ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ନୀଳକଣ୍ଠ ଦାସ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ସହଦେବ ସାହୁ
ତ୍ରିନାଥ ସିଂହ
ଶାରଦା ପ୍ରସାଦ ମିଶ୍ର
ଡକ୍ଟର ମାୟାଧର ମାନସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିଚିତ୍ର କମ୍ପ୍ୟୁଟର
 |- ଅମୂଲ୍ୟ କୃଷ୍ଣ ମିଶ୍ର
 
 
ତା: ଡିସେମ୍ବର୍ ୧୭, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ପ୍ରଭାମୟୀ ଦେବୀଙ୍କ ଚେତାବନୀକୁ ବୀରେନ୍ଦ୍ର ବାବୁ ଖାତିରି କରନ୍ତି ନାହିଁ୤ ତାଙ୍କ ପରିବାର ତଥା ବ୍ୟବସାୟ ସହିତ ଅତି ଘନିଷ୍ଠ ହୋଇଯାନ୍ତି ସାଧୁଚରଣ ବାବୁ୤ ପ୍ରଭାମୟୀ ଦେବୀଙ୍କୁ ‘ଭାଉଜ’ ବୋଲି ସମ୍ବୋଧନ କରି ସାଧୁଚରଣ ବାବୁ ନିଜର ଆତ୍ମୀୟତା ପ୍ରକାଶ କରିବାକୁ ଚେଷ୍ଟା କରନ୍ତି୤ କିଛିଦିନ ଭିତରେ ସେମାନଙ୍କ ବ୍ୟବସାୟର ଅଭୂତପୂର୍ବ ଉନ୍ନତି ଦେଖି ବୀରେନ୍ଦ୍ର ବାବୁ ସ୍ତ୍ରୀଙ୍କ ସନ୍ଦେହକୁ ଥଟ୍ଟାରେ ଉଡ଼େଇ ଦିଅନ୍ତି୤ ଇତି ମଧ୍ୟରେ ସାଧୁଚରଣ ବାବୁଙ୍କ ସ୍ତ୍ରୀ ମନ୍ଦାକିନୀ ଦେବୀଙ୍କ ସୁଶୀଳ ପ୍ରକୃତି ପ୍ରଭାମୟୀ ଦେବୀଙ୍କ ମନକୁ କିଣି ନିଏ୤

ଏହି ପାରିବାରିକ ଘନିଷ୍ଠତାର ସୁଯୋଗ ନେଇ ସାଧୁଚରଣ ବାବୁ ଅତି ନିକଟକୁ ଚାଲି ଆସିଲେ ବୀରେନ୍ଦ୍ର ବାବୁଙ୍କର୤ ବୀରେନ୍ଦ୍ର ବାବୁଙ୍କୁ ମଦ ଓ ନାଚ ଭିତରେ ବୁଡ଼େଇ ଦେଇ ସାଧୁଚରଣ ବାବୁ ନିଜେ ଧରିଲେ ବ୍ୟବସାୟର ଚାବିକାଠି୤ ତା’ପରେ ଧୀରେ ଧୀରେ ବ୍ୟବସାୟ ମାନ୍ଦା ହେବାକୁ ଲାଗିଲା୤ ଆଉ ହଠାତ୍‌ ଦିନେ ମଦ୍ୟପାନ କରୁଥିଲା ବେଳେ ମୃତ୍ୟୁ ଘଟିଲା ବୀରେନ୍ଦ୍ର ବାବୁଙ୍କର-ଆଉ ଗତ ପନ୍ଦର ବର୍ଷରୁ ଊର୍ଦ୍ଧ୍ବ ହେବ ଏହି ମୃତ୍ୟୁ ରହସ୍ୟାବୃତ ହୋଇ ରହିଲା୤

ସେହି ସମୟରେ ବିଭିନ୍ନ କର୍ମଚାରୀମାନଙ୍କ ବିଷୟରେ, ସେମାନଙ୍କ ଗୁଣାବଳୀ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବରେ ନୋଟ୍‌ କଲେ ବିଜୟବାବୁ୤ ତା’ପରେ ପୂର୍ବାପର ଘଟଣା ସବୁକୁ ତାଙ୍କର ନୂତନ କମ୍ପ୍ୟୁଟରରେ ସଠିକ୍‌ ଭାବରେ ଲିପିବଦ୍ଧ କଲେ ବିଜୟବାବୁ୤ ବାକି ରହିଲା ଏସବୁ ଘଟଣାକୁ ଆଧାର କରି କମ୍ପ୍ୟୁଟର ସାହାଯ୍ୟରେ ବୀରେନ୍ଦ୍ର ବାବୁଙ୍କ ମୃତ୍ୟୁ ଦିନର ସଠିକ୍‌ ଘଟଣା ସଂଗ୍ରହ କରିବା୤

