ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶକ୍ତି ମହାନ୍ତି
ଅମରେଶ ବିଶ୍ବାଳ
ଭୁବନେଶ୍ବର ବେହେରା
ଦୟାନିଧି ମିଶ୍ର
ବିରଜା ବଳ
ମଧୁସୂଦନ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚିଲିକା
 |- ରାଧାନାଥ ରାୟ
 
 
ତା: ନଭେମ୍ବର୍ ୨୭, ୨୦୧୨  
 

ଉତ୍କଳ-କମଳା ବିଳାସ-ଦୀର୍ଘିକା,
ମରାଳ ମାଳିନୀ ନୀଳାମ୍ବୁ ଚିଲିକା,
ଉତ୍କଳର ତୁହି ଚାରୁ ଅଳଙ୍କାର
ଉତ୍କଳ-ଭୁବନେ ଶୋଭାର ଭଣ୍ଡାର;
ସ୍ବଭାବେ ଭାବୁକ-ମାନସ-ଉଲ୍ଲାସୀ
ଦିଗନ୍ତ-ବିସ୍ତାରୀ ତୋର ବାରିରାଶି,
ପ୍ରସନ୍ନ ବଦନୀ ଉଜ୍ଜ୍ବଳ ବରଣା
ମୁଖଶ୍ରୀ ଦେଖନ୍ତି ଯହିଁ ଦିଗଙ୍ଗନା୤

ନୀଳ ଅଙ୍ଗ ତୋର ଚିତ୍ର ଅନ୍ତରାଳେ
ନାସି, ନଳବନ, ଶୈଳ, ଦ୍ବୀପମାଳେ
ଦକ୍ଷିଣେ ମିଶିଛି ତୋର ଗର୍ଭେ ଆସି
ସୌର କରୋଭାସି ନୀଳ ରମ୍ଭାନାସୀ
ବିମାନ ଆକାରେ ଭାସେ ଶତ ଶତ
ନୀଳୋରସେ ତୋର ଶୈଳ ମାରକତ୤

ପକ୍ଷଚ୍ଛେଦି-ଶତ୍ର-ଭୟେ କି ଶଇଳେ
ଲୁଚି ରହିଥିଲେ ତୋହରି ସଲିଳେ ?
ସନ୍ନିଧି ଲଭିଣ ଭଗବତୀଙ୍କର
ତୋଳିଛନ୍ତି ଗୁଳ୍ମ-ଜଟିଳ ଶିଖର ?

ଦେଉଳ କିରୀଟୀ କାଳୀଜାଈ ଗିରି
ମରକତ-ସେତୁ ପ୍ରାୟେ ଯାର ଶିରୀ
ଶ୍ବେତାଙ୍ଗ ଚଢ଼ାଇ ଗୁହା ସମୁଦ୍‌ଗତ
ନୀର ଭେଦି କିବା ଉଠେ ଐରାବତ !

ତରଙ୍ଗ ବେଷ୍ଟିତ କାଙ୍କଣ ଶିଖରୀ
ଆଦ୍ୟଫଳେ ଯାର ତରୀ ପୂର୍ଣ୍ଣ କରି
ବର୍ଷେ ବର୍ଷେ ହ୍ରଦବିହାରୀ ଧୀବରେ
ଆଦରେ ପ୍ରେରନ୍ତି ଲକ୍ଷ୍ମୀ-ରୋଷଘରେ୤

ସ୍ଥାନେ ସ୍ଥାନେ ନୀର ଭେଦିଛି ସୈକତ
ଶାରଦ ଆକାଶେ ଯେହ୍ନେ ଛୟାପଥ ୤
ତାରାପୁଞ୍ଜେ ଯଥା ଶୋଭେ ହରିତାଳୀ,
ପୁଲିନ ତେସନ ଶୁଭ୍ର ଶୁକ୍ତି-ଶାଳୀ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଧାନାଥ ରାୟ
ରାଧାନାଥ ରାୟ
ଓଡ଼ିଆ ସାହିତ୍ୟରେ କବିବର ନାମରେ ପରିଚିତ ରାଧାନାଥ ରାୟ(୧୮୪୮-୧୯୦୮) ନିଜର ସ୍ବତନ୍ତ୍ର ଶୈଳୀର କାବ୍ୟ ରଚନା ପାଇଁ ପରିଚିତ ଥିଲେ୤ ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ କାବ୍ୟ କବିତ ରଚନା କରିଥିବା ରାଧାନାଥ ପ୍ରକୃତିକୁ ଭଲ ପାଉଥିବା ଜଣେ କବି ଥିଲେ୤ ତେଣୁ ତାଙ୍କୁ ପ୍ରକୃତି କବି ବୋଲି ମଧ୍ୟ କୁହାଯାଇଥାଏ୤ ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରାକୃତିକ ବର୍ଣ୍ଣନା ତାଙ୍କ କାବ୍ୟକବିତାର ଏକ ପ୍ରମୁଖ ଆକର୍ଷଣ ଥିଲା୤ ତାଙ୍କର କବିତାଗ୍ରନ୍ଥ ମଧ୍ୟରେ ‘ମେଘଦୂତ’, ‘ମହାଯାତ୍ରା’, ‘ଚିଲିକା’, ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ବରୀ’ ଅନ୍ୟତମ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?

