ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚିର ସୁନ୍ଦରୀ
 |- ପଦ୍ମଚରଣ ପଟ୍ଟନାୟକ
 
 
ତା: ଡିସେମ୍ବର୍ ୧୭, ୨୦୧୨  
 

ନୁହଁ ତୁମ୍ଭେ ପଲକର ପରାଣର ଦ୍ରୋହ ଗୋ,
ନୁହଁ ତୁମ୍ଭେ କ୍ଷଣିକର ଉନ୍ମାଦନା ମୋହ ଗୋ ୤
ନୁହଁ ତୁମ୍ଭେ ବସନ୍ତର ମୋହନ ବିଳାସ,
ନୁହଁ ତୁମ୍ଭେ ନନ୍ଦନର ମଳୟ ନିଶ୍ବାସ ୤
ନୁହଁ ତ ଶ୍ରାବଣ ଘନେ ଚପଳାର ସରି,
ଶାରଦ ଚନ୍ଦ୍ରିକା ଧୌତ ଗଗନର ପରି ୤

ଫୁଲର ସୌରଭ ନୁହଁ ସଙ୍ଗୀତର ତାନ,
ନିଶାର ସ୍ବପନ ନୁହଁ ଯୌବନର ପ୍ରାଣ ୤
କୁସୁମ ବନ୍ଧନ ନୁହଁ ଉଷାର ଆଲୋକ,
ଦିନକର ମାୟା ନୁହଁ ନୟନ ପୁଲକ ୤
ନୁହଁ ତ ସୌନ୍ଦର୍ଯ୍ୟମୟୀ ମୃଣ୍ମୟୀ ପ୍ରତିମା,
କାଳେ କାଳେ ନ ରାଜିବ ତୁମ୍ଭର ମହିମା୤

ଇନ୍ଦ୍ରିୟର ରୂପ ତୃଷ୍ଣା ପରାଜୟ କରି,
ଅମର ସୌନ୍ଦର୍ଯ୍ୟେ ରାଜ ହେ ଚିର ସୁନ୍ଦରୀ !
ନୟନର କ୍ଷୁଦ୍ର ରାଜ୍ୟ ଲଂଘି କୁତୂହଳେ,
ଆନନ୍ଦେ ବିହର ଆପେ ମାନବ ଅନ୍ତରେ ୤
ବିଧି ସୃଷ୍ଟି ଶିଳ୍ପକଳା ପୁରୁଷର ପୂଜା,
ପାଇ ବଡ଼ ଦିନେ ଦିନେ ସୌନ୍ଦର୍ଯ୍ୟ ତନୁଜା୤

ମାନବ ଅନ୍ତରେ ରାଜି ହୁଅ ବିଶ୍ବମୟ,
ଢାଳ ହେ ଅମିୟ କେବେ ଘଟାଅ ପ୍ରଳୟ ୤
ପ୍ରଳୟ ପୟୋଧି ଜଳେ ପଦ୍ମରୂପ ଧରି,
ଅଭୟ ଆଶ୍ବାସ ସୁଧା ଦିଅ ବିଶ୍ବଭରି ୤
ବାହୁର ବନ୍ଧନ ପାଶ ନୟନ ମିଳନେ,
କି ଅପୂର୍ବ ଲୀଳା ଆଣ ଜଗତ ଜୀବନେ ୤

ଶୋଭାର ଶାନ୍ତିର ଦ୍ବାର ଦିଅ ହେ ଫିଟାଇ,
ଜଗତେ ଜଗତଲକ୍ଷ୍ମୀ ଆଣ ହେ ବନ୍ଦାଇ ୤
କେତେ କବି, କେତେ ଶିଳ୍ପୀ, କେତେ ଚିତ୍ରକର,
ପଦ ତଳେ ଘେନି ପୂଜାର ସମ୍ଭାର ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପଦ୍ମଚରଣ ପଟ୍ଟନାୟକ
ତରୁଣ ଜୀବନର ମୂର୍ଚ୍ଛନା, କିଶୋର ଜୀବନର ସ୍ମୃତି ଆଦିକୁ ସୁନ୍ଦର ଭାବଧାରା ମାଧ୍ୟମରେ ସଜାଇ କବିତା ଲେଖନର ଏକ ନିଆରା ଶୈଳୀ ପାଇଁ ପଦ୍ମଚରଣ ପଟ୍ଟନାୟକ(୧୮୮୫-୧୯୫୬) ସ୍ମରଣୀୟ ରହିବେ୤ ଓଡ଼ିଆ କାବ୍ୟ ସାହିତ୍ୟରେ ନିଜର ଲେଖା ପାଇଁ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ହୋଇଥିଲେ କବି ପଦ୍ମଚରଣ୤ ପ୍ରଚାର ଓ ପ୍ରସାରଠାରୁ ଦୂରରେ ରହି ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ କବିତା ଲେଖିବା ତାଙ୍କର ନିଶା ଥିଲା୤ ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ‘ପଦ୍ମ ପାଖୁଡ଼ା’, ‘ ସୂର୍ଯ୍ୟମୁଖୀ’, ‘... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା। ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।
    ( ଭୋଳାନାଥ ବଗର୍ତ୍ତି )
  • ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l
    ( ଫକିର ମୋହନ ବାରିକ )
  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )