ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଫତୁରାନନ୍ଦ
ଗୋପାଳ ଚନ୍ଦ୍ର ପ୍ରହରାଜ
ସୁଧାଂଶୁ ଶେଖର ପାତ୍ର
ବିଷ୍ଣୁପ୍ରିୟା ମହାପାତ୍ର
ଡକ୍ଟର ମାୟାଧର ମାନସିଂହ
ସନ୍ଥକବି ଭୀମ ଭୋଇ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୋରାବାଲି
 |- ରାମ ପ୍ରସାଦ ସିଂହ
 
 
ତା: ଅକ୍ଟୋବର୍ ୧୭, ୨୦୧୫  
 

‘ଉମା ସୁନ୍ଦରୀ’
ସରସୀ ଉତ୍ସାହିତ କହିଲା, ‘ସମାଲୋଚନାର ଚାବୁକ ନ ନାଜିଲେ କି ଚଳେ ? ଏଥର ଠିକ୍‌ ବାଟକୁ ଆସିଲେ।

‘ଆମ ଗାଁ ଭଗି ପଧାନର ସେ ଗୋଟିଏ ମାତ୍ର ଝିଏ। ଭଗିଆ ବୁଢ଼ାର ଦୁନିଆରେ ସେ ଗୋଟିକମାତ୍ର ଅବଶିଷ୍ଟ ରହିଥାଏ। ବୁଢ଼ାର ଘର ଘୁ ଘୁ ଡକୁଥିଲା। ବୁଢ଼ୀ ଥିଲା, ଚାରି ଚାରି ପୁଅ ଥିଲେ, ଜମିବାଡ଼ି ଥିଲା, ହଳହଡ଼ା ଥିଲା। ବର୍ଷେ ଗାଆଁରେ ସଂକ୍ରାମକରୂପେ ହଇଜା ଲାଗିଲା। ବୁଢ଼ା ଘରୁ ବୁଢ଼ୀ ଆଉ ତାର ଚାରି ଚାରିଟା ଭେଣ୍ଡିଆ ପୁଅ ମଶାଣିକୁ ଗଲେ। କର୍ପୂର ଯେପରି କ୍ରମେ କ୍ରମେ ଉଡ଼ିଯାଏ, ଭଗି ପଧାନର ସମ୍ପତ୍ତିବାଡ଼ି କ୍ରମେ କ୍ରମେ ସେହିପରି ଉଡ଼ିଗଲା। ଦୁନିଆରେ ରହିଲେ ବୁଡ଼ା ଆଉ ତା ଝିଅ ଉମା।’

ସରସୀ ବ୍ୟଙ୍ଗରେ କହିଲା- ‘ ଆଉ ସେମାନେ ଖାଇବାକୁ ପାଇଲେ ନାହିଁ। ’
ଲୁହଝରା ଜିନିଷ – Rotten sole stuff .