  • ୧. ଲେନିନ୍ ମହାନ୍ତି, ରାଜନଗର,କେନ୍ଦ୍ରାପଡା |  ଫେବୃଆରୀ ୮, ୨୦୧୩ - ୯:୧୧ ପୂର୍ବାହ୍ନ

    ମହାନ କବି ରାଧାନାଥ ରାୟଙ୍କର ଅଦ୍ବିତୀୟ କବିତା….ଚିଲିକା

  • ୨. Sambit, Singapore |  ମାର୍ଚ୍ଚ୍ ୧୬, ୨୦୧୩ - ୧୦:୧୭ ପୂର୍ବାହ୍ନ

    I am very happy for this site.

  • ୩. ସୁଦମ୍ ସରଫ, ପୁନେ |  ମେ ୨୫, ୨୦୧୩ - ୮:୪୧ ପୂର୍ବାହ୍ନ

    ବହୁତ୍ ଖୁସି ଲଗିଲ………….

  • ୪. ରଶ୍ମି |  ଅଗଷ୍ଟ୍ ୮, ୨୦୧୩ - ୮:୪୭ ଅପରାହ୍ନ

    ଅଦ୍ବିତୀୟ ପ୍ରାକୃତିକ ଶୋଭା ବର୍ଣ୍ଣନା

  • ୫. Ajay sahoo, bhusand pur (khurda) |  ଜୁଲାଇ ୨୨, ୨୦୧୪ - ୧୨:୧୫ ଅପରାହ୍ନ

    mote bahuta khusi lagila mu sei chilika location re pila dinu badhi aasichi.

  • ୬. ପ୍ରଶାନ୍ତ କୁମାର ପତି, ଗୁଡାରି, ଜିଲ୍ଲା-ରାୟଗଡା |  ନଭେମ୍ବର୍ ୧୩, ୨୦୧୪ - ୨:୧୮ ପୂର୍ବାହ୍ନ

    ଏଭଳି ସାଇଟ୍ ଦେଖି ବହୁତ ଖୁସି ଲାଗିଲା, ଯାହା ଖୋଜୁଥିଲି ସବୁ ମିଳୁଛି

  • ୭. ଆଶିଷ ଭଜନ ବିଶ୍ବାଳ, ଯାଜପୁର |  ଜୁଲାଇ ୨୨, ୨୦୧୫ - ୨:୦୪ ପୂର୍ବାହ୍ନ

    ଅନେକ ଦିନ ଧରି ଖୋଜୁଥିଲି ଧନ୍ୟବାଦ ପାଇଗଲି ।

  • ୮. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଅଗଷ୍ଟ୍ ୧୯, ୨୦୧୫ - ୫:୫୯ ପୂର୍ବାହ୍ନ

    ଚିଲିକା ପିଲାଦିନରୁ ହୃଦୟସ୍ପର୍ଶୀ | ସେ କାବ୍ୟ ନୁହେଁ, ସେ ମହାକାବ୍ୟ |

  • ୯. ସପନ କୁମର ପ୍ରଧନ, ବେଲଗୁଣ୍ଠ,ଭଞ୍ଜନଗର |  ସେପ୍ଟେମ୍ବର୍ ୧୩, ୨୦୧୫ - ୮:୦୮ ପୂର୍ବାହ୍ନ

    ଚିଲିକା କାବ୍ୟରେ କବିଙ୍କ ସୌନ୍ଦର୍ଯ୍ୟତା ଓ ପ୍ରକୃତିର ଚିତ୍ରଣ ଅତି ଚମତ୍କାର

  • ୧୦. ତସିଲ କୁମାର ସାହୁ, ରେଙ୍ଗାଲି, ସମ୍ବଲପୁର |  ଜାନୁଆରୀ ୧୯, ୨୦୧୬ - ୧:୧୭ ପୂର୍ବାହ୍ନ

    ପ୍ରତି ଓଡିଆର ଗର୍ବ ଏବଂ ଗଉରବ ଚିଲିକା କାବ୍ୟ,ଧନ୍ୟ ସେ ସ୍ରଷ୍ଟା ଏବଂ ତାଙ୍କ ସ୍ତ୍ରୁଷ୍ଟି ।

  • ୧୧. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା ରାୟଗଡା |  ଜାନୁଆରୀ ୩୦, ୨୦୧୬ - ୧:୪୮ ଅପରାହ୍ନ

    ଅଦ୍ୱିତୀୟ ସୃଷ୍ଟି ଚିଲିକାର ବହି ଖଣ୍ଡେ ହାତରେ ଥାଏ ଆଉ ଟ୍ରେନ୍ ଚିଲିକା କୂଳେ କୂଳେ ଯାଉଥାଏ ; ବୁଝି ହୁଏନା ଚିଲିକା ପ୍ରକୃତିର ଉଦ୍ଭାବନା ନା ମଣିଷର ଆବିଷ୍କାର ????

  • ୧୨. ସୁରସେନ ସାହୁ, କୋଦଳା,ଗଞ୍ଜାମ |  ମେ ୧୮, ୨୦୧୬ - ୨:୪୮ ପୂର୍ବାହ୍ନ

    ମହାନ କବି ରାଧାନାଥ ରାୟଙ୍କର ଅଦ୍ବିତୀୟ କବିତା-ଚିଲିକା

  • ୧୩. ଡଃ ବିଭୁତି ଭୁଷଣ ପ୍ରଧାନ, Midnapur (WB) |  ଡିସେମ୍ବର୍ ୧୪, ୨୦୧୭ - ୨:୨୧ ପୂର୍ବାହ୍ନ

    “ଚଢେଇ ଗୁହା ” ବୋଧେ ଭୁଲ। “ଚଢ଼େଇହଗା” ହେବ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )