ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଛୋଟର ଆଦର କରିଥାଏ ଛୋଟ,
ବଡ଼ର ଆଦର ବଡ଼,
ଫୁଟିଥିଲା ଫୁଲ ସଙ୍ଗେ ସରି କିବା
ହେବ କେବେ ଫୁଲକଢ଼ !
ବଡ଼ ହୁଏ ଯଦି ପୂର୍ଣ୍ଣଚନ୍ଦ୍ର ପରି
ଆଉ ନ ପାରିବ ବଢ଼ି,
ଫୁଟିଲା ଫୁଲ କି ଫୁଟେ ଆଉ ଥରେ,
ଫୁଟେ ସିନା ଫୁଲକଢ଼ି !
ମୁଁ ତ ଛୋଟ,
ମୁଁ ତ କ୍ଷୁଦ୍ର ଅତିଶୟ,
ବଡ଼ କିନ୍ତୁ ଦିନେ ହେବି ମୁଁ ନିଶ୍ଚୟ;
ସାନ ହୁଏ ବଡ଼,
ଭଙ୍ଗା ହୁଏ ଦଢ଼,
ପଛ ଲୋକ ହୁଏ ଆଗ,
ସେଥିପାଇଁ ସଦା ସାନ ମଣି ଆପେ
ଲୋଡ଼ୁଥିବି ପଛଭାଗ
ହେଲେ ସାନ ନାହିଁ
ଲାଜ ଅପମାନ
ଯଦି ମୁଁ ପାରିବି ବଢ଼ି,
ଫୁଟିଲା ଫୁଲ କି ଫୁଟେ ଆଉ ଥରେ,
ଫୁଟେ ପରା ଫୁଲକଢ଼ି !
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. Dwiti Krushna Sahoo | ଜୁଲାଇ ୨୯, ୨୦୧୨ - ୧:୨୯ ପୂର୍ବାହ୍ନ
I was reading this poem when I was in school but after reading this same poem after 20yrs I feel glad.Today only I was telling my son about this great poet because he also have a poem of same poet that was KATHATI KAHIBI.
Great poet!!!!!!!!!!!!!!!!!!!
୨. ଗାୟତ୍ରୀ ପନ୍ଡା, ଢେଙ୍କାନଳ | ଡିସେମ୍ବର୍ ୫, ୨୦୧୬ - ୫:୩୦ ପୂର୍ବାହ୍ନ
ବହୁତ୍ ବହୁତ୍ ଭଲ ଲଗୁଚି ।