କମ୍ପ୍ୟୁଟରକୁ ଠିକ୍‌ ଭାବରେ ସେଟ୍‌ କରି ଅତି ଆଗ୍ରହ ସହିତ ବିଜୟ ବାବୁ ସୁଇଚ୍‌ ଚିପିଲେ୤ ପାଖରେ ଅତି ଉଦ୍‌ବିଗ୍ନ ହୋଇ ବସିଥାନ୍ତି ପ୍ରଭାମୟୀ ଦେବୀ୤

ସେଦିନ ଝିପି ଝିପି ବର୍ଷା ହେଉଥିଲା୤ ବୀରେନ୍ଦ୍ର ବାବୁ ସାମାନ୍ୟ ଅସୁସ୍ଥ ଥିବାରୁ ବୈଠକଖାନାରେ ବସିଥିଲେ-ପାଖରେ ଥିଲେ ପ୍ରଭାମୟୀ ଦେବୀ ଓ ବିଜୟ୤ ଛୋଟପିଲା ବିଜୟ ଖେଳନା ଖେଳିବାରେ ବ୍ୟସ୍ତ ଥିଲା୤ ଏପରି ସମୟରେ ଗେଷ୍ଟ ହାଉସ୍‌ରୁ ଡକରା ଆସିଲା ଶିଳ୍ପପତିଙ୍କୁ୤

‘‘ନା-ଆଜି ମୁଁ ଯାଇ ପାରିବି ନାହିଁ୤ ମୁଁ ଏଇଠି ବିଶ୍ରାମ ନେବି୤’’ ବୀରେନ୍ଦ୍ର ବାବୁ କହିଲେ୤
‘‘ହଜୁର ୤’’ ସମ୍ବାଦବାହକ କହିଲା, ‘‘ମେନେଜର ବାବୁ ହେରିକା ସେଇଠି ଆପଣଙ୍କୁ ଅପେକ୍ଷା କରି ବସିଛନ୍ତି୤’’
ଲୋକଟି ଚାଲିଗଲା୤ ତା’ର କିଛି ସମୟ ପରେ ପହଞ୍ଚିଲା ମେନେଜର ସାଧୁ ଚରଣବାବୁଙ୍କ ଜଣେ ଅନ୍ତରଙ୍ଗ କର୍ମଚାରୀ୤
‘‘ସାର୍‌, ଆପଣଙ୍କୁ ଅପେକ୍ଷା କରି ସମସ୍ତେ ବସିଛନ୍ତି୤ ଆପଣ ନ ଗଲେ ସଙ୍ଗୀତ ଆସର ଆରମ୍ଭ ହେବ ନାହିଁ ବୋଲି ମେନେଜର ବାବୁ କହିଛନ୍ତି୤ ଆପଣ ଆସରଟା ଆରମ୍ଭ କରି ଚାଲି ଆସିବେ-ଖୁବ୍‌ ଶୀଘ୍ର୤’’
‘‘ହଉ ତାହା ହେଲେ୤’’ ବୀରେନ୍ଦ୍ର ବାବୁ ସୋଫାରୁ ଉଠୁଁ ଉଠୁଁ କହିଲେ, ‘‘ପ୍ରଭା, ମୁଁ ଚଞ୍ଚଳ ଚାଲି ଆସିବି୤’’
ପ୍ରଭାମୟୀ ଦେବୀଙ୍କ ବାରଣ ସତ୍ତ୍ବେ ବୀରେନ୍ଦ୍ରବାବୁଙ୍କ ଗାଡ଼ି ଛୁଟିଲା ଗେଷ୍ଟ ହାଉସ୍‌ ଅଭିମୁଖେ୤