‘ ଉମା ସୁନ୍ଦରୀ। ତା ମାନେ ତୁମେମାନେ ଜଦି ତାକୁ ସୁନ୍ଦରୀ ବୋଲି ମନେ କର-କୁହ। ଗରିବ ଚଷାର ଝିଏ ଯଦି ସୁନ୍ଦରୀ ହୋଇପାରେ ବୋଲି ତୁମର ଧାରଣା ହୋଇପାରେ-କହିପାର। ତାର ନୀଳଭୂଜଙ୍ଗୀନୀ ବେଣୀ ଆନ୍ଦୋଳିତ ହେବାର ସୁବିଧା ନଥିଲା, ହେୟାର୍‌ ଅୟଲ୍‌ ନଥିଲା, ସାମ୍ପୁ ପାଉଡର ନଥିଲା, ହେୟାର ଫିକ୍‌ସ ନଥିଲା, ଆଉ ବେଣୀ ବାନ୍ଧିବା ପାଇଁ ପୁରୁଷେ ଉଚ୍ଚ ଆଇନା ନା ଡ୍ରେସିଂ ଟେବୁଲ୍‌ ରହିବା ପାଇଁ ଭଗି ପଧାନ ଘରେ ସ୍ଥାନ ଆସିବ କୁଆଡ଼ୁ ? ପୋମେଣ୍ଟମ୍‌, ପାଉଡର୍‌ ସ୍ନୋ, ଲିପ୍‌ଷ୍ଟିକ୍‌ର ସ୍ୱପ୍ନ ସେ କୌଣସି ଦିନ ଦେଖିପାରି ନଥିଲା, ଆଉ ରଙ୍ଗବେରଙ୍ଗର ଶାଢ଼ୀ, ବଡିସ୍‌, ବ୍ଲାଉସ, ସାୟା, ସେମିଜ୍‌ ସେ କୌଣସି ଦିନ ଦେଖିନାହିଁ। ତରଳ ଅଳତା ଓ ସୁନେଲି ଚପଲ ତାର ଶ୍ରୀଚରଣର ଶୋଭା ବର୍ଦ୍ଧନ କରିବାର ସୁବିଧା ପାଇନାହିଁ କିମ୍ବା ଫ୍ରେଞ୍ଚ୍‌ ପର୍‌ଫ୍ୟୁମ୍‌ କୋଣସି ଦିନ ମନୁଷ୍ୟଠାରେ କସ୍ତୂରୀମୃଗତ୍ୱ ପ୍ରତିପାଦନ କରିବାର ସୁବିଧା ପାଇନାହିଁ ତା’ଠାରେ।

ମୃଣାଳିନୀ କହିଲା-‘ ଆପଣ ବଡ଼ ନିଷ୍ଠୁରଭାବେ ସରସୀକୁ ଆଘାତ କରୁଛନ୍ତି।’

ମୁଁ କହି ଚାଲିଲି-‘କ୍ଷମାଭିକ୍ଷା କରୁଛି। କିନ୍ତୁ ଉମା ଥିଲା ସୁନ୍ଦରୀ। ଗରିବ ଘରର ଝିଏ ସେ, ଛିଣ୍ଡା ଖଦି ହିଁ ତାର ସମ୍ବଳ। ମୁଣ୍ଡରେ ମାସକରେ ଥରେ ତେଲ ପଡ଼େ କି ନା ସନ୍ଦେହ। ତାର ସୌନ୍ଦର୍ଯ୍ୟ ତରଳ ସୁନାପରି ପ୍ରାକୃତିକ ଆଉ ନିଷ୍କଳଙ୍କ।’

‘ଗାଆଁ ପାଖରେ ସାନ ନଈଟିଏ। ତା କୂଳରେ ତୋଟା। ସେଇ ତୋଟାରେ ବସି ସମୟ କଟାଇଦେବା ମୋର ଅଭ୍ୟାସ। ’

‘ଉମା କାଖରେ ମାଠିଆଟିଏ ଧରି ଆସେ ପାଣି ନେବାକୁ, ଫେରିଯାଏ। ମୁଁ ଗାଆଁରେ ବଡ଼ଲୋକ ପିଲା କି ନା, ମୋତେ କୌଣସି ଦିନ ମୁହଁ ଟେକି ପଦେ କଥା କହିବା ସାହସ ସେ ସଂଗ୍ରହ କରିପାରି ନାହିଁ।

ଦିନେ ସକାଳୁ ଉଠି ଦେଖେଁ, ଉମା ଆମ ଦ୍ୱାରାପାଖେ ଛିଡ଼ା ହୋଇଛି ଅତି ସନ୍ତର୍ପଣରେ।
ପଚାରିଲି ‘ କୁଆଡ଼େ ଆସିଚୁ, ଉମା ?’

ସେ ତଳକୁ ଅନାଇ କହିଲା – ‘ ବାପାକୁ ପାଞ୍ଚ ଦିନ ହେଲାଣି ଜର। ସେ ବକାବକି କରୁଛନ୍ତି।’

ବୁଝିଲି ଔଷଧ ପାଇଁ ଆସିଛି। ଭଗିଆ ବୁଢାଟା ପ୍ରତି ପିଲାଦିନୁ ମୋର ଗୋଟାଏ ସମ୍ମ୍ନାନ ଥାଏ। ସେ ଖାଣ୍ଟି ଆଉ ସାଧା ମଣିଷ। ଭାବିଲି, ଡାକ୍ତର ତ ନୁହେଁ ଯେ ଔଷଧ ପକାଇଦେଇ ନିଶ୍ଚିନ୍ତ ରହିବି !

କହିଲି – ‘ ତୁ ଯା, ମୁଁ ଯାଇ ଦେଖିବି।’

ଭଗିଆ ବୁଢ଼ା ବଞ୍ଚିଗଲା। ସେହି ଦିନୁ ଉମା ନିକଟରେ ବୋଧହୁଏ ମୁଁ ଗୋଟାଏ ବିଶିଷ୍ଟ ରୂପ ଧରି ଛିଡ଼ା ହେଲି।
ଉମା ଆଗପରି ଯାଏ ପାଣି ଆଣିବାକୁ। ମତେ ବି ଦେଖେ, ଆଗପରି କିଛି କହେ ନାହିଁ, କିନ୍ତୁ ମୋର ମନେ ହୁଏ ଫେରିଲାବେଳେ ତା ମୁଣ୍ଡଟି ବେଶୀ ଝୁଙ୍କିପଡ଼େ ଆଗଠୁ।

କୌଣସି ଦିନ ମୁହଁ ଖୋଲି ସେ ମତେ ପଦେ କଥା କହିନାହିଁ। ବାଟରେ ଦେଖାହେଲେ ସେ ଲାଜରେ ନଇଁପଡ଼ି ବାଡ଼ମୂଳେ ଛିଡ଼ା ହୁଏ, କିନ୍ତୁ ବେଳେ ବେଳେ ମୋର କାହିଁକି ମନେ ହୁଏ, ତାର ସ୍ନେହପୂର୍ଣ୍ନ ଦୃଷ୍ଟି ମୋ ପଛେ ପଛେ ଧାଇଁଆସେ।

