା, ଚୁପ୍‌ ହୋଇ ବସି ପଡ଼ିଲା୤ କାହାକୁ କହିବ ? ପୁଅ କଥା; ଅଜାଗା ଘା ଦେଖି ହୁଏ ନାହିଁ, ଦେଖାଇ ହୁଏ ନାହିଁ୤ ଯାହାକୁ ମନର କଥା କହନ୍ତା, ସେ ଯାଇଛି୤ବୁଢ଼ୀ କଥା ମନରେ ପଡ଼ିଲା, ଢେର କାନ୍ଦିଲା, ଚାରିଆଡ଼କୁ ଅନାଇଲା କେହି ଭରସା ନାହିଁ୤ ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନରେ କରେ, ସୁଖ ବେଳେ ମନରେ କରେ୤ ମୁହଁ ପୋଛିଲା, ଆଉ କାନ୍ଦିଲା ନାହଁ, ଗୋପାଳର କାଳେ ଅମଙ୍ଗଳ ହେବ୤

ଗୋପାଳ ବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ, ବୁଢ଼ାକୁ ଜଣାଇ ନାହାଁନ୍ତି୤ ସକାଳୁ ଉଠିଲେ, ଅବଜ୍ଞାଭାବରେ କହିଲେ, “ଏ ବାବା, ମୁଁ ମଫସଲ ବାହାରିଲି୤ ଏହି ଜିନିଷପତ୍ର ସବୁ ଘେନି ଆସ୤ କେତେ ବା ଜିନିସ, ବୁଝି ଖବରଦାର, ମୁଲିଆ କରିବ ନାହିଁ, କଲେ ତୁମେ ଜାଣ ମୁଁ ପଇସା ଦେବି ନାହିଁ୤” ବାବୁ ପୋଷାକ ପିନ୍ଧି କାଖରେ ଛତା ଯାକି ବାଡ଼ି ଘୂରାଇ ଘୂରାଇ ଚାଲିଗଲେ୤ ବୁଢ଼ା କଣ କରିବ, ସବୁ ଜିନିସ ରୁଣ୍ଡାଇ ପୁଣ୍ଡାଇ ଗୋଟାଏ ଗଣ୍ଠିରି ବାନ୍ଧି ମୁଣ୍ଡାଇଲା୤ ଚାଲି ପାରୁ ନାହିଁ, ଦେହରେ ବଳ ନାହିଁ, ଆଖିରୁ ବେଳେ ବେଳେ ପାଣି ବହି ପଡୁଛି, ଦଶ ଜାଗା ବସି ଉଠି ସଞ୍ଜ ସରିକି ମକ୍ରାମପୁରରେ ପହଞ୍ଚିଲା୤ ଡେରି ହେବାରୁ ବାବୁ ଫଜିତଟାଏ କଲେ, ବୁଢ଼ା ଗୁମ୍‌ ହୋଇ ବସି ଥକା ମେଣ୍ଟାଉଥାଏ୤

ବାବୁ ସକାଳେ ସଞ୍ଜ ଅଫିସକୁ ଯାନ୍ତି, ବୁଢ଼ାଟା ମୁହଁ ବୁଜି ବସାରେ କାମ ପାଇଟିରେ ଲାଗିଥାଏ୤ ବାପ ପୁଅ ଦୁଇଜଣ ଏକ ଜାଗାରେ ବସି ଦୁଇଟା ସୁଖ ଦୁଃଖ କଥା ହେଉଛନ୍ତି, ଏ କଥା କେହି କେବେ ଦେଖିନାହିଁ୤ ଡାକମୁନସି ହେଲେ ମଫସଲର ଗୋଟାଏ ହାକିମ୤ କେତେ ଲୋକ ଆସି ଦଣ୍ଡବତ କରି ଯାଉଛନ୍ତି, ମୁର୍ଖ ବୁଢ଼ାଟା କଣ ଜାଣେ ଯେ ତା ସାଙ୍ଗରେ କଥା କହିବେ !

ବୁଢ଼ା ଦେହରେ ମଫସଲର ପାଣି ଚଳିଲା ନାହିଁ, ଜର ହେଲେ ଖୁଁ ଖୁଁ କରି କାଶେ, ସେ କାଶଟା ରାତିକି ବେଶି ହୁଏ୤ ବାବୁ ଶୋଇବାରେ ହରକତ ହେଲେ୤ ପିଅନକୁ ହୁକୁମ ଦେଲେ, “ବୁଢ଼ାଟାକୁ କିଆବାଡ଼ରେ ଫୋପାଡ଼ି ଦେଇ ଆସ୤” ସେ ପିଅନଟା ମୁର୍ଖ; ଇଂରାଜୀ ପଢ଼ି ନାହିଁ, ତାର ଗୋଟାଏ ଦେଶୀ ହୃଦୟ ଅଛି, ବିଚାର କଲା ‘କଣ ଏ ? ବୁଢ଼ା ରୋଗୀଟିକୁ କିଆ-ବାଡ଼ରେ ଶୁଆଇ ଦେବି?’ ଦିନେ ବୁଢ଼ାର ଭାରି ଜର, ତିନିଦିନ ଖାଇ ନାହିଁ, ଅଧରାତି, ଅନ୍ଧାର, ଥଣ୍ଡା ପାଇ ବୁଢ଼ାର କାଶ ବଳି ପଡ଼ିଲା୤ ବାବୁ ତ ଭାରି ଖପା, ବୁଢ଼ା ଛାତିରେ ଦୁଇଟା ଇଂରାଜୀ ଘୂଷି ମାରିଲେ, ବିଛଣାପତ୍ର ବାହାରକୁ ଫୋପାଡ଼ି ଦେଲେ୤ ବୁଢ଼ା ଗାଁକୁ ପଳାଇଲା୤

ପାଖରେ ଥିବା ଖୁବ୍‌ ଭଲ ଲୋକଙ୍କଠାରୁ ଶୁଣା ଯାଇଛି, ଗୋପାଳ ବାବୁଙ୍କ ମନ ସେହିଦିନଠାରୁ ବଡ଼ ଖୁସି୤ ଆଉ ଏଣେ ବୁଢ଼ା ଗାଁକୁ ଆସି ତାହାର ଯେଉଁ ଦୁଇ ମାଣ ଜମି ଥିଲା ଭାଗରେ ଲଗାଇଦେଲା, ଘରେ ବସି ଧାନ ପାଏ୤ ପେନସନ୍‌ ଟଙ୍କାରେ ଲୁଗାପଟା, ଲୁଣ ତେଲ ଖର୍ଚ୍ଚ ଚଳେ୤ କାଶ ହେଲା ଦିନଠୁଁ ବୁଢ଼ା ଟିକିଏ ଟିକିଏ ଅଫିମ ଧରିଛି୤ ସବୁ ଖର୍ଚ୍ଚ ଚଳେ, ଘରଠାରେ ପିଣ୍ଡାରେ ବସି ହରିନାମ କରେ୤ ଉଛୁଣି ବାପ ପୁଅ ଦୁହେଁ ଖୁସି୤ ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଫକୀରମୋହନ ସେନାପତି
ଫକୀରମୋହନ ସେନାପତି
ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ସହିତ ସ୍ବତନ୍ତ୍ର ଓଡ଼ିଆ ଭାଷା ଆନ୍ଦୋଳର ଜଣେ କର୍ଣ୍ଣଧାର ଭାବେ ବ୍ୟାସକବି ଫକୀର ମୋହନ ସେନାପତି(୧୮୪୩-୧୯୧୮)ଙ୍କ ଅବଦାନ ଅନସ୍ବୀକାର୍ଯ୍ୟ୤ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ କାଳଜୟୀ ସ୍ରଷ୍ଟା ସହିତ ସରଳ ଓ ସାବଲୀଳ ଭାଷାରେ ଲେଖିଥିବା ତାଙ୍କର ସମସ୍ତ ସୃଷ୍ଟିଗୁଡ଼ିକ ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ରତ୍ନ୤ ସାମାଜିକ ବ୍ୟବସ୍ଥା ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ ତାଙ୍କର ଲେଖାଗୁଡିକ ଗୋଟିଏ ଲେଖା ମାଇଲ୍ଖୁଣ୍ଟ ସଦୃଶ୤ ଛ ମାଣ ଆଠଗୁଣ୍ଠ, ମାମୁଁ ପରି ଉପନ୍ୟାସ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. ସରୋଜ କୁମାର ପାଢି |  ମେ ୩, ୨୦୧୨ - ୧:୪୫ ପୂର୍ବାହ୍ନ

    ଅତି ସୁନ୍ଦର ଏବଂ ଉଚ୍ଚକୋଟୀର୤

  • ୨. ବୁଲୁ ମେହେର୍ (ଜନ ସେବା କେନ୍ଦ୍ର୍ ) (ଭେଡେନ୍) ଜିଲା - ବରଗଡ |  ମେ ୪, ୨୦୧୨ - ୨:୦୨ ପୂର୍ବାହ୍ନ