ଗେଷ୍ଟ ହାଉସ୍‌ର ପ୍ରମୋଦ କକ୍ଷରେ ସୁରା ଓ ନର୍ତ୍ତକୀ ଆଗରୁ ପ୍ରସ୍ତୁତ୤ ସଙ୍ଗୀତ ଆସର ନାଁରେ ବୀରେନ୍ଦ୍ର ବାବୁଙ୍କୁ ଏକା ଆସିବା ହେଲା, କିନ୍ତୁ ଶିଳ୍ପପତିଙ୍କ ମନଖୁସି କରିବା ପାଇଁ ଆଉ ତାଙ୍କୁ ମାତାଲ କରିବା ପାଇଁ ସେ ଥିଲା ନିତିଦିନିଆ ଫନ୍ଦି୤ ବୀରେନ୍ଦ୍ର ବାବୁଙ୍କୁ ସେଦିନ ଭଲଲାଗୁ ନ ଥିବାରୁ ସେ ପ୍ରଥମେ ମଦ୍ୟପାନ କରିବା ପାଇଁ ବାରଣ କରିଥିଲେ, କିନ୍ତୁ ନର୍ତ୍ତକୀର କଟାକ୍ଷ ଆଉ ସାନୁନୟ ଅନୁରୋଧ ଧୀରେ ଧୀରେ ତାଙ୍କର ମନୋବଳ ଭାଙ୍ଗି ଦେଲା୤ ମଦ ପିଉ ପିଉ ବୀରେନ୍ଦ୍ର ବାବୁ ବେଶ୍‌ କିଛି ଉଦରସ୍ଥ କରି ପକାଇଲେ୤ ଏ ଆଡ଼େ ସ୍ବାମୀଙ୍କ ଆସିବାର ବିଳମ୍ବ ହେବାରୁ ପ୍ରଭାମୟୀବତୀ ଦେବୀ ଗେଷ୍ଟ ହାଉସ୍‌କୁ ଫୋନ୍‌ କରିଥିଲେ, କିନ୍ତୁ ସେତେବେଳେକୁ ସେ ମାତାଲ ହୋଇ ସ୍ତ୍ରୀଙ୍କ ଅନୁରୋଧକୁ ଟାଳି ଦେଇଥିଲେ୤

ତା’ପରେ କ’ଣ ସବୁ ଘଟିଥିଲା ସେ ବିଷୟ ପ୍ରଭାମୟୀ ଦେବୀଙ୍କ ପାଇଁ ରହସ୍ୟାବୃତ ହୋଇଥିଲା୤

କମ୍ପ୍ୟୁଟର ପର୍ଦ୍ଦା ଉପରେ ତାଙ୍କ ଅଗୋଚରରେ ଘଟିଥିବା ଘଟଣାଗୁଡ଼ିକ ଗୋଟିଏ ପରେ ଗୋଟିଏ ଉଦ୍‌ଭାସିତ ହେବାକୁ ଲାଗିଲା୤

ନର୍ତ୍ତକୀ ସହିତ ବୀରେନ୍ଦ୍ରବାବୁଙ୍କ ସାନ୍ନିଧ୍ୟ ଏବଂ ପ୍ରେମାଭିନୟ ଦେଖି ପ୍ରଭାମୟୀ ଦେବୀଙ୍କୁ ଦୌଡ଼ିଯାଇ ତାଙ୍କୁ ସ୍ବାମୀଙ୍କୁ ବାରଣ କରିବାକୁ ଇଚ୍ଛା ହେଲା୤ ଏମିତି ହୋଇ ପ୍ରାୟ ମଧ୍ୟରାତ୍ର ହୋଇଗଲା୤ ସେତେବେଳେ କଳାମୁଖା ଲଗାଇ କିଏ ଜଣେ ଆସି ନର୍ତ୍ତକୀକୁ ଇସାରା ଦେଲା୤ ସେହି ମୁଖାଲଗା ମଣିଷକୁ ଚିହ୍ନିଁବା ପାଇଁ ପ୍ରଭାମୟୀ ଦେବୀ ଚେଷ୍ଟା କଲେ୤ ଉଚ୍ଚତାରେ, ଆକାରରେ ଏବଂ ଚାଲିବାର ଢଙ୍ଗରେ ସେ ସାଧୁଚରଣ ବାବୁଙ୍କ ଭଳିଆ ଜଣା ପଡ଼ୁଥିଲା୤ ତାହାହେଲେ ସାଧୁଚରଣ ବାବୁଙ୍କର ହାତ ଥିଲା ତାଙ୍କର ସ୍ବାମୀଙ୍କ ମୃତ୍ୟୁରେ ? ମନେମନେ ଭାବିବାକୁ ଲାଗିଲେ ପ୍ରଭାମୟୀ ଦେବୀ୤

