ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
‘‘ସାଧୁଚରଣବାବୁଙ୍କୁ ତାହା ହେଲେ ଧରିବାକୁ ହେବ ସେ ହିଁ ପିତାଙ୍କ ମୃତ୍ୟୁ ପାଇଁ ଦାୟୀ’’ ମା’ଙ୍କୁ ବିଜୟବାବୁ କହିବାକୁ ଲାଗିଲେ
‘‘ତୋର ସନ୍ଦେହ ହୁଏତ ସତ ’’ ବୁଝେଇବାକୁ ଲାଗିଲେ ପ୍ରଭାମୟୀ ଦେବୀ, ‘‘କିନ୍ତୁ ସାଧୁଚରଣବାବୁଙ୍କ ସାମାଜିକ ପ୍ରତିଷ୍ଠା ଯେତିକି ଅଛି, ଅକାଟ୍ୟ ପ୍ରମାଣ ନ ପାଇଲେ ତାହା ସନ୍ଦେହରେ ହିଁ ରହିଯିବ ତେଣୁ ନର୍ତ୍ତକୀ ମାନସୀ ଦେବୀଙ୍କ ଠାରୁ କେମିତି କରି ସତ ଘଟଣାକୁ ହାସଲ କରିବାକୁ ହେବ’’
କିଛି ସମୟ ଚିନ୍ତା କରିବା ପରେ ବିଜୟବାବୁଙ୍କ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା ମାନସୀ ଦେବୀଙ୍କ ସହିତ ତାଙ୍କ ସାମାଜିକ ସମ୍ବନ୍ଧ ଭଲ ଥିଲା ତେଣୁ ତାଙ୍କୁ ରାତ୍ରଭୋଜନ ପାଇଁ ନିମନ୍ତ୍ରଣ କରି ତାଙ୍କ ସାମ୍ନାରେ ନାଟକର ଶେଷ ଦୃଶ୍ୟକୁ କମ୍ପ୍ୟୁଟର ପର୍ଦ୍ଦାରେ ଆଉ ଥରେ ଉଦ୍ଭାସିତ କରିବାର ଯୋଜନା କରାଗଲା
ତା’ପରେ ଯୋଜନା ମୁତାବକ ମାନସୀ ଦେବୀ ସେମାନଙ୍କ ଘରକୁ ଆସିଲେ ରାତ୍ରଭୋଜନ ପରେ ଅନେକ ଖୁସି ଗପ ହେଲା ମାନସୀ ଦେବୀ ବିଜୟବାବୁଙ୍କ ନୂତନ ଉଦ୍ଭାବନ ପାଇଁ ତାଙ୍କୁ ବଧାଇ ଦେଲେ ତା’ପରେ ସେହି କମ୍ପ୍ୟୁଟରର କରାମତି ଦେଖିବା ପାଇଁ ଆଗ୍ରହର ସହିତ ଡ୍ରଇଂ ରୁମ୍ରୁ ସୋଫାସେଟ୍ ଉପରେ ବସି ପଡ଼ିଲେ ମାନସୀ ଦେବୀଙ୍କର ଅତି ପରିଚିତ ସେହି ସୋଫାସେଟ୍ ସେହି ସୋଫାସେଟ୍ ଉପରେ ହିଁ ସେହି ଦିନର ପ୍ରେମ ଅଭିନୟ କରାଯାଇଥିଲା ଟିକିଏ ଶଙ୍କିଗଲେ, ମାନସୀ ଦେବୀ କିନ୍ତୁ ନିଜର ମନର ଭାବନାକୁ ମନରେ ଦବେଇ ରଖି ସେ କମ୍ପ୍ୟୁଟର ପର୍ଦ୍ଦା ଆଡ଼କୁ ନିବିଷ୍ଟ ଚିତ୍ତରେ ଅନେଇ ରହିଲେ ପର୍ଦ୍ଦାରେ ଯେଉଁ ଚିତ୍ରସବୁ ତାଙ୍କ ଆଖି ଆଗରେ ଭାସିଗଲା ତାହା ଦେଖି ସେ ଅସ୍ତ ବ୍ୟସ୍ତ ହୋଇ ପଡ଼ିଲେ ଶୀତ ରାତିରେ ବି ତାଙ୍କ ମୁଣ୍ଡରୁ ଗମ୍ଗମ୍ ଝାଳ ବାହାରିବାକୁ ଲାଗିଲା ସେଦିନର ଶେଷଦୃଶ୍ୟ-ଶେଷ ମଦ ଗ୍ଲାସ୍ ଦେବାର ଅଭିନୟ ପର୍ଦ୍ଦା ଉପରେ ଦେଖି ସେ ଶଙ୍କିତ ହୋଇ ପଡ଼ିଲେ ତାହାହେଲେ ଏସବୁ ଘଟଣାର ଚଳଚ୍ଚିତ୍ର ଉଠେଇଛି କିଏ ? ଭୟରେ ଉତ୍ତେଜିତ ହୋଇ ପଡ଼ିଲେ ମାନସୀ ଦେବୀ
‘‘ମାଉସୀ, ଆପଣଙ୍କୁ ବ୍ୟସ୍ତ ଲଗୁଛି କି ?’’ ବିଜୟବାବୁ ପ୍ରଶ୍ନ କଲେ, ‘‘ଏ ପର୍ଦ୍ଦାରେ ଯେଉଁ ଚିତ୍ରସବୁ ଦେଖାଗଲା ସେ ସବୁ ରେକର୍ଡ଼ିଂ କରି ସାଧୁଚରଣବାବୁ ସାଇତି ରଖିଥିଲେ ଆପଣଙ୍କ ବ୍ୟବସାୟିକ ଉନ୍ନତିରେ ଈର୍ଷାନ୍ବିତ ହୋଇ ଆପଣଙ୍କ ଦୋଷ ପଦାରେ ପକାଇବା ଉଦ୍ଦେଶ୍ୟରେ ସେହି କେସେଟ୍ଟି ମୋତେ ସେ ନିଜେ ଆଗ୍ରହରେ ଆଜି ଦେଇଛନ୍ତି’’
‘‘ସାଧୁଚରଣବାବୁ, ବଦମାସ୍’’ ବାହାରି ପଡ଼ିଲା ମାନସୀ ଦେବୀଙ୍କ ମୁହଁରୁ, ‘‘ବୀରେନ୍ଦ୍ରବାବୁଙ୍କ ମୃତ୍ୟୁ ପାଇଁ ସେ ହିଁ ଦାୟୀ କଳାମୁଖା ପିନ୍ଧି ଉନ୍ମାଦନାକାରୀ ତରଳ ପଦାର୍ଥ ସେ ହିଁ ମୋତେ ଦେଇଥିଲା’’
ଏହାକହି ନିସ୍ତେଜ ହୋଇ ସୋଫାସେଟ୍ରେ ପଡ଼ିଗଲେ ମାନସୀ ଦେବୀ
ଏ ସବୁ ଘଟଣାର ରେକର୍ଡ଼ିଂ ସେହି କମ୍ପ୍ୟୁଟର ସ୍ବତଃ କରି ପକାଇଥିଲା
ପୋଲିସ୍ ଇନିସ୍ପେକ୍ଟର ଏହି ସବୁ ଚାକ୍ଷୁଷ ପ୍ରମାଣ ଦେଖିଲା ପରେ ରାତି ବାରଟାରେ ସାଧୁଚରଣ ବାବୁଙ୍କ ବଙ୍ଗଳାରେ ପହଞ୍ଚି କବାଟ ଠକ୍ ଠକ୍ କଲେ ରାତି ବାରଟାରେ ଜଣେ ଇନିସପେକ୍ଟରକୁ ନିଜ ଘରେ ଦେଖି କ୍ରୋଧରେ ଜଳି ଉଠିଲେ ସାଧୁଚରଣବାବୁ
ଅନୁଚ୍ଚ ସ୍ବରରେ ଅତି ଭଦ୍ର ଭାବରେ ଏରେଷ୍ଟ ୱାରେଣ୍ଟ ଦେଖାଇ ପୋଲିସ୍ ଇନିସ୍ପେକ୍ଟର କହିଲେ, ‘‘You are under arrest’’.
‘‘କାରଣ ?’’ ଗର୍ଜି ଉଠିଲେ ସାଧୁଚରଣବାବୁ
‘‘ଦଫା ତିନିଶହ ଦୁଇ ବୀରେନ୍ଦ୍ରବାବୁଙ୍କ ହତ୍ୟାକାରୀ ଆପଣ’’
ପୋର୍ଟିକୋରେ ଠିଆ ହୋଇଥିବା ଜିପ୍ରେ ନର୍ତ୍ତକୀ ମାନସୀ ଦେବୀଙ୍କୁ ଦେଖି ସାଧୁଚରଣବାବୁ ପ୍ରମାଦ ଗଣିଲେ
ଧୀର ଗତିରେ ତାଙ୍କ ପାଦ ଦୁଇଟା ଆଗେଇ ଗଲା ଜିପ୍ ଆଡ଼କୁ