    ମୋର ସୁଭେଚ୍ଛା ନେବେ, ବହୁତ୍ ଭଲ ଲାଗିଲା୤

  • ୩. ଲକ୍ଷ୍ମୀକାନ୍ତ ତ୍ରିପାଠୀ |  ମେ ୧୩, ୨୦୧୨ - ୬:୫୩ ପୂର୍ବାହ୍ନ

    ଓର୍ଡିଆ ଲେଖିବାକୁ ଭାରି ମଜା ଲାଗୁଛି

  • ୪. ଓମ୍ ଅଭିଗ୍ୟଅନ୍ ସଅହୁ |  ମେ ୧୩, ୨୦୧୨ - ୯:୧୦ ଅପରାହ୍ନ

    ଦୟାକରି ମୋର ଉପରୋକ୍ତ ଇମେଲ୍ ରେ ନିୟମିତ ଓଡ଼ିଆ ଗପ ଏବଂ ଲେଖା ପଠାନ୍ତୁ୤ ଧନ୍ୟବାଦ୍୤

  • ୫. sanjaya kumar karjee |  ମେ ୧୩, ୨୦୧୨ - ୧୦:୫୦ ଅପରାହ୍ନ

    its so interesting to read

  • ୬. ତ୍ରିଲୋଚନ ମିଶ୍ର |  ମେ ୧୫, ୨୦୧୨ - ୩:୫୫ ପୂର୍ବାହ୍ନ

    ଭାରି ବଢିଆ ହୋ‍ଇଛି

  • ୭. Gopabandhu |  ଜୁନ୍ ୨୬, ୨୦୧୨ - ୧:୦୯ ପୂର୍ବାହ୍ନ

    Hi,
    I would like to appreciate for the notable book Daka Munisi and also request you that please add another book Chhamana Athaguntha.
    Regards,
    Gopabandhu

  • ୮. ରଶ୍ମି ରଞ୍ଜନ ପରିଡା, ଓଡିଶା |  ଅକ୍ଟୋବର୍ ୨୧, ୨୦୧୨ - ୪:୫୧ ପୂର୍ବାହ୍ନ

    ଏବେ ବି ଏ ପରିସ୍ଥିତି ହେଉଅଛି

  • ୯. ମଳୟ କୁମାର ପରିଡା, କୋଲକାତା |  ଫେବୃଆରୀ ୨୨, ୨୦୧୩ - ୮:୧୦ ପୂର୍ବାହ୍ନ

    ମୋତେ ଲାଗେ ଏ ଗଳ୍ପ କେବେ ପୁରୁଣା ହେବନି…….

  • ୧୦. BISHNU CHARAN BEHERA, balikapileswar,konark,puri. |  ମେ ୭, ୨୦୧୩ - ୪:୧୧ ପୂର୍ବାହ୍ନ

    ତାତ୍ବିକ , ମାର୍ମିକ ଏବଙ ହ୍ରୁଦୟସ୍ପର୍ଶି କଥାବସ୍ତୁ ଉପରେ ଆଧାରିତ ହୋଇଅଛି ୤ ଧନ୍ୟବାଦ୍୤

  • ୧୧. ସୁବ୍ରତ ପାଠକ, balasore |  ନଭେମ୍ବର୍ ୧୨, ୨୦୧୩ - ୧୨:୩୮ ଅପରାହ୍ନ

    ଧନ୍ୟବାଦ

  • ୧୨. ଆଲୋକ ମିଶ୍ର,, ବିଦ୍ୟା ଭବନ,କେନ୍ଦୁଝର,758032 |  ଫେବୃଆରୀ ୫, ୨୦୧୭ - ୮:୩୬ ପୂର୍ବାହ୍ନ

    ଲେଖକ ଶ୍ରେଷ୍ଠ ଫିକର ମୋହନ ଲେଖା ପିଢଲେ ସରେନା ମନ ଓ ଦନି।

  • ୧୩. ଚିତ୍ତରଞ୍ଜନ ପ୍ରଧାନ, ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା |  ମାର୍ଚ୍ଚ୍ ୨୮, ୨୦୧୭ - ୩:୧୮ ପୂର୍ବାହ୍ନ

    ଓଡ଼ିଆ ଲେଖି ବାକୁ ମୋତେ ବହୁତ ଭଲ ଲାଗେ କାରଣ ମୋ ମୋ ମାଟି ଓଡ଼ିଆ ମୋ ଭାଷା ଓଡ଼ିଆ

  • ୧୪. ମାନସ ରଞ୍ଜନ ମହାନ୍ତ, କେନ୍ଦୁଝର |  ସେପ୍ଟେମ୍ବର୍ ୧୭, ୨୦୧୭ - ୧୦:୧୩ ଅପରାହ୍ନ

    କିଛି ମହାନ ଲେଖକ ମାନଙ୍କ ସ୍ୱଳ୍ପ ଲେଖା ଏଠାରେ ଉପଲବ୍ଧ
    ଦୟାକରି ତାଙ୍କର ଅନ୍ୟ ଲେଖା ଗୁଡିକ ମଧ୍ୟ ପ୍ରକାଶ କରନ୍ତୁ।
    ଯଥା: ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋଦାବରୀଶ ମିଶ୍ର, ମନୋଜ ଦାସ, ମଧୁସୂଦନ ରାଓ……..ଇତ୍ୟାଦି ଇତ୍ୟାଦି।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