ସେ ବର୍ଷ ଗାଆଁରେ ଲାଗିଲା ଭୀଷଣ ବସନ୍ତ। ପୁଞ୍ଜା ପୁଞ୍ଜା ହୋଇ ମଣିଷ ଝଡ଼ିପଡ଼ିଲେ ।
ମେଲା ଘରେ ବସି ଖବରକାଗଜ ଖଣ୍ଡେ ପଢ଼ୁଥିଲି, ଧନିଆ ଭଣ୍ଡାରୀ ଆସି ପିଣ୍ଡାତଳେ ଛିଡ଼ା ହେଲା।
ଡାକିଲି-‘ଉପରକୁ ଆ।’
ସେ କହିଲା – ‘ନାହିଁ ବାବୁ। ଭଗି ପଧାନ ଝିଅକୁ ମାଆ ବିଜେ ହୋଇଛନ୍ତି।’
‘କେତେ ଦିନ ହେଲା ରେ ? ’
‘ଆଜିକୁ ସାତ ଦିନ ହେଲା। ଭାରି ମାଆ ବିଜେ ହୋଇଛନ୍ତି। ପିଲାଟା ପାଟିରୁ ରକ୍ତ ବାହାରୁଛି। କାଲିଠୁ ମାଆ ଆପଣଙ୍କୁ ଦେଖିବେ ବୋଲି ବ୍ୟସ୍ତ ହେଉଛନ୍ତି।’
ଔଷଧ ପାଇଁ ହୋଇଥିବ। କି ଔଷଧ ଅଛି ଏ ରୋଗକୁ ? ହୁଏତ ବା ପ୍ରଳାପ।
କହିଲି – ‘ଚାଲ’
ଘରେ ଯାଇ ଦେଖେଁ, ଅତି ସାଂଘାତିକ ରକମର ବସନ୍ତ ତାକୁ। ବଞ୍ଚିବା ଅସମ୍ଭବ।
ପ୍ରଳାପ କରୁଚି ଉମା, ତା’ ମୁଣ୍ଡ ଉପରେ ଠାକୁରାଣୀ ସ୍ଥାପନା ହୋଇଛି।
କିଛି ଦୂରରେ ବସିଲି, ଘର ଭିତରେ।
ସାନ ଘରଟାର ବାୟୁମଣ୍ଡଳ ଭିତରେ ଥାଏ ଗୋଟାଏ ଉତ୍କଟ ଭୀଷଣତା।
ମନୁଷ୍ୟର ଏ ଯନ୍ତ୍ରଣା ଦେଖି ତୁନି ହୋଇ ବସି ରହିବାଭଳି ଅକ୍ଷମତା ମନୁଷ୍ୟ ପକ୍ଷରେ ଅଭିଶାପ ବୋଲି ମନେ ହୁଏ।
କିଛି ସମୟ ପରେ ଉମା ଆଖି ଫିଟାଇ ଚାହିଁଲା ମୋ ଆଡ଼କୁ। ତା ଦୃଷ୍ଟିରେ କି ବିହ୍ୱଳତା ! ଏତେ ବର୍ଷ ପରେ ମଧ୍ୟ ଆଜି ତାହା ଭୁଲି ପାରିନାହିଁ।
ତା ପାଖକୁ ଗଲି । କହିଲି -‘ ଉମା କଅଣ କହୁଚୁ ?’
ସେ ମୋ ଆଡ଼କୁ ବିହ୍ୱଳ ଦୃଷ୍ଟିରେ ଚାହିଁଲା। ଧିରେ ଧିରେ କହିଲା-‘ ଏ ଜୀବନରେ ହୋଇ ପାରିଲା ନାହିଁ।’
ତାର ଦମ୍‌ ବନ୍ଦ ହୋଇ ଆସୁଥାଏ। ଆସ୍ତେ ଆସ୍ତେ କହିଲା-’ ତୁମ ଗୋଡ଼….. ।
ଧନି ବାରିକ ପାଟି କରିଉଠିଲା- ‘ ହାଁ, ହାଁ , ବାବୁଙ୍କୁ ଛୁଅଁ ନାହିଁ ।’
ମୋର କୋଳରେ ମୁଣ୍ଡ ରଖି ସେ ନିଶ୍ଚିନ୍ତ ହୋଇଗଲା।

ଚାହିଁ ଦେଖେ , ସରସୀ ଲୁଗା କାନିରେ ଆଖି ପୋଛୁଛି।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାମ ପ୍ରସାଦ ସିଂହ
ରାମ ପ୍ରସାଦ ସିଂହ( ୧୯୦୪-୧୯୮୫) ଓଡ଼ିଆ ସାହିତ୍ୟର ଜଣେ ସୁପ୍ରଶିଦ୍ଧ କଥାକାର। ସେ ଜଣେ ମାର୍କସବାଦୀ ଚିନ୍ତାଧାରାର କଥାକାର ଓ ଔପନ୍ୟାସିକ ଥିଲେ। ତାଙ୍କ ଗଳ୍ପରେ ଶୋଷକ ଓ ଶୋଷିତର ତିକ୍ତ ସମ୍ପର୍କ ଏକ ପ୍ରମୁଖ ବିଶେଷତ୍ୱ। ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ‘ଛାତିର ରକ୍ତ’, ‘ଶେଷ ରାତି’, ‘କଲ୍ଲୋଳ’, ‘ଘାସିପଡ଼ାର ମାୟା’, ‘ଟିକସ ମଉସା’, ‘ଚୋରାବାଲି’ ଏବଂ ଉନନ୍ୟାସ ମଧ୍ୟରେ ‘ଅଗ୍ନିପଥେ’, ‘ଛିନ୍ନମସ୍ତା’, ‘ପ୍ରତିହିଂସା’ ଆଦି ଅନ୍ୟତମ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