ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ନୀଳକଣ୍ଠ ଦାସ
ପ୍ରଦୀପ ନାୟକ
ଡ.ହରେକୃଷ୍ଣ ମହତାବ
ବିଷ୍ଣୁପ୍ରିୟା ମହାପାତ୍ର
ଡକ୍ଟର ମାୟାଧର ମାନସିଂହ
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚାକୁଣ୍ଡା ବୁଣିଲେ ଉଠଇ ନାହିଁ
 |- ଯଦୁମଣି ମହାପାତ୍ର
 
 
ତା: ଜାନୁଆରୀ ୨୧, ୨୦୧୬  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ରାଜା ବିନାୟକ ଯଦୁମଣିଙ୍କୁ ଜମି ଖଣ୍ଡିଏ ନିଷ୍କରରେ ଦେବାକୁ ରାଜ କଚେରିର ବେବର୍ତ୍ତା ପଟ୍ଟନାୟକଙ୍କୁ ଆଦେଶ ଦେଲେ। ଦିନ ପରେ ଦିନ ଅତିବାହିତ ହେଲା। ଯଦୁମଣି ଜମି ପାଇବା ଲାଳସାରେ ବେବର୍ତ୍ତାଙ୍କୁ ପାଞ୍ଚ ଦଶଥର ଜଣାଇଲେ। ଏପରି ଭାବରେ ବର୍ଷଟିଏ ଚାଲିଗଲା। ଶେଷକୁ ସେ ରାଜାଙ୍କୁ ଜଣେଇବେ ବୋଲି କହିବାରୁ ବେବର୍ତ୍ତା ଅତି ନିକୃଷ୍ଟ ଢ଼ିପ ଜମି ଖଣ୍ଡିଏ ଲେଖିଦେଲେ।

ଜମି ଦେଖିବାକୁ ଯାଇ ଯଦୁମଣି ହତାଶ ହୋଇ ଫେରିଲେ। ଯେଉଁ ଜମି ତାଙ୍କୁ ଦିଆଯାଇଥିଲା, ତାହା ବହୁକାଳରୁ ପତିତ ହୋଇ ପଡ଼ିଥିଲା। ସେଥିରେ କୋଡ଼ିଏ ପଚିଶ ବର୍ଷ ଧରି କେହି ଫସଲ କରି ନଥିଲେ। ବହୁକାଳ ପୂର୍ବେ କନ୍ଧ କେତେ ଘର, ତାହା ଫସଲ ଲାଗି ତିଆରି କରି ଫସଲ ନ ହେବାରୁ ଛାଡ଼ି ପଳାଇଥିଲେ।

ଯଦୁମଣି ଗୋଟାଏ କିଏ ? ତାକୁ ପୁଣି ଜମି ନିଷ୍କର ଜାଗିରରେ ଦିଆଯିବ, ଏହା ବେବର୍ତ୍ତା ପଟ୍ଟନାୟକ ଏକା କୁହନ୍ତି, ରାଜକର୍ମଚାରୀ କେହି ଜଣେ ହେଲେ ସହିପାରିଲେ ନାହିଁ। ତେଣୁ ‘ସାପ ନ ମରୁ ବାଡ଼ି ନ ଭାଙ୍ଗୁ’ ରୀତିରେ ତାଙ୍କୁ ଜମି ଖଣ୍ଡିକର ଲେଖା ଦିଆଗଲା।

ଦାରିଦ୍ର୍ୟ ନିପୀଡ଼ିତ ଯଦୁମଣି ସେ ଜମି ବା ନେଇ କ’ଣ କରିବେ ? ତେଣୁ ସେ ଏକାନ୍ତ ଅସନ୍ତୁଷ୍ଟ ହୋଇ ରାଜାଙ୍କୁ ଲେଖି ଗୋଟିଏ କବିତାରେ ଜଣେଇଲେ :

ଦେଉ ଆଜ୍ଞା ହେଲେ ହରଷେ
କରଣ ତା’ କଲେ ବରଷେ
ବାଛି ବାଛି କରି ଦେଲେ ପଡ଼ିଆ
ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ
ଏମନ୍ତ ସେ ଭୂଇଁ
ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।

ରାଜା ଏ କବିତା ପାଠକରି କ୍ରୋଧରେ ଅଜ୍ଞାନ ହୋଇ ବେବର୍ତ୍ତାଙ୍କୁ ଡକାଇ ତିରସ୍କାର କରିବାରୁ, ତୁରନ୍ତ ଉତ୍କୃଷ୍ଟ ବାହଲମଡ଼ା ଭୂସମ୍ପତ୍ତି ଖଣ୍ଡିଏ ଉକ୍ତ ଡିପ ଜମି ବଦଳରେ ତାଙ୍କୁ ଦିଆଗଲା। ବେବର୍ତ୍ତା ଏହା ଫଳରେ ଦୀର୍ଘ ତିନି ମାସ ଧରି ଛାମୁଁ ମନା ହୋଇ ରହିଲେ।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଯଦୁମଣି ମହାପାତ୍ର
ଉତ୍କଳ ଘଣ୍ଟ ନାମରେ ପରିଚିତ କବି ଯଦୁମଣି ମହାପାତ୍ର (୧୭୮୩ – ୧୮୬୮) ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ। ଜଣେ ତୀକ୍ଷ୍ଣବୁଦ୍ଧିସମ୍ପନ୍ନ, ବିଚକ୍ଷଣ ଓ ଆଶୁକବି ଭାବେ ସେ ପ୍ରସିଦ୍ଧି ଲାଭ କରିଥିଲେ୤ ନିଜର ଜୀବନକାଳ ମଧ୍ୟରେ ଅନେକ ଅଭାବ ଓ ଅସୁବିଧା ମଧ୍ୟରେ ରହି ସୁଦ୍ଧା ସେ ରଚନା କରିଥିବା ହାସ୍ୟକଥା ଓ ବ୍ୟଙ୍ଗ କବିତା ଓଡ଼ିଆ ସହିତ୍ୟରେ ବିରଳ। ତାଙ୍କର ରଚନା ମଧ୍ୟରେ ‘ଯଦୁମଣି ରହସ୍ୟ’, ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଓ ‘ରାଘବ ବିଳାସ’ ଆଦି ଅନ୍ୟତମ୤ ଏହା... [ କ୍ରମେ ସବିଶେଷ ]
ଯଦୁମଣି ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ମାଣିକ ଚାନ୍ଦ ପଟନାୟକ, Berhampur |  ଜୁଲାଇ ୨୫, ୨୦୧୬ - ୧:୧୨ ଅପରାହ୍ନ

    During our school days, we read a different version (albeit similar) of the poem.
    ଛାମୁ ଯାହା ଦେଲେ ହରଷେ,
    ପାଉ ପାଉ ଗଲା ବରଷେ,
    ବାଛି ବାଛି ଦେଲେ ପଡିଆ,
    ଶ୍ରାବଣ ମାସରେ ଭାଙ୍ଗେ ନଡିଆ,
    ଏମନ୍ତ ଭୂଈଁ, ଚାକୁଣ୍ଡା ବୁଣିଲେ ଉଠଈ ନାହିଁ ୤
    Take your pick.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