ତା’ପରେ ନର୍ତ୍ତକୀ ଆଉ ଥରେ ମଦ ଗ୍ଲାସ୍‌ ଧରାଇ ଦେଲା ବୀରେନ୍ଦ୍ର ବାବୁଙ୍କୁ୤ ଦୌଡ଼ିଯାଇ ମଦ ଗ୍ଲାସ୍‌କୁ ଫିଙ୍ଗି ଦେବାର ଇଚ୍ଛା ହେଲା ପ୍ରଭାମୟୀ ଦେବୀଙ୍କର୤ କିନ୍ତୁ ଯାହା ଘଟିଯାଇ ଥିଲା ତାହା ପୁନରାବୃତ୍ତି ହିଁ ହେଉଥିଲା କମ୍ପ୍ୟୁଟର ପର୍ଦ୍ଦାରେ୤ ଏଥର ମଦ୍ୟପାନ ପରେ ହଠାତ୍‌ ଗୋଟିଏ ଚିତ୍କାର କରି ତଳେ ପଡ଼ିଗଲେ ବୀରେନ୍ଦ୍ର ବାବୁ୤ ଆଉ ସେହି ନର୍ତ୍ତକୀ ଏବଂ କଳାମୁଖା ପିନ୍ଧା ଲୋକ ତରବରରେ ବାହାରିଗଲେ ସେଇଠୁ୤

ତା’ପରେ କିଛି ସମୟ ବୀରେନ୍ଦ୍ର ବାବୁଙ୍କ ମୃତଦେହ ଦିଶିଲା ପର୍ଦ୍ଦା ଉପରେ ଏବଂ ବାକି ଯାହା ଘଟିଥିଲା ତାହା ପ୍ରଭାମୟୀ ଦେବୀ ଜାଣିଥିଲେ୤

ପିତାଙ୍କର ମୃତ୍ୟୁପାଇଁ ଯେଉଁ କଳାମୁଖା ପିନ୍ଧା ମଣିଷ ଜଣକ ଦାୟୀ ତାକୁ ସଠିକ୍‌ ଭାବରେ ଜାଣି ନ ପାରି ବିଜୟବାବୁ ଚିନ୍ତାରେ ବୁଡ଼ି ରହିଲେ୤ ସେହି ନର୍ତ୍ତକୀ ଯେ ବର୍ତ୍ତମାନ ସାଧୁଚରଣ ବାବୁଙ୍କ ବ୍ୟବସାୟର ଜଣେ ବଡ଼ ଅଂଶୀଦାର-ଏହାର କାରଣ ବିଜୟବାବୁଙ୍କୁ ଅନେକ ଚିନ୍ତାରେ ବୁଡ଼େଇ ରଖିଲା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମୂଲ୍ୟ କୃଷ୍ଣ ମିଶ୍ର
ଜଣେ ବିଶିଷ୍ଟ ଶିକ୍ଷାବୀତ୍‌ ଏବଂ ବିଜ୍ଞାନ ଶିକ୍ଷକ ସହିତ ସାହିତ୍ୟିକ ଭାବେ ଡ.ଅମୂଲ୍ୟ କୃଷ୍ଣ ମିଶ୍ର(୧୯୩୨-୨୦୦୧) ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ୤ ଏକାଧାରରେ ଜଣେ ନାଟ୍ୟକାର ଓ ଗାଳ୍ପିକ ଭାବେ ଶ୍ରୀ ମିଶ୍ର ଅନେକ କ୍ଷୁଦ୍ରଗଳ୍ପ ସହିତ ବିଜ୍ଞାନଭିତ୍ତିକ ଲେଖାମାନ ରଚନା କରିଥିଲେ୤ ତାଙ୍କ ରଚନାଗୁଡ଼ିକରେ ଥିବା ଚରିତ୍ରମାନଙ୍କରେ ପାଠକ ଏକ ଆତ୍ମୀୟତା ଭାବର ପରିଚୟ ପାଇଥାଏ୤ ତାଙ୍କ ରଚିତ ଓ ପ୍ରକାଶିତ ପୁସ୍ତକମଧ୍ୟରେ ‘ଜୟୀ ରାଜଗୁରୁ’ ଓ ‘ସାଲବେଗ’ ଆଦି ନାଟକ, ‘ମାୟାବିନୀ’, ‘ଝଡ଼ର ଶେଷ’ ଆଦି ଏକାଙ୍କିକା,... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